Posted inUncategorized

ଫିଲ୍ମ ଷ୍ଟାଇଲ୍‌ରେ ଶାଶୁଙ୍କୁ ହତ୍ୟା କଲେ ବୋହୂ

ଜୟପୁର,୬।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ବୋହୂ ନିଜ ଶାଶୁଙ୍କୁ ନିର୍ମମ ହତ୍ୟା କରିଛନ୍ତି। ବିଧାନଗର ଥାନା ପୋଲିସ ୫୦ ବର୍ଷୀୟ ଆବିଦା ବାନୋଙ୍କ ହତ୍ୟାର ଖୁଲାସା କରି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ପଚରାଉଚରାବେଳେ ଅଭିଯୁକ୍ତ ବୋହୂ କହିଛନ୍ତି, ବିଭା ହୋଇ ଆସିବା ଦିନରୁ ମୋ ଶାଶୁ ମୋତେ ହଇରାଣ କରୁଥିଲେ। କୋଉଠି କି ଯିବା ଆସିବା ଉପରେ ରୋଗ ଲଗାଇଦେଇଥିଲେ। ଏଥିରେ ଚିନ୍ତିତ ହୋଇ ସେ ତାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଟିଭିରେ କ୍ରାଇମ ପାଟ୍ରୋଲ, ସିଆଇଡି ଏବଂ ସାବଧାନ ଇଣ୍ଡିଆ ଦେଖ ସେଥିରୁ ହତ୍ୟା କରିବାର କୌଶଳ ଶିଖିଥିଲେ। ସ୍ବାମୀ ମହମ୍ମଦ ଇମ୍ରାନ ଏବଂ ଶ୍ୱଶୁର ମହମ୍ମଦ ଇକବାଲ କାମକୁ ଯିବା ପରେ ଶାଶୁଙ୍କ ମୁଣ୍ଡକୁ ଭାରି ବସ୍ତୁରେ ପିଟିଦେଇଥିଲେ। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ତଙ୍କୁ ଯେମିତି କେହି ସନ୍ଦେହ ନ କରିବେ କିଛି ଯୁବକ ଘରେ ପଶି ଶାଶୁ ହତ୍ୟା କରିଥିବା କାହାଣୀ ରଚିଥିଲେ। କିନ୍ତୁ ପୋଲିସ ତଦନ୍ତରୁ ଘରକୁ କେହି ଆସି ନ ଥିଲେ ଆବିଦା ହିଁ ତାଙ୍କୁ ମାରିଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଚେତାବନୀ: ଓଡ଼ିଶାରୁ ଲୋପ ପାଇଯାଇପାରନ୍ତି ‘ନୀଳରକ୍ତ କଙ୍କଡ଼ା’

କେନ୍ଦ୍ରାପଡ଼ା,୨୦ା୬ (ପି.ଟି.)ଓଡ଼ିଶା ଉପକୂଳରୁ ଆଗାମୀ ୮ ରୁ ୧୦ ବର୍ଷ ମଧ୍ୟରେ ବିରଳ‘ଘୋଡ଼ା ନାଲ କଙ୍କଡ଼ା’ ବା ‘ନୀଳରକ୍ତ କଙ୍କଡ଼ା’ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇପାରନ୍ତି ବୋଲି…

ଗାଁ ଭିତରେ ପଶିଲା ଦନ୍ତା ହାତୀ: ଗ୍ରାମବାସୀ ଆତଙ୍କିତ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର):ଗାଁ ଭିତରେ ପଶିଲା ଦନ୍ତା ହାତୀ। ଗ୍ରାମବାସୀ ଆତଙ୍କିତ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ନୁଆଁଡିହ ପଞ୍ଚାୟତର ମହାସିନ୍ଧୁ ଗ୍ରାମରେ ଏକ ଦନ୍ତା ହାତୀ…

ଯୁବକଙ୍କୁ ଛୁରି ଭୁସି ହତ୍ୟା ଘଟଣା: ତଦନ୍ତ ଆରମ୍ଭ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଗୁଣ୍ଡୁରିପୋଷି କଲୋନୀ ସାହିରେ ଛୁରି ଭୁସି ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ…

‘ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରାଯାଉ’, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର, ୨୦।୬ (ସୁନିତ୍‌ ମିଶ୍ର): ରାଜ୍ୟର ପ୍ରାୟ ୧୮ ଲକ୍ଷ ସାମାଜିକ ସୁରକ୍ଷା ପେନ୍‌ସନଭୋଗୀଙ୍କୁ ଗତ ୩ ମାସ ହେଲା ପେନ୍‌ସନ ଟଙ୍କା ମିଳିନାହିଁ। ଭତ୍ତା ଟଙ୍କା…

ଜାତୀୟ ରାଜପଥ ପ୍ରକଳ୍ପକୁ କାଳ ପ୍ରଶାସନିକ ଜଟିଳତା

ଭୁବନେଶ୍ୱର,୨୦।୬ (ସୁନିତ୍‌ ମିଶ୍ର): ଓଡ଼ିଶାରେ ଚାଲିଥିବା ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ବିଳମ୍ବର ସମ୍ମୁଖୀନ ହେଉଛି। ବିଭିନ୍ନ ପ୍ରକାର ପ୍ରଶାସନିକ ଜଟିଳତା କାରଣରୁ କାମରେ…

ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦ା୬: ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଚାଲିବାକୁ ମୌଳିକ ଅଧିକାର ଭାବେ ଗ୍ରହଣ…

ଆଜିଠାରୁ ଆଇଟିଇପି ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର,୨୦ା୬(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେଶନ ପ୍ରୋଗ୍ରାମ (ଆଇଟିଇପି) ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଶନିବାର…

ରାଇରଙ୍ଗପୁରରେ ରାଷ୍ଟ୍ରପତି : ଆଜି ଆସିବେ ପ୍ରଧାନମନ୍ତ୍ରୀ

ବାରିପଦା/ରାଇରଙ୍ଗପୁର,୨୦ା୬ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ମାନସ ମହାନ୍ତି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଶୁକ୍ରବାର ଅପରାହ୍ନ ୫ଟାରେ ରାଇରଙ୍ଗପୁରରେ ପହଞ୍ଚତ୍ଛନ୍ତି। ପ୍ରତିକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri