Posted inଖେଳ

ଭେନେଜୁଏଲା ଫୁଟବଲ ଫେଡେରେଶନ ଅଧ୍ୟକ୍ଷଙ୍କ ପରଲୋକ

କାରାକାସ,୬।୮(ଏପି): ଦକ୍ଷିଣ ଆମେରିକୀୟ ଫୁଟବଲ ପାଓ୍ବାର ହାଉସ୍‌ ଭେନେଜଏଲାର ଫୁଟବଲ ଫେଡେରେଶନ ଅଧ୍ୟକ୍ଷ ଜେସସ୍‌ ବେରାର୍ଡିନେଲିଙ୍କ ବୁଧବାର ପରଲୋକ ହୋଇଛି। ସେ ହଠାତ୍‌ ଅଚେତ୍‌ ହୋଇପଡିଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ଠିକ୍‌ ଦୁଇ ସପ୍ତାହପରେ ସେ ମୃତ୍ୟୁବରଣ କରିଛନ୍ତି। ଅବସ୍ୟ ତାଙ୍କର ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା ବୋଲି ଭେନେଜୁଏଲା ଫୁଟବଲ ଫେଡେରେଶନ ତରଫରୁ କୁହାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
ତାଙ୍କ ବରୋଧରେ ସର୍ବସାଧାରଣ ଲୋକଙ୍କ ଅର୍ଥ ତୋଷାରପାତ କରିବାର ଅଭିଯୋଗ ମଧ୍ୟ ଆସିଥିଲା। ଗତ ଜୁଲାଇ ୨୨ ତାରିଖରେ ତାଙ୍କ କାରାକାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ନେବାରେ ତାଙ୍କର ସମସ୍ୟା ଥିଲା। ଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ମୃତ୍ୟୁର କାରଣ ସମ୍ପର୍କରେ ଫେଡେରେଶନ କିଛି ସୂଚନା ଦେଇନାହିଁ। କୋଭିଡ୍‌-୧୯ ମହାମାରୀର ପ୍ରକୋପ ସାରା ବିଶ୍ୱରେ ଜାରି ରହିଥିବା ବେଳେ ବେରାର୍ଡିନେଲ ଦକ୍ଷିଣ ଆମେରିକାର ଦ୍ୱିତୀୟ ହାଇପ୍ରୋଫାଇଲ୍‌ ଫୁଟବଲ ପ୍ରସାଶକ ଭାବେ ମୃତ୍ୟୁବରଣ କରିଛନ୍ତି। ପୂର୍ବରୁ ବଲିଭିଆ ଫୁଟବଲ ଫେଡେରେଶନ ମୁଖଞ ସିଜର ସାଲିନାସ୍‌ ଗତ ଜୁଲାଇ ୧୯ ତାରିଖରେ କରୋନ ଭାଇରସ ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିଲେ।
୨୦୧୫ରୁ ଅଧ୍ୟକ୍ଷ ପଦରେ ଥିବା ଲାଉରିଆନୋ ଗୋଞ୍ଜାଲେଜ୍‌ ଇସ୍ତଫା ଦେବାପରେ ବେରାର୍ଡିନେଲ ଦାୟିତ୍ୱ ଗ୍ରହଣ କରିଥିଲେ। ଭେନେଜୁଏଲା ଫୁଟବଲ ଫେଡେରେଶନର ଡେପୁଟି ଥିବା ବେଳେ ସେ ଅର୍ଥ ତୋଷାରପାତ କରିଥିବାର ଅଭିଯୋଗ ଆସିଥିଲା। ତେବେ ଏହି ମାମଲାରେ ଫେଡେରେଶନ ବେରାର୍ଡିନେଲଙ୍କୁ ସମର୍ଥନ କରିଛି ଓ ଆସିଥିବା ସବୁ ଅଭିଯୋଗ ଭିତ୍ତିହୀନ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ପୋର୍ଟାଲ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୮: ଅନ୍‌-ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବ୍ୟବସ୍ଥା ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃ ମୂଲ୍ୟାୟନ ପାଇଁ ସିବିଏସ୍‌ଇ ପୋର୍ଟାଲ ପୁଣିଥରେ ଖୋଲିବା ନିମନ୍ତେ…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri