କୁକୁଡ଼ା ଫାର୍ମ ପ୍ରଦୂଷଣ ବିବାଦ ବଢ଼ିଲା

ଭାପୁର, ୩।୪ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ସଦର ବ୍ଲକ ମହୁଲପୁଞ୍ଜି ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଶୁକ୍ରବାର ଅଞ୍ଚଳବାସୀ, ଫାର୍ମ ମାଲିକ ଏବଂ ପ୍ରଶାସନ ମଧ୍ୟରେ ତ୍ରିପାକ୍ଷିକ ବୈଠକ ବସିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଜିଲାପାଳ ଏଥିରେ ହସ୍ତକ୍ଷେପ ନ ଗଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ଫାର୍ମ ଯୋଗୁ ପ୍ରଦୂଷଣ ବଢୁଛି। ଦୁର୍ଗନ୍ଧରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଏପରି କି ସମସ୍ୟାର ସମାଧାନ ନ ହେଲେ ପଞ୍ଚାୟତ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ। ମତଦାନ ଦିନ ଜିଲାପାଳ ଘଟଣାରେ ହସ୍ତକ୍ଷେପ କରିବା ସହିତ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେବା ପରେ ଭୋଟଦାନ ପ୍ରକ୍ରିୟା ସ୍ବାଭାବିକ ହୋଇଥିଲା। ତେବେ ଜିଲାପାଳଙ୍କ ପ୍ରତିଶ୍ରୁତିକୁ ମାସେ ବିତିଥିବାବେଳେ କୁକୁଡ଼ା ଫାର୍ମ ହଟାଇବା ଦିଗରେ କୌଣସି ପଦକ୍ଷେପ ନିଆଗଲାନାହିଁ। ଏହାକୁ ନେଇ ପୁଣି ଅସନ୍ତୋଷ ତେଜିବା ପରେ ଶୁକ୍ରବାର ଅପରାହ୍ନରେ ଗ୍ରାମ ଯାତ୍ରା ପଡ଼ିଆରେ ତହସିଲଦାର ଅନୁପମା ମୁର୍ମୁଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀ, ଫାର୍ମ ମାଲିକ, ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ, ସିଡିଭିଓ ଏବଂ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ହେଲେ ଗ୍ରାମବାସୀ ଏବଂ ଫାର୍ମ ମାଲିକ ନିଜ ଜିଦ୍‌ରେ ଅଟଳ ରହିବାକୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଜିଲା ପ୍ରଶାସନ ପକ୍ଷରୁ ଏହାର ସମାଧାନ କରା ନ ଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: କରୋନା ଟିକା ପାଇଁ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ଲୋଡ଼ିଲେ ସହଯୋଗ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଅଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଥା ହୋଇଛନ୍ତି। କୋଭିଡ୍‌ ଟିକା ଅଗ୍ରଗତି ବିଷୟରେ ପୁନାଓ୍ବାଲାଙ୍କ ସହ...

ନୂଆ ରୂପରେ କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ୱର,୯।୧୦(ବ୍ୟୁରୋ)- ୧୯୯୯ ମହାବାତ୍ୟା ଠାରୁ ସ୍ଥାଣୁ ପାଲଟିଯାଇଥିବା ଓଡ଼ିଶାର ଏକମାତ୍ର ଫିଲ୍ମ ଶୁଟିଂ ଷ୍ଟୁଡିଓ ‘କଳିଙ୍ଗ ଷ୍ଟୁଡିଓ’ ଚଳଚଞ୍ଚଳ ହୋଇଉଠିଛି। ଧାରାବାହିକ ଓ ବିଭିନ୍ନ କାର୍ଯ୍ୟକ୍ରମର...

ବିଜେଡି ୪୦, କଂଗ୍ରେସ ୩୦

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି। ଭାଜପା ଉପନିର୍ବାଚନ...

ବାତ୍ୟାରେ ଭାଙ୍ଗିଛି ଶହ ଶହ ନଡ଼ିଆ ଗଛ: ଶ୍ରୀମନ୍ଦିର ଲାଗି ଅଭାବ ପଡ଼ିପାରେ ପଇଡ଼

ପୁରୀ ଅଫିସ, ୧୯ା୫: ବାତ୍ୟାରେ ପୁରୀ ଜିଲାରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ଫଳରେ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ଅଭାବ ପଡ଼ିପାରେ। ଶ୍ରୀମନ୍ଦିରରେ...

କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁପଡ଼ିବା ଘଟଣା:ଖେଳ ଶିକ୍ଷୟିତ୍ରୀ, ପ୍ରିନ୍ସିପାଲଙ୍କ ନିଲମ୍ବନ ଦାବି ତେଜିଲା

ଭୁବନେଶ୍ୱର,୮ା୧୨(ବ୍ୟୁରୋ) ଖେଳ ଶିକ୍ଷୟିତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ମଞ୍ଚେଶ୍ୱର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଛାତ୍ରୀ ତୃତୀୟ ମହଲା ଛାତ ଉପରୁ ଶୁକ୍ରବାର ତଳକୁ ଡେଇଁ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଆଜି ସନ୍ଧ୍ୟା ୮ଟାରୁ ୪୮ ଘଣ୍ଟା ଯାଏ ଭୁବନେଶ୍ୱର, ଭଦ୍ରକ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ରାଜଧାନୀରେ ୫ମ କରୋନା ରୋଗୀ ସଂକ୍ରମିତ ହେବାର କାରଣ ଜଣାପଡ଼ୁନଥିବାରୁ ଆଗାମୀ...

ଅନୁପ୍ରବେଶ ରୋକିବାକୁ ହାଇଆଲର୍ଟ

କେନ୍ଦ୍ରାପଡ଼ା ଅଫିସ, ୧୪ ।୮: ସୋମବାର ସ୍ବାଧୀନତା ଦିବସ ା ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଇଁ ଦେଶ ଆଜାଦୀ କୀ ଅମୃତ ମହୋତ୍ସବ ପାଳନ...

ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିଲେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ କରିଥାଏ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): କରୋନାରୁ ସୁସ୍ଥ ହେବାପରେ ଅନେକ ଆକ୍ରାନ୍ତ ବ୍ଲାକ ଫଙ୍ଗସ୍‌ ଦ୍ୱାରା ସଂକ୍ରମିତ ହେଉଛନ୍ତି। ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ୍‌ ଫଙ୍ଗସ୍‌ ଭାଇରସ୍‌...

Advertisement
Archives

Model This Week