Posted inଜାତୀୟ

୫୬ ବର୍ଷରେ ୪ ଥର ବିଦ୍ରୋହ

ମୁମ୍ବାଇ,୨୩ା୬: କ୍ୟାଡରଭିତ୍ତିକ ଦଳ, ନେୃତୃତ୍ୱ ପ୍ରତି ପ୍ରବଳ ଆନୁଗତ୍ୟ। ତଥାପି ଚାରି ଚାରି ଥର ବିଦ୍ରୋହକୁ ସମ୍ନା କରିଛି ଶିବସେନା। ତହିଁରୁ ୩ ଥର ବିଦ୍ରୋହ କେବଳ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ଅମଳରେ ହୋଇଥିଲା। ବାଲ୍‌ ଠାକ୍‌ରେ କେବେ କ୍ଷମତାରେ ନ ଥିଲେ। କିନ୍ତୁ ଏବେ ତାଙ୍କ ପୁଅ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ସଦ୍ୟ ବିଦ୍ରୋହୀ ସାଜିଛନ୍ତି କ୍ୟାବିନେଟ୍‌ ମନ୍ତ୍ରୀ ଏକନାଥ ସିନ୍ଧେ। ଏହାକୁ ହିନ୍ଦୁତ୍ୱବାଦୀ ଦଳ ପାଇଁ ସବୁଠୁ ବଡ଼ ଝଟ୍‌କା ବୋଲି ବିବେଚନା କରାଯାଉଛି।

ଶିବସେନାର ୫୬ ବର୍ଷର ଇତିହାସରେ ଏପରି ବିଦ୍ରୋହ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ଶିବସେନା କ୍ଷମତାରେ ନ ଥିବାବେଳେ ୩ ଥର ବିଦ୍ରୋହ ହୋଇଥିବାବେଳେ ମଙ୍ଗଳବାର ବରିଷ୍ଠ ନେତା ଏକନାଥ ସିନ୍ଧେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ଧରି ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କଠାରୁ ଅଲଗା ହୋଇଛନ୍ତି। ତାଙ୍କର ଏହି ବିଦ୍ରୋହ କ୍ଷମତାସୀନ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ପାଇଁ ସଙ୍କଟ ସୃଷ୍ଟି କରିଛି।

ବିଧାନ ପରିଷଦ ସଦସ୍ୟ (ଏମ୍‌ଏଲ୍‌ସି) ନିର୍ବାଚନର ଫଳାଫଳ ଆସିବା ପରେ ସୋମବାର ମଧ୍ୟରାତ୍ରିରେ ଆରମ୍ଭ ହୋଇଥିବା ସିନ୍ଧେଙ୍କ ବିଦ୍ରୋହ ଉଦ୍ଧବଙ୍କ ହାତରୁ କ୍ଷମତା ଛଡ଼ାଇନେବାର ସମ୍ଭାବନା ବହନ କରେ। ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ଶିବସେନାର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିଥିବା ଓବିସି ଚେହେରା ଛଗନ ଭୁଜବଳ ୧୯୯୧ରେ ବିଦ୍ରୋହ କରି ଅଲଗା ବାଟରେ ଚାଲିବାକୁ ନିଷ୍ପତ୍ତି ନେଇଥିଲେ। ଯାହା କାମ କଲେ ବି ଶିବସେନା କୌଣସି ସଫଳତାର ଶ୍ରେୟ ତାଙ୍କୁ ଦେଇ ନ ଥିବା ଦର୍ଶାଇ ସେ ଦଳ ତ୍ୟାଗ କରିଥିଲେ। ରାଜ୍ୟର ବିଭିନ୍ନ ଭାଗରେ ଶିବସେନା ପ୍ରାର୍ଥୀମାନଙ୍କ ପାଇଁ ସେ ସଫଳତା ଆଣିଦେବା ସତ୍ତ୍ୱେ ବାଲ୍‌ ଠାକ୍‌ରେ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋହର ଜୋଷୀଙ୍କୁ ବାଛିଥିଲେ।

ନାଗପୁରରେ ପରବର୍ତ୍ତୀ ଶୀତ ଅଧିବେଶନ ବେଳେ ଭୁଜବଳଙ୍କ ସହ ୧୮ ଶିବସେନା ବିଧାୟକ ଦଳ ଛାଡ଼ି ତତ୍କାଳୀନ ଶାସକ କଂଗ୍ରେସକୁ ସମର୍ଥନ ଘୋଷଣା କରିଥିଲେ। କିନ୍ତୁ ୧୨ ବିଦ୍ରୋହୀ ବିଧାୟକ ସେହି ଦିନ ଶିବସେନାକୁ ପୁଣି ଫେରିଯାଇଥିଲେ। ଭୁଜବଳ ଓ ଅନ୍ୟ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ଏକ ଭିନ୍ନ ଗୋଷ୍ଠୀ ରୂପେ ସ୍ବୀକୃତି ପ୍ରଦାନ କରିଥିଲେ। ଫଳରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଅସନ୍ତୁଷ୍ଟଙ୍କ ପ୍ରତି ଆକ୍ରମଣାମତ୍କ ଆଭିମୁଖ୍ୟ ପୋଷଣ କରୁଥିବା ଶିବସେନା କର୍ମୀମାନେ ଭୁଜବଳଙ୍କ ମୁମ୍ବାଇ ଅଫିସରେ ଆକ୍ରମଣ କରିଥିଲେ।

ଭୁଜବଳ ୧୯୯୫ ବିଧାନସଭା ନିର୍ବାଚନ ବେଳେ ମୁମ୍ବାଇରୁ ଶିବସେନା ପ୍ରାର୍ଥୀ ବାଲା ନନ୍ଦଗାଓଁକରଙ୍କଠାରୁ ପରାଜିତ ହୋଇ ନାସିକ ଜିଲାକୁ ଚାଲିଯାଇଥିଲେ। ୧୯୯୯ରେ ଶରଦ ପାଓ୍ବାର କଂଗ୍ରେସ ଛାଡ଼ି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଗଠନ କରିବା ପରେ ଏହି ପୁରୁଖା ନେତା ତହିଁରେ ଯୋଗଦେଇଥିଲେ। ୭୪ ବର୍ଷୀୟ ଭୁଜବଳ ଏବେ ଏମ୍‌ଭିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ୨୦୦୫ରେ ଶିବସେନାକୁ ଆଉ ଏକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିଥିଲା, ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଦଳ ଛାଡ଼ି କଂଗ୍ରେସର ହାତ ଧରିଥିଲେ। ସେ ପରବର୍ତ୍ତୀ ସମୟରେ କଂଗ୍ରେସ ତ୍ୟାଗ କରି ଭାଜପା ଟିକେଟରେ ରାଜ୍ୟ ସଭାକୁ ଯାଇଥିଲେ। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରରେ ତାଙ୍କୁ ମନ୍ତ୍ରୀ କରାଯାଇଛି। ଶିବସେନାକୁ ପରବର୍ତ୍ତୀ ଝଟ୍‌କା ସେତେବେଳେ ଲାଗିଥିଲା ଯେତେବେଳେ ୨୦୦୬ରେ ଉଦ୍ଧବଙ୍କ ଦାଦା ପୁଅ ଭାଇ ରାଜ ଠାକ୍‌ରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ନାମରେ ଏକ ଦଳ ଗଠନ କଲେ। ସେହି ସମୟରେ ରାଜ ଠାକ୍‌ରେ କହିଥିଲେ, ତାଙ୍କ ଲଢ଼େଇ ଶିବସେନା ନେତୃତ୍ୱ ସହ ନୁହେଁ, ବରଂ ଅନ୍ୟ ଶୀର୍ଷ ନେତାଙ୍କୁ ଘେରି ରହିଥିବା ଅନ୍ୟ ନେତାମାନଙ୍କ ବିରୋଧରେ। ୨୦୦୯ ନିର୍ବାଚନରେ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ମଧ୍ୟରୁ ଏମ୍‌ଏନ୍‌ଏସ୍‌ ୧୩ଟିରେ ସଫଳତା ହାସଲ କରିପାରିଥିଲା।

ବର୍ତ୍ତମାନ ଶିବସେନାକୁ ଆଉ ଏକ ବିଦ୍ରୋହ ଦେଖିବାକୁ ପଡ଼ିଛି, ୪ ଥର ବିଧାୟକ ହୋଇଥିବା ଠାଣେ ଜିଲାର ଲୋକପ୍ରିୟ ନେତା ଏକନାଥ ସିନ୍ଧେଙ୍କ ପଟୁ। ଧର୍ମବୀର ଆନନ୍ଦ ଦିଘେଙ୍କୁ ନିଜ ରାଜନୈତିକ ଗୁରୁ ତଥା ଆଦର୍ଶ ମାନୁଥିବା ସିନ୍ଧେଙ୍କ ସହ ଅଧିକ ବିଧାୟକ ଥିବାରୁ ତାଙ୍କ ବିଦ୍ରୋହ ଉଦ୍ଧବଙ୍କୁ କ୍ଷମତାଚ୍ୟୁତ କରିପାରେ। ସମୟକ୍ରମେ ଶିବସୈନିକଙ୍କ ଆଶା ଆକାଂକ୍ଷା ବଢ଼ିବାରେ ଲାଗିଛି। ସେଗୁଡ଼ିକୁ ପୂରଣ ନ କଲେ ଆଗକୁ ମଧ୍ୟ ଏଭଳି ବିଦ୍ରୋହ ଦେଖିବାକୁ ମିଳିପାରେ। ବିଧାନସଭାରେ ବର୍ତ୍ତମାନ ଶିବସେନାର ୫୫, ଏନ୍‌ସିପିର ୫୩ ଓ କଂଗ୍ରେସର ୪୪ ବିଧାୟକଙ୍କୁ ନେଇ ମହା ବିକାଶ ଅଘାଡ଼ି ସରକାର ଗଠନ ହୋଇଛି। ବିରୋଧୀ ବିରୋଧୀ ଭାଜପା ୧୦୬ ଆସନ ଦଖଲ କରିଛି। ଦଳବଦଳ ଆଇନ ବଳରେ ଅଯୋଗ୍ୟ ଘୋଷଣାରୁ ବର୍ତ୍ତିବା ପାଇଁ ସିନ୍ଧେଙ୍କୁ ୩୭ ବିଧାୟକଙ୍କ ସମର୍ଥନ ଜରୁରୀ। କିନ୍ତୁ ଏହି ବିଦ୍ରୋହୀ ନେତା ତାଙ୍କ ସହ ୪୬ ବିଧାୟକ ଥିବା ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri