ପ୍ରଦୀପ୍ତଙ୍କ ଅସୁସ୍ଥତା ବିରୋଧୀଙ୍କୁ ମୌକା

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ଆସନ୍ତା ଜୁଲାଇ ୨ରେ ବିଧାନସଭାର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ବିରୋଧୀ ଦଳ ନେତା ପଦବୀ ପାଇଁ ବିଧାୟକମାନଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରତିଯୋଗିତା। ଏହି ରେସ୍‌ରେ ଆଗରେ ରହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ମୁଖ୍ୟ ସଚେତକ ମୋହନ ମାଝି ଏବଂ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନା ସଂକ୍ରମିତ ହେବାଠାରୁ ପ୍ରାୟ ୨ ବର୍ଷ ହେବ ବିଧାନସଭାକୁ ଆସୁନାହାନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ପ୍ରତ୍ୟକ୍ଷ ଭାବେ ଗୃହ କାର୍ଯ୍ୟରେ ଯୋଗ ଦେଇପାରୁ ନାହାନ୍ତି। ତେବେ କୋଭିଡ୍‌ ପାଇଁ ବିଧାନସଭା ସଦସ୍ୟ ଯେଉଁଠି ରହିଲେ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ବୋଲି ବାଚସ୍ପତି ପୂର୍ବରୁ ଘୋଷଣା କରିସାରିଛନ୍ତି। ତାହା ଏବେ ବି ବଳବତ୍ତର ରହିଛି। ଶାସକ ଦଳଠାରୁ ଆରମ୍ଭକରି ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ରହି ବିଧାନସଭାରେ ଅଂଶଗ୍ରହଣ କରୁଛନ୍ତି। ସଂକ୍ରମିତ ହେବା ପରଠାରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଥରେ ଦୁଇ ଥର ଭର୍ଚୁଆଲ ମାଧ୍ୟମରେ ଗୃହ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ବିଗିଡି ଯାଇଥିଲା। ଫଳରେ ସେ ଗତ ଦୁଇ ତିନୋଟି ସ୍ବଳ୍ପକାଳୀନ ଅଧିବେଶନରେ ଯୋଗ ଦେଇପାରି ନାହାନ୍ତି। ଏବେ ସେ ଦିଲ୍ଲୀରେ ରହୁଛନ୍ତି ଓ ସେଠାକାର ଏକ ହସ୍ପିଟାଲ ତତ୍ତ୍ୱାବଧାନରେ ଚିିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଥିବା ତାଙ୍କ ପରିବାର ସୂତ୍ରରୁ କୁହାଯାଉଛି। ଆଉ କିଛି ଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି କୁହାଯାଉଛି। ଏପରିସ୍ଥଳେ ବିରୋଧୀ ଦଳ ନେତା ପଦବୀରୁ ପ୍ରଦୀପ୍ତଙ୍କୁ ହଟାଇବାକୁ ଆରମ୍ଭ ହୋଇଯାଇଛି ଷଡ଼ଯନ୍ତ୍ର। ଜୁନ୍‌ ୨୬ ତାରିଖରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ଭାଜପାର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇଥିଲେ। ସେଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା ବିଷୟରେ ସୂଚନା ଦେବା ସହ ଅନ୍ୟ ଜଣଙ୍କୁ ସେହି ଆସନରେ ବସାଇବାକୁ ପ୍ରସ୍ତାବ ଦେଇଥିବା କୁହାଯାଉଛି। ସୁନ୍ଦରଗଡ଼ ଭାଜପା ବିଧାୟକ କୁସୁମ ଟେଟେ ମଧ୍ୟ ବିରୋଧୀ ଦଳ ନେତା ପରିବର୍ତ୍ତନ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଦଳରେ ଅନେକ ପୁରୁଖା ନେତା ଅଛନ୍ତି। ସେମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ବିରୋଧୀ ଦଳ ନେତା କରାଯାଇପାରିବ ବୋଲି ସେ କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ବିରୋଧୀ ଦଳ ନେତା ଅସୁସ୍ଥତା କାରଣରୁ ବହୁଦିନ ହେବ ବିଧାନସଭାକୁ ଆସିପାରୁ ନାହାନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ସେ ନିକଟରେ ଯୋଗଦେବା ସମ୍ଭବ ହୋଇ ନ ପାରେ। ବିଧାନସଭା ମୌସୁମୀ ଅଧିବେଶନ ଆଉ ଦିନ କେଇଟା ରହିଲା। ବିରୋଧୀ ଦଳ ନେତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଦଳ ଯାହା କିଛି ନିଷ୍ପତ୍ତି ନେବ। ଏ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ବଦଳିବା ନେଇ କାୈଣସି ସୂଚନା ଆସି ନ ଥିବା ସେ କହିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ଉଭୟ ଜୟନାରାୟଣ ଓ ବିଷ୍ଣୁ ଏହି ପଦବୀ ପାଇଁ ଦାବିଦାର ବୋଲି ଭାଜପା ମହଲରେ ଚର୍ଚ୍ଚା ହେଉଛି। କିନ୍ତୁ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ନ କରିବାକୁ ଗୋଟିଏ ଗୋଷ୍ଠୀ ଜୋରଦାର ଲାଗିପଡ଼ିଛନ୍ତି। ଗତ ସାଧାରଣ ନିର୍ବାଚନ ପରେ ବିରୋଧୀ ଦଳ ନେତା ପଦବୀରେ ଜୟନାରାୟଣଙ୍କୁ ନ ବସାଇବାକୁ ସେହି ଗୋଷ୍ଠୀ ପ୍ରବଳ ଚାପ ପକାଇଥିଲା। ତାଙ୍କ ବଦଳରେ ପ୍ରଦୀପ୍ତଙ୍କୁ ଏହି ଆସନରେ ବସାଯାଇଥିଲା। ଏବେ ମଧ୍ୟ ସେଇ ସମାନ ସ୍ଥିତି। ଅନ୍ୟପକ୍ଷରେ ଉପନେତା ବିଷ୍ଣୁ ଅଭିଜ୍ଞ ବିଧାୟକ ହୋଇଥିଲେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟଗତ କାରଣ ଏବଂ ସରକାରଙ୍କୁ ବିରୋଧ କରିବା ଶୈଳୀକୁ ଭାଜପାର ଏକ ଗୋଷ୍ଠୀ ସହ୍ୟ କରିପାରୁ ନାହିଁ। ଫଳରେ ବିଷ୍ଣୁଙ୍କୁ ବିରୋଧୀ ଦଳ ନେତା ନ କରିବାକୁ ଉପର ମହଲରେ ଚାପ ପଡୁଛି। ଅନ୍ୟପକ୍ଷରେ ଏହି ପଦବୀକୁ ହାତେଇବାକୁ ମୋହନ ମଧ୍ୟ ଗୋଟିଚାଳନା କରୁଥିବା ଆଲୋଚନା ହେଉଛି। ଉଭୟ ନେତାଙ୍କୁ ବିରୋଧ କରୁଥିବା ଗୋଷ୍ଠୀର ସମର୍ଥନରେ ମୋହନ ବିରୋଧୀ ଦଳ ନେତା ପଦବୀ ହାସଲ କରିବା ନେଇ ଦଳୀୟ ମହଲରେ ଆଲୋଚନା ହେଉଛି। ତେବେ ଦଳର କେତେକ ବିଧାୟକଙ୍କ କହିବା କଥା ହେଲା, ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି। ଆଉ କିଛିଦିନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ଏପରିସ୍ଥଳେ ବିରୋଧୀ ଦଳ ନେତାଙ୍କୁ ବଦଳା ନ ଯାଉ। ନଚେତ ଦଳରେ ଗୋଷ୍ଠୀକନ୍ଦଳ ଆହୁରି ଭୟଙ୍କର ହେବ, ଯାହାକି ଆଗାମୀ ସାଧାରଣ ନିର୍ବାଚନରେ ଏହାର ଫଳ ଭୋଗିବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri