ପ୍ରଭାତ ବିଶ୍ୱାଳ ବନାମ ନୟନ ମହାନ୍ତି

କଟକ,୮ା୧୨ (କାର୍ତ୍ତିକ ସାହୁ): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର କଟକ ରେଳ ଷ୍ଟେଶନର ଦ୍ୱିତୀୟ ପ୍ରବେଶ ପଥକୁ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନୀ ସଭାରେ ବିଜେଡି ନେତା ତଥା ବିଧାୟକ ସୌଭିକ୍‌ ବିଶ୍ୱାଳ କହିଛନ୍ତି, ତାଙ୍କ ବାପା ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଉଦ୍ୟମକ୍ରମେ ରାଜପଥରୁ ରେଳଷ୍ଟେଶନ ସଂଯୋଗୀ ରାସ୍ତା ପାଇଁ ଜମି ଅଧିଗ୍ରହଣ ସମ୍ଭବ ହୋଇଥିଲା। ଡ. ବିଶ୍ୱାଳ ନିରନ୍ତର ଭାବେ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସହ ଯୋଗାଯୋଗ କରି ଅଧିଗୃହୀତ ହେବାକୁ ଥିବା ଜମିର ମାଲିକଙ୍କୁ ବୁଝାଇ ଏହି ମହତ୍‌ କାର୍ଯ୍ୟ କରିପାରିଛନ୍ତି। ଏଥିସହ ନବୀନ ପଟ୍ଟନାୟକ ଜମି ଅଧିଗ୍ରହଣ ପାଇଁ ଆବଶ୍ୟକ ମୋଟା ଅଙ୍କର ଅର୍ଥ ଯୋଗାଇ ଦେଇଥିଲେ। ସୌଭିକ୍‌ଙ୍କ ଏଭଳି କଥାରେ ତାଙ୍କ ସମର୍ଥକମାନେ କରତାଳି ଦେଇ ମାହୋଲକୁ ଉଷ୍ମ କରିଦେଇଥିଲେ। ସୌଭିକ ବକ୍ତବ୍ୟ ପ୍ରଦାନ କରି ଫେରିବା ପରେ ଭାଜପା ନେତା ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବ ବିଧାୟକ ସୌଭିକ୍‌ଙ୍କ କାନ୍ଧ ଥାପୁଡ଼ାଇ ଦେଇ ପୋଡ଼ିୟମ ନିକଟକୁ କହିବାକୁ ଯାଇଥିଲେ। ସେ ସୌଭିକ୍‌ଙ୍କ ଶ୍ରେୟ ହାତେଇ ନେବା ଉଦ୍ୟମକୁ ଲିଭାଇବାର ଚେଷ୍ଟା କରିଥିଲେ। ଭାଜପା ନେତା ନୟନ କିଶୋର ମହାନ୍ତିଙ୍କ ଉଦ୍ୟମକ୍ରମେ ଏହି ଅଞ୍ଚଳର ଯାହା କିଛି ଉନ୍ନତି ହେଉଛି ବୋଲି ସେ କହିଥିଲେ। ଜମି ଅଧିଗ୍ରହଣ ସିନା ହୋଇଗଲା, ହେଲେ କିଛି ଆଗେଇ ପାରି ନ ଥିଲା। ମୋହନ ମାଝୀଙ୍କ ସରକାର ଆସିବା ପରେ ୨ୟ ପ୍ରବେଶ ପଥ କାମ ହେଲା ବୋଲି କହିବାରୁ ପୁଣି ତାଳିରେ ସଭାସ୍ଥଳ କମ୍ପିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?