ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ କରୋନା ଫେରିବାର ଭୟ ଅଧିକ !

ନୂଆଦିଲ୍ଲୀ,୨୭।୭: ଏବେ ଅଡୁଆରେ ପଡିଛନ୍ତି ଚିକିତ୍ସକ। କାରଣ ହେଉଛି କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ପୁଣିଥରେ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀ ସମେତ ଅନ୍ୟ କିଛି ରାଜ୍ୟରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହା ଚିନ୍ତାର କାରଣ ପାଲଟି ଯାଇଛି। ବିଶେଷଜ୍ଞଙ୍କ କହିବା କଥା ହେଲା ଯଦି କରୋନା ସଂକ୍ରମିତ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ନ ହୋଇଛନ୍ତି ତେବେ ତାଙ୍କ ନିକଟରେ ପୁଣିଥରେ ସଂକ୍ରମଣ ଦେଖାଦେବାର ଅମ୍ଭାବନା ଅଧିକ ରହିଛି। ତେଣୁ ଅତିକମ୍‌ରେ ରିପୋର୍ଟ ୨ ଥର ନେଗେଟିଭ ଆସିବା ଓ କରୋନାର କୌଣସି ଲକ୍ଷଣ ଦେଖା ନ ଯିବା ପରେ ରୋଗୀଙ୍କୁ ଛୁଟି ଦେବା ଆବଶ୍ୟକ। ଦିଲ୍ଲୀ ପୋଲିସର ଜଣେ ୫୦ ବର୍ଷୀୟ ଯବାନ କରୋନାରେ ସଂକ୍ରମିତ ହେବା ପରେ ୧୫-୨୨ ମେ’ ମଧ୍ୟରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଯାଇଥିଲେ। ତେବେ ତାଙ୍କ ନିକଟରେ ପୁଣିଥରେ ଜୁଲାଇ ୧୦ରେ କରୋନା ପଜିଟିଭ ମିଳିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ସେହପିରି ୟୁଏଇରୁ କେରଳ ଆସିଥିବା ୨ ଜଣ ବ୍ୟକ୍ତି ମଧ୍ୟ କରୋନାରୁ ସୁସ୍ଥ ହେବା ପରେ ଏବେ ପୁଣି ସେମାନେ ସଂକ୍ରମିତ ଥିବା ସୂଚନା ରହିଛି। ହାବାର୍ଡ ୟୁନିଭର୍ସିଟିର ୟୁମ୍ୟୁନୋଲୋଜିଷ୍ଟ ଡାକ୍ତର ମାଇକଲ ମିନା କହିଛନ୍ତି, ପୁଣିଥରେ କରୋନା ସଂକ୍ରମଣ ହେବା କଷ୍ଟ। ଯଦି ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ନ ହୋଇଛନ୍ତି ତେବେ ତାଙ୍କ ନିକଟରେ ଦ୍ୱିତୀୟ ଥର ସଂକ୍ରମଣର ଆଶଙ୍କା ଅଧିକ ରହିଛି। ସେ କହିଛନ୍ତି ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡିଜ ତିଆରି ହୋଇଥାଏ। ଏହାର ସ୍ତର ୨-୩ ମାସ ମଧ୍ୟରେ କମ୍‌ ହୋଇଥାଏ। କିନ୍ତୁ ଏହାର ଅର୍ଥନୁହେଁ ବ୍ୟକ୍ତି ଜଣଙ୍କ ପୁଣିଥରେ କରୋନାରେ ସଂକ୍ରମିତ ହେବେ କାରଣ ଏହି ସମ୍ଭାବନା କମ୍‌ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଆଜି ପୁଣି ୪୪ ପଜିିଟିଭ୍‌ ଚିହ୍ନଟ: ୩୬ ସୁସ୍ଥ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଲକ୍‌ଡାଉନ କଟକଣା ଉଲ୍ଲଂଘନ: ଜୁଆ ଖେଳି ୬ ଗିରଫ, ୫ ହଜାର ଜବତ

ପୁରୁଷୋତ୍ତମପୁର, ୨୭।୪(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଗଞ୍ଜାମ ଜିଲାରେ ଏହାକୁ ଉଲ୍ଲଂଘନ କରାଯାଇଛି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଜୁଆ...

ଏଏପି କାର୍ଯ୍ୟାଳୟରେ ପହଞ୍ଚିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ପୋଲିସ ସୋମବାର ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛି। ଏହାକୁ ନେଇ କର୍ମକର୍ତ୍ତାମାନେ କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଛନ୍ତି। ଏହି ସମୟରେ ଏଏପିର...

ପାଠ ମନେ ରଖିବା ପାଇଁ ଛାତ୍ରୀଛାତ୍ରଙ୍କୁ ଇଞ୍ଜେକସନ ଦେଉଥିଲେ ଶିକ୍ଷକ

ନୂଆଦିଲ୍ଲୀ,୧୫।୨: ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକ ଛାତ୍ରୀଛାତ୍ରଙ୍କ ସ୍ମରଣଶକ୍ତି ବଢାଇବା ଇଞ୍ଜେକସନ ଦେଉଥିବାବେଳେ ଧରାପଡିଛନ୍ତି। ପୋଲିସ ଶିକ୍ଷକଙ୍କୁ...

କରୋନା ଭାଇରସ୍‌ରୁ ରକ୍ଷା ପାଇଁ ତାରାତାରିଣୀ ପୀଠରେ ପୂଜାର୍ଚ୍ଚନା

ପୁରୁଷୋତ୍ତମପୁର,୨୧।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନା ଭାଇରସ୍‌ ଆତଙ୍କକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ...

୨୯ରେ ମୋଦିଙ୍କ ଇଟାଲୀ, ବ୍ରିଟେନ ଗସ୍ତ

ନୂଆଦିଲ୍ଲୀ, ୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ରୁ ୫ ଦିନିଆ ଗସ୍ତରେ ଇଟାଲୀ ଓ ବ୍ରିଟେନ ଯିବେ। ଏହି ଅବସରରେ ସେ ରୋମ୍‌ରେ ଅନୁଷ୍ଠିତ...

ମହାରାଷ୍ଟ୍ର ଭାଜପାରେ ଫାଟ ଆଶଙ୍କା: ପଙ୍କଜା ମୁଣ୍ଡେ ସୋସିଆଲ୍‌ ମିଡ଼ିଆରେ ଶକ୍ତି ପ୍ରଦର୍ଶନର ଦେଲେ ସଙ୍କେତ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନ ଆରମ୍ଭ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିଛନ୍ତି। ତେବେ ଏହାକୁ ନେଇ ରାଜ୍ୟ ଭାଜପାରେ ଆଗାମୀ...

ତେଜସ୍ୱୀ ବିରୋଧିଦଳ ନେତା!

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ନୀତୀଶ କୁମାର ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଦୀପାବଳି...

Advertisement
Archives

Model This Week