ଇସ୍ରାଏଲରେ ରାଜନୈତିକ ସଙ୍କଟ

ଜେରୁଜେଲମ, ୨୩।୬: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟଙ୍କ ସରକାର ସଂଖ୍ୟାଲଘୁ ହେବା ପରେ ସେଠାରେ ପୁଣି ରାଜନୈତିକ ସଙ୍କଟ ଦେଖାଦେଇଛି। ବେନେଟଙ୍କ ମେଣ୍ଟ ସରକାର ଭାଙ୍ଗିବା ନିମନ୍ତେ ବୁଧବାର ଇସ୍ରାଏଲ ପାର୍ଲାମେଣ୍ଟ ନିସେଟ୍‌ରେ ଏକ ବିଲ୍‌ ପାରିତ ହୋଇଛି। ସଂସଦ ଭଙ୍ଗ ସପକ୍ଷରେ ନିସେଟ୍‌ର ୧୨୦ ସଦସ୍ୟଙ୍କ ମଧ୍ୟରୁ ୧୧୦ ଜଣ ଭୋଟ ଦେଇଛନ୍ତି।

ଅନ୍ତିମ ପର୍ଯ୍ୟାୟ ଭୋଟ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟରେ ପାସ୍‌ ହେବା ପରେ ଖୁବ୍‌ଶୀଘ୍ର ସେଠାରେ ନିର୍ବାଚନ ହେବ। ନେଫଟାଲି ସରକାର ଭାଙ୍ଗିବା ପରେ ମାତ୍ର ୩ ବର୍ଷରେ ଇସ୍ରାଏଲରେ ୫ମ ନିର୍ବାଚନ ହେବାକୁ ଯାଉଛି। ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ଇସ୍ରାଏଲ ବହିର୍ବ୍ୟାପାର ମନ୍ତ୍ରୀ ୟେର ଲ୍ୟାପିଡ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ। ଆସନ୍ତା ଅକ୍ଟୋବରରେ ଇସ୍ରାଏଲରେ ନିର୍ବାଚନ ହୋଇପାରେ।

୮ ଦଳକୁ ନେଇ ଗଠିତ ଐତିହାସିକ ମେଣ୍ଟ ଦ୍ୱାରା ନାଫଟାଲି ପୂର୍ବତନ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତ୍ୟାନାହୁଙ୍କୁ ପଦରୁ ହଟାଇ ୨୦୨୧ ଜୁନ୍‌ରେ ସରକାର ଗଢ଼ିଥିଲେ। ଓ୍ବେଷ୍ଟ ବ୍ୟାଙ୍କ ବିବାଦ, ପାଲେଷ୍ଟାଇନ ପ୍ରସଙ୍ଗରେ ସରକାରଙ୍କ ନୀତିକୁ ବିରୋଧ କରି ୟାମିନା ପାର୍ଟି ଗତ ଏପ୍ରିଲରେ ମେଣ୍ଟରୁ ଓହରି ଯାଇଥିଲା। ଫଳରେ ନାଫଟାଲିଙ୍କ ସରକାର ସଂଖ୍ୟାଲଘୁ ପାଲଟିଥିଲା। ପ୍ରଧାନମନ୍ତ୍ରୀ ହେବାର ବର୍ଷକ ପରେ ନାଫଟାଲି ପାର୍ଲାମେଣ୍ଟ ଭାଙ୍ଗି ପୁନଃ ନିର୍ବାଚନ ନିମନ୍ତେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri