ସାଙ୍ଗ ପାଇଁ ପରୀକ୍ଷାରେ ଉତ୍ତର ଲେଖି ନ ଥିଲେ ଦ୍ରୌପଦୀ

ନୀଳାଦ୍ରି ବିହାରୀ ଦଣ୍ଡପାଟ
ବାରିପଦା ଅଫିସ, ୨୯ା୬: ମୟୂରଭଞ୍ଜ ଜିଲାର ଉପରବେଡ଼ାରେ ଜନ୍ମିତା (୨୦ ଜୁନ ୧୯୫୮) ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ କୁସୁମୀ ବ୍ଲକ୍‌ ଅଧୀନ ଏହି ଗ୍ରାମଟି ଶିମିଳିପାଳ ପାଦଦେଶରେ ଅବସ୍ଥିତ। ମା’ ସିନ୍‌ଗୋ ଟୁଡୁ ଓ ବାପାଙ୍କ ନାମ ବିରଞ୍ଚତ୍ ନାରାୟଣ ଟୁଡୁ। ଉପରବେଡ଼ା ପ୍ରାଥମିକ ବିଦ୍ୟାଳୟରୁ ଦ୍ରୌପଦୀଙ୍କର ଆରମ୍ଭ ହୋଇଥିଲା ପାଠପଢ଼ା। ଏ ସମ୍ପର୍କରେ ଦ୍ରୌପଦୀଙ୍କୁ ପାଠ ପଢ଼ାଇଥିବା ଶିକ୍ଷକ ବାସୁଦେବ ବେହେରା କୁହନ୍ତି, ଦ୍ରୌପଦୀଙ୍କ ବାପା ବିରଞ୍ଚତ୍ ନାରାୟଣ ଉପରବେଡ଼ା ମଧ୍ୟ ଇଂରାଜୀ ବିଦ୍ୟାଳୟର ସମ୍ପାଦକ ଥିଲେଜ ଏହି ବିଦ୍ୟାଳୟରେ ପଢୁଥିବା (୬ଷ୍ଠ ଓ ୭ମ ଶ୍ରେଣୀ) ବେଳେ ଦ୍ରୌପଦୀଙ୍କ ପ୍ରିୟ ସାଙ୍ଗ ଥିଲେ ଯମୁନା ଗିରି। ଉଭୟଙ୍କ ମଧ୍ୟରେ ବନ୍ଧୁତା ବେଶ୍‌ ନିବିଡ଼ ଥିଲା। ଦୁହେଁ ସାଙ୍ଗ ହୋଇ ପ୍ରାର୍ଥନା କରିଥା’ନ୍ତି। ସେମାନେ ସୁଲଳିତ କଣ୍ଠରେ ପ୍ରାର୍ଥନା ଗାଉଥିବାବେଳେ ବାଟୋଇମାନେ ଅଟକି ଶୁଣିଥା’ନ୍ତି। ସ୍କୁଲରେ ହେଉଥିବା ବିଭିନ୍ନ ଖେଳକୁଦ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦ୍ରୌପଦୀ ଆଗୁଆ ରହୁଥିଲେ। ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତା ଦୌଡ଼ରେ ବି ସେ ପ୍ରଥମ ହେଉଥିଲେ। ତେବେ ଦ୍ରୌପଦୀ ଶ୍ରେଣୀରେ ପ୍ରଥମ ହୋଇ ଆସୁଥିବା ବେଳେ ଯମୁନା ଦ୍ୱିତୀୟ ସ୍ଥାନରେ ରହୁଥିଲେ। ତେବେ ଯମୁନାକୁ ତାଙ୍କ ପରିବାର ଲୋକେ ମନଦେଇ ପାଠପଢ଼ି ଶ୍ରେଣୀରେ ପ୍ରଥମ ହେବାକୁ ବାରମ୍ବାର ତାଗିଦା କରୁଥିଲେ। ଥରେ ଏହି କଥା ଯମୁନାଠାରୁ ଶୁଣିବା ପରେ ଦ୍ରୌପଦୀ ଜାଣିଶୁଣି ପରୀକ୍ଷାଖାତାରେ ସବୁ ଉତ୍ତର ଲେଖି ନ ଥିଲେ। ଫଳରେ ଯମୁନା ପ୍ରଥମ ହେବା ପରେ ଶିକ୍ଷକମାନେ ଦ୍ରୌପଦୀଙ୍କୁ ଡାକି ସରଳ ପ୍ରଶ୍ନର ଉତ୍ତରକୁ କାହିଁକି ଲେଖିନଥିଲ ବୋଲି ପଚାରିଥିଲେ। ତେବେ ମୋ ପାଇଁ ଯମୁନାକୁ ଗାଳି ଶୁଣିବାକୁ ପଡିଛି ଭାବି ଏପରି ପଦକ୍ଷେପ ନେଇଥିଲି ବୋଲି ଦ୍ରୌପଦୀଙ୍କଠାରୁ ଶୁଣିବା ପରେ ଶିକ୍ଷକମାନେ ପ୍ରଶଂସା କରିବା ସହ ଆଶୀର୍ବାଦ ଦେଇ ଜୀବନଯାତ୍ରାରେ ବହୁ ଆଗକୁ ବଢ଼ିବ ବୋଲି କହିଥିଲେ।
ଶାସ୍ତ୍ରୀୟ ସଙ୍ଗୀତ ରାମକେରୀ, କଳହଂସ କେଦାର, ଓଡ଼ିଶୀ, ବଙ୍ଗଳାଶ୍ରୀ ସ୍ବରରେ ଦ୍ରୌପଦୀ ନିପୁଣା ଥିଲେ। ସମୟାନୁବର୍ତ୍ତିତା ଓ କତ୍ତର୍ବ୍ୟନିଷ୍ଠା ଗୁଣ ତାଙ୍କର ବାଲ୍ୟ ଜୀବନରୁ ସ୍ପଷ୍ଟ ବାରି ହୋଇପଡୁଥିଲା। ୪୮ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସେ ପ୍ରଥମ ହେଉଥିଲେ। ଗଣିତ, ସାହିତ୍ୟ ଓ ଇଂଲିଶ୍‌ରେ ବେଶ ଭଲ କରୁଥିଲେ। ଭଲ ଚିତ୍ର ଆଙ୍କି ଅନ୍ୟମାନଙ୍କୁ ଚକିତ କରିପାରୁଥିଲେ। ଶ୍ରେଣୀ ମନିଟର ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରୁଥିଲେ। ଏଭଳି ଜଣେ ଆଦର୍ଶ ଛାତ୍ରୀଙ୍କୁ ପାଇ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀମାନେ ପ୍ରଶଂସା କରିବା ସହ ଆମ ଅଞ୍ଚଳର ବ୍ଲାକ ଡାଇମଣ୍ଡ (କଳାହୀରା) ବୋଲି ଶିକ୍ଷକ ବେହେରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

ମଦଭାଟି ବିରୋଧରେ ମହିଳାଙ୍କ ମହାବିଦ୍ରୋହ: ଭାଙ୍ଗିଲେ ଭାଟି

ଅମରପାଲି, ୧୦।୧୦ (ପୀତାମ୍ବର ସାହୁ): ମଦମୁକ୍ତ ଗାଁ ଗଠନ ଦାବିରେ ତେଜିଲା ଜନଆକ୍ରୋଶ। ମଦର କୁପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଶେଷରେ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?