Posted inଜାତୀୟ

ଚୁକ୍ତି ରଦ୍ଦ କରିପାରେ ପ୍ରସାର ଭାରତୀ

ନୂଆଦିଲ୍ଲୀ,୨୮ା୬: ଚାଇନା ରାଷ୍ଟ୍ରଦୂତ ସହିତ ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ପିଟିଆଇ)ର ବିବାଦୀୟ ସାକ୍ଷାତ୍‌କାର ପରିପ୍ରେକ୍ଷୀରେ ଉକ୍ତ ନ୍ୟୁଜ୍‌ ଏଜେନ୍ସି ସହ ଚୁକ୍ତିନାମାର ସମୀକ୍ଷା କରୁଛି ପ୍ରସାର ଭାରତୀ। ଭାରତର ଅନ୍ୟତମ ସର୍ବପୁରାତନ ତଥା ସର୍ବବୃହତ୍‌ ଖବର ସଂଗ୍ରହ ସଂସ୍ଥା ପିଟିଆଇ କିଛିଦିନ ପୂର୍ବରୁ ଚାଇନା ରାଷ୍ଟ୍ରଦୂତଙ୍କ ସାକ୍ଷାତ୍‌କାର ପ୍ରକାଶ କରି ସମାଲୋଚିତ ହୋଇଛି। ଉକ୍ତ ସାକ୍ଷାତ୍‌କାରରେ ସନ୍‌ ଲଦାଖ ସୀମା ସଙ୍କଟ ଏବଂ ଗଲ୍‌ଓ୍ବାନ ଉପତ୍ୟକାରେ ହୋଇଥିବା ଆକ୍ରମଣ ପାଇଁ ସିଧାସଳଖ ଭାରତକୁ ଦୋଷ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରସାର ଭାରତୀ ନ୍ୟୁଜ୍‌ ସର୍ଭିସେସ୍‌ (ପିବିଏନ୍‌ଏସ୍‌) ଶନିବାର ପିଟିଆଇକୁ ପତ୍ର ଲେଖି ଉକ୍ତ ରିପୋର୍ଟ ପରିପ୍ରେକ୍ଷୀରେ ସଂସ୍ଥା ସହ ସମ୍ପର୍କ ରଖିବ କି ନାହିଁ ସମୀକ୍ଷା କରୁଥିବା ଜଣାଇଦେଇଛି। ଏଭଳି ସାକ୍ଷାତକାର ଭାରତର ଜାତୀୟ ସ୍ବାର୍ଥ ବିରୋଧୀ ଏବଂ ଦେଶର ଆଞ୍ଚଳିକ ସଂହତି ପ୍ରତି କ୍ଷତି ପହଞ୍ଚାଇପାରେ ବୋଲି ପିବିଏନ୍‌ଏସ୍‌ ଅଭିଯୋଗ କରିଛି।
ବାର୍ଷିକ ଗ୍ରାହକ ଶୁଳ୍କ ବାବଦରେ ପ୍ରସାର ଭାରତୀ ପିଟିଆଇକୁ ୬.୭୫ କୋଟି ଟଙ୍କା ପଇଠ କରିଥାଏ। ଏହି ଚୁକ୍ତି ବାତିଲ କରିବା ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବା ଏକ ସୂତ୍ରରୁ ଜଣାପଡିଛି। ଏ ସମ୍ପର୍କରେ ପିଟିଆଇର ମତାମତ ମିଳିପାରି ନାହିଁ। ଚାଇନା ରାଷ୍ଟ୍ରଦୂତଙ୍କ ସାକ୍ଷାତ୍‌କାରକୁ ନେଇ କରାଯାଉଥିବା ସମାଲୋଚନା ଏକପାଖିଆ ଓ ଏହା ଠିକ୍‌ ନୁହେଁ ବୋଲି ପୂର୍ବରୁ ପିଟିଆଇ କହିଥିଲା।
ରାଷ୍ଟ୍ରାୟତ୍ତ ସଂସ୍ଥା ଅଲ୍‌ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ମୂଳ ସଂସ୍ଥା ପ୍ରସାର ଭାରତୀ ଉକ୍ତ ପତ୍ରରେ ଉଲ୍ଲେଖ କରିଛି, ପିଟିଆଇର କାର୍ଯ୍ୟ ଏକ ଜନସେବା ପ୍ରସାରଣକାରୀ ସଂସ୍ଥା ଭାବେ ଥିବା ଏହାର ମୂଲ୍ୟବୋଧର ବିଶେଷକରି ପ୍ରସାର ଭାରତୀୟ ଆଇନ, ୧୯୯୦ର ଧାରା ୧୨ରେ
ଥିବା ନିୟମର ବିରୁଦ୍ଧାଚରଣ କରୁଛି। ତେଣୁ
ପିଟିଆଇ ସେବା ବଳବତ୍ତର ରଖିବା ପ୍ରସାର ଭାରତୀ ପକ୍ଷେ ଉଚିତ ହୋଇ ନ ପାରେ ବୋଲି ଏଥିରେ କୁହାଯାଇଛି।
ପ୍ରସାର ଭାରତୀ ଆଇନର ଧାରା ୧୨ ୨(କ) ଅନୁଯାୟୀ ଜନସେବା ପ୍ରସାରଣକାରୀ ସଂସ୍ଥା କାର୍ଯ୍ୟ କଲାବେଳେ ଦେଶର ଏକତା ଓ ସଂହତି ବଜାୟ ରଖିବା ଲକ୍ଷ୍ୟ ଦ୍ୱାରା ପରିଚାଳିତ ହେବାକୁ ବାଧ୍ୟ। ପୂର୍ବରୁ ପିଟିଆଇର ଏଭଳି ଭୁଲ୍‌କୁ ‘ସମ୍ପାଦକୀୟ ତ୍ରୁଟି’ କହି ପ୍ରସାର ଭାରତୀ ଏହାର ପ୍ରତିବାଦ କରିଥିଲା। ଏଭଳି ଭୁଲ୍‌ ଖବରର ପ୍ରଚାର ଜନସ୍ବାର୍ଥ ବିରୋଧୀ ବୋଲି ପ୍ରସାରଣ ସଂସ୍ଥା ପକ୍ଷରୁ ସତର୍କ କରାଇଦିଆଯାଇଥିଲା।
୨୦୧୬-୧୭ରୁ ବାର୍ଷିକ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦେୟକୁ ସଂଶୋଧନ କରିବା ଲାଗି ପ୍ରସାର ଭାରତୀ ଉଦ୍ୟମ କରିଆସୁଥିଲେ ହେଁ ପିଟିଆଇ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା। ୨୦୧୭-୧୮ରେ ପ୍ରସାର ଭାରତୀ ଏକପାଖିଆ ଭାବେ ଦେୟ ୨୫ ପ୍ରତିଶତ କମାଇଦେଇଥିଲା ବୋଲି ଏହାର ଜଣେ ଅଧିକାରୀ କହିଛନ୍ତି। ୧୯୪୭ରେ ପଞ୍ଜୀକୃତ ହୋଇଥିବା ପିଟିଆଇ ୧୯୪୯ରୁ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରସାର ଭାରତୀ ପିଟିଆଇକୁ ସର୍ବାଧିକ ଦେୟ
ପ୍ରଦାନ କରୁଛି। ଏହା ସତ୍ତ୍ୱେ ଖବରଦାତା ଓ
ସ୍ବାଧୀନ ନିର୍ଦ୍ଦେଶକମାନଙ୍କୁ ନେଇ ଗଠିତ ପିଟିଆଇ ବୋର୍ଡରେ ପ୍ରସାର ଭାରତୀ ପାଇଁ ସ୍ଥାନ ନାହିଁ। ପିଟିଆଇ ଓ୍ବେବ୍‌ସାଇଟ ଅନୁଯାୟୀ ଏହାର ଦେଶ ବିଦେଶରେ ୪୦୦ରୁ ଅଧିକ ଖବରଦାତା ଏବଂ ୫୦୦ ଷ୍ଟ୍ରିଞ୍ଜର୍‌ ଦୈନିକ ୨୦୦୦ରୁ ଅଧିକ ନ୍ୟୁଜ୍‌ ଓ ୨୦୦ ଫଟୋ ପଠାଇଥାନ୍ତି। ସଂସ୍ଥା ବିଶ୍ୱ ସ୍ତରରେ ଏହାର ଉପସ୍ଥିତି ଜାରି କରିବା ଲାଗି ଅନେକ ବିଦେଶୀ ନ୍ୟୁଜ୍‌ ଏଜେନ୍ସି ସହ ଖବର ଆଦାନପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri