ଉପାଧ୍ୟକ୍ଷ ପଦକୁ ନେଇ କସରତ

ଜଗତ୍‌ସିଂହପୁର ଅଫିସ, ୨୮ା୩: ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ଓ କାଉନ୍‌ସିଲର ନିର୍ବାଚନ ପରେ ଏବେ ପୌର ଉପାଧ୍ୟକ୍ଷ ପଦକୁ ନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ପଦବୀ ପାଇଁ ନିର୍ବାଚନ ଆସନ୍ତା ୭ ତାରିଖରେ ହେବାକୁ ଥିବା ବେଳେ ଏବେଠାରୁ କସରତ ଆରମ୍ଭ ହୋଇଛି।
ଜଗତ୍‌ସିଂହପୁର ପୌରାଞ୍ଚଳରେ ମୋଟ ୨୧ଟି ୱାର୍ଡ ରହିଛି। ଏଥର ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ସିଂ ନିର୍ବାଚିତ ହୋଇଛନ୍ତି। କାଉନସିଲର ପଦବୀରେ ୯ ବିଜେଡି, ୭ କଂଗ୍ରେସ, ୨ ଭାଜପା ଓ ୩ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ପୌର ଉପାଧ୍ୟକ୍ଷ ପଦବୀ ହାତେଇବାକୁ ହେଲେ ଅଧାରୁ ଅଧିକ ଅର୍ଥାତ୍‌ ୧୧ କାଉନସିଲର ଦରକାର। କିନ୍ତୁ କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ। ବିଜେଡି ପାଇଁ ଆଉ ୨ ଆବଶ୍ୟକ ଥିବାବେଳେ କଂଗ୍ରେସର ୪ ଜଣ ଦରକାର। ରାଜନୀତି ସମୀକ୍ଷକଙ୍କ ମତ ଅନୁସାରେ ବିଜେଡି ସପକ୍ଷରେ ୨୦ନଂ. କାଉନସିଲର ଦୀପ୍ତିରଞ୍ଜନ ସାହୁ (ସ୍ବାଧୀନ) ଆସିବା ଯଥେଷ୍ଟ ସମ୍ଭାବନା ରହିଛି। କାରଣ ସେ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ଦଳ ତାଙ୍କୁ ସୁଯୋଗ ନ ଦେବାରୁ ସେ ସ୍ବାଧୀନରେ ମଇଦାନକୁ ଓହ୍ଲାଇଥିଲେ। ବଡ଼କଥା ହେଲା, ଏହି ୱାର୍ଡଟି ବିଜେଡିର ଦୁର୍ଗ ବୋଲି କୁହାଯାଏ। ଏଠାରେ ବିଗତ କେତୋଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ଏଥର ବିଜେଡି ପ୍ରାର୍ଥୀ ସୁବ୍ରତ ପରିଡାଙ୍କ ବାପା ଗତଥର କାଉନସିଲର ଥିବାବେଳେ ଉକ୍ତ ୱାର୍ଡରେ ତାଙ୍କ ଦବ୍‌ଦବା ଥିଲା। ଦୀପ୍ତିରଞ୍ଜନଙ୍କର ମଧ୍ୟ ୱାର୍ଡରେ ଭଲ ସଙ୍ଗଠନ ରହିଥିଲା। ଉଭୟ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବାବେଳେ ନେତୃତ୍ୱ ସୁବ୍ରତଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ବିଜେଡି ସପକ୍ଷରେ ୨୯୧, କଂଗ୍ରେସର ସୂର୍ଯ୍ୟକାନ୍ତ ସାହୁଙ୍କୁ ୨୦୪ ଓ ସ୍ବାଧୀନ ପ୍ରାର୍ଥୀ ଦୀପ୍ତିରଞ୍ଜନଙ୍କୁ ୨୯୯ ଖଣ୍ଡ ଭୋଟ ମିଳିଥିଲା। ବିଜେଡି ପ୍ରାର୍ଥୀ ସୁବ୍ରତଙ୍କଠାରୁ ସ୍ବାଧୀନ ପ୍ରାର୍ଥୀ ଦୀପ୍ତିରଞ୍ଜନ ୮ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ଏବେ ଉପାଧ୍ୟକ୍ଷ ପଦବୀ ପାଇଁ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ନ ଥିବାରୁ ଦୀପ୍ତିରଞ୍ଜନଙ୍କୁ ମନାଇବାକୁ ଦଳ ପକ୍ଷରୁ ଉଦ୍ୟମ ହେଉଥିବା ଆଲୋଚନା ହେଉଛି। ହେଲେ ତାଙ୍କୁ ଉପାଧ୍ୟକ୍ଷ ପଦବୀ ମିଳିଲେ ସେ ସମର୍ଥନ କରିବେ ବୋଲି ସର୍ତ୍ତ ରଖୁଥିବା ତାଙ୍କର ଜଣେ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି। ବାସ୍ତବରେ ଦୀପ୍ତିରଞ୍ଜନ ସାମିଲ ହେଲେ ବିଜେଡି ପାଇଁ ଆଉ ଜଣେ କାଉନ୍‌ସିଲରଙ୍କ ଆବଶ୍ୟକତା ରହିଛି। ଏହି ସଂଖ୍ୟା ପୂରଣ କରିବାକୁ ବିଜେଡିକୁ ସ୍ବାଧୀନ ୨ କିମ୍ବା ଭାଜପାର ୨ କାଉନସିଲରଙ୍କ ମଧ୍ୟରୁ ଜଣଙ୍କୁ ହାତେଇବାକୁ ପଡ଼ିବ। ଏବେର ରାଜନୈତିକ ସ୍ଥିତି ଯାହା ରହିଛି ଭାଜପାର ୨ ଜଣ ବିଜେଡି ସହ ବୁଝାମଣା କରି ନ ପାରନ୍ତି। ଯେହେତୁ କେନ୍ଦ୍ରରେ ଅନେକ କ୍ଷେତ୍ରରେ ଭାଜପା ସହ ବିଜେଡି ହାତ ମିଳାଇଛି ସେ ଦୃଷ୍ଟିରୁ ବୁଝାମଣାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇ ନ ପାରେ। ଏହା ନ ହେଲେ ଅବଶିଷ୍ଟ ୨ ସ୍ବାଧୀନ କାଉନ୍‌ସିଲରଙ୍କ ମଧ୍ୟରୁ ଜଣଙ୍କ ସମର୍ଥନ ଜରୁରୀ। କିନ୍ତୁ ଏହି ୨ କାଉନ୍‌ସିଲର ବିଜେଡିକୁ ସମର୍ଥନ କରିବା ସ୍ଥିତିରେ ନ ଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ଯଦି ଜଣେ ସମର୍ଥନ ଦିଅନ୍ତି ତେବେ ବିଜେଡି ଉପାଧ୍ୟକ୍ଷ ପଦ ଦଖଲ କରିବା ସମ୍ଭବ ହେବ। ଅନ୍ୟପକ୍ଷେ କଂଗ୍ରେସ ପାଇଁ ଆବଶ୍ୟକ ୪ କାଉନ୍‌ସିଲରଙ୍କ ସମର୍ଥନ ମିଳିଯିବା ସମ୍ଭାବନା ଦେଖାଦେଇଛି। ୭ନଂ. ଓ ୧୭ନଂ. ୱାର୍ଡର ସ୍ବାଧୀନ କାଉନ୍‌ସିଲର ଯଥାକ୍ରମେ ଗୋଲାମ ଅଲ୍ଲୀ ଖଁା ଓ ଦେବାଶିଷ ସ୍ବାଇଁ କଂଗ୍ରେସ ସହ ହାତ ମିଳାଇବା ନେଇ ଚର୍ଚ୍ଚା ହେଉଛି। ଏଥିସହ ଭାଜପାର ୨ କାଉନ୍‌ସିଲର ମଧ୍ୟ ମିଶିପାରନ୍ତି। କିନ୍ତୁ ଉପାଧ୍ୟକ୍ଷ ପଦବୀ ହାତେଇବାକୁ ସ୍ବାଧୀନ ଓ ଭାଜପା କାଉନ୍‌ସିଲରମାନେ ଦାବିଦାର ହୋଇପାରନ୍ତି। ଯଦି ସେଭଳି ପରିସ୍ଥିତି ଉପୁଜେ ତେବେ ଭାଜପା କିମ୍ବା ସ୍ବାଧୀନଙ୍କ ମଧ୍ୟରୁ ଜଣଙ୍କୁ ଉପାଧ୍ୟକ୍ଷ କରିବାକୁ କଂଗ୍ରେସ ପଛଘୁଞ୍ଝା ଦେଇ ନ ପାରେ ବୋଲି କୁହାଯାଉଛି। ଆଗକୁ ଦେଖିବାର ଅଛି ଏହି ପଦବୀ କାହା ଦଖଲକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?