ୟୁସିଏଲ୍‌ଏ କ୍ୟାମ୍ପସ୍‌ରେ ପୋଲିସ ବର୍ବରତା

ଲସ୍‌ ଏଞ୍ଜେଲସ୍‌,୩ା୫:କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ସ୍ଥିତ ବିଶ୍ୱବିଦ୍ୟାଳୟ (ୟୁସିଏଲ୍‌ଏ)ପରିସରରେ ପାଲେଷ୍ଟିନୀୟ ସପକ୍ଷବାଦୀ ଆନ୍ଦୋଳନ ଜାରି ରହିଥିବାବେଳେ ବିଳମ୍ବିତ ରାତିରେ ହେଲମେଟ ପିନ୍ଧିଥିବା ପୋଲିସ କ୍ୟାମ୍ପସ୍‌ରେ ପ୍ରବେଶ କରି ଫ୍ଲାସ୍‌ ବ୍ୟାଙ୍ଗ ଫାୟାର କରିବା ସହ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛନ୍ତି। ଏଥିସହିତ ସେମାନଙ୍କ କ୍ୟାମ୍ପ୍‌କୁ ପୋଲିସ ଭାଙ୍ଗିଦେଇଛି।
ଗାଜା ଉପରେ ଇସ୍ରାଏଲ୍‌ ଯୁଦ୍ଧକୁ ବିରୋଧ କରି ଆମେରିକାର ବିଭିନ୍ନ କଲେଜ ଓ ୟୁନିଭର୍ସିଟି କ୍ୟାମ୍ପସ୍‌ରେ ବିକ୍ଷୋଭ ଏବଂ ସୁରକ୍ଷା ବଳ ସହ ସଂଘର୍ଷ ଯୋଗୁ ଉତ୍ତେଜନା ଲାଗିରହିଥିବାବେଳେ ପୋଲିସର ରାତିଅଧିଆ କାର୍ଯ୍ୟାନୁଷ୍ଠାନ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇଛି। ପୋଲିସ ବିକ୍ଷୋଭକାରୀ ଛାତ୍ରମାନଙ୍କୁ ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଛାତ୍ରମାନଙ୍କୁ ବିକ୍ଷୋଭ ସ୍ଥଳ ଛାଡ଼ି ଚାଲିଯିବା ପାଇଁ ମାଇକ ଯୋଗେ ବାରମ୍ବାର ଘୋଷଣା କରାଯାଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ବିକ୍ଷୋଭକାରୀ ସ୍ଥାନ ଛାଡ଼ି ନ ଯିବାରୁ ସଶସ୍ତ୍ର ପୋଲିସ କ୍ୟାମ୍ପସ୍‌ରେ ପ୍ରବେଶ କରିଥିଲା। ବିକ୍ଷୋଭକାରୀ ସେମାନଙ୍କ ଅଗ୍ରଗତିକୁ ବାଧା ଦେବା ସହ ବ୍ୟାରିକେଡ୍‌ ଭାଙ୍ଗିଥିଲେ। ପୋଲିସ ସେମାନଙ୍କ କ୍ୟାମ୍ପ୍‌କୁ ହଟାଇଦେବା ସହ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା। ପୋଲିସ୍‌ର ଫ୍ଲାସ୍‌ ବ୍ୟାଙ୍ଗ ବା ଷ୍ଟନ୍‌ ଗ୍ରେନେଡ୍‌ ମାଡ଼ ଯୋଗୁ ୟୁସିଏଲ୍‌ଏ କ୍ୟାମ୍ପସ୍‌ରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। କେତେଜଣ ବିକ୍ଷୋଭକାରୀ ଛାତ୍ର ହାତ ଟେକି ପୋଲିସ ସୁରକ୍ଷାରେ ବାହାରିଯାଇଥିଲେ। ସ୍ଥାନୀୟ ଟେଲିଭିଜନର ଆକଳନ ଅନୁଯାୟୀ କ୍ୟାମ୍ପସ୍‌ ପରିସରରେ ୩୦୦ରୁ ୫୦୦ ବିକ୍ଷୋଭକାରୀ ରହିଥିଲାବେଳେ ସେମାନଙ୍କ ସମର୍ଥନରେ ୨,୦୦୦ରୁ ଊର୍ଦ୍ଧ୍ୱ ଛାତ୍ର ବ୍ୟାରିକେଡ୍‌ ବାହାରେ ରହିଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଏଥିରେ ୩୪,୦୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ସେଠାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ଲକ୍ଷ ଲକ୍ଷ ଲୋକ ଘରଦ୍ୱାର ଛାଡ଼ି ବାହାରେ ଦୟନୀୟ ସ୍ଥିତିରେ ପଡ଼ିରହିଛନ୍ତି। ଇସ୍ରାଏଲ୍‌କୁ ଆମେରିକା ସାମରିକ ସହାୟତା ଯୋଗାଇ ଆସୁଥିବାବେଳେ ତୁରନ୍ତ ରକ୍ତପାତ ବନ୍ଦ ଲାଗି ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri