ଅଚଳାବସ୍ଥାରେ ଆମ ପୋଲିସ ସମିତି

ବଅଁରପାଳ,୩୦ା୫(ଡି.ଏନ.ଏ.): ଜନସାଧାରଣ ଓ ପୋଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ଅପରାଧ ହ୍ରାସ କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ସରକାରଙ୍କ ପକ୍ଷରୁ ଆମ ପୋଲିସ ସମିତି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହା ପ୍ରଥମେ ଅନୁଗୋଳ ଜିଲା ନାଲ୍‌କୋ ଥାନାରେ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ସୁଫଳ ମଧ୍ୟ ସେହି ସମୟରେ ପରିଲକ୍ଷିତ ହୋଇଥିଲା। ହେଲେ ୨ ବର୍ଷ ହେଲା ଏହି ବ୍ୟବସ୍ଥା ଥାନାରେ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏହି ସମୟ ମଧ୍ୟରେ ସମିତିର ଗୋଟିଏ ହେଲେ ବି ବୈଠକ ବସିନାହିଁ। ଫଳରେ ଥାନା ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ନାଲ୍‌କୋ ଥାନାରେ ଏହି ବ୍ୟବସ୍ଥା ଲାଗୁ ପରେ ନାଲ୍‌କୋ କଲୋନୀ, କୁଲାଡ଼, ଗିରାଙ୍ଗ, କୁରୁଡୁଲୁ, କାଣ୍ଡସର, ବଳରାମପ୍ରସାଦ, କନ୍ୟାବେଡ଼ା ଓ ମୁଣ୍ଡାହଟିଂ ଅଞ୍ଚଳରେ ୭ଟି ବିଟ୍‌ ଗଠନ କରାଯାଇଥିଲା। ପ୍ରତ୍ୟେକ ବିଟ୍‌ରେ ଜଣେ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ପ୍ରତି ମାସରେ ବିଟ୍‌ ସଦସ୍ୟ ଓ ପୋଲିସ ମଧ୍ୟରେ ବୈଠକ ବସୁଥିଲା। ବିଟ୍‌ ଅଧିକାରୀମାନେ ଗଁା ଗଁା ବୁଲି ଲୋକଙ୍କ ସହ ସମ୍ପର୍କ ଦୃଢ଼ କରୁଥିଲେ। ପୋଲିସ ପ୍ରତି ଲୋକଙ୍କ ମନରେ ଯେପରି ଭୟ ନ ରହିବ ସେ ଦିଗରେ ପଦକ୍ଷେପ ନେଉଥିଲେ। ମାତ୍ର ୨ ବର୍ଷ ହେଲା ତାହା ଦେଖିବାକୁ ମିଳୁନାହିଁ। ସମିତିର ବୈଠକ ବସୁନାହିଁ। ୭ଟି ବିଟ୍‌ରେ କୌଣସି ଅଧିକାରୀ ନାହାନ୍ତି। ବିଟ୍‌ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ଯୋଗାଇ ଦିଆଯାଇଥିବା ବାଇକ୍‌ ମଧ୍ୟ ଆଉ ନାହିଁ। ଉକ୍ତ ବାଇକ୍‌ଗୁଡିକ ପୋଲିସର ଅନ୍ୟ ବିଭାଗକୁ ପ୍ରଦାନ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି। ତେଣୁ ଅଞ୍ଚଳରେ ଏହି ଯୋଜନା ନିଷ୍କ୍ରିୟ ହୋଇପଡିଛି। ଏହି କାରଣରୁ ଚୋରି, ରାହାଜାନି, ଡ୍ରଗ୍ସ କାରବାର ଭଳି ଅପରାଧ ବୃଦ୍ଧିପାଉଛି। ସେହିପରି ବର୍ତ୍ତମାନ ଥାନାରେ କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ୩ ଜଣ ଏସ୍‌ଆଇ ଓ ୩ ଏଏସ୍‌ଆଇଙ୍କ ସ୍ଥାନରେ ୨ ଜଣ ଲେଖାଏ କାର୍ଯ୍ୟ କରୁଛନ୍ତି। ୨୦ କନଷ୍ଟେବଳଙ୍କ ଆବଶ୍ୟକତା ଥିବାବେଳେ ୭ ଜଣ ମହିଳା ଓ ୪ ଜଣ ପୁରୁଷ କନଷ୍ଟେବଳ ଡ୍ୟୁଟି କରୁଛନ୍ତି। ତୁରନ୍ତ ଆମ ପୋଲିସ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ନାଲ୍‌କୋ ଥାନା ଅଧିକାରୀ ବିନ୍ଦୁବାସିନୀ ବିଶ୍ୱାଳ କହିଛନ୍ତି, କରୋନା ପାଇଁ ବୈଠକ ହୋଇପାରୁ ନ ଥିଲା। ଖୁବ୍‌ଶୀଘ୍ର ପ୍ରତ୍ୟେକ ଗ୍ରାମରେ ଆମ ପୋଲିସର ବୈଠକ ଅନୁଷ୍ଠିତ ହେବ। ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?