Posted inଖେଳ

ସଚିନଙ୍କ ଉଇକେଟ୍‌ ନେଇ କ’ଣ ସ୍ପେଶାଲ ଗିଫ୍ଟ ପାଇଥିଲେ ପ୍ରଜ୍ଞାନ

ହାଇଦ୍ରାବାଦ, ୨୮।୬- ଭାରତୀୟ ଦଳର ପ୍ରାକ୍ତନ ସ୍ପିନର ତଥା ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝା ୨୦୦୯ରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଆଉଟ୍‌ କରିଥିଲେ। ଏହାପରେ ଫ୍ରାଞ୍ଚାଇଜ ମାଲିକଙ୍କଠାରୁ ତାଙ୍କୁ ଏକ ସ୍ପେଶାଲ ଗିଫ୍ଟ ମିଳିଥିଲା। ଦୀର୍ଘ ୧୧ ବର୍ଷ ପରେ ଓଝା ଏକ ସାକ୍ଷାତ୍‌କାର ଅବସରରେ ଏହି ଘଟଣାର ଫର୍ଦ୍ଦାଫାଶ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୦୯ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିଲା। ପ୍ରଜ୍ଞାନ ସେତେବେଳେ ଡେକାନ ଚାଜର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥାନ୍ତି। ପ୍ରଜ୍ଞାନ କହିଛନ୍ତି, ‘ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବ ଦିନ ଡେକାନ ଚାର୍ଜସ ଟିମ୍‌ ମାଲିକ ମୋ ନିକଟକୁ ଆସିଥିଲେ। ମୋତେ କହିଲେ ଯଦି ତୁମେ ସଚିନ ତେନ୍ଦୁଲକରଙ୍କ ଉଇକେଟ୍‌ ହାସଲ କରିବ ତାହାଲେ ନିଶ୍ଚିତ ତୁମକୁ ଏକ ସ୍ପେଶାଲ ଗିଫ୍ଟ ପ୍ରଦାନ କରିବି। ଏହାପରେ ମୁଁ କହିଥିଲି ସାର୍‌ ଯଦି ସଚିନଙ୍କ ଉଇକେଟ୍‌ ମୁଁ ନେଇଯାଏ ତାହାଲେ ମୋତେ ଏକ ଘଣ୍ଟା ଦେବେ। ଏହା ପରଦିନ ମ୍ୟାଚ୍‌ରେ ମଧ୍ୟ ସେଇଆ ହିଁ ଘଟିଲା। ସଚିନ ପାଜିଙ୍କ ସମେତ ଜେପି ଡୁମିନି ଓ ଶିଖର ଧାଓ୍ବନଙ୍କ ଉଇକେଟ ମୁଁ ହାସଲ କରିଥିଲି। ଏହାପରେ ଫ୍ରାଞ୍ଚାଇଜ ମାଲିକ ମୋତେ ଗିଫ୍ଟ ଆକାରରେ ଏକ ଘଣ୍ଟା ପ୍ରଦାନ କରିଥିଲେ’ ବୋଲି ଓଝା ସାକ୍ଷାତ୍‌କାର ଅବସରରେ କହିଛନ୍ତି। ସଚିନଙ୍କ ଉଇକେଟ୍‌ ନେଇ ପ୍ରଜ୍ଞାନ ହିଁ ଏହି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଡେକାନ ଚାଜର୍ସ ପକ୍ଷରୁ ଧାର୍ଯ୍ୟ ୧୬୯ ରନର ଟାର୍ଗେଟ୍‌କୁ ପିଛା କରି ମୁମ୍ବାଇ କୌଣସି ଉଇକେଟ୍‌ ନ ହରାଇ ୮୧ ରନ କରିଥିଲା। ଏହାପରେ ସଚିନଙ୍କୁ ଆଉଟ୍‌ କରି ଓଝା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହି ମ୍ୟାଚ୍‌ରେ ମୁମ୍ବାଇ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା। ଉଲ୍ଲେଖ୍ୟଯୋଗ୍ୟ, ଚଳିତ ବର୍ଷ ଫେବ୍ରୁୟାରୀରେ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ଅବସର ନେଇଥିବା ଓଝା ଜାତୀୟ ଦଳ ପକ୍ଷରୁ ୨୪ ଟେଷ୍ଟ, ୧୮ ଦିନିକିଆ ଓ ୬ ଟି୨୦ ମ୍ୟାଚ୍‌ ଖେଳି ମୋଟ୍‌ ଉପରେ ୧୪୪ ଉଇକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri