Posted inଖେଳ

ଡୋପ୍‌ ଟେଷ୍ଟରେ ବିଫଳ ହୋଇ ସାମୟିକ ବାସନ୍ଦ ହେଲେ ପ୍ରଦୀପ

ନୂଆଦିଲ୍ଲୀ,୧୬।୭(ପି.ଟି.): ଭାରୋତ୍ତୋଳକ ପ୍ରଦୀପ ସିଂ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ସାମୟିକ ଭାବେ ବାସନ୍ଦ ହୋଇଛନ୍ତି। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ପ୍ରଦୀପଙ୍କ ରକ୍ତ ନମୁନାରେ ହ୍ୟୁମାନ ଗ୍ରୋଥ ହରମୋନ୍‌ (ଏଚ୍‌ଜିଏଚ୍‌) ଥିବା ଜଣାପଡିଥିଲା। ନିଷିଦ୍ଧ ଏଚ୍‌ଜିଏଚ୍‌ ପାଇଁ ପ୍ରଦୀପ୍‌ ବାସନ୍ଦ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି। ଯଦିଓ ୨୦୧୮ରେ ସମକାରଣ ପାଇଁ ଭାରୋତ୍ତୋଳିକା ଯଶବୀର କୌର ବାସନ୍ଦ ହୋଇଥିଲେ।
ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡ଼ା) ନିୟମ ଅନୁସାରେ ଏଚ୍‌ଜିଏଚ୍‌କୁ ନିଷିଦ୍ଧ କରାଯାଇଛି। ପଟିଆଲସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ନିସ୍‌)ରେ ଗତ ଡିସେମ୍ବରରେ ଚାଲିଥିବା ଏକ ପ୍ରଶିକ୍ଷଣ ଶିବିରରେ ସରପ୍ରାଇଜ୍‌ ଆଉଟ୍‌- ଅଫ୍‌- କମ୍ପିଟିଶନ ଟେଷ୍ଟରେ ପ୍ରଦୀପଙ୍କ ରକ୍ତ ନମୁନା ସଂଗୃହିତ ହୋଇଥିଲା। ପରେ ଦୋହାସ୍ଥିତ ଓ୍ବାଡା ମାନ୍ୟତାପ୍ରାପ୍ତ ଲବୋରାଟୋରୀରେ ଏହି ନମୁନାର ଟେଷ୍ଟ କରାଯାଇଥିଲା। ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ଡୋପ୍‌ ଟେଷ୍ଟ ଲାବୋରାଟୋରୀକୁ ବାସନ୍ଦ କରାଯାଇଥିବା କାରଣରୁ ଦୋହାରେ ଏହାର ଟେଷ୍ଟ କରାଯାଇଥିଲା। ମାର୍ଚ୍ଚରେ ଏ ନମୁନାର ଫଳ ପଜିଟିଭ୍‌ ଆସିଥିଲା। ଏହାକୁ ମଙ୍ଗଳବାର ସାର୍ବଜନୀନ କରାଯାଇଥିଲା। ତେବେ ଲକ୍‌ଡାଉନ୍‌ କାରଣରୁ ଏପର୍ଯ୍ୟନ୍ତ ବି ସାମ୍ପୂଲର ଟେଷ୍ଟ ଏପର୍ଯ୍ୟନ୍ତ ହୋଇନାହିଁ। ଟେଷ୍ଟ ଆରମ୍ଭ କରିବା ପରେ କୌଣସି ରକ୍ତ ନମୁନାରେ ପ୍ରଥମଥର ପାଇଁ ଏଚ୍‌ଜିଏଚ୍‌ ଦେଖିବାକୁ ମିଳିଛି ବୋଲି ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା)ର ଡାଇରେକ୍ଟର ଜେନେରାଲ ନବୀନ ଅଗ୍ରଓ୍ବାଲ କହିଛନ୍ତି। ପୂର୍ବରୁ ଏହି ଡ୍ରଗ୍‌ କେହି ବ୍ୟବହାର କରୁ ନ ଥିଲେ। ତେବେ ବର୍ତ୍ତମାନ ଭାରତରେ ଏହା ବହୁତ ବ୍ୟବହାର ହେଉଛି ବୋଲି ବିଭିନ୍ନ ରିପୋର୍ଟରେ କୁହାଯାଇଛି। ପ୍ରଦୀପଙ୍କୁ ସାମୟିକ ଭାବେ ୪ ବର୍ଷ ବାସନ୍ଦ କରାଯାଇଛି ବୋଲି ନବୀନ ସ୍ପଷ୍ଟ କରିଛନ୍ତି।
ପ୍ରଦୀପ ପୂର୍ବରୁ ୨୦୧୮ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ୧୦୫ କେ.ଜି ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ। ତାଙ୍କର ମୋଟ୍‌ ଲିଫ୍ଟ ଥିଲା ୩୫୨ କେ.ଜି.। ଗତ ଫେବୃୟାରୀରେ ସେ ୧୦୨ କେ.ଜି.ରେ ଜାତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥିରେ ତାଙ୍କର ଟୋଟାଲ ଲିଫ୍ଟ ଥିଲା ୩୪୬ କେ.ଜି.। ଏଚ୍‌ଜିଏଚ୍‌ ବ୍ୟବହାର ଦ୍ୱାରା ଶରୀରରେ ଚର୍ବି କମାଇବା ସହ ମାଂଶପେସୀ ଓ ଶକ୍ତିରେ ବୃଦ୍ଧି ଘଟିଥାଏ ବୋଲି ଓ୍ବାଡ଼ା ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri