Posted inଜାତୀୟ

୫୬ ବର୍ଷରେ ୪ ଥର ବିଦ୍ରୋହ

ମୁମ୍ବାଇ,୨୩ା୬: କ୍ୟାଡରଭିତ୍ତିକ ଦଳ, ନେୃତୃତ୍ୱ ପ୍ରତି ପ୍ରବଳ ଆନୁଗତ୍ୟ। ତଥାପି ଚାରି ଚାରି ଥର ବିଦ୍ରୋହକୁ ସମ୍ନା କରିଛି ଶିବସେନା। ତହିଁରୁ ୩ ଥର ବିଦ୍ରୋହ କେବଳ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ଅମଳରେ ହୋଇଥିଲା। ବାଲ୍‌ ଠାକ୍‌ରେ କେବେ କ୍ଷମତାରେ ନ ଥିଲେ। କିନ୍ତୁ ଏବେ ତାଙ୍କ ପୁଅ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ସଦ୍ୟ ବିଦ୍ରୋହୀ ସାଜିଛନ୍ତି କ୍ୟାବିନେଟ୍‌ ମନ୍ତ୍ରୀ ଏକନାଥ ସିନ୍ଧେ। ଏହାକୁ ହିନ୍ଦୁତ୍ୱବାଦୀ ଦଳ ପାଇଁ ସବୁଠୁ ବଡ଼ ଝଟ୍‌କା ବୋଲି ବିବେଚନା କରାଯାଉଛି।

ଶିବସେନାର ୫୬ ବର୍ଷର ଇତିହାସରେ ଏପରି ବିଦ୍ରୋହ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ଶିବସେନା କ୍ଷମତାରେ ନ ଥିବାବେଳେ ୩ ଥର ବିଦ୍ରୋହ ହୋଇଥିବାବେଳେ ମଙ୍ଗଳବାର ବରିଷ୍ଠ ନେତା ଏକନାଥ ସିନ୍ଧେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ଧରି ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କଠାରୁ ଅଲଗା ହୋଇଛନ୍ତି। ତାଙ୍କର ଏହି ବିଦ୍ରୋହ କ୍ଷମତାସୀନ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ପାଇଁ ସଙ୍କଟ ସୃଷ୍ଟି କରିଛି।

ବିଧାନ ପରିଷଦ ସଦସ୍ୟ (ଏମ୍‌ଏଲ୍‌ସି) ନିର୍ବାଚନର ଫଳାଫଳ ଆସିବା ପରେ ସୋମବାର ମଧ୍ୟରାତ୍ରିରେ ଆରମ୍ଭ ହୋଇଥିବା ସିନ୍ଧେଙ୍କ ବିଦ୍ରୋହ ଉଦ୍ଧବଙ୍କ ହାତରୁ କ୍ଷମତା ଛଡ଼ାଇନେବାର ସମ୍ଭାବନା ବହନ କରେ। ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ଶିବସେନାର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିଥିବା ଓବିସି ଚେହେରା ଛଗନ ଭୁଜବଳ ୧୯୯୧ରେ ବିଦ୍ରୋହ କରି ଅଲଗା ବାଟରେ ଚାଲିବାକୁ ନିଷ୍ପତ୍ତି ନେଇଥିଲେ। ଯାହା କାମ କଲେ ବି ଶିବସେନା କୌଣସି ସଫଳତାର ଶ୍ରେୟ ତାଙ୍କୁ ଦେଇ ନ ଥିବା ଦର୍ଶାଇ ସେ ଦଳ ତ୍ୟାଗ କରିଥିଲେ। ରାଜ୍ୟର ବିଭିନ୍ନ ଭାଗରେ ଶିବସେନା ପ୍ରାର୍ଥୀମାନଙ୍କ ପାଇଁ ସେ ସଫଳତା ଆଣିଦେବା ସତ୍ତ୍ୱେ ବାଲ୍‌ ଠାକ୍‌ରେ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋହର ଜୋଷୀଙ୍କୁ ବାଛିଥିଲେ।

ନାଗପୁରରେ ପରବର୍ତ୍ତୀ ଶୀତ ଅଧିବେଶନ ବେଳେ ଭୁଜବଳଙ୍କ ସହ ୧୮ ଶିବସେନା ବିଧାୟକ ଦଳ ଛାଡ଼ି ତତ୍କାଳୀନ ଶାସକ କଂଗ୍ରେସକୁ ସମର୍ଥନ ଘୋଷଣା କରିଥିଲେ। କିନ୍ତୁ ୧୨ ବିଦ୍ରୋହୀ ବିଧାୟକ ସେହି ଦିନ ଶିବସେନାକୁ ପୁଣି ଫେରିଯାଇଥିଲେ। ଭୁଜବଳ ଓ ଅନ୍ୟ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ଏକ ଭିନ୍ନ ଗୋଷ୍ଠୀ ରୂପେ ସ୍ବୀକୃତି ପ୍ରଦାନ କରିଥିଲେ। ଫଳରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଅସନ୍ତୁଷ୍ଟଙ୍କ ପ୍ରତି ଆକ୍ରମଣାମତ୍କ ଆଭିମୁଖ୍ୟ ପୋଷଣ କରୁଥିବା ଶିବସେନା କର୍ମୀମାନେ ଭୁଜବଳଙ୍କ ମୁମ୍ବାଇ ଅଫିସରେ ଆକ୍ରମଣ କରିଥିଲେ।

ଭୁଜବଳ ୧୯୯୫ ବିଧାନସଭା ନିର୍ବାଚନ ବେଳେ ମୁମ୍ବାଇରୁ ଶିବସେନା ପ୍ରାର୍ଥୀ ବାଲା ନନ୍ଦଗାଓଁକରଙ୍କଠାରୁ ପରାଜିତ ହୋଇ ନାସିକ ଜିଲାକୁ ଚାଲିଯାଇଥିଲେ। ୧୯୯୯ରେ ଶରଦ ପାଓ୍ବାର କଂଗ୍ରେସ ଛାଡ଼ି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଗଠନ କରିବା ପରେ ଏହି ପୁରୁଖା ନେତା ତହିଁରେ ଯୋଗଦେଇଥିଲେ। ୭୪ ବର୍ଷୀୟ ଭୁଜବଳ ଏବେ ଏମ୍‌ଭିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ୨୦୦୫ରେ ଶିବସେନାକୁ ଆଉ ଏକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିଥିଲା, ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଦଳ ଛାଡ଼ି କଂଗ୍ରେସର ହାତ ଧରିଥିଲେ। ସେ ପରବର୍ତ୍ତୀ ସମୟରେ କଂଗ୍ରେସ ତ୍ୟାଗ କରି ଭାଜପା ଟିକେଟରେ ରାଜ୍ୟ ସଭାକୁ ଯାଇଥିଲେ। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରରେ ତାଙ୍କୁ ମନ୍ତ୍ରୀ କରାଯାଇଛି। ଶିବସେନାକୁ ପରବର୍ତ୍ତୀ ଝଟ୍‌କା ସେତେବେଳେ ଲାଗିଥିଲା ଯେତେବେଳେ ୨୦୦୬ରେ ଉଦ୍ଧବଙ୍କ ଦାଦା ପୁଅ ଭାଇ ରାଜ ଠାକ୍‌ରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ନାମରେ ଏକ ଦଳ ଗଠନ କଲେ। ସେହି ସମୟରେ ରାଜ ଠାକ୍‌ରେ କହିଥିଲେ, ତାଙ୍କ ଲଢ଼େଇ ଶିବସେନା ନେତୃତ୍ୱ ସହ ନୁହେଁ, ବରଂ ଅନ୍ୟ ଶୀର୍ଷ ନେତାଙ୍କୁ ଘେରି ରହିଥିବା ଅନ୍ୟ ନେତାମାନଙ୍କ ବିରୋଧରେ। ୨୦୦୯ ନିର୍ବାଚନରେ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ମଧ୍ୟରୁ ଏମ୍‌ଏନ୍‌ଏସ୍‌ ୧୩ଟିରେ ସଫଳତା ହାସଲ କରିପାରିଥିଲା।

ବର୍ତ୍ତମାନ ଶିବସେନାକୁ ଆଉ ଏକ ବିଦ୍ରୋହ ଦେଖିବାକୁ ପଡ଼ିଛି, ୪ ଥର ବିଧାୟକ ହୋଇଥିବା ଠାଣେ ଜିଲାର ଲୋକପ୍ରିୟ ନେତା ଏକନାଥ ସିନ୍ଧେଙ୍କ ପଟୁ। ଧର୍ମବୀର ଆନନ୍ଦ ଦିଘେଙ୍କୁ ନିଜ ରାଜନୈତିକ ଗୁରୁ ତଥା ଆଦର୍ଶ ମାନୁଥିବା ସିନ୍ଧେଙ୍କ ସହ ଅଧିକ ବିଧାୟକ ଥିବାରୁ ତାଙ୍କ ବିଦ୍ରୋହ ଉଦ୍ଧବଙ୍କୁ କ୍ଷମତାଚ୍ୟୁତ କରିପାରେ। ସମୟକ୍ରମେ ଶିବସୈନିକଙ୍କ ଆଶା ଆକାଂକ୍ଷା ବଢ଼ିବାରେ ଲାଗିଛି। ସେଗୁଡ଼ିକୁ ପୂରଣ ନ କଲେ ଆଗକୁ ମଧ୍ୟ ଏଭଳି ବିଦ୍ରୋହ ଦେଖିବାକୁ ମିଳିପାରେ। ବିଧାନସଭାରେ ବର୍ତ୍ତମାନ ଶିବସେନାର ୫୫, ଏନ୍‌ସିପିର ୫୩ ଓ କଂଗ୍ରେସର ୪୪ ବିଧାୟକଙ୍କୁ ନେଇ ମହା ବିକାଶ ଅଘାଡ଼ି ସରକାର ଗଠନ ହୋଇଛି। ବିରୋଧୀ ବିରୋଧୀ ଭାଜପା ୧୦୬ ଆସନ ଦଖଲ କରିଛି। ଦଳବଦଳ ଆଇନ ବଳରେ ଅଯୋଗ୍ୟ ଘୋଷଣାରୁ ବର୍ତ୍ତିବା ପାଇଁ ସିନ୍ଧେଙ୍କୁ ୩୭ ବିଧାୟକଙ୍କ ସମର୍ଥନ ଜରୁରୀ। କିନ୍ତୁ ଏହି ବିଦ୍ରୋହୀ ନେତା ତାଙ୍କ ସହ ୪୬ ବିଧାୟକ ଥିବା ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

୨ ଅଧିନାୟକଙ୍କ ସାଇଲେଣ୍ଟ ୱାର୍‌: କ୍ରିକେଟ ମହଲରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ,୧୦।୧୦: କ୍ରିକେଟ ପଡ଼ିଆରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଧାରଣତଃ ବାକ୍‌ଯୁଦ୍ଧ କିମ୍ବା ସ୍ଲେଜିଂ ଦେଖିବାକୁ ମିଳେନାହିଁ। କିନ୍ତୁ ଚଳିତ ଗସ୍ତକୁ ନେଇ ଦୁଇ ଦଳର ଅଧିନାୟକଙ୍କ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?