ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ ଜଣେ ଆଫଗାନ ମହିଳା ସାମ୍ବାଦିକା ତାଙ୍କୁ ତାଲିବାନ ଏବଂ ଆଫଗାନ ମହିଳାଙ୍କ ଅଧିକାର ସମ୍ପର୍କରେ ପ୍ରଶ୍ନ କରୁଥିବା ଦେଖାଯାଉଛି।

ସାମ୍ବାଦିକା ଜଣକ ପ୍ରଶ୍ନ କରିଥିଲେ ଯେ, ଆଫଗାନ ମହିଳାଙ୍କ ଅଧିକାର ପ୍ରସଙ୍ଗରେ ପାକିସ୍ତାନ ତାଲିବାନ ସହ କଥା ହେବ କି ଏବଂ ମହିଳାଙ୍କୁ ନେଇ ତାଲିବାନର ନୀତିରେ ପରିବର୍ତ୍ତନ ପାଇଁ ଚାପ ପକାଇବ କି। ତାଲିବାନକୁ ପାକିସ୍ତାନ ବନ୍ଧୁ ଭାବେ ଦେଖୁଥିବା ସମୟରେ ମହିଳାଙ୍କ ପ୍ରସଙ୍ଗରେ ତାଲିବାନର ନୀତିକୁ କାହିଁକି ବିରୋଧ କରାଯାଇନଥିଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ।

ଭାଇରାଲ୍‌ ଭିଡିଓରେ ଦାବି କରାଯାଉଛି ଯେ, ପ୍ରଶ୍ନ ଶୁଣିବା ପରେ ଖ୍ୱାଜା ଆସିଫ ସାମ୍ବାଦିକାଙ୍କୁ ମଝିରେ ଅଟକାଇଥିଲେ । ପରେ ସେ ତାଙ୍କ ପୋଷାକ ଆଡ଼କୁ ଇଙ୍ଗିତ କରି ‘ଏଭଳି ଭାବେ ଫେରିଯିବେ ନାହିଁ’ ବୋଲି କହୁଥିବା ଦେଖାଯାଉଛି। ଏହାପରେ ସେ ଗଳା ନିକଟରେ ହାତ ନେଇ ଏକ ଇଙ୍ଗିତ କରିଥିବା ଭିଡିଓରେ ଦେଖାଯାଉଛି । ଏହି ଇଶାରାକୁ କିଛି ସୋସିଆଲ ମିଡିଆ ୟୁଜର ଧମକ କିମ୍ବା ହତ୍ୟାର ସଙ୍କେତ ଭାବେ ବ୍ୟାଖ୍ୟା କରିଛନ୍ତି। ତେବେ ଇଶାରାର ନିର୍ଦ୍ଦିଷ୍ଟ ଅର୍ଥ ନେଇ ସ୍ୱତନ୍ତ୍ର ଭାବେ କୌଣସି ନିଶ୍ଚିତ ବ୍ୟାଖ୍ୟା ମିଳିନାହିଁ । ଭିଡିଓରେ ଆସିଫଙ୍କ ଆଖପାଖରେ ଥିବା କିଛି ଲୋକ ହସୁଥିବା ମଧ୍ୟ ଦେଖାଯାଉଛି।

ଭିଡିଓ ସେୟାର କରି ଅନେକ ୟୁଜର ଖ୍ୱାଜା ଆସିଫଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଫଗାନ ମହିଳାଙ୍କ ଅଧିକାର ଭଳି ଗମ୍ଭୀର ପ୍ରସଙ୍ଗରେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରଶ୍ନର ଏଭଳି ଉତ୍ତରକୁ ନେଇ ୟୁଜରମାନେ ମତ ରଖିଛନ୍ତି। ତେବେ ସୋସିଆଲ ମିଡିଆରେ ହେଉଥିବା ବିଭିନ୍ନ ବ୍ୟାଖ୍ୟା ଓ ପ୍ରତିକ୍ରିୟାକୁ ଅଲଗା ଭାବେ ଦେଖିବା ଆବଶ୍ୟକ । ଭିଡିଓର ସମ୍ପୂର୍ଣ୍ଣ ପରିପ୍ରେକ୍ଷିତ ଏବଂ ଖ୍ୱାଜା ଆସିଫଙ୍କ ଏହି ଇଶାରା ସମ୍ପର୍କରେ ତାଙ୍କର ଅଧିକ ବ୍ୟାଖ୍ୟା ସ୍ପଷ୍ଟ ହେବା ଜରୁରୀ। ଏହି ସମୟରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି । ସୀମାରେ ଉତ୍ତେଜନା ଓ ଦୁଇ ଦେଶ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଖବର ମଧ୍ୟ ସାମ୍ନାକୁ ଆସୁଛି।

ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର କିଛି ସ୍ଥାନରେ ଏୟାରଷ୍ଟ୍ରାଇକ୍‌ ଓ ଡ୍ରୋନ୍‌ ଆକ୍ରମଣ କରାଯାଇଥିବା ଦାବି କରାଯାଇଛି । ପାକିସ୍ତାନ କହିଛି ଯେ, ଡ୍ରୋନ୍‌ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଅନ୍ୟପକ୍ଷରେ ଆଫଗାନିସ୍ତାନ ଏହାକୁ ଆକ୍ରମଣାତ୍ମକ ପଦକ୍ଷେପ ବୋଲି କହି ନିନ୍ଦା କରିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?