ଉପାଧ୍ୟକ୍ଷ ପଦକୁ ନେଇ କସରତ

ଜଗତ୍‌ସିଂହପୁର ଅଫିସ, ୨୮ା୩: ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ଓ କାଉନ୍‌ସିଲର ନିର୍ବାଚନ ପରେ ଏବେ ପୌର ଉପାଧ୍ୟକ୍ଷ ପଦକୁ ନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ପଦବୀ ପାଇଁ ନିର୍ବାଚନ ଆସନ୍ତା ୭ ତାରିଖରେ ହେବାକୁ ଥିବା ବେଳେ ଏବେଠାରୁ କସରତ ଆରମ୍ଭ ହୋଇଛି।
ଜଗତ୍‌ସିଂହପୁର ପୌରାଞ୍ଚଳରେ ମୋଟ ୨୧ଟି ୱାର୍ଡ ରହିଛି। ଏଥର ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ସିଂ ନିର୍ବାଚିତ ହୋଇଛନ୍ତି। କାଉନସିଲର ପଦବୀରେ ୯ ବିଜେଡି, ୭ କଂଗ୍ରେସ, ୨ ଭାଜପା ଓ ୩ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ପୌର ଉପାଧ୍ୟକ୍ଷ ପଦବୀ ହାତେଇବାକୁ ହେଲେ ଅଧାରୁ ଅଧିକ ଅର୍ଥାତ୍‌ ୧୧ କାଉନସିଲର ଦରକାର। କିନ୍ତୁ କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ। ବିଜେଡି ପାଇଁ ଆଉ ୨ ଆବଶ୍ୟକ ଥିବାବେଳେ କଂଗ୍ରେସର ୪ ଜଣ ଦରକାର। ରାଜନୀତି ସମୀକ୍ଷକଙ୍କ ମତ ଅନୁସାରେ ବିଜେଡି ସପକ୍ଷରେ ୨୦ନଂ. କାଉନସିଲର ଦୀପ୍ତିରଞ୍ଜନ ସାହୁ (ସ୍ବାଧୀନ) ଆସିବା ଯଥେଷ୍ଟ ସମ୍ଭାବନା ରହିଛି। କାରଣ ସେ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ଦଳ ତାଙ୍କୁ ସୁଯୋଗ ନ ଦେବାରୁ ସେ ସ୍ବାଧୀନରେ ମଇଦାନକୁ ଓହ୍ଲାଇଥିଲେ। ବଡ଼କଥା ହେଲା, ଏହି ୱାର୍ଡଟି ବିଜେଡିର ଦୁର୍ଗ ବୋଲି କୁହାଯାଏ। ଏଠାରେ ବିଗତ କେତୋଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ଏଥର ବିଜେଡି ପ୍ରାର୍ଥୀ ସୁବ୍ରତ ପରିଡାଙ୍କ ବାପା ଗତଥର କାଉନସିଲର ଥିବାବେଳେ ଉକ୍ତ ୱାର୍ଡରେ ତାଙ୍କ ଦବ୍‌ଦବା ଥିଲା। ଦୀପ୍ତିରଞ୍ଜନଙ୍କର ମଧ୍ୟ ୱାର୍ଡରେ ଭଲ ସଙ୍ଗଠନ ରହିଥିଲା। ଉଭୟ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବାବେଳେ ନେତୃତ୍ୱ ସୁବ୍ରତଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ବିଜେଡି ସପକ୍ଷରେ ୨୯୧, କଂଗ୍ରେସର ସୂର୍ଯ୍ୟକାନ୍ତ ସାହୁଙ୍କୁ ୨୦୪ ଓ ସ୍ବାଧୀନ ପ୍ରାର୍ଥୀ ଦୀପ୍ତିରଞ୍ଜନଙ୍କୁ ୨୯୯ ଖଣ୍ଡ ଭୋଟ ମିଳିଥିଲା। ବିଜେଡି ପ୍ରାର୍ଥୀ ସୁବ୍ରତଙ୍କଠାରୁ ସ୍ବାଧୀନ ପ୍ରାର୍ଥୀ ଦୀପ୍ତିରଞ୍ଜନ ୮ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ଏବେ ଉପାଧ୍ୟକ୍ଷ ପଦବୀ ପାଇଁ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ନ ଥିବାରୁ ଦୀପ୍ତିରଞ୍ଜନଙ୍କୁ ମନାଇବାକୁ ଦଳ ପକ୍ଷରୁ ଉଦ୍ୟମ ହେଉଥିବା ଆଲୋଚନା ହେଉଛି। ହେଲେ ତାଙ୍କୁ ଉପାଧ୍ୟକ୍ଷ ପଦବୀ ମିଳିଲେ ସେ ସମର୍ଥନ କରିବେ ବୋଲି ସର୍ତ୍ତ ରଖୁଥିବା ତାଙ୍କର ଜଣେ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି। ବାସ୍ତବରେ ଦୀପ୍ତିରଞ୍ଜନ ସାମିଲ ହେଲେ ବିଜେଡି ପାଇଁ ଆଉ ଜଣେ କାଉନ୍‌ସିଲରଙ୍କ ଆବଶ୍ୟକତା ରହିଛି। ଏହି ସଂଖ୍ୟା ପୂରଣ କରିବାକୁ ବିଜେଡିକୁ ସ୍ବାଧୀନ ୨ କିମ୍ବା ଭାଜପାର ୨ କାଉନସିଲରଙ୍କ ମଧ୍ୟରୁ ଜଣଙ୍କୁ ହାତେଇବାକୁ ପଡ଼ିବ। ଏବେର ରାଜନୈତିକ ସ୍ଥିତି ଯାହା ରହିଛି ଭାଜପାର ୨ ଜଣ ବିଜେଡି ସହ ବୁଝାମଣା କରି ନ ପାରନ୍ତି। ଯେହେତୁ କେନ୍ଦ୍ରରେ ଅନେକ କ୍ଷେତ୍ରରେ ଭାଜପା ସହ ବିଜେଡି ହାତ ମିଳାଇଛି ସେ ଦୃଷ୍ଟିରୁ ବୁଝାମଣାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇ ନ ପାରେ। ଏହା ନ ହେଲେ ଅବଶିଷ୍ଟ ୨ ସ୍ବାଧୀନ କାଉନ୍‌ସିଲରଙ୍କ ମଧ୍ୟରୁ ଜଣଙ୍କ ସମର୍ଥନ ଜରୁରୀ। କିନ୍ତୁ ଏହି ୨ କାଉନ୍‌ସିଲର ବିଜେଡିକୁ ସମର୍ଥନ କରିବା ସ୍ଥିତିରେ ନ ଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ଯଦି ଜଣେ ସମର୍ଥନ ଦିଅନ୍ତି ତେବେ ବିଜେଡି ଉପାଧ୍ୟକ୍ଷ ପଦ ଦଖଲ କରିବା ସମ୍ଭବ ହେବ। ଅନ୍ୟପକ୍ଷେ କଂଗ୍ରେସ ପାଇଁ ଆବଶ୍ୟକ ୪ କାଉନ୍‌ସିଲରଙ୍କ ସମର୍ଥନ ମିଳିଯିବା ସମ୍ଭାବନା ଦେଖାଦେଇଛି। ୭ନଂ. ଓ ୧୭ନଂ. ୱାର୍ଡର ସ୍ବାଧୀନ କାଉନ୍‌ସିଲର ଯଥାକ୍ରମେ ଗୋଲାମ ଅଲ୍ଲୀ ଖଁା ଓ ଦେବାଶିଷ ସ୍ବାଇଁ କଂଗ୍ରେସ ସହ ହାତ ମିଳାଇବା ନେଇ ଚର୍ଚ୍ଚା ହେଉଛି। ଏଥିସହ ଭାଜପାର ୨ କାଉନ୍‌ସିଲର ମଧ୍ୟ ମିଶିପାରନ୍ତି। କିନ୍ତୁ ଉପାଧ୍ୟକ୍ଷ ପଦବୀ ହାତେଇବାକୁ ସ୍ବାଧୀନ ଓ ଭାଜପା କାଉନ୍‌ସିଲରମାନେ ଦାବିଦାର ହୋଇପାରନ୍ତି। ଯଦି ସେଭଳି ପରିସ୍ଥିତି ଉପୁଜେ ତେବେ ଭାଜପା କିମ୍ବା ସ୍ବାଧୀନଙ୍କ ମଧ୍ୟରୁ ଜଣଙ୍କୁ ଉପାଧ୍ୟକ୍ଷ କରିବାକୁ କଂଗ୍ରେସ ପଛଘୁଞ୍ଝା ଦେଇ ନ ପାରେ ବୋଲି କୁହାଯାଉଛି। ଆଗକୁ ଦେଖିବାର ଅଛି ଏହି ପଦବୀ କାହା ଦଖଲକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri