କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀଙ୍କ ଅସୁସ୍ଥତା ପରେ ମୃତ୍ୟୁ: ଟାଟା ପାୱାର ଅଫିସ୍ ଆଗରେ ମୃତଦେହ ରଖି ରାସ୍ତାରୋକ, କ୍ଷତିପୂରଣ ଦାବି

ମାର୍ଶାଘାଇ, ୨୭।୧୦ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଟାଟା ପାୱାର କମ୍ପାନୀର ଫ୍ରାଞ୍ଚାଇଜି ସଂସ୍ଥା ଅଧୀନରେ ହେଲପର ଭାବେ କାର୍ଯ୍ୟରତ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ କାର୍ଯ୍ୟକ୍ଷେତ୍ରରେ ଅସୁସ୍ଥ ହୋଇ ମୃତ୍ୟୁ ଘଟିବା ପରେ, ଉତ୍ତ୍ୟକ୍ତ ପରିବାର ଲୋକ ଓ ଗ୍ରାମବାସୀ ମାର୍ଶାଘାଇ ଟାଟା ପାୱାର ଅଫିସ୍ ସମ୍ମୁଖ ମୁଖ୍ୟ ରାସ୍ତାରେ ମୃତଦେହ ରଖି ଧାରଣା ଦେଇଛନ୍ତି। ମୃତ କର୍ମଚାରୀ ଜଣକ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ ଗିରଙ୍ଗ ଗ୍ରାମର ଶୁଭ୍ରକାନ୍ତ ବିଶ୍ୱାଳ (୪୫)।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୨ଟା ସମୟରେ ଶୁଭ୍ରକାନ୍ତ ସ୍ଥାନୀୟ ଦରବଛା ଗ୍ରାମ ନିକଟସ୍ଥ ଫାୟାର ଷ୍ଟେସନ ନିକଟରେ ବିଦ୍ୟୁତ୍ କାମ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ପ୍ରଥମେ ମାର୍ଶାଘାଇ ଏବଂ ପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ମୃତକଙ୍କ ସାନ ଭାଇ ନରେଶ ବିଶ୍ୱାଳ ମାର୍ଶାଘାଇ ଥାନାରେ ଆନୁଷ୍ଠାନିକ ଅଭିଯୋଗ କରିଛନ୍ତି।

ସନ୍ଧ୍ୟାରେ ମୃତଦେହ ବ୍ୟବଚ୍ଛେଦ (Post-Mortem) ଶେଷ ହୋଇ ମୃତଦେହ ଗାଁକୁ ଆସିବା ପରେ, ମୃତକଙ୍କ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ମାର୍ଶାଘାଇ ଟାଟା ପାୱାର ଅଫିସ୍ ଆଗ ମୁଖ୍ୟ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ମାର୍ଶାଘାଇ ଥାନା ଏସ୍‌ଆଇ (SI) ଧରିତ୍ରୀ ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ବୁଝାଶୁଝା କରିବା ଏବଂ ଆବଶ୍ୟକ ପଦକ୍ଷେପର ଆଶ୍ୱାସନା ଦେବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୁ ହଟିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖଣି ଉତ୍ତୋଳନ ପ୍ରତିବାଦ ଦିବସ: ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): ସାରା ରାଜ୍ୟରେ ‘ଖଣି ଉତ୍ତୋଳନ ପ୍ରତିବାଦ ଦିବସ’ ପାଳନ ହେଉଥିବା ଅବସରରେ, କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ର ସେରୁବନ୍ଧ ସୁରକ୍ଷା ସମିତି…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

ଗୁଡ଼ାରି, ୨୭।୧୦ (ପ୍ରମୋଦ କୁମାର ପତି): ଆଜିର ଆଧୁନିକ ଯୁଗରେ ବି ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ରାୟଗଡ଼ା…

୩୦ ପରେ ଖୋଲିବ କଳିଙ୍ଗା ଘାଟି ରାସ୍ତା: ବାତ୍ୟା ଭୟ ମଧ୍ୟରେ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ପରଶିଲେ ଉପଜିଲାପାଳ

ଭଞ୍ଜନଗର, ୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା…

ମିଶନ ଶକ୍ତି ଓ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ମଧ୍ୟରେ MOU: କଳାହାଣ୍ଡିର ଏସଏଚଜି ମହିଳା ପାଇବେ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ

ଭବାନୀପାଟଣା, ୨୭/୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ ଓ ସାକ୍ଷର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

ବାତ୍ୟା ‘ଅର୍ଣ୍ଣବ’ ସତର୍କତା: ଗୁଡ଼ାରି ‘ମା’ ଗୃହ’ରେ ୧୯ ଗର୍ଭବତୀ, ପ୍ରଶାସନର ‘ଜିରୋ କାଜୁଆଲଟି’…

ଗୁଡ଼ାରି, ୨୭।୧୦(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦ: ମେଣ୍ଢିପାଲି ସ୍କୁଲରେ ତାଲା, ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ଗ୍ରାମବାସୀ

ଦେବଗଡ଼, ୨୭।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଥିବା ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ। ତାଙ୍କ ସ୍ଥାନରେ ଅନ୍ୟ କୌଣସି ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ନଦେବା…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?