ରାଜ୍ୟର ୬୧ ପ୍ରତିଶତ ଅଞ୍ଚଳରେ ନାହାଁନ୍ତି ପୋଲିସ: ରାଜସ୍ବ ବିଭାଗ କର୍ମଚାରୀଙ୍କ ହାତରେ ସୁରକ୍ଷା ଦାୟିତ୍ୱ

ଡେରାଡୁନ୍‌, ୨୭।୭: ସୁରକ୍ଷା ଦାୟିତ୍ୱ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କାର୍ଯ୍ୟ ପୋଲିସ ବିଭାଗ ଉପରେ ନ୍ୟସ୍ତ ରହିଥାଏ। ତେବେ ଭାରତରେ ଏଭଳି ଏକ ରାଜ୍ୟ ରହିଛି ଯାହାର ୬୧ ପ୍ରତିଶତ ଦୁର୍ଗମ ଅଞ୍ଚଳରେ ପୋଲିସ ନାହାଁନ୍ତି। ସେମାନଙ୍କ ସ୍ଥାନରେ ରାଜସ୍ବ ବିଭାଗ କର୍ମଚାରୀଙ୍କ ହାତରେ ସୁରକ୍ଷା ଦାୟିତ୍ୱ ରହିଛି। ଏହି ରାଜ୍ୟ ହେଉଛି ଉତ୍ତରାଖଣ୍ଡ। ୧୮୬୧ଠାରୁ ବ୍ରିଟିଶ୍‌ ଶାସନ ସମୟଠାରୁ ଏସବୁ ଅଞ୍ଚଳରେ ପୋଲିସ କାମ ରାଜସ୍ବ ବିଭାଗ କର୍ମଚାରୀମାନେ କରିଆସୁଛନ୍ତି। ୧୮୬୧ରେ ଦେଶବ୍ୟାପୀ ପୋଲିସ ଆକ୍ଟ ଲାଗୁ ହୋଇଥିଲେ ମଧ୍ୟ ଉତ୍ତରଖଣ୍ଡର ଦୁର୍ଗମ ଅଞ୍ଚଳକୁ ବ୍ରିଟିଶ୍‌ ସରକାର ନିଜର ସୁରକ୍ଷା ଦୃଷ୍ଟିରୁ ଏଥିରୁ ଦୂରେଇ ରଖିଥିଲେ। ୧୮୫୭ରେ ସିପାହୀ ବିଦ୍ରୋହ ପରେ ଏଭଳି କରିବାକୁ ତତ୍‌କାଳୀନ ବ୍ରିଟିଶ୍‌ ସରକାର ଯୋଜନା କରିଥିଲେ। ତେବେ ୨୦୧୮ରେ ଉତ୍ତରଖଣ୍ଡ ହାଇକୋର୍ଟ ଏହି ବ୍ୟବସ୍ଥାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ପୂର୍ବଭଳି ରାଜସ୍ବ ବିଭାଗ କର୍ମଚାରୀ ପୋଲିସ ଭଳି କାମ କରୁଛନ୍ତି। ୨୦୧୩ରେ କେଦାରନାଥରେ ହୋଇଥିବା ପ୍ରଳୟ ପରେ କୁହାଯାଇଥିଲା ଯେ, ଯଦି ଏଠାରେ ପୋଲିସ ଥାନ୍ତେ ତେବେ କ୍ଷୟକ୍ଷତି ପରିମାଣ କମ୍‌ ହୋଇଥାନ୍ତା। ମାତ୍ର ଏସବୁ ଅଞ୍ଚଳ ବାସିନ୍ଦାଙ୍କ ଅନୁସାରେ ପୋଲିସ ଥାନା ଖୋଲିଲେ ଦୁର୍ନୀତି ବଢ଼ିବ। ତେଣୁ ପୁରୁଣା ଧାରାରେ କାର୍ଯ୍ୟ ଜାରି ରହିବାକୁ ସେମାନେ ସମର୍ଥନ କରୁଛନ୍ତି। ଏହାଦ୍ୱାରା ହାଇକୋର୍ଟ ନିର୍ଦ୍ଦେଶର ଅବମାନନା ହେଉଥିବା ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri