ପ୍ରଦୀପ୍ତଙ୍କ ଅସୁସ୍ଥତା ବିରୋଧୀଙ୍କୁ ମୌକା

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ଆସନ୍ତା ଜୁଲାଇ ୨ରେ ବିଧାନସଭାର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ବିରୋଧୀ ଦଳ ନେତା ପଦବୀ ପାଇଁ ବିଧାୟକମାନଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରତିଯୋଗିତା। ଏହି ରେସ୍‌ରେ ଆଗରେ ରହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ମୁଖ୍ୟ ସଚେତକ ମୋହନ ମାଝି ଏବଂ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନା ସଂକ୍ରମିତ ହେବାଠାରୁ ପ୍ରାୟ ୨ ବର୍ଷ ହେବ ବିଧାନସଭାକୁ ଆସୁନାହାନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ପ୍ରତ୍ୟକ୍ଷ ଭାବେ ଗୃହ କାର୍ଯ୍ୟରେ ଯୋଗ ଦେଇପାରୁ ନାହାନ୍ତି। ତେବେ କୋଭିଡ୍‌ ପାଇଁ ବିଧାନସଭା ସଦସ୍ୟ ଯେଉଁଠି ରହିଲେ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ ବୋଲି ବାଚସ୍ପତି ପୂର୍ବରୁ ଘୋଷଣା କରିସାରିଛନ୍ତି। ତାହା ଏବେ ବି ବଳବତ୍ତର ରହିଛି। ଶାସକ ଦଳଠାରୁ ଆରମ୍ଭକରି ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ରହି ବିଧାନସଭାରେ ଅଂଶଗ୍ରହଣ କରୁଛନ୍ତି। ସଂକ୍ରମିତ ହେବା ପରଠାରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଥରେ ଦୁଇ ଥର ଭର୍ଚୁଆଲ ମାଧ୍ୟମରେ ଗୃହ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ବିଗିଡି ଯାଇଥିଲା। ଫଳରେ ସେ ଗତ ଦୁଇ ତିନୋଟି ସ୍ବଳ୍ପକାଳୀନ ଅଧିବେଶନରେ ଯୋଗ ଦେଇପାରି ନାହାନ୍ତି। ଏବେ ସେ ଦିଲ୍ଲୀରେ ରହୁଛନ୍ତି ଓ ସେଠାକାର ଏକ ହସ୍ପିଟାଲ ତତ୍ତ୍ୱାବଧାନରେ ଚିିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଥିବା ତାଙ୍କ ପରିବାର ସୂତ୍ରରୁ କୁହାଯାଉଛି। ଆଉ କିଛି ଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି କୁହାଯାଉଛି। ଏପରିସ୍ଥଳେ ବିରୋଧୀ ଦଳ ନେତା ପଦବୀରୁ ପ୍ରଦୀପ୍ତଙ୍କୁ ହଟାଇବାକୁ ଆରମ୍ଭ ହୋଇଯାଇଛି ଷଡ଼ଯନ୍ତ୍ର। ଜୁନ୍‌ ୨୬ ତାରିଖରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ଭାଜପାର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇଥିଲେ। ସେଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା ବିଷୟରେ ସୂଚନା ଦେବା ସହ ଅନ୍ୟ ଜଣଙ୍କୁ ସେହି ଆସନରେ ବସାଇବାକୁ ପ୍ରସ୍ତାବ ଦେଇଥିବା କୁହାଯାଉଛି। ସୁନ୍ଦରଗଡ଼ ଭାଜପା ବିଧାୟକ କୁସୁମ ଟେଟେ ମଧ୍ୟ ବିରୋଧୀ ଦଳ ନେତା ପରିବର୍ତ୍ତନ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଦଳରେ ଅନେକ ପୁରୁଖା ନେତା ଅଛନ୍ତି। ସେମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ବିରୋଧୀ ଦଳ ନେତା କରାଯାଇପାରିବ ବୋଲି ସେ କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ବିରୋଧୀ ଦଳ ନେତା ଅସୁସ୍ଥତା କାରଣରୁ ବହୁଦିନ ହେବ ବିଧାନସଭାକୁ ଆସିପାରୁ ନାହାନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ସେ ନିକଟରେ ଯୋଗଦେବା ସମ୍ଭବ ହୋଇ ନ ପାରେ। ବିଧାନସଭା ମୌସୁମୀ ଅଧିବେଶନ ଆଉ ଦିନ କେଇଟା ରହିଲା। ବିରୋଧୀ ଦଳ ନେତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଦଳ ଯାହା କିଛି ନିଷ୍ପତ୍ତି ନେବ। ଏ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ବଦଳିବା ନେଇ କାୈଣସି ସୂଚନା ଆସି ନ ଥିବା ସେ କହିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ଉଭୟ ଜୟନାରାୟଣ ଓ ବିଷ୍ଣୁ ଏହି ପଦବୀ ପାଇଁ ଦାବିଦାର ବୋଲି ଭାଜପା ମହଲରେ ଚର୍ଚ୍ଚା ହେଉଛି। କିନ୍ତୁ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ନ କରିବାକୁ ଗୋଟିଏ ଗୋଷ୍ଠୀ ଜୋରଦାର ଲାଗିପଡ଼ିଛନ୍ତି। ଗତ ସାଧାରଣ ନିର୍ବାଚନ ପରେ ବିରୋଧୀ ଦଳ ନେତା ପଦବୀରେ ଜୟନାରାୟଣଙ୍କୁ ନ ବସାଇବାକୁ ସେହି ଗୋଷ୍ଠୀ ପ୍ରବଳ ଚାପ ପକାଇଥିଲା। ତାଙ୍କ ବଦଳରେ ପ୍ରଦୀପ୍ତଙ୍କୁ ଏହି ଆସନରେ ବସାଯାଇଥିଲା। ଏବେ ମଧ୍ୟ ସେଇ ସମାନ ସ୍ଥିତି। ଅନ୍ୟପକ୍ଷରେ ଉପନେତା ବିଷ୍ଣୁ ଅଭିଜ୍ଞ ବିଧାୟକ ହୋଇଥିଲେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟଗତ କାରଣ ଏବଂ ସରକାରଙ୍କୁ ବିରୋଧ କରିବା ଶୈଳୀକୁ ଭାଜପାର ଏକ ଗୋଷ୍ଠୀ ସହ୍ୟ କରିପାରୁ ନାହିଁ। ଫଳରେ ବିଷ୍ଣୁଙ୍କୁ ବିରୋଧୀ ଦଳ ନେତା ନ କରିବାକୁ ଉପର ମହଲରେ ଚାପ ପଡୁଛି। ଅନ୍ୟପକ୍ଷରେ ଏହି ପଦବୀକୁ ହାତେଇବାକୁ ମୋହନ ମଧ୍ୟ ଗୋଟିଚାଳନା କରୁଥିବା ଆଲୋଚନା ହେଉଛି। ଉଭୟ ନେତାଙ୍କୁ ବିରୋଧ କରୁଥିବା ଗୋଷ୍ଠୀର ସମର୍ଥନରେ ମୋହନ ବିରୋଧୀ ଦଳ ନେତା ପଦବୀ ହାସଲ କରିବା ନେଇ ଦଳୀୟ ମହଲରେ ଆଲୋଚନା ହେଉଛି। ତେବେ ଦଳର କେତେକ ବିଧାୟକଙ୍କ କହିବା କଥା ହେଲା, ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି। ଆଉ କିଛିଦିନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ଏପରିସ୍ଥଳେ ବିରୋଧୀ ଦଳ ନେତାଙ୍କୁ ବଦଳା ନ ଯାଉ। ନଚେତ ଦଳରେ ଗୋଷ୍ଠୀକନ୍ଦଳ ଆହୁରି ଭୟଙ୍କର ହେବ, ଯାହାକି ଆଗାମୀ ସାଧାରଣ ନିର୍ବାଚନରେ ଏହାର ଫଳ ଭୋଗିବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

ସାବିତ୍ରୀ ମହିଳା ମହାବିଦ୍ୟାଳୟର ୩୫ ପ୍ରାର୍ଥିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?