Posted inଫୁରସତ

ଶଗଡ ଚଢିଲେ ଶିକ୍ଷକ, ଜାଣନ୍ତୁ କାହିଁକି

ମଧ୍ୟ ପ୍ରଦେଶର ଜଣେ ଶିକ୍ଷକ ଶଗଡ ଚଢି ଚର୍ଚ୍ଚାକୁ ଆସିଛନ୍ତି। ରାୟସେନ ଜିଲାର ସାଲେଗଡ ଗ୍ରାମର ପ୍ରାଥମିକ ସ୍କୁଲରେ ଶିକ୍ଷକ ଥିବା ନୀରଜ ସକ୍ସେନା ଶଗଡରେ ବହି ବୋହି ସ୍କୁଲକୁ ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଇଣ୍ଟଖେଡି ସଙ୍କୁଲ କେନ୍ଦ୍ରରୁ ସରକାରୀ ବହି ଶଗଡ ଗାଡିରେ ଲଦି ୫ କିମି ଜଙ୍ଗଲ ରାସ୍ତା ଦେଇ ସ୍କୁଲରେ ପହଞ୍ଚିଥିଲେ ନୀରଜ। ଗାଁରେ ପକ୍କା ରାସ୍ତା ନାହିଁ। ବର୍ଷା ହେଲେ ଗାଁକୁ କୌଣସି ଗାହି ଯିବା ଅସମ୍ଭବ ହୋଇପଡେ। ଏହି କାରଣରୁ ସେ ଶଗଡରେ ବହି ନେବା କଥା ଚିନ୍ତା କରିଥିଲେ ବୋଲି କହନ୍ତି ନୀରଜ। କରୋନା ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢା ବ୍ୟାହତ ଘଟିଛି। ସ୍କୁଲ ଖୋଲିବା ମାତ୍ରେ ତୁରନ୍ତ ପିଲାଙ୍କୁ ବହି ଯୋଗାଇ ଦିଆଯିବ। ଏଥିପାଇଁ ବହି ଷ୍ଟକ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ୨୦୦୯ରୁ ସେ ଏଠାରେ ପଢାଇ ଆସୁଛନ୍ତି। ସେତେବେବେଳେ ସ୍କୁଲରେ ମାତ୍ର ୧୫ ଛାତ୍ରଛାତ୍ରୀ ପାଠ ପଢୁଥିଲେ। ନୀରଜ ଗାଁ ଗାଁ ବୁଲି ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢାଇବା ପାଇଁ ଅନୁରୋଧ କରିଥିଲେ। ଏବେ ୯୪ ଜଣ ଛାତ୍ରଛାତ୍ରୀ ଉକ୍ତ ସ୍କୁଲରେ ପଢୁଛନ୍ତି। ନୀରଜଙ୍କ ପ୍ରଚେଷ୍ଠାରୁ ସବୁ ସମ୍ଭବ ହୋିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri