ଜମୁନି ପ୍ରଥମାଷ୍ଟମୀ ପୋଷାକ ବେପାର

ଅନୁଗୋଳ ଅଫିସ, ୭।୧୨:  ଦିନଟିଏ ପରେ ପ୍ରଥମାଷ୍ଟମୀ। ପୋଢ଼ୁଆଁ ହେବେ ଘରର ଜ୍ୟେଷ୍ଠ ସନ୍ତାନ। ମାମୁଘରୁ ଆସିଥିବା ନୂଆ ପୋଷାକ ପିନ୍ଧି ଏଣ୍ଡୁରିପିଠା ଖାଇବେ ପିଲାଏ। ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ହେଲାଣି। ନାନା ପ୍ରକାର ସାମଗ୍ରୀ କିଣା ସରିଲାଣି। ପିଠା ପାଇଁ ଚାଉଳ, ବିରି ସହ ହଳଦୀପତ୍ର ନେବାକୁ ଅନୁଗୋଳ ବଜାରରେ ଭିଡ଼ ଜମିଲାଣି। କିନ୍ତୁ ନୂଆ ଡ୍ରେସ୍‌ କିଣିକୁ ନେଇ ଗ୍ରାହକଙ୍କ ମଧ୍ୟରେ ପୂର୍ବପରି ଉତ୍ସାହ ଦେଖାଯାଉ ନାହିଁ। କାରଣ କରୋନା ବହୁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲାଇ ଦେଇଥିବାରୁ ଶହ ଶହ ଟଙ୍କା ଦେଇ ନୂଆ ପୋଷାକ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ। ଖୁବ୍‌ କମ୍‌ ସଂଖ୍ୟକ ଲୋକ ଡ୍ରେସ୍‌ ଦୋକାନକୁ ଆସୁଥିବା ବେଳେ କିଣିବା ଅପେକ୍ଷା ସେମାନେ ଅଧିକ ମୂଲାମୂଲି କରୁଛନ୍ତି। ଅଳ୍ପ ମୂଲ୍ୟର ପୋଷାକ ନେବାକୁ ଚାହୁଁଛନ୍ତି। ଗ୍ରାହକଙ୍କ ଏପରି ବ୍ୟବହାରକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଡ୍ରେସ୍‌ ଦୋକାନୀମାନେ। ବିଶେଷକରି ପ୍ରଥମାଷ୍ଟମୀକୁ ନଜରରେ ରଖି ରାଜ୍ୟ ବାହାରୁ ନୂଆ ଡିଜାଇନର ଡ୍ରେସ୍‌ ଆଣିଥିବା ଶୋ’ରୁମ୍‌ ମାଲିକମାନେ ଏବେ ହାତବାନ୍ଧି ବସୁଥିବା ଦେଖାଯାଉଛି। ବଜାରରେ ଲୋକେ ହାଉଜାଉ ହେଉଥିଲେ ମଧ୍ୟ ଶୋ’ରୁମ୍‌ ଆଡ଼େ ମାତ୍ର କେତେଜଣଙ୍କ ପାଦ ପଡ଼ୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୂଲ୍ୟ ଶୁଣି ଅନ୍ୟ ଦୋକାନକୁ ଚାଲି ଯାଉଛନ୍ତି। ବହୁ ଗ୍ରାହକ ତ ରାସ୍ତା କଡ଼ରୁ ଶସ୍ତାରେ ପୋଷାକ କିଣି କାମ ଚଳାଇ ଦେବାକୁ ଚାହୁଁଛନ୍ତି। ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ପୂଜା ପରେ ସବୁଠାରୁ ଅଧିକ ବ୍ୟବସାୟ ପ୍ରଥମାଷ୍ଟାମୀରେ ହୋଇଥାଏ। ମାମୁଘର ପକ୍ଷରୁ ବଡ଼ ଝିଅ ପୁଅଙ୍କ ପାଇଁ ଡ୍ରେସ୍‌ କିଣାଯାଉଥିବା ବେଳେ ପରିବାରର ସାନ ପିଲାଙ୍କ ପାଇଁ ମା’ବାପାମାନେ ପୋଷାକ କିଣିଥାନ୍ତି। ତେଣୁ ଯେଉଁଠି ଗୋଟିଏ ଡ୍ରେସ୍‌ ବିକ୍ରି ହେବା କଥା ସେଠାରେ ଦୁଇ/ତିନୋଟି ବିକିଥାଉ। କିନ୍ତୁ ଚଳିତବର୍ଷ କରୋନା ପାଇଁ ବର୍ଷତମାମ ବେପାର ନ ଥିବାବେଳେ ପର୍ବପର୍ବାଣିରେ ଏପରି ମାନ୍ଦାବସ୍ଥା ବେଶ୍‌ ବାଧୁଛି ବୋଲି ଅନୁଗୋଳ ସହରର ଡ୍ରେସ୍‌ ଦୋକାନୀମାନେ କହିଛନ୍ତି।

କିଣା ଦରରେ କପଡ଼ା ବିକୁଛୁ
କରୋନା କାରଣରୁ କିଛି ମାସ ହେଲା ବ୍ୟବସାୟ ନାହିଁ। ପ୍ରଥମାଷ୍ଟାମୀରେ ବର୍ଷର ଶେଷ ବେପାର ହେବ ବୋଲି ଆଶା ଥିଲା। କିନ୍ତୁ ଲୋକଙ୍କ ହାତରେ ପୂର୍ବବର୍ଷ ଭଳି ଅର୍ଥ ନ ଥିବାରୁ ସେମାନେ କିଣାକିଣି ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। କିପରି କମ୍‌ ମୂଲ୍ୟରେ ପୋଷାକ ପାଇବେ ସେଥିପାଇଁ ମୂଲଚାଲ ଅଧିକ କରୁଛନ୍ତି। ତେଣୁ ହାତରୁ ଗ୍ରାହକ ଖସିଯିବା ଭୟରେ କିଣା ଦରରେ ପୋଷାକ ବିକିବାକୁ ବାଧ୍ୟ ହେଉଛୁ। ଦିନକୁ ଅଳ୍ପ କିଛି ପୋଷାକ ବିକ୍ରି ହେଉଥିଲେ ମଧ୍ୟ ଯେପରି ଲାଭ ମିଳିବା କଥା ତାହା ପାଉନାହୁଁ।
-ସତ୍ୟ ବେହେରା
ପୋଷାକ ବ୍ୟବସାୟୀ, ଅନୁଗୋଳ

ମୂଲଚାଲ କରି ମୁହଁ ଫେରାଉଛନ୍ତି
କରୋନା ପ୍ରଭାବ ପୂର୍ବପରି ନ ଥିବାରୁ ଏବେ ବଜାରରେ ଗହଳି ହେଉଛି। ଗ୍ରାମାଞ୍ଚଳ ଲୋକ ମଧ୍ୟ ବଜାର ଆସୁଥିବା ଦେଖାଯାଉଛି। ଗତ ପୂଜା ବଜାରରେ ସେତେଟା ଉତ୍ସାହ ନ ଥିଲା। ଲୋକେ କିଣାକିଣି କରିବାର ସୁଯୋଗ ପାଇ ନ ଥିଲେ। ତେଣୁ ପ୍ରଥମାଷ୍ଟମୀରେ ପିଲାଙ୍କ ପାଇଁ ପୋଷାକ କିଣିବାକୁ ସେମାନେ ଚାହିଁବେ ବୋଲି ଭାବିଥିଲୁ। ସେଥିପାଇଁ ରାଜ୍ୟ ବାହାରୁ ନୂଆ ନୂଆ ଡିଜାଇନ୍‌ର ଡ୍ରେସ୍‌ ଆଣିଥିଲୁ। କିନ୍ତୁ ପ୍ରଥମାଷ୍ଟାମୀ ଆଉ ଦିନଟିଏ ଥିବାବେଳେ ପୋଷାକ ବିକ୍ରି ସେପରି ନାହିଁ। ମୂଲଚାଲ କରି ଗ୍ରାହକ ଫେରିଯାଉଛନ୍ତି।
-ସୁଶୀଲ ଦେହୁରୀ, ପୋଷାକ ବ୍ୟବସାୟୀ, ଅନୁଗୋଳ

ସରସ୍ବତୀ ପୂଜାକୁ ଅପେକ୍ଷା
ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଡିଜାଇନ୍‌ର ଡ୍ରେସ୍‌ ଦୋକାନରେ ରଖାଯାଇଛି। କରୋନା ଭୟ ବହୁମାତ୍ରାରେ ଦୂର ହୋଇଥିବାରୁ ବ୍ୟବସାୟ ଜୋର୍‌ ଧରିବାର ଆଶା ରହିଥିଲା। କିନ୍ତୁ ଅଧିକାଂଶ ଗ୍ରାହକଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବା ଦେଖାଯାଉଛି। କାରଣ ଗତବର୍ଷ ଯେଉଁମାନେ ପ୍ରଥମାଷ୍ଟମୀ ପାଇଁ ଦୁଇରୁ ତିନି ହଳ ପୋଷାକ ନେଉଥିଲେ ଚଳିତବର୍ଷ ସେମାନେ ହଳକରେ ସନ୍ତୁଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ବେପାର ପାଇଁ ଆସନ୍ତାବର୍ଷର ସରସ୍ବତୀ ପୂଜା ଯାଏ ଅପେକ୍ଷା କରିବାକୁ ପଡ଼ିବ।
-ପୱନ ମାଣ୍ଡୋଠିଆ, ବ୍ୟବସାୟୀ, ଅନୁଗୋଳ

ବର୍ଷକର ବେପାର ଚାଲିଗଲା
ମହାମାରୀ ଆସିବା ଦିନଠାରୁ ଏଯାଏ ହାତଖୋଲା ବେପାର କରିନାହୁଁ। କିଛିମାସ ଦୋକାନ ବନ୍ଦ ରହିଥିଲା। ପୂଜା ପୂର୍ବରୁ ଯଦି ସଂକ୍ରମଣ ଏପରି ହ୍ରାସ ପାଇଥାନ୍ତା ତା’ହେଲେ ବ୍ୟବସାୟ ମାନ୍ଦା ପଡ଼ି ନ ଥାନ୍ତା। ବର୍ଷକର ସବୁଠାରୁ ଅଧିକ ଆୟ ପୂଜା ପାର୍ବଣ ବେଳେ କରିଥାଉ। କିନ୍ତୁ ଚଳିତବର୍ଷ ତାହା ହୋଇ ନ ଥିବାବେଳେ ପ୍ରଥମାଷ୍ଟାମୀ ମଧ୍ୟ ନିରାଶ କଲାଣି। ଲୋକେ ସ୍ବାସ୍ଥ୍ୟକୁ ନେଇ ସଚେତନ ଥିବାରୁ ସେଥିରେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ତେଣୁ ଡ୍ରେସ୍‌ ଓ ଅନ୍ୟ ସାମଗ୍ରୀ କିଣାକିଣି କାଟଛାଣ୍ଟ କରିଥିବାରୁ ପୋଷକ ବିକ୍ରି ପୂର୍ବପରି ହେଉନାହିଁ।
-ଦୀପକ ଅଗ୍ରୱାଲ, ପୋଷାକ ବ୍ୟବସାୟୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri