ପ୍ରତିଯୋଗିତା ଭିତ୍ତିରେ ହେବ ପୂଜା

ଅନୁଗୋଳ ଅଫିସ, ୨୮।୮: କିଛିଟା ଦୂର ହୋଇଛି କରୋନା କଷ୍ଟ। ପୂର୍ବପରି କଡ଼ାକଡ଼ି ନାହିଁ କଟକଣା। ତେଣୁ ଏଥର ଜମିବ ପାର୍ବଣ। ସାଜସଜ୍ଜା, ବୁଲାବୁଲି, କିଣାବିକା, ଦୋଳି, ମିନାବଜାର ଏମିତି ପୂଜାକୁ ନେଇ ବହୁ ଯୋଜନା କରିଛନ୍ତି ଅନୁଗୋଳ ସହରବାସୀ। ସେହିପରି ପୂଜା କମିଟିଗୁଡ଼ିକ ପକ୍ଷରୁ ମଧ୍ୟ ଜୋର୍‌ଦାର ହୋଇଛି ପ୍ରସ୍ତୁତି। ଆକର୍ଷଣୀୟ ମଣ୍ଡପ ନିର୍ମାଣ ଠାରୁ ଆଖି ଝଲସାଇଦେଲା ଭଳି ଭସାଣି, ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ନିଆଯାଇଛି ନିଷ୍ପତ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଅନ୍ୟ ଅପେକ୍ଷା ଆଗରେ ରହିବାକୁ ମଣ୍ଡପ କର୍ମକର୍ତ୍ତାମାନେ ସ୍ଥିର କରିଥିବାରୁ ଏଥର ଅନୁଗୋଳରେ ପ୍ରତିଯୋଗିତା ଭିତ୍ତିରେ ପୂଜା ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି।
ଅନୁଗୋଳ ସହରରେ ଚଳିତବର୍ଷ ୩୦ରୁ ଅଧିକ ମଣ୍ଡପରେ ଗଜାନନଙ୍କ ପୂଜା ହେବ। ଏହାକୁ ନେଇ ସହର ଏବେଠୁ ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ମଣ୍ଡପରେ ତୋରଣ ନିର୍ମାଣ ଶେଷ ପର୍ଯ୍ୟାୟରେ ରହିଥିବା ଦେଖିବାକୁ ମିଳିଛି। ଏପରି କି ପ୍ରଥମ କ୍ଲବ ଭାବେ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ଶନିବାର ରାତିରେ ଲାଇଟ୍‌ ତୋରଣର ଟେଷ୍ଟିଂ କରାଯାଇଛି। ଫଳରେ ପୂଜା ଆହୁରି ୩ ଦିନ ବାକି ଥିଲେ ବି ପାର୍ବଣର ଉତ୍ସାହ ସହରରେ ଖେଳିଯାଇଛି। ସେହିପରି ଭସାଣି ଉତ୍ସବରେ ୧୫ଟି ମେଢ଼ ସାମିଲ ହେବାକୁ ଥିବାବେଳେ ଲଟେରି ସହ କିଏ କାହା ପଛକୁ ରହିବ ତାହା ସ୍ଥିର ହୋଇସାରିଛି। ଚଳିତବର୍ଷ ଭସାଣିକୁ ଅତ୍ୟନ୍ତ ସ୍ବତନ୍ତ୍ର କରିବାକୁ ମଣ୍ଡପଗୁଡ଼ିକ ପକ୍ଷରୁ ଯୋଜନା ହୋଇଛି। କେନ୍ଦ୍ରାପଡ଼ାର ମ୍ୟୁଜିକ୍‌ ବ୍ୟାଣ୍ଡ ସାଙ୍ଗକୁ ବରଗଡ଼ର ଦୁଲଦୁଲି ବାଜା, ଝାଡ଼ଖଣ୍ଡୀ ଆଲୁଅର ଯାଦୁ, ପୁରୀର ଘଣ୍ଟୁଆ ଓ ଲୋକକଳାର ଝଲକ ସହ ବିଭିନ୍ନ ଲୋକ ନୃତ୍ୟ ଭସାଣିରେ ସାମିଲ କରାଯିବ। ୪ ତାରିଖରେ ଟାଉନ୍‌ ହାଇସ୍କୁଲ ପଡ଼ିଆରେ ପ୍ରିନ୍ସ ଫେଷ୍ଟ ଅନୁଷ୍ଠିତ ହେବ। ଏଥିରେ ଓଲିଉଡର ତାରକା କଣ୍ଠଶିଳ୍ପୀ ଶଶାଙ୍କ ଶେଖର, ସ୍ବୟମ୍‌ ପାଢ଼ୀ ଓ ନାଭ୍ୟା ଯଯାତିଙ୍କ ସହ ବ୍ୟାଣ୍ଡ ପାର୍ଟି ସେମାନଙ୍କ ଯାଦୁ ଦେଖାଇବେ। କେତେକ ମଣ୍ଡପରେ ଅନ୍ନପ୍ରସାଦ ସହ ଅନାଥ ଆଶ୍ରମରେ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଉଛି। ପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ବିଭିନ୍ନ କ୍ଲବ ସହ ଆଲୋଚନା କରାଯାଇଛି।

 

ଆଗରେ ରହିବାକୁ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବର ଯୋଜନା
ପୂଜା ଆୟୋଜନରେ ସହରର ସମସ୍ତ କ୍ଲବକୁ ପଛରେ ପକାଇବାକୁ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ଯୋଜନା କରାଯାଇଛି। ସାଜସଜ୍ଜା ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯାଏ ପ୍ରତିଟି କ୍ଷେତ୍ରରେ କିଛି ନିଆରା କରିବାକୁ କ୍ଲବ ସ୍ଥିର କରିଛି। ୯ ଫୁଟର ମୂର୍ତ୍ତି ନିର୍ମାଣ ହୋଇଛି। ଭସାଣିରେ ଦୁଲଦୁଲି ବାଜା ସାଙ୍ଗକୁ ସମ୍ବଲପୁରୀ ଛାପ ଛାଡ଼ିବାର ନିଷ୍ପତ୍ତି କରାଯାଇଛି। ପ୍ରିନ୍ସ ଫେଷ୍ଟ ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେବ। ଓଲିଉଡ଼ର ତାରକା କଣ୍ଠଶିଳ୍ପୀଙ୍କ ସହ ବ୍ୟାଣ୍ଡରେ ସହରବାସୀ ଝୁମିଉଠିବେ ବୋଲି କ୍ଲବ ପକ୍ଷରୁ ଦିବ୍ୟଜିତ୍‌ ଦାସ ସୂଚନା ଦେଇଛନ୍ତି।

 

କ୍ଲବ ଗଣପତ୍‌ର ଝାଡ଼ଖଣ୍ଡୀ ଆଲୋକ
ଅନୁଗୋଳର କ୍ଲବ ଗଣପତ୍‌ ପକ୍ଷରୁ ଚଳିତବର୍ଷ ୧୩ ଫୁଟ ୩ ଇଞ୍ଜର ମୂର୍ତ୍ତି ନିର୍ମାଣ କରାଯାଇଛି। ତୋରଣ ନିର୍ମାଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପୂଜା ସମୟରେ ପ୍ରତ୍ୟେକ ଦିନ ପ୍ରସାଦ ବଣ୍ଟନ ସହ ସନ୍ଧ୍ୟାରେ କ୍ଷୀର ଓ କାକରା ଭକ୍ତଙ୍କୁ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ତେବେ ଝାଡ଼ଖଣ୍ଡରୁ ଅଣାଯାଇଥିବା ସ୍ବତନ୍ତ୍ର ଆଲୋକ ସହରବାସୀଙ୍କୁ ଚମତ୍କୃତ କରିଦେବ। ଭସାଣିର ସ୍ବତନ୍ତ୍ର ଆକର୍ଷଣ ସାଜିବ ବୋଲି କ୍ଲବ ପକ୍ଷରୁ ଚନ୍ଦନ କୁମାର ସାହୁ ସୂଚନା ଦେଇଛନ୍ତି।

 

ମହାବିନାୟକ ଯୁଥ୍‌ କ୍ଲବରେ ସର୍ବୋଚ୍ଚ ମୂର୍ତ୍ତି
ଚଳିତବର୍ଷ ପୂଜାରେ ସବୁଠାରୁ ବଡ଼ ମୂର୍ତ୍ତି ନିର୍ମାଣ କରୁଛି ମହାବିନାୟକ ୟୁଥ୍‌ କ୍ଲବ। ଏହି ମଣ୍ଡପରେ ୧୫ ଫୁଟ ଉଚ୍ଚତାର ଠାକୁର ବସାଯିବା ସହ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପଲିଥିନ୍‌ ମୁକ୍ତ ସହର ପାଇଁ ସଚେତନତା ସୃଷ୍ଟି କରାଯିବ। ଭସାଣିକୁ ମଧ୍ୟ ଆକର୍ଷଣୀୟ କରାଯିବ। ଝିଲ୍‌ମିଲ୍‌ ଲାଇଟ୍‌ ସହିତ ପୁରୀର ସାଂସ୍କୃତିକ ଅନୁଷ୍ଠାନକୁ ଏଥିରେ ସାମିଲ କରାଯିବ। କେନ୍ଦ୍ରାପଡ଼ାର ମ୍ୟୁଜିକ୍‌ ଦର୍ଶକଙ୍କ ମନ ଛୁଇଁବ ବୋଲି ମହାବିନାୟକ ଯୁଥ୍‌ କ୍ଲବର ଶିବାନୀ ଗୌଡ଼ ପ୍ରକାଶ କରିଛନ୍ତି।

 

ଭସାଣିକୁ ଅଧିକ ଗୁରୁତ୍ୱ ଦେବ ୟୁନାଇଟେଡ୍‌ କ୍ଲବ
କରୋନା ପାଇଁ ଦୁଇ ବର୍ଷ ଧରି ପୂଜା ହୋଇ ନ ଥିଲା। ତେଣୁ ଚଳିତବର୍ଷ ପୂଜାକୁ ଅନୁମତି ମିଳିବା ପରେ ୟୁନାଇଡେଟ୍‌ କ୍ଲବ କର୍ମକର୍ତ୍ତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଅନ୍ୟମାନଙ୍କଠାରୁ କ୍ଲବ କିପରି ଆଗରେ ରହିବ ସେଥିପାଇଁ କିଛି ସ୍ବତନ୍ତ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂଜା ସହ ଧୁମ୍‌ଧାମରେ ଭସାଣି ଉତ୍ସବକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ମ୍ୟୁଜିକାଲ ବ୍ୟାଣ୍ଡ ସାଙ୍ଗକୁ ଲୋକନୃତ୍ୟର ବ୍ୟବସ୍ଥା ହୋଇଛି। ଘଣ୍ଟବାଦ୍ୟ, ଚିତ୍ତାକର୍ଷକ ଲାଇଟ୍‌ର ବ୍ୟବସ୍ଥା କରାଯାଇଛି ବୋଲି କ୍ଲବ ପକ୍ଷରୁ ଦେବଦତ୍ତ ପ୍ରଧାନ ସୂଚନା ଦେଇଛନ୍ତି।

 

ଅନାଥାଶ୍ରମରେ ଭୋଜନ ଦେବ ମହିମା ନେହେରୁ ପୂଜା କମିଟି
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୂଜା ବେଳେ ମହିମା ନେହେରୁ ପୂଜା କମିଟି ପକ୍ଷରୁ ଅନାଥାଶ୍ରମରେ ଭୋଜନ ପ୍ରଦାନ କରାଯିବ। ଅନ୍ତେବାସୀଙ୍କୁ ପୂଜା ମଣ୍ଡପ ନିକଟକୁ ଏକ ସ୍ବତନ୍ତ୍ର ଗାଡ଼ିରେ ଅଣାଯାଇ ପ୍ରସାଦ ପ୍ରଦାନ ବ୍ୟବସ୍ଥା ହେବ। ଏହାବ୍ୟତୀତ ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯିବ। ସାଜସଜ୍ଜା ସହ ଭସାଣି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ପୁରୀ ଚନ୍ଦନପୁର ଅଞ୍ଚଳର ଘଣ୍ଟୁଆ ଦଳଙ୍କୁ ସାମିଲ କରାଯିବ। କ୍ଲବ ପକ୍ଷରୁ ଅନାଥାଶ୍ରମ ପିଲାଙ୍କୁ ଅନ୍ନ ପ୍ରଦାନ ଦିଆଯିବ ବୋଲି କ୍ଲବ ପକ୍ଷରୁ ଅନୁପ କୁମାର ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri