ସମ୍ଭାବ୍ୟ ବନ୍ୟା ନେଇ ଏସ୍‌ଏମ୍‌ସିର ପ୍ରସ୍ତୁତି

ସମ୍ବଲପୁର,୧୭।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ୪୦ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଅନ୍ୟପଟେ ମଙ୍ଗଳବାର ସମ୍ବଲପୁର ମହାନଗର ନିଗମର କେତେକ ଅଞ୍ଚଳରେ ବର୍ଷା ହୋଇଛି। ଏସ୍‌ଏମ୍‌ସି ପକ୍ଷରୁ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଏମ୍‌ସି କମିଶନର ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସାମାଜିକ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ। ସହରରେ ବନ୍ୟା ପରିସ୍ଥିତି ଉପୁଜିଲେ କିଭଳି ମୁକାବିଲା କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ କମିଶନର ସାହୁ କହିଛନ୍ତି, ଜଳଭଣ୍ଡାରରେ ୪୦ ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ଏବେ ସହରରେ ବର୍ଷା ପରିମାଣ କମିଛି। ତେଣୁ ଭୟଭୀତ ହେବାର ନାହିଁ। ହେଲେ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି। ୭ ଗୋଟି ବନ୍ୟା ଆଶ୍ରୟସ୍ଥଳ ଏବେ ମଧ୍ୟ ଖୋଲାରହିଛି। ଗତ ୩ ଦିନ ଭିତରେ ବର୍ଷାଜଳ ଜମିରହିଥିଲା। ପାଣି ପମ୍ପ ଲଗାଇ ତଳି ଅଞ୍ଚଳରୁ ପାଣି ନିଷ୍କାସନ କରାଯାଇଛି। ସହର ଭିତରେ ନଦୀ ଓ ନାଳରେ ଜ ଳ ପ୍ରବାହ କମିଯାଇଛି। ସହର ଭିତରେ ବର୍ଷା ନ ହେଲେ ଜଳ ଭଣ୍ଡାରରୁ ୫୦ ଗେଟ୍‌ ଦେଇ ଜଳ ନିଷ୍କାସନ କରାଗଲେ ମଧ୍ୟ ମୁକାବିଲା କରାଯାଇ ପାରିବ। ୧୫ ଗୋଟି ଆଶ୍ରୟସ୍ଥଳ ଖୋଲିବାକୁ ସ୍ଥିର କରାଯାଇଛି। ଆଶ୍ରୟ ସ୍ଥଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ଅନ୍ୟପଟେ ଜିଲାପାଳ ଅନନ୍ୟା ଦାସ ମଧ୍ୟ ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଦୁଇଦିନ ହେଲା ଲଗାତର ଭାବେ ବନ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ କରିଛନ୍ତି। ବିପନ୍ନମାନଙ୍କ ସହ ଆଲୋଚନା କରିଥିବା କମିଶନର କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପଣ୍ଡା ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାଧିକାରୀ ୧୦ ହଜାର ଲାଞ୍ଚ ନେବା ମାମଲା: ଅଭିଯୁକ୍ତଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର,୨୩।୧୦(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଥାନାଧିକାରୀ ୧୦ ହଜାର ଲାଞ୍ଚ ନେଉଥିବା ମାମଲାରେ ବୁଧବାର ରାୟ ପ୍ରକାଶ ପାଇଛି । ଏଥିରେ...

ପୋଖରୀରୁ ମିଳିଲା ୩ ନବଜାତକଙ୍କ ମୃତଦେହ

ଢେଙ୍କାନାଳ ଅଫିସ,୧୬ା୯: ଢେଙ୍କାନାଳ ଜିଲା ଓ ଡାପଢ଼ା ବ୍ଲକ ସଦର ଥାନା ଇନ୍ଦିପୁର କଟା ପୋଖରୀରେ ୩ ନବଜାତ ଶିଶୁଙ୍କ ମୃତଦେହ ଠାବ କରାଯାଇଛି। ୩...

ହକି ବିଶ୍ୱକପ୍‌ ପ୍ରଚାର: ଚିତ୍ର ଆଙ୍କି ଚର୍ଚ୍ଚାରେ ଗଞ୍ଜାମ ତହସିଲଦାର

ଗଞ୍ଜାମ,୩।୧(ଡି.ଏନ୍‌.ଏ.): ଆଉ କିଛି ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ। ରାଜ୍ୟ ସରକାର ଏହାର ଆୟୋଜନ କରୁଥିବାରୁ ଚାରିଆଡେ ଏହାକୁ ନେଇ କ୍ରେଜ୍‌ ଦେଖିବାକୁ...

ବରଗଡ଼ରେ ପୁଣି ୫୬ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭ଶହ

ବରଗଡ଼ ଅଫିସ୍‌,୧୧।୮: ବରଗଡ଼ ଜିଲାରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର ଜିଲାରେ ପୁଣି ୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...

ଧାମରାରେ ଧରା ହେଲା ହ୍ବେଲସାର୍କ

ଚାନ୍ଦବାଲି, ୨୫।୯ (ଡି.ଏନ.ଏ.): ଭଦ୍ରକ ଜିଲା ଧାମରା ମତ୍ସ୍ୟ ପୋତାଶ୍ରୟ ଅଧୀନରେ ଥିବା ଚନ୍ଦନିପାଳ ମାଛଧରା ବେସ୍‌ରୁ ବୁଧବାର ଏକ ବିରଳ ମାଛ ଧରା ହୋଇଛି।...

ସଂଘବଦ୍ଧ ଆକ୍ରମଣରେ ୬ ଗୁରୁତର

ଭୋଗରାଇ,୪।୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ମନ୍ଦାରସାହିପାଟଣା ୭ନଂ. ୱାର୍ଡ଼ରେ ରବିବାର ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨...

ଚେତୁନାହିଁ ବିଦ୍ୟୁତ ବିଭାଗ: ଅଭିନବ ଉପାୟରେ ବିଦ୍ୟୁତ ଯୋଗାଣ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଭାଲୁପାଳି ସାହିରେ ବିଦ୍ୟୁତ ଖୁଣ୍ଟ ଅଭାବରୁ ଏକ କଞ୍ଚା ବାଉଁଶରେ ବତା ସାହାଯ୍ୟରେ ତାରକୁ ଟେକି...

ଭାସିଯାଉଥିବା ବେଳେ ଦେବଦୂତ ସାଜି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ୨ ବାଳକ : ପୋଲିସ ପକ୍ଷରୁ ପୁରସ୍କାର

ଜୟପୁର,୭।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହର ଗାନ୍ଧୀଛକ ନିକଟସ୍ଥ କୋଲାବ ଇରିଗେଶନ ବିଭାଗ କେନାଲ ପ୍ରଖର ସ୍ରୋତରେ ଭାସିଯାଉଥିବା ବାଲାଜୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ...

Advertisement
Archives

Model This Week