ଐତିହାସିକ ଦୋଳ ଯାତ୍ରା ପାଇଁ ପ୍ରସ୍ତୁତି: ଡିଜେ ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ):ଆସନ୍ତା ୧୦ ତାରିଖରୁ ଗଞ୍ଜାମ ସହରରେ ଆରମ୍ଭ ହେବ ଐତିହାସିକ ଦୋଳ ଯାତ୍ରା। ଏହି ଯାତ୍ରା ୫ଦିନ ଧରି ଲାଗି ରହିବ। ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସାହି ବାସୀ ଯାତ୍ରା ପରିଚାଳନା କମିଟିକୁ ନେଇ ଏକ ଶାନ୍ତି କମିଟି ବୈଠକ ମଙ୍ଗଳବାର ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରୋବେସନାରୀ ଆଇପିଏସ ମନୀଷ ସଗୁନ ଅଧ୍ୟକ୍ଷତା କରିଥିଲେ। ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇ, ଥାନା ଆଇଆଇସି ସୁମିତ୍ରା ପାତ୍ର, ଏସଆଇ ଅନିରୁଦ୍ଧ ସ୍ବାଇଁ, ଜି ଅନନ୍ତ ରାଓ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମେ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ସମାପନ ହେବ ସେଥିଲାଗି ସମସ୍ତ ସାହି କମିଟିର ମତାମତ ଲୋଡ଼ିଥିଲା ପୋଲିସ। ଯାତ୍ରାରେ ଶବ୍ଦ ପ୍ରଦୂଷଣ ତଥା ଡିଜେକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଯାତ୍ରା ସମୟରେ କୌଣସି ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ସମସ୍ତ ସାହି ଯାତ୍ରା ପୂର୍ବରୁ ସାଉଣ୍ଡ ପରିମିଶନ ଆଣିବାକୁ କୁହାଯାଇଛି। ଏଥିରେ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନି ଦିଆଯାଇଥିଲା। ଯାତ୍ରା ସମୟରେ ସବୁ ମଦ ଦୋକାନ ବନ୍ଦ କରାଯିବା ନେଇ ଆଲୋଚନା ହୋଇଥିଲା। ଯଦି କୌଣସି ଲୋକ ମଦ୍ୟପାନ କରି ବିଶୃଙ୍ଖଳା କରେ ସେଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବଜାର ଯାତ୍ରା ଦିନ କୌଣସି ବାଇକ କିମ୍ବା ଚାରି ଚକିଆ ଯାନ ବଜାର ମଧ୍ୟକୁ ପ୍ରବେଶ କରିବ ପାରିବ ନାହିଁ। ଏଥିପାଇଁ ବିଭିନ୍ନ ଗଳି ରାସ୍ତା ସିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟରେ ସମସ୍ତ ସାହି ଦୋଳ ବିମାନ ଯାତ୍ରା ସ୍ଥଳୀ ଠାରେ ପହଞ୍ଚତ୍ବେ। ଦୋଳ ବିମାନ ଯିବା ସମୟରେ ପ୍ର୍ଯଯେକ ସାହି ସହ ପୋଲିସ ମୂତୟନ କରାଯିବ। ପ୍ରକାଶ ଯୋ୍ଯଯ ଏହି ଦୋଳଯାତ୍ରାରେ ବାରଟି ୱାର୍ଡର ପ୍ରାୟ ଷୋହଳ ମେଢ଼ ସ୍ଥାନ ପାଇବ। ସମସ୍ତ ସାହିର ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବିରଜାମାନ କରାଯାଇ ଠାକୁର ବଜାରରେ ପହଞ୍ଚତ୍ବା ପରେ ବଜାର ଯାତ୍ରା ଅନୁଷ୍ଠିତ ହେବ। ତାହାର ପୂର୍ବ ଦିନ ସାହି ଯାତ୍ରା। ସାହି ଯାତ୍ରା ସମୟରେ ମଧ୍ୟ ପୋଲିସ ମୂତୟନ ହେବେ ବୋଲି ଥାନା ପୋଲିସ ପକ୍ଷରୁ କୁହାଯାଇଛି। ସାହି କମିଟି ପକ୍ଷରୁ ଗୌରୀ ଶଙ୍କର ବାରିକି, ବଡ଼ସାହି ଯାତ୍ରା ପରିଚାଳନା କମିଟି ସଭାପତି କାର୍ତ୍ତିକ ତରାଇ, ଶିବରାମ ଜେନା, କୈଳାଶ ସାହୁ, ମଦନ ପାଢ଼ୀ, ନୀଳାଞ୍ଚଳ ବାରିକି, ଅଜୟ ବାରିକି, ରାମଚନ୍ଦ୍ର ବେହେରା, ସଞ୍ଜୟ ପଣ୍ଡା, ନିରଞ୍ଜନ ପରିଡା, କାମା ରେଡି, ପପୁ ମହାନ୍ତି, ଶୋନୁ ପାଢ଼ୀଙ୍କ ସମେତ ସମସ୍ତ ସାହିର କମିଟି ସଭ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନା ପାଇଖାନାରେ ନବଜାତ ଶିଶୁକନ୍ୟାର ମୃତଦେହ, କିଏ ସେ ଅଜଣା ମହିଳା ଯିଏ…

ବଞ୍ଚୋ,୧୪ା୬(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ମହିଳା ଓ୍ବାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ଚରୁଥିବାବେଳେ ବଜ୍ରପାତରେ ଜଳିଗଲେ ୧୨ ଛେଳି, କ୍ଷତିପୂରଣ ଦାବି କରି…

ଭଞ୍ଜନଗର,୧୪ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାରଦଣ୍ଡା ଗ୍ରାମରେ ବଜ୍ରପାତ ମାରିବାରୁ ରବିବାର ଅପରାହ୍ନରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି…

ରଜରେ ଶିବମନ୍ଦିର ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୧୪ା୬(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠ ବଡ଼ ଚିନ୍ଦ୍ରି ଗୋପନଗରସ୍ଥିତ ଚନ୍ଦ୍ରଶେଖର ଶିବମନ୍ଦିର ପରିସରରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ…

ସରପଞ୍ଚ ଚାମେଲି ଓଝାଙ୍କ ଘଟଣା: ମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ…

ଭୁବନେଶ୍ୱର,୧୪ା୬: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ…

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର…

ଆକ୍ସନମୋଡାରେ ଆନନ୍ଦପୁର ଉପଖଣ୍ଡ ପୋଲିସ: ଚଢ଼ାଉ କରି ୬୯ ଲିଟର ନାମୀଦାମୀ ବିଦେଶୀ ବ୍ରାଣ୍ଡ ଜବତ

 ହାଟଡିହୀ/ଆନନ୍ଦପୁର, ୧୪/୦୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): ବେଆଇନ ଭାବେ ବିଦେଶୀ ମଦ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ସମୟରେ କେନ୍ଦୁଝର ଜିଲାର  ଆନନ୍ଦପୁର ଉପଖଣ୍ଡ ପୋଲିସ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri