Posted inଜାତୀୟ

ରାଜନୈତିକ ଡ୍ରାମା: ସଞ୍ଜୟ ଜୈନ ଗିରଫ

ଜୟପୁର,୧୭।୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ ଅଶୋକ ଗେହଲୋଟ ସରକାରଙ୍କୁ ଭାଙ୍ଗିବାକୁ ନେଇ ଏବେ ଏକ ଅଡ଼ିଓ ଟେପ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ କଳି ଚରମ ସୀମାରେ ପହଞ୍ଚିଛି। ଏହି ମାମଲାରେ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ୍‌ ଗ୍ରୁପ (ଏସ୍‌ଓଜି) ଶୁକ୍ରବାର ଜୟପୁରର ହୋଟେଲ ବ୍ୟବସାୟୀ ସଞ୍ଜୟ ଜୈନଙ୍କୁ ଗିରଫ କରିଛି। ଘୋଡା ବ୍ୟାପାରରେ ସଞ୍ଜୟଙ୍କ ସହାୟତାରେ ଜଣେ କଂଗ୍ରେସ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ସଞ୍ଜୟଙ୍କୁ ଗିରଫ କରାଯିବା ପରେ ଭାଜପାର ବରିଷ୍ଠ ନେତା ମାଣିକ ଚାନ୍ଦ ସୁରନା ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ସୁରନାଙ୍କ ପକ୍ଷରୁ ସୁରେନ୍ଦ୍ର ସିଂ ଶେଖାଓ୍ବତ କହିଛନ୍ତି, ସଞ୍ଜୟଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀଙ୍କ କୌଣସି ସମ୍ପର୍କ ନାହିଁ। ସଞ୍ଜୟଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର କଂଗ୍ରେସ ଏକ ଅଡ଼ିଓ ଟେପ୍‌ ପ୍ରକାଶ କରିବା ପରେ କଂଗ୍ରେସ ନେତା ମହେଶ ଶର୍ମା, ସଞ୍ଜୟ ଜୈନ ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହରତାଳରେ ହିଂସାକାଣ୍ଡ: ବସ୍‌ କାଚ ଭଙ୍ଗାରୁଜା, ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

ଥିରୁଭାନନ୍ତପୁରମ୍‌,୨୩।୯: ରାଷ୍ଟ୍ରୀୟ ଏଜେନ୍ସି ଏନ୍‌ଆଇଏ ଏବଂ ଇଡି ଚଢ଼ାଉ ପ୍ରତିବାଦରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ପକ୍ଷରୁ ଗୁରୁବାର ସାରା କେରଳରେ ବିକ୍ଷୋଭ ପ୍ରଦର୍ଶନ...

ପ୍ଲାଷ୍ଟିକ ବ୍ୟବହାର କଲେ ଦେବାକୁ ପଡିବ ଜରିମନା

ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶରେ ସେପ୍ଟେମ୍ବର ପହିଲା ଅର୍ଥାତ୍‌ ରବିବାରଠାରୁ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ଯଦି କୌଣସି ସ୍ଥାନରେ ୫୦ ମାଇକ୍ରନରୁ କମ୍‌...

ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ: ଦ୍ୱିତୀୟ ନମ୍ବରରେ ଢାକା

ନୂଆଦିଲ୍ଲୀ,୨୨।୩: ଭାରତର ରାଜଧାନୀ ଦିଲ୍ଲୀ ନାମରେ ଆଉ ଏକ ଅବାଞ୍ଛିତ ରେକର୍ଡ ପଞ୍ଜିକୃତ ହୋଇଛି। ଲଗାତର ଦ୍ୱିତୀୟ ବର୍ଷ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ...

ପ୍ରିୟାଙ୍କ ଅପ୍ରିୟ କାର୍ଯ୍ୟ,ଏମିତି କରିଦେଲେ ପରିବାର ଛାରଖାର

ଯୋଧପୁର,୧୦।୮: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣା ଏଠାରେ ଚାଞ୍ଚଲ୍ୟ...

ପଞ୍ଜାବରେ ୮ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚଣ୍ଡିଗଡ଼,୧୮ ।୯: ପଞ୍ଜାବର ମୋହାଲି ସ୍ଥିତ ଏକ ବିଶ୍ୱବିଦ୍ୟାଳରେ ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ...

ହଠାତ୍‌ ଫାଟିଲା ଜେସିବି ଟାୟାର, ଚାଲିଗଲା ୨ ଜୀବନ

ରାୟପୁର,୫।୫: ଛତିଶଗଡର ରାୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜେସିବି ଟାୟାର୍‌ରେ ପମ୍ପ ଦିଆଯାଉଥିବାବେଳେ ତାହା ହଠାତ୍‌ ଫାଟିବାରୁ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।...

ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩୦।୮: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଗୁରୁବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି...

ପରାଜୟ ପରେ ପୁଣି ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୩: ଚଳିତ ନିର୍ବାଚନରେ ୫ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପୁଣିଥରେ ଦଳରେ ନେତୃତ୍ୱ ପରିବର୍ତ୍ତନ ଦାବି ଜୋର୍‌ ଧରିଛି। ଯଥାଶୀଘ୍ର ସମ୍ଭବ ନୂଆ...

Advertisement
Archives

Model This Week