କରୋନା ମାର୍ଗଦର୍ଶିକା ପାଳନ ସହିତ ରାଜନୈତିକ ଦଳ ଚାହୁଁଛନ୍ତି ବିଧାନସଭା ନିର୍ବାଚନ, ସୂଚନା ଦେଲେ ଇସି…

ନୂଆଦିଲ୍ଲୀ, ୩୦।୧୨: ସମସ୍ତ ରାଜନୈତିକ ଦଳ କରୋନା ମାର୍ଗଦର୍ଶିକା ପାଳନ ସହିତ ଠିକ୍‌ ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଚାହୁଁଛନ୍ତିି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର(ଇସି) ସୁଶୀଲ ଚନ୍ଦ୍ରା ଗୁରୁବାର ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆ ଆଦି ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ସୂଚନା ଦେଇ ସେ ଏଭଳି କହିଛନ୍ତି।

ଚନ୍ଦ୍ରା ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ, ସମ୍ପୃକ୍ତ ରାଜ୍ୟ ଗସ୍ତ ସମୟରେ ଆମେ ପ୍ରଶାସନ, ପୋଲିସ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟିଛୁ। ସେମାନେ ଠିକ୍‌ ସମୟରେ ନିର୍ବାଚନ ସମ୍ପର୍କରେ କହିଛନ୍ତି। ତେବେ ବର୍ତ୍ତମାନର ମହାମାରୀ ସଂକ୍ରମଣ ସ୍ଥିତିରେ ନିର୍ବାଚନ ରାଲିକୁ ନେଇ କେତେକ ରାଜନୈତିକ ଦଳ ଚିନ୍ତା ବ୍ୟକ୍ତ କରିଥିବା ସେ ପ୍ରକାଶ କରିଛନ୍ତି। ଅଧିକରୁ ଅଧିକ ଲୋକ କିପରି ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ସେନେଇ ଆମେ ପ୍ରୟାସ କରୁଛୁ। ସେହିପରି ଦିବ୍ୟାଙ୍ଗମାନଙ୍କ କ୍ଷେତ୍ରରେ ଘରେ ଭୋଟିଂ ସୁବିଧା ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ତେବେ ନିର୍ବାଚନ ତାରିଖ ଘୋଷଣା ୨୦୨୨ ଜାନୁୟାରୀ ୫ ପରେ କରାଯିବା ନେଇ ସେ ସୂଚନା ଦେଇଛନ୍ତି। ଜାନୁୟାରୀ ୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ସମ୍ପ୍ରତି ୧୫ କୋଟି ଭୋଟରରୁ ଅଧିକ ଭୋଟର ପଞ୍ଜିକୃତ ହୋଇଛନ୍ତି। ସେହିପରି ମତଦାନ ସମୟ ସୀମା ଘଣ୍ଟାଏ ବୃଦ୍ଧି କରାଯିବ। ପୂର୍ବାହ୍ନ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ ବୋଲି ସେ କହିଛନ୍ତି। ମତଦାନ କେନ୍ଦ୍ରରେ କରୋନା ସଂକ୍ରମଣ ସୁରକ୍ଷା ବ୍ୟବସ୍ଥା କରାଯିବ। ସେହିପରି ୩ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବଦଳି କରାଯିବ।

ପୂର୍ବରୁ ୧୫୦୦ ଭୋଟରଙ୍କ ପାଇଁ ଗୋଟିଏ ବୁଥ୍‌ କରାଯାଇଥିବାବେଳେ ଏବେ ୧୨୫୦ ଭୋଟରଙ୍କ ପାଇଁ ଗୋଟିଏ ବୁଥ୍‌ କରାଯିବ। ଫଳରେ ବୁଥ୍‌ ସଂଖ୍ୟା ୧୧ ହଜାର ବୃଦ୍ଧି ପାଇବ। ୮୦୦ ମତଦାନ କେନ୍ଦ୍ରରେ କେବଳ ମହିଳା କର୍ମଚାରୀ ରହିବେ । ନିର୍ବାଚନରେ ସମସ୍ୟା ଉପୁଜିଲେ ଲୋକେ ସି-ଭିଜଲି ଆପ୍‌ ଦ୍ୱାରା ଏହାର ଅଭିଯୋଗ କରି ପାରିବେ ବୋଲି ଇସି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri