ଦାରିଦ୍ର୍ୟ: ୨୦ ହଜାରରେ ଶିଶୁକନ୍ୟା ବିକ୍ରି

ରାୟଗଡ଼ା/ଜେକେପୁର,୨୦।୧୧ (ଆଶିଷ ରଞ୍ଜନ ପଣ୍ଡା/ରାଜେଶ ବିଶ୍ୱାଳ):ଦାରିଦ୍ର୍ୟ ଯୋଗୁ ମାତ୍ର ୨୦ ହଜାର ଟଙ୍କାରେ ନିଜର ନବଜାତ ଶିଶୁକନ୍ୟାକୁ ବିକ୍ରିକଲେ ମା’ବାପା। ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲା ପାର୍ବତୀପୁରମ୍‌ ଅଞ୍ଚଳର ଏକ ଦମ୍ପତି ଏହି ଶିଶୁକନ୍ୟାକୁ କିଣିନେଇଥିବା ସୂଚନା ମିଳିଛି। ଶିଶୁ ମଙ୍ଗଳ କମିଟିର ସଦସ୍ୟମାନେ ମଙ୍ଗଳବାର ନୂଆପଡ଼ା ବସ୍ତିରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଶିଶୁକନ୍ୟାକୁ ନେଇଥିବା ଦମ୍ପତିଙ୍କୁ ଫୋନ୍‌ରେ ଯୋଗାଯୋଗକରି ବୁଧବାର ସୁଦ୍ଧା ପିଲାକୁ ଧରି ସିଡବ୍ଲ୍ୟୁସିରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଗତ ୩ ତାରିଖରେ ନୂଆପଡ଼ା ବସ୍ତିର କୁମୁଦ ଗାଣ୍ଟା ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁକନ୍ୟା ଜନ୍ମଦେଇଥିଲେ। ପୂର୍ବରୁ ସେମାନଙ୍କର ଏକ ୩ ବର୍ଷର ଶିଶୁକନ୍ୟା ରହିଛି। ପରିବାର ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଏବଂ ଏବେ ଆଉ ଏକ ଶିଶୁକନ୍ୟା ଜନ୍ମହେବା ପରେ ଉଭୟ ମା’ କୁମୁଦ ଓ ବାପା ରାହୁଲ ଧନବେଡ଼ା ପିଲାଙ୍କ ଲାଳନପାଳନ ପାଇଁ ଚିନ୍ତାରେ ପଡ଼ିଥିଲେ। ଏହାପରେ ମଧ୍ୟସ୍ଥଙ୍କ ସହାୟତାରେ ଶିଶୁକନ୍ୟାକୁ ମାନ୍ୟମ ଜିଲା ଅନ୍ତର୍ଗତ ପେଦାପେଙ୍କି ଗ୍ରାମର କେ. ରାଜଶେଖରଙ୍କ ହାତକୁ ଟେକିଦେଇଥିଲେ। ଶିଶୁକନ୍ୟାକୁ ନେବା ପରେ ରାଜଶେଖର ଓ ତାଙ୍କ ସ୍ତ୍ରୀ ମାତ୍ର ୨୦ ହଜାର ଟଙ୍କା ଦେଇଥିଲେ ବୋଲି ରାହୁଲ କହିଛନ୍ତି। ନୂଆପଡ଼ା ବସ୍ତିରେ ରହୁଥିବା ରାହୁଲ ଟ୍ରକ୍‌ ହେଲ୍‌ପର ଭାବେ କାର୍ଯ୍ୟକରି ମାସିକ ୧,୫୦୦ ଟଙ୍କା ରୋଜଗାର କରନ୍ତି। ଅନ୍ୟପଟେ ଆମର ରାଶନକାର୍ଡ ନ ଥିବାରୁ ପିଡିଏସ୍‌ ଚାଉଳ ମଧ୍ୟ ମିଳୁନାହିଁ। ସ୍ବଳ୍ପ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହୋଇପଡିଥିବାରୁ ନିଜ କନ୍ୟାସନ୍ତାନକୁ ଅନ୍ୟ ହାତରେ ଟେକିିଦେଇଥିବା ରାହୁଲ କହିଛନ୍ତି। ଗତ ୧୧ ତାରିଖରେ ରାଜଶେଖର ଦମ୍ପତି ନୋଟାରି ମାଧ୍ୟମରେ ବୁଝାମଣାକରି ଶିଶୁକନ୍ୟାକୁ ପୌଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। କୋର୍ଟ ପେପରରେ ଲିଖିତ ଚୁକ୍ତି ମଧ୍ୟ ହୋଇଛି। ତେବେ ନୋଟାରି ମାଧ୍ୟମରେ ବୁଝାମଣା କରି ପୌଷ୍ୟସନ୍ତାନ ଗ୍ରହଣ କରିବା ପାଇଁ ନିୟମ ନ ଥିବା ବେଳେ ଦମ୍ପତି ଜଣକ କିଭଳି ଶିଶୁକନ୍ୟାକୁ ଗ୍ରହଣକଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଶୁ ସୁରକ୍ଷା ବିଭାଗର (ଆଇନ ପରିବେଶ) ନିରାକାର ପାଢ଼ୀ, ଶିଶୁ ମଙ୍ଗଳ କମିଟି ସଦସ୍ୟା ପ୍ରିୟଦର୍ଶିନୀ ମହାକୁଡ, ସତ୍ୟପ୍ରିୟା ପ୍ରଧାନ ପ୍ରମୁଖ ତଦନ୍ତ କରିଛନ୍ତି। ଏନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀଙ୍କୁ ପଚାରିବାରୁ ଖବରପାଇବା ପରେ ସିଡବ୍ଲ୍ୟୁସି ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି ଏବଂ ତଦନ୍ତ ଶେଷ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ପୀଡିତାଙ୍କୁ ଭେଟିଲେ କଂସ ଅଭିନେତା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ...

ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍‌ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ

ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍‌ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ...

ବାଳସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ବାଇକ ସହ ଗଞ୍ଜେଇ ଜବତ ଘଟଣାରେ ଗଞ୍ଜାମ ଜିଲା ପାଟପୁର ଥାନା ଏସ୍‌ଆଇ ହିମାଂଶୁ ପାତ୍ର ଶୁକ୍ରବାର ଅଭିଯୁକ୍ତଙ୍କୁ ଥାନା ମାମଲା...

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି...

ବଢୁଛି ଶୀତ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି,୧୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଅସହ୍ୟ ଶୀତ ହେଉଛି। ଗତ ୩ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ଶନିବାର ସର୍ବନିମ୍ନ...

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ/କୈଳାଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଚିଲିକାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ କରିଥିବା ବିଦେଶାଗତ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା ଚାଲିଛି।...

ଅଧିକାରୀ ବଦଳୁଛନ୍ତି, ଉଚ୍ଛେଦ ହେଉନି

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବ୍ୟସ୍ତବହୁଳ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ସରକାରୀ କଳ ହାତ ବାନ୍ଧି ବସିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri