ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ/ନୂଆଦିଲ୍ଲୀ,୧୯ା୯: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଲଣ୍ଡନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ଭେଟିଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ଆରମ୍ଭ ପୂର୍ବରୁ ସେମାନେ ଭେଟିଥିଲେ। ରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ମୁର୍ମୁ ୩ ଦିନିଆ ବ୍ରିଟେନ ଗସ୍ତରେ ଅଛନ୍ତି। ଲଣ୍ଡନର ଓ୍ବେଷ୍ଟମିନ୍‌ଷ୍ଟର ହଲ୍‌ରେ ନିଜ ତଥା ଭାରତର ଲୋକଙ୍କ ପକ୍ଷରୁ ମହାରାଣୀଙ୍କୁ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

ରାଷ୍ଟ୍ରପତି ଭବନ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି, ‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏବଂ ତାଙ୍କ ଭଉଣୀ ଶେଖ୍‌ ରେହାନାଙ୍କୁ ଭେଟିଥିଲେ। ଲଣ୍ଡନର ରାଣୀଙ୍କ ଅନ୍ତିମ ସଂସ୍କାର ଆରମ୍ଭ ପୂର୍ବରୁ ସେମାନେ ଭେଟିଥିଲେ। ଏହାପୂର୍ବରୁ ରାଷ୍ଟ୍ରପତି ବକିଂହାମ୍‌ ବ୍ରିଟେନର ନୂତନ ରାଜା ଚାଲର୍‌ସ ତୃତୀୟଙ୍କ ସହ ସାକ୍ଷାତ କରିଥିଲେ। ରାଜା ଚାଲର୍‌ସଙ୍କୁ ଭେଟିବା ପରେ ରାଷ୍ଟ୍ରପତି ରାଣୀ ଏଲିଜାବେଥ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କ ସ୍ମୃତିରେ ଏକ ଶୋକ ପୁସ୍ତକରେ ସ୍ବାକ୍ଷର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଏଡା ପରେ ଏବେ ଗାଜିଆବାଦ ବର୍ଡର ସିଲ୍‌: କେବଳ ପାସ୍‌ଧାରୀଙ୍କୁ ମିଳିବ ପ୍ରବେଶ ଅନୁମତି

ଗାଜିଆବାଦ,୨୫।୫: ଉତ୍ତରପ୍ରଦେଶ ଗାଜିଆବାଦରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ମାମଲା ତୀବ୍ରଗତିରେ ବଢ଼ିବାରେ ଲାଗିଛି। କରୋନା ମାମଲାକୁ ବଢ଼ୁଥିବା ଦେଖି ଗାଜିଆବାଦ ପ୍ରଶାସନ ଏକ...

କୋଭିଡ୍‌ ମହାମାରୀ ଶେଷ ହୋଇଛି

ଓ୍ବାଶିଂଟନ,୧୯।୯: ଆମେରିକାରେ କୋଭିଡ୍‌ ମହାମାରୀ ଶେଷ ହୋଇଥିବା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି। ଆଗାମୀ ଦିନରେ ଆମେରିକା ଅର୍ଥନୀତିରେ...

ଜନବସତି ମୁହାଁ ତୁଷାର ଭାଲୁ

ମସ୍କୋ,୭।୧୨: ଜଳବାୟୁ ପରିବର୍ତ୍ତନର ପରିଣାମ ଏବେ ରୁଷରେ ଦେଖିବାକୁ ମିଳିଛି। ଏଠାରେ ଏକ ଗାଁରେ ଏବେ ତୁଷାର ଭାଲୁଙ୍କ ପ୍ରବେଶ ଏହାର ସୂଚନା ଦେଉଛି। କାରଣ...

ମେ’ ୯ରୁ ୨୮ ଟ୍ରେନ ବାତିଲ

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୯ ତାରିଖରୁ ରାଜଧାନୀ ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ୨୮ଟି ଟ୍ରେନକୁ ରେଳ ବିଭାଗ ବାତିଲ କରି...

କରତାରପୁର ପହଞ୍ଚିଲେ ସିଦ୍ଧୁ, ଇମ୍ରାନଙ୍କୁ କହିଲେ ବଡ ଭାଇ

ନୂଆଦିଲ୍ଲୀ,୨୦ ।୧୧: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶନିବାର କରତାରପୁରର ଗୁରୁଦ୍ୱାର ଶ୍ରୀ କରତାରପୁର ସାହେବଙ୍କୁ ଦର୍ଶନ କରିବାକୁ...

ଦିନିକିଆ ରିମାଣ୍ଡରେ ଗଲେ ଅର୍ପିତା

କୋଲକାତା,୨୪।୭: ମନିଲଣ୍ଡରିଂ ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖର୍ଜୀଙ୍କୁ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିନିକିଆ ରିମାଣ୍ଡରେ ନେଇଛି।...

ବାଇଡେନ୍‌ଙ୍କ ବଡ଼ ଘୋଷଣା: ୧୦୦ ଦିନରେ ୧୦ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା

ଓ୍ବାଶିଂଟନ,୯।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭକରି ଥିବା ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ ବଡ଼ ଘୋଷଣା କରିଛନ୍ତି। ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ...

ଜାତୀୟ ପତାକା ଉତ୍ତୋଳନ କଲେ ଆତଙ୍କବାଦୀଙ୍କ ପିତା…

ଶ୍ରୀନଗର,୧୫।୮: ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବୁରହାନ୍‌ ଓ୍ବାନୀଙ୍କ ପିତା ମୁଜଫର ଓ୍ବାନୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।...

Advertisement
Archives

Model This Week