ଜୁଆ ଆଡ୍ଡାରେ ଚଢାଉ ବେଳେ ଆକ୍ରମଣ, ମାମଲା ରୁଜୁ କଲା ପୋଲିସ       

ଦିଗପହଣ୍ଡି, ୧୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଭୀଷ୍ମଗିରି ଇଲାକାରେ ମଙ୍ଗଳବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଗ୍ରାମ ନିକଟ ଏକ ଆମ୍ବତୋଟାରେ ଗ୍ରାମର ରାଜା ମହାନ୍ତି, ଶରତ ବେହେରା ଏବଂ ସୁରେନ୍ଦ୍ର ନାଇକ ଙ୍କ ନେତୃତ୍ୱରେ  ଜୁଆ ଆଡ୍ଡା ଚାଲିଥିବା ଖବର ପାଇଥିଲେ।

ଥାନା ଏସ.ଆଇ ଏନେଇ ବ୍ରହ୍ମପୁର ଏସ.ପି ଡ଼. ସର୍ବଣା ବିବେକ ଏମ,ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ଏବଂ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ଘଟଣା ଜଣାଇଥିଲେ।ଜୁଆ ଆଡ୍ଡାରେ ଚଢାଉ ପାଇଁ ଅନୁମତି ମିଳିବା ପରେ ପୋଲିସ ଟିମ୍ ଉକ୍ତ ଜୁଆ ଆଡ୍ଡାରେ ଚଢାଉ କରିଥିଲେ।ସେଠାରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଜୁଆ ଖେଳୁଥିଲେ। ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଅଭିଯୁକ୍ତ ରାଜା,ଶରତ ଓ ସୁରେନ୍ଦ୍ର ଙ୍କୁ ଧରି ଥିବା ବେଳେ ସେମାନେ ତାଙ୍କୁ ଧକ୍କା ମାରିବା ସହ ହାବିଲଦାର ଅଜୟ କୁମାର ଶତପଥିଙ୍କୁ ମାଡ଼ ମାରି  ଦୌଡ଼ି ପଳାଇଥିଲେ।

ପୋଲିସ ଟିମ୍ ଚଢ଼ାଉ କରିଥିବା ଜାଣିବା ପରେ ଅନ୍ୟ ଜୁଆଡି ମାନେ ଅନ୍ଧାର ରାତି ର ସୁଯୋଗ ନେଇ ଖସି ପଳାଇଥିଲେ।ପୋଲିସ ସେଠାରୁ ୭ ଟି ବାଇକ,ତାସ ମୁଠା, ଜରିପାଲ ଜବତ କରିଥିଲେ। ଏନେଇ ଥାନା ଏସ.ଆଇ ଥାନାରେ ଏତଲା ଦେବାପରେ ଆଇଆଇସି ଥାନା ମାମଲା ନଂ.୧୧୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ମାନେ ଗ୍ରାମରୁ ଫେରାର ଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

ହାଟଡିହୀ/ଛେନାପଦୀ,୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri