Posted inଜାତୀୟ

ତେଜୁଛି ରାଜନୀତି, ଥମୁନି ବଳାତ୍କାର

ନୂଆଦିଲ୍ଲୀ,୩୧ା୮: ୨୦୧୨ ଡିସେମ୍ବର ୧୬ ରାତି ପ୍ରାୟ ୯ଟାରେ ଦକ୍ଷିଣ ଦିଲ୍ଲୀ ମୁନିରକାରେ ଜଣେ ୨୩ ବର୍ଷୀୟା ଫିଜିଓଥେରାପିଷ୍ଟ ଛାତ୍ରୀ ବସ୍‌ରେ ଚଢ଼ିଥିଲେ ଘରକୁ ଯିବା ପାଇଁ। ସେହି ଚଳନ୍ତା ବସ୍‌ରେ ଡ୍ରାଇଭର ଓ ତାଙ୍କ ସହଯୋଗୀମାନେ ପାରାମେଡିକ୍‌ ଛାତ୍ରୀଙ୍କୁ ଗଣବଳାତ୍କାର କରିବା ସହ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ୍‌ ପୂରାଇ ତାଙ୍କୁ ଏକ ପରିତ୍ୟକ୍ତ ସ୍ଥାନରେ ଫୋପାଡ଼ି ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଥିବା ଛାତ୍ରୀଙ୍କୁ ଦେଶ ନଁା ଦେଇଥିଲା ‘ନିର୍ଭୟା’। ଏହି ବହୁଚର୍ଚ୍ଚିତ ଘଟଣାର ପ୍ରାୟ ୧୨ ବର୍ଷ ପରେ ଦେଶକୁ ଆନ୍ଦୋଳିତ କରିଦେଇଛି ଆଉ ଏକ ବଳାତ୍କାର ଓ ହତ୍ୟା।
୮ ବିଳମ୍ବିତ ରାତିରେ କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ସେମିନାର ହଲ୍‌ରେ ୩୧ ବର୍ଷୀୟା ପିଜି ଛାତ୍ରୀଙ୍କୁ ବଳାତ୍କାର ପରେ ବର୍ବର ହତ୍ୟା କରାଯିବା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ବିଶ୍ୱରେ ଦୁର୍ନାମ ମୁଣ୍ଡାଇଛି ଭାରତ। ଏଥିସହ କର୍ମକ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା ପ୍ରତି ଉଠିଛି ପ୍ରଶ୍ନବାଚୀ। ପୀଡ଼ିତା ଛାତ୍ରୀଙ୍କ ସାଙ୍କେତିକ ନାମକରଣ କରାଯାଇଛି ‘ଅଭୟା’।
କର ହସ୍ପିଟାଲ ମାମଲାରେ କାଲକାଟା ହାଇକୋର୍ଟଙ୍କଠାରୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ଦେଶ ଆଉ ଏକ ବଳାତ୍କାରକୁ ଅପେକ୍ଷା କରିପାରିବ ନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବହୁତ ହୋଇଗଲା, ଏବେ ଭାରତକୁ ତତ୍ପର ହୋଇ ମହିଳା ବିରୋଧୀ ଅପରାଧ ରୋକିବାକୁ ପଡ଼ିବ ବୋଲି ଚେତାଇଦେଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମତରେ କୋଲକାତା ଘଟଣା ଏକ ଯନ୍ତ୍ରଣାଦାୟକ ଅପରାଧ। ଏଭଳି ଅପରାଧ ଭିଆଉଥିବା ବ୍ୟକ୍ତିମାନଙ୍କୁ ଦଣ୍ଡିତ କରିବା ପାଇଁ କଠୋର ଆଇନ ବ୍ୟବସ୍ଥା କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ବିରୋଧୀ ଅପରାଧକୁ ଅକ୍ଷମଣୀୟ କହି ନିନ୍ଦା କରିଛନ୍ତି। ସେପଟେ ବିରୋଧୀ ଭାଜପା ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅପଦସ୍ଥ କରିବା ପାଇଁ ବିକ୍ଷୋଭ ଜାରି ରଖିଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବଳାତ୍କାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ସୋମବାର ବିଧାନସଭାରେ ଆଇନ ଆଣିବାକୁ ଯାଉଛନ୍ତି। ବଳାତ୍କାର ଏକ ଜାତୀୟ ପ୍ରସଙ୍ଗ ହୋଇଥିବା ଦର୍ଶାଇ କଠୋର ଆଇନ ପ୍ରଣୟନ ପାଇଁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମମତା ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦ୍ୱିତୀୟ ପତ୍ର ଲେଖିଛନ୍ତି। ପ୍ରଥମ ଚିଠିର ଉତ୍ତର ନ ଦେବା କେନ୍ଦ୍ରର ସମ୍ବେଦନହୀନତା ବୋଲି ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ଯହିଁରେ ମମତା ଉକ୍ତ ଚିଠିକୁ ମଧ୍ୟ ପୋଷ୍ଟ କରିଛନ୍ତି।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମମତାଙ୍କୁ ଏହାର କଡ଼ା ଜବାବ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ପଦକ୍ଷେପ ନେବାରେ ମମତାଙ୍କ ସରକାର ବିଫଳ ହୋଇଥିବା କହିଛନ୍ତି। ପଶ୍ଚିମବଙ୍ଗରେ ୪୮,୬୦୦ ବଳାତ୍କାର ଓ ପୋକ୍ସୋ ମାମଲା ଗଡ଼ୁଥିବାବେଳେ ରାଜ୍ୟ ସରକାର ଅବଶିଷ୍ଟ ୧୧ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରି ନ ଥିବା ଅନ୍ନପୂର୍ଣ୍ଣା ସମାଲୋଚନା କରିଛନ୍ତି। ଟିଏମ୍‌ସି ନେତା ଡେରେକ୍‌ ଓ୍ବ’ବ୍ରାଏନ୍‌ କହିଛନ୍ତି, ଦେଶରେ ମୋଟ ୨୭,୨୦୨୩ ଫାଷ୍ଟ ଟ୍ରାକ୍‌ କୋର୍ଟ ଥିବାବେଳେ ପଶ୍ଚିମବଙ୍ଗରେ ୮୮ଟି ରହିଛି। ଉତ୍ତର ପ୍ରଦେଶ (୩୭୨) ଓ ମହାରାଷ୍ଟ୍ର (୯୭) ପରେ ପଶ୍ଚିମବଙ୍ଗ ହେଉଛି ବଳାତ୍କାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ତୁରନ୍ତ ଦଣ୍ଡବିଧାନ କରିବା ପାଇଁ ଉଦ୍ଦିଷ୍ଟ ଏଭଳି ଅଦାଲତ ପ୍ରତିଷ୍ଠା କରିବାରେ ତୃତୀୟ ରାଜ୍ୟ। ଇତିମଧ୍ୟରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ନୂଆଦିଲ୍ଲୀରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟି ଆର୍‌.ଜି. କର ଘଟଣା ପରବର୍ତ୍ତୀ ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ସ୍ଥିତି ଉପରେ ଅବଗତ କରାଇଛନ୍ତି। ରାଜ୍ୟପାଳଙ୍କଠୁ ନେଇ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବଳାତ୍କାରକୁ ନିନ୍ଦା କରିବା ସହ କଠୋର ଶାସ୍ତିବିଧାନ କରାଯିବା ଉପରେ ମତ ଦେଉଥିବାବେଳେ ଏହି କଳଙ୍କିତ ଧାରା ବଜାୟ ରହିଛି।

ଅସ୍ତ୍ର ଧରି ହସ୍ପିଟାଲ ଯିବାକୁ ଚାହୁଁଛନ୍ତି ମହିଳା ଡାକ୍ତର

ଦେଶର ହସ୍ପିଟାଲଗୁଡ଼ିକରେ ଏକ-ତୃତୀୟାଂଶ ଡାକ୍ତର ନିଜକୁ ଅସୁରକ୍ଷିତ ମଣୁଛନ୍ତି, ଯାହାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ନାଇଟ୍‌ ସିଫ୍ଟରେ କାର୍ଯ୍ୟ କରୁଥିବା ୪୫% ଡାକ୍ତରଙ୍କ ପାଇଁ ଡ୍ୟୁଟି ରୁମ୍‌ ନାହିଁ। ହସ୍ପିଟାଲରେ ସୁରକ୍ଷା କର୍ମଚାରୀଙ୍କ ଅଭାବ, ଆଲୋକ ବ୍ୟବସ୍ଥା, ସିସିଟିଭି କ୍ୟାମେରା ନ ରହିବା ଏବଂ ଅନଧିକାର ପ୍ରବେଶ ଭଳି ଅନେକ ଅସୁବିଧା ରହିଛି। ଏଥିଯୋଗୁ ଅନେକ ମହିଳା ଡାକ୍ତର ଆମତ୍ରକ୍ଷା ପାଇଁ ସାଙ୍ଗରେ ଅସ୍ତ୍ର ନେଇ ହସ୍ପିଟାଲକୁ ଯିବା ଆବଶ୍ୟକ ବୋଲି ଅନୁଭବ କରୁଛନ୍ତି। ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ) ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି।

ମଲିଉଡ୍‌ରେ ମି ଟୂ ଝଡ଼

କେରଳ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ କେ. ହେମାଙ୍କ ଅଧ୍ୟକ୍ଷତାରେ ୨୦୧୭ରେ ଗଠିତ କମିଟି ଗତ ୧୯ରେ ରିପୋର୍ଟ ସାର୍ବଜନୀନ ପରଠୁ ମଲିଉଡ୍‌ରେ ଆଉ ଏକ ମି ଟୂ ଝଡ଼ ଉଠିଛି। ସିନେମାରେ ସୁଯୋଗ ଦେବା ପାଇଁ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାମାନେ ଅଭିନେତ୍ରୀମାନଙ୍କୁ ସୁଯୋଗ ଦେବା ଆଳରେ କିପରି ସେମାନଙ୍କୁ ଯୌନ ଶୋଷଣ କରୁଛନ୍ତି, ତାହା ଉକ୍ତ ରିପୋର୍ଟରେ ପ୍ରଘଟ ହୋଇଛି। ବଙ୍ଗଳା ଅଭିନେତ୍ରୀ ଶ୍ରୀଲେଖା ମିତ୍ରଙ୍କ ଅଭିଯୋଗକୁ ନେଇ ଜଣାଶୁଣା ନିର୍ଦ୍ଦେଶକ ତଥା ପ୍ରଯୋଜକ ରଞ୍ଜିତ ବାଲାକ୍ରିଷ୍ଣନ୍‌ କେରଳ ରାଜ୍ୟ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାବେଳେ ସାଉଥ୍‌ ଆକ୍ଟ୍ରେସ୍‌ ରେବତୀ ସମ୍ପତଙ୍କ ଅଭିଯୋଗ କ୍ରମେ ବର୍ଷିୟାନ ଅଭିନେତା ସିଦ୍ଦିକି ଆସୋସିଏଶନ୍‌ ଅଫ୍‌ ମାଲାୟାଲମ୍‌ ମୁଭି ଆର୍ଟିଷ୍ଟସ (ଏଏମ୍‌ଏମ୍‌ଏ) ସାଧାରଣ ସମ୍ପାଦକ ପଦ ଛାଡ଼ିଛନ୍ତି। ପୋଲିସ ଏନେଇ କେତେଜଣ ସିନେ ବ୍ୟକ୍ତିତ୍ୱଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପ୍ରତି ମିନିଟ୍‌ରେ ୧୬ ବଳାତ୍କାର

ଦେଶର କେଉଁଠି ନା କେଉଁଠି ପ୍ରତି ୧ ମିନିଟ୍‌ରେ ଜଣେ ମହିଳା ବଳାତ୍କାରର ଶିକାର ହେଉଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ କହୁଛି। ସର୍ବାଧିକ ମାମଲାରେ ପୀଡ଼ିତାଙ୍କ ବୟସ ୧୮-୩୦ ବର୍ଷ ମଧ୍ୟରେ। ୨୦୨୨ରେ ମୋଟ ୩୧,୯୩୨ ପୀଡ଼ିତାଙ୍କ ମଧ୍ୟରୁ ୬୬% ବା ୨୧,୦୬୩ ଜଣ ଏହି ଆୟୁ ବର୍ଗର। ୨୦୨୧ରେ ସେମାନଙ୍କ ସଂଖ୍ୟା ୨୦,୦୬୫ ଥିଲା, ଯାହାକି ମୋଟ ୩୧,୮୭୮ ଜଣ ବଳାତ୍କାର ପୀଡ଼ିତାଙ୍କ ୬୩%। ୧୬ ବର୍ଷରୁ କମ୍‌ ବୟସ୍କ ଝିଅ ବଳାତ୍କାର ଶିକାର ହେଲେ ଅନେକ କ୍ଷେତ୍ରରେ ଲୋକଲଜ୍ଜା, ଅପରାଧୀଙ୍କ ଧମକ ଓ ପାରିବାରିକ ଚାପ ଯୋଗୁ ଏତଲା ଦେଉନାହାନ୍ତି। ଏହି କାରଣରୁ ସ୍ବଳ୍ପବୟସ୍କାଙ୍କ ମାମଲା ସଂଖ୍ୟା କମ୍‌ ରହୁଥିବା ସମାଜ ବିଜ୍ଞାନୀମାନେ ମତ ଦେଇଛନ୍ତି।

ଦଣ୍ଡବିଧାନ ହାର ମାତ୍ର ୨୭%

ନିର୍ଭୟା ଗଣବଳାତ୍କାର ଓ ହତ୍ୟା ବେଳେ ଦେଶରେ ବାର୍ଷିକ ୨୫,୦୦୦ ବଳାତ୍କାର ମାମଲା ରୁଜୁ ହେଉଥିଲା। ଏହା ପରେ ବାର୍ଷିକ ୩୦,୦୦୦ରୁ ଊର୍ଦ୍ଧ୍ୱ ବଳାତ୍କାର ମାମଲା ରୁଜୁ ହୋଇଆସୁଛି। ୨୦୧୬ରେ ଏହା ସର୍ବାଧିକ ୩୯,୦୦୦କୁ ଛୁଇଁଥିଲା। ମାମଲା ସଂଖ୍ୟା ବଢ଼ିଚାଲିଥିବାବେଳେ ଦଣ୍ଡବିଧାନ ହାର ମାତ୍ର ୨୭ରୁ ୨୮% ରହୁଛି। ବ୍ରିଟେନ୍‌ରେ ଦଣ୍ଡବିଧାନ ହାର ୬୩.୫% ଥିବାବେଳେ କାନାଡାରେ ୪୨%।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri