Posted inଜାତୀୟ

ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ଅଧିକ

ନୂଆଦିଲ୍ଲୀ, ୩।୫:ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଅକାଳ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ। ସେହିପରି ପୂରା ଜୀବନ କାଳ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ମାତ୍ରାରେ ଅସୁସ୍ଥ ରହିଥାନ୍ତି। ଲାନ୍‌ସେଟ୍‌ ଜନ ସ୍ବାସ୍ଥ୍ୟ ପତ୍ରିକାରେ ଏସମ୍ପର୍କିତ ଏକ ନୂତନ ଅଧ୍ୟୟନ ପ୍ରକାଶ ପାଇଛି। ‘ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ୍‌ ଷ୍ଟଡି ୨୦୨୧’ ର ତଥ୍ୟକୁ ବ୍ୟବହାରକରି ଏହି ଅଧ୍ୟୟନ କରାଯାଇଛି। ବିଗତ ୩୦ ବର୍ଷ ମଧ୍ୟରେ ୨୦ଟି ପ୍ରମୁଖ ରୋଗରେ ସଂଘର୍ଷ କରୁଥିବା ମହିଳା ଓ ପୁରୁଷମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅନୁଶୀଳନ କରାଯାଇ ଏହି ଅଧ୍ୟୟନ ପ୍ରକାଶିତ ହୋଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଲିଙ୍ଗଗତ ଆଭିମୁଖ୍ୟର ଆବଶ୍ୟକତାକୁ ଲାନ୍‌ସେଟର ଏହି ଅଧ୍ୟୟନ ସୂଚିତ କରୁଛି। ମାଂଶପୋଶୀ ଜନିତ ସମସ୍ୟା, ମାନସିକ ସ୍ବାସ୍ଥ୍ୟ ସମସ୍ୟା, ମୁଣ୍ଡ ବିନ୍ଧା ଆଦି ରୋଗ ମହିଳାଙ୍କଠାରେ ବେଶି ଦେଖିବାକୁ ମିଳୁଥିବା ଏହି ଅଧ୍ୟୟନ କହିଛି। ଯଦିଓ ଏହିସବୁ ରୋଗକୁ ଘାତକ ରୋଗ ଭାବେ ବିବେଚନା କରାଯାଏ ନାହିଁ, ତେବେ ଏହା ବୟସ ବଢ଼ିବା ସହ ମହିଳାମାନଙ୍କର ସ୍ବାସ୍ଥ୍ୟକୁ ଖରାପ କରି ଚାଲିଥାଏ ବୋଲି ଅଧ୍ୟୟନରେ ପ୍ରକାଶ ପାଇଛି। ପୁରୁଷଙ୍କଠାରୁ ବେଶି ସମୟ ବଞ୍ଚୁଥିବାରୁ ମହିଳାଙ୍କୁ ଅଧିକ ସମୟ ଧରି ଏହିସବୁ ରୋଗ ସହ ବଞ୍ଚିବାକୁ ପଡ଼ିଥାଏ। ସେହିପରି କ୍ୟାନ୍‌ସର, ସଡ଼କ ଦୁର୍ଘଟଣା, ହୃଦ୍‌ରୋଗ, କୋଭିଡ୍‌ -୧୯ ଆଦି ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ବେଶି ଦେଖାଦେଇଥାଏ, ଯାହା ପୁରୁଷମାନଙ୍କର ଅକାଳ ମୃତ୍ୟୁର କାରଣ ହୋଇଥାଏ। ଏହିସବୁ ରୋଗ କମ୍‌ ବୟସରୁ ହିଁ ପୁରୁଷଙ୍କୁ ଆକ୍ରାନ୍ତ କରିଥାଏ। ୨୦୨୧ର ତଥ୍ୟ ଅନୁଯାୟୀ କୋଭିଡ୍‌ ମହାମାରୀ ମହିଳାଙ୍କ ତୁଳନାରେ ୪୫ ପ୍ରତିଶତ ଅଧିକ ପୁରୁଷଙ୍କୁ ସଂକ୍ରମଣ କରିଛି। ଏହି ଅଧ୍ୟୟନକୁ ନେଇ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁସନ (ଆଇଏଚ୍‌ଏମ୍‌ଇ)ର ବରିଷ୍ଠ ଗବେଷକ ଡ. ଲୁସିଆ ସୋରିଓ ଫ୍ଲୋର ପ୍ରତିକ୍ରିୟା ରଖିଛନ୍ତି। ବିଭିନ୍ନ ମାରାତ୍ମକ ରୋଗ ଓ ଏହାର ପରିଣାମ ଉପରେ ଲିଙ୍ଗଗତ ପାର୍ଥକ୍ୟର ଗଭୀର ପ୍ରଭାବ ରହିଥିବା ଜଣାପଡ଼ିଛି। ସାମ୍ପ୍ରତିକ ସ୍ଥିତିରେ ଏହିସବୁ ରୋଗର ପ୍ରଭାବରେ ହେଉଥିବା ଅକାଳ ମୃତ୍ୟୁକୁ ହ୍ରାସ କରିବା ସବୁଠାରୁ ବଡ଼ ଆହ୍ବାନ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri