Posted inଜାତୀୟ

ନୂପୁରଙ୍କୁ ସମର୍ଥନ କରିବାରୁ ମୁଣ୍ଡକାଟ

ଜୟପୁର,୨୯ା୬: ରାଜସ୍ଥାନର ଉଦୟପୁରରେ ଏକ ବୀଭତ୍ସ ଘଟଣା ଘଟିଛି। ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ଧାନମଣ୍ଡି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଜଣେ ଦରଜିଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଛି। ସଂଖ୍ୟାଲଘୁ ସମୁଦାୟର ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ଟେଲର କହ୍ନେୟା ଲାଲ ତେଲିଙ୍କ ଦୋକାନକୁ ଯାଇ ତାଙ୍କ ଶିରଚ୍ଛେଦ କରିଥିବାବେଳେ ଅଭିଯୁକ୍ତଙ୍କ ସହଯୋଗୀ ମୋବାଇଲରେ ଅପରାଧ ବେଳର ଦୃଶ୍ୟ ରେକର୍ଡ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜ ଅପରାଧ ସ୍ବୀକାର କରିଛନ୍ତି। ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରତିବାଦରେ ଦୋକାନ ବଜାରଗୁଡ଼ିକୁ ବନ୍ଦ କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହାର ନିନ୍ଦା କରିବା ସହ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସମସ୍ତ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ଅଭିଯୁକ୍ତ ଗୋସ୍‌ ମହମ୍ମଦ ଏବଂ ରିୟାଜଙ୍କୁ ଗିରଫ କରିଛି।
ଭାଜପାର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଦଳରୁ ବିଦା ହୋଇଛନ୍ତି। ତାଙ୍କ ମନ୍ତବ୍ୟ ଯୋଗୁ ଦେଶର ବିଭିନ୍ନ ଭାଗରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ନ ଥମୁଣୁ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ଉଦୟପୁରସ୍ଥିତ ଧାନମଣ୍ଡିସ୍ଥିତ ଭୂତମହଲରେ ୪୦ ବର୍ଷୀୟ ଟେଲର କହ୍ନେୟା ଲାଲ ତେଲି ଏକ ଦୋକାନ କରିଥିଲେ। କହ୍ନେୟାଙ୍କ ୮ ବର୍ଷର ପୁଅ ନୂପୁରଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏହାକୁ ନେଇ କିଛିଦିନ ହେଲା କହ୍ନେୟାଙ୍କୁ ଧମକ ଦିଆଯାଉଥିଲା। ସେ ଏନେଇ ଥାନାରେ ଏତଲା ଦେଇଥିଲେ। ମଙ୍ଗଳବାର ଅପରାହ୍ନରେ କହ୍ନେୟା ନିଜ ଦୋକାନରେ ସିଲେଇ କରୁଥିବାବେଳେ ଦୁଇଜଣ ଦୁର୍ବୃତ୍ତ ସେଠାକୁ ଯାଇ ସ୍ପଷ୍ଟ ଦିବାଲୋକରେ ତାଙ୍କ ତଣ୍ଟି କାଟିଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ କହ୍ନେୟା ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଜଣେ ଧାରୁଆ ଅସ୍ତ୍ରରେ ତଣ୍ଟି କାଟୁଥିବାବେଳେ ଅନ୍ୟ ଜଣେ ଏହି ଦୃଶ୍ୟକୁ ମୋବାଇଲରେ କଏଦ୍‌ କରିଥିଲେ। କହ୍ନେୟାଙ୍କୁ ହତ୍ୟା କରିବା ପରେ ଉଭୟେ ସେଠାରୁ ଫେରାର ହୋଇଯାଇଥିଲେ। ପରେ ଉକ୍ତ ଭିଡିଓ ଫୁଟେଜ୍‌କୁ ଦୁହେଁ ସୋସିଆଲ ମିଡିଆରେ ପୋଷ୍ଟ କରି କହ୍ନେୟାଙ୍କୁ ହତ୍ୟା କରିଥିବା ବିଷୟ ସ୍ବୀକାର କରିଥିଲେ। ଏହି ଭିଡିଓ ବହୁଳ ପ୍ରସାରିତ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ପୋଷ୍ଟ କରି ବାତାବରଣ ଖରାପ କରିବାକୁ ଉଦ୍ୟମ ଚାଲିଛି। ଏହାକୁ କେହି ଶେୟାର କରନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହାକୁ କାହିଁକି ନିନ୍ଦା କରୁନାହାନ୍ତି ବୋଲି ଗେହଲଟ ପ୍ରଶ୍ନ କରିଛନ୍ତି। ଇତିମଧ୍ୟରେ ରାଜସ୍ଥାନ ବିଧାନସଭାର ବିରୋଧୀ ଦଳ ନେତା ଗୁଲାବ ଚନ୍ଦ କଟାରିଆ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ପୀଡ଼ିତଙ୍କ ପରିବାରକୁ ସହାୟତା ଦିଆଯିବ। ଜଣେ ବ୍ୟକ୍ତିଙ୍କ ଯୋଗୁ ଏହି ଘଟଣା ଘଟିଛି। ଏଥିରେ କେତେକ ସଙ୍ଗଠନର ଭୂମିକା ଥାଇପାରେ। ପ୍ରଶାସନିକ ବିଫଳତା ଯୋଗୁ ଏପରି ଘଟିଛି ବୋଲି କଟାରିଆ କହିଛନ୍ତି। ପୋଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରିଥିତ୍ବା କହିଛି। ଜିଲାରେ କର୍ଫ୍ୟୁ ଜାରି ସହ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?