Posted inଖେଳ

ସଚିନଙ୍କ ଉଇକେଟ୍‌ ନେଇ କ’ଣ ସ୍ପେଶାଲ ଗିଫ୍ଟ ପାଇଥିଲେ ପ୍ରଜ୍ଞାନ

ହାଇଦ୍ରାବାଦ, ୨୮।୬- ଭାରତୀୟ ଦଳର ପ୍ରାକ୍ତନ ସ୍ପିନର ତଥା ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝା ୨୦୦୯ରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଆଉଟ୍‌ କରିଥିଲେ। ଏହାପରେ ଫ୍ରାଞ୍ଚାଇଜ ମାଲିକଙ୍କଠାରୁ ତାଙ୍କୁ ଏକ ସ୍ପେଶାଲ ଗିଫ୍ଟ ମିଳିଥିଲା। ଦୀର୍ଘ ୧୧ ବର୍ଷ ପରେ ଓଝା ଏକ ସାକ୍ଷାତ୍‌କାର ଅବସରରେ ଏହି ଘଟଣାର ଫର୍ଦ୍ଦାଫାଶ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୦୯ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିଲା। ପ୍ରଜ୍ଞାନ ସେତେବେଳେ ଡେକାନ ଚାଜର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥାନ୍ତି। ପ୍ରଜ୍ଞାନ କହିଛନ୍ତି, ‘ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବ ଦିନ ଡେକାନ ଚାର୍ଜସ ଟିମ୍‌ ମାଲିକ ମୋ ନିକଟକୁ ଆସିଥିଲେ। ମୋତେ କହିଲେ ଯଦି ତୁମେ ସଚିନ ତେନ୍ଦୁଲକରଙ୍କ ଉଇକେଟ୍‌ ହାସଲ କରିବ ତାହାଲେ ନିଶ୍ଚିତ ତୁମକୁ ଏକ ସ୍ପେଶାଲ ଗିଫ୍ଟ ପ୍ରଦାନ କରିବି। ଏହାପରେ ମୁଁ କହିଥିଲି ସାର୍‌ ଯଦି ସଚିନଙ୍କ ଉଇକେଟ୍‌ ମୁଁ ନେଇଯାଏ ତାହାଲେ ମୋତେ ଏକ ଘଣ୍ଟା ଦେବେ। ଏହା ପରଦିନ ମ୍ୟାଚ୍‌ରେ ମଧ୍ୟ ସେଇଆ ହିଁ ଘଟିଲା। ସଚିନ ପାଜିଙ୍କ ସମେତ ଜେପି ଡୁମିନି ଓ ଶିଖର ଧାଓ୍ବନଙ୍କ ଉଇକେଟ ମୁଁ ହାସଲ କରିଥିଲି। ଏହାପରେ ଫ୍ରାଞ୍ଚାଇଜ ମାଲିକ ମୋତେ ଗିଫ୍ଟ ଆକାରରେ ଏକ ଘଣ୍ଟା ପ୍ରଦାନ କରିଥିଲେ’ ବୋଲି ଓଝା ସାକ୍ଷାତ୍‌କାର ଅବସରରେ କହିଛନ୍ତି। ସଚିନଙ୍କ ଉଇକେଟ୍‌ ନେଇ ପ୍ରଜ୍ଞାନ ହିଁ ଏହି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଡେକାନ ଚାଜର୍ସ ପକ୍ଷରୁ ଧାର୍ଯ୍ୟ ୧୬୯ ରନର ଟାର୍ଗେଟ୍‌କୁ ପିଛା କରି ମୁମ୍ବାଇ କୌଣସି ଉଇକେଟ୍‌ ନ ହରାଇ ୮୧ ରନ କରିଥିଲା। ଏହାପରେ ସଚିନଙ୍କୁ ଆଉଟ୍‌ କରି ଓଝା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହି ମ୍ୟାଚ୍‌ରେ ମୁମ୍ବାଇ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା। ଉଲ୍ଲେଖ୍ୟଯୋଗ୍ୟ, ଚଳିତ ବର୍ଷ ଫେବ୍ରୁୟାରୀରେ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ଅବସର ନେଇଥିବା ଓଝା ଜାତୀୟ ଦଳ ପକ୍ଷରୁ ୨୪ ଟେଷ୍ଟ, ୧୮ ଦିନିକିଆ ଓ ୬ ଟି୨୦ ମ୍ୟାଚ୍‌ ଖେଳି ମୋଟ୍‌ ଉପରେ ୧୪୪ ଉଇକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri