ଖବରଦାତାଙ୍କୁ ପୋଲିସ ଆକ୍ରମଣ: ବିଭିନ୍ନ ମହଲରୁ ପ୍ରତିବାଦ

ପୁରୀରେ ଜଣେ ପରିବା ବ୍ୟବସାୟୀଙ୍କୁ ପୋଲିସର ନିର୍ଘାତ ମାଡ଼ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ଧରିତ୍ରୀର ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ଯେଉଁଭଳି ଭାବେ ଆକ୍ରମଣ କରାଗଲା, ତାହାକୁ ବିଭିନ୍ନ ବର୍ଗର ବ୍ୟକ୍ତି ନିନ୍ଦା କରୁଛନ୍ତି। ଜଣେ କର୍ତ୍ତବ୍ୟରତ ଖବରଦାତାଙ୍କ ଉପରେ ପୋଲିସର ଦମନଲୀଳାକୁ ଘୋର ପ୍ରତିବାଦ କରାଯାଉଛି। କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା ଖବରଦାତାଙ୍କୁ ଆକ୍ରମଣ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସବୁ ମହଲରୁ ଦାବି ହେଉଛି। ଏନେଇ ବିଭିନ୍ନ ସାମ୍ବାଦିକ ସଂଘ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଛି।

ଏହା ବର୍ବରୋଚିତ
ଧରିତ୍ରୀ ଖବରଦାତାଙ୍କ ଉପରେ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ। ଏହା ବର୍ବରୋଚିତ ଓ ଅନ୍ୟାୟ। ଫଟୋ ଉଠାଇବା ଓ ଖବର ସଂଗ୍ରହ କରିବା ପ୍ରତ୍ୟେକ ଖବରଦାତାଙ୍କର ଅଧିକାର। ଖବରଦାତାଙ୍କ ଉପରେ ଆକ୍ରମଣ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ। ଏହାକୁ ମୁଁ ନିନ୍ଦା କରୁଛି।
-ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା
ଜାଣିଶୁଣି ଆକ୍ରମଣ କରାଯାଉଛି
ଗଣତନ୍ତ୍ରରେ ଏଭଳି ଘଟଣା ସ୍ପୃହଣୀୟ ନୁହେଁ। ଜଣେ କାର୍ଯ୍ୟରତ ଖବରଦାତାଙ୍କୁ ଆକ୍ରମଣ ଅର୍ଥାତ ଗଣତନ୍ତ୍ର ବିପଦରେ। ପୋଲିସ କାହା ଇଙ୍ଗିତରେ ଏଭଳି କାର୍ଯ୍ୟ କରୁଛି ସ୍ପଷ୍ଟ କରୁ। ଜାଣିଶୁଣି ବହୁ ସମୟରେ ଖବରଦାତାଙ୍କ ଉପରକୁ ଆକ୍ରମଣ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ। ସରକାର ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ୍‌ ପରିସ୍ଥିତି ଖରାପ ଆଡ଼କୁ ଗତି କରିବ।
-ପୀତାମ୍ବର ଆଚାର୍ଯ୍ୟ, ବରିଷ୍ଠ ଓକିଲ ତଥା ଭାଜପା ନେତା
ଏକାଧିକ ଘଟଣା ସାମ୍ନାକୁ ଆସିଲାଣି
ପୁରୀ ବଡ଼ଶଙ୍ଖଠାରେ ପୋଲିସ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଘଟାଇଛି। କରୋନା ସମୟରେ ଗରିବ ଲୋକମାନେ ନିଜର ପେଟପାଟଣା ଲାଗି କଷ୍ଟେମଷ୍ଟେ ବେପାର ଚଳାଇଛନ୍ତି। ସେଠାରେ ପୋଲିସ ପକ୍ଷରୁ ଯେଉଁ ପରିସ୍ଥିତି ସୃଷ୍ଟି କରାଗଲା ଏବଂ ଜାଣିଶୁଣି ଖବରଦାତାଙ୍କୁ ଆକ୍ରମଣ କରାଗଲା ଏଥିରୁ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ ବୁଝାପଡୁଛି। ନବୀନ ସରକାରରେ ପୋଲିସ ସବୁବେଳେ ଖବରଦାତା, ବୁଦ୍ଧିଜିବୀ ଏବଂ ଶିକ୍ଷାବିତଙ୍କୁ ଆକ୍ରମଣ କରୁଥିବାର ଏକାଧିକ ଘଟଣା ସାମ୍ନାକୁ ଆସିଲାଣି। ତେଣୁ ସମସ୍ତେ ଏକତ୍ର ହୋଇ ଏହା ବିରୋଧରେ ଚାପ ସୃଷ୍ଟି କଲେ ଯାଇ ଏଭଳି ଘଟଣା ବନ୍ଦ ହେବ।
-ମୋହନ ଚରଣ ମାଝି, ଭାଜପା ବିଧାୟକ
ବଳପ୍ରୟୋଗର ଆବଶ୍ୟକତା କ’ଣ
ପେଟପାଟଣା କଥା, ଯେଉଁଟା ଭଲ ଭାବେ କହିଥିଲେ ଗରିବ ଲୋକମାନେ ମାନିଥାଆନ୍ତେ, ସେଠାରେ ପୋଲିସ ଭିନ୍ନ ଆଭିମୁଖ୍ୟ ଆପଣାଇଲା। ଏଭଳି ବଳପ୍ରୟୋଗର ଆବଶ୍ୟକତା କ’ଣ ଥିଲା। ସେଥିରେ ପୁଣି ଖବର ସଂଗ୍ରହ କରବାକୁ ଯାଇଥିବା ଖବରଦାତାଙ୍କୁ ପୋଲିସ ଆକ୍ରମଣ କେତେ ଦୂର ଠିକ୍‌ ସେକଥାର ଉତ୍ତର ସରକାର ଦେବାର ଆବଶ୍ୟକତା ରହିଛି। ପୋଲିସ ପ୍ରଶାସନ ସବୁବେଳେ ଲୋକଙ୍କ ସହିତ ରହିବା କଥା କହିଥାଏ। ହେଲେ ପୋଲିସର ପ୍ରଚାର ଗୋଟେ ପ୍ରକାର କାର୍ଯ୍ୟଧାରା ଭିନ୍ନ।
-ସମୀର ମହାନ୍ତି, ଭାଜପା ରାଜ୍ୟ ସଭାପତି
ପୋଲିସର ପ୍ରାଦୁର୍ଭାବ ବଢ଼ିଯାଇଛି
ପୋଲିସର ପ୍ରାଦୁର୍ଭାବ ବଢ଼ିଯାଇଛି। ପରିବା ମାର୍କେଟ୍‌କୁ ଗଲେ, ଔଷଧ ଆଣିବାକୁ ଗଲେ ଓ ଡାକ୍ତରଖାନାକୁ ଗଲେ ପୋଲିସ ପିଟୁଛି କାହିଁକି? ଯଦି କେହି ବେଆଇନ କରୁଛନ୍ତି ତାଙ୍କୁ କେସ୍‌ ଦେଇପାରିବେ। କାହାକୁ ପିଟିବାକୁ ପୋଲିସକୁ ଅଧିକାର ଦିଆଯାଇ ନାହିଁ। ପରିବା ବିକାଳି, ସାମ୍ବାଦିକଙ୍କୁ ବାଡ଼େଇବା ଘଟଣାକୁ ସିପିଆଇ(ଏମ୍‌ )ତରଫରୁ ନିନ୍ଦା କରାଯାଉଛି। ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାର୍ଟି ଦାବି କରୁଛି।
-ଜନାର୍ଦ୍ଦନ ପତି, ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ
ପୋଲିସ ବର୍ବରତାର ପ୍ରଦର୍ଶନ
ପରିବା ବ୍ୟବସାୟୀ ଓ ଖବରଦାତାଙ୍କ ଉପରେ ଆକ୍ରମଣକୁ ପୋଲିସ ବର୍ବରତା ରୂପକୁ ପ୍ରଦର୍ଶିତ କରୁଛି । ଯେତେବେଳେ ପ୍ରଶାସନ ଦୁର୍ବଳ ଥାଏ ପୋଲିସ ସେତେବେଳେ ଆକ୍ରମଣ କରେ। ପୋଲିସ ଲୋକମାନଙ୍କ ସହଯୋଗରେ କୋଭିଡ୍‌ ମୁକାବିଲା କରିବା ପରିବର୍ତ୍ତେ ଖବରଦାତାଙ୍କ ଉପରେ ଆକ୍ରମଣ କରିବା ଏକ ଗର୍ହିତ ଅପରାଧ। ଆଶାକରୁଛି ସରକାର ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବେ।
-ରାମକୃଷ୍ଣ ପଣ୍ଡା, ସିପିଆଇ ନେତା
ଆକ୍ରମଣ ନିନ୍ଦନୀୟ
ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ କରିବା ନିଶ୍ଚିତ ଭାବରେ ଏକ ନିନ୍ଦନୀୟ ଘଟଣା। ଏଭଳି ଘଟଣା ନ ହେବା ଉଚିତ। ଖବର ସଂଗ୍ରହ କରି ଲୋକଙ୍କ ନିକଟରେ ପହଞ୍ଚାଉଥିବା ଖବରଦାତାଙ୍କ ଉପରେ ଆକ୍ରମଣ କରିବା ଆଦୌ ଗ୍ରହଣୀୟ ନୁହେଁ। ଏ ଘଟଣାର ଯାଞ୍ଚ ହେବା ଦରକାର । ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।
-ଆଶିଷ କାନୁନ୍‌ଗୋ, ସିପିଆଇ ରାଜ୍ୟ ସମ୍ପାଦକ
ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ
ଖବରଦାତାଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଯେଉଁ ପୋଲିସ ଅଫିସର ଏ କାଣ୍ଡ କରିଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଛତିଶଗଡ଼ରେ ଜଣେ ଜିଲାପାଳଙ୍କୁ ବଦଳି କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ କ୍ଷମା ମାଗିଛନ୍ତି। ଏହି ଘଟଣାରେ ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ହସ୍ତକ୍ଷେପ କରିବା ଦରକାର।
-ଅଳି କିଶୋର ପଟ୍ଟନାୟକ, ସିପିଆଇ(ଏମ୍‌)
ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ
ପୋଲିସ ଦେହରେ ବ୍ରିଟିଶ୍‌ ରକ୍ତ
ପୋଲିସ ଅମାନୁଷିକ ଭାବେ ମାଡ଼ ମାରିବା ଓ କାର୍ଯ୍ୟରତ ଖବରଦାତାଙ୍କୁ ମଧ୍ୟ ଆକ୍ରମଣ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ବିଭିନ୍ନ ପରିସ୍ଥିତିରେ ସମାଜକୁ ସଚେତନ କରିବା ହେଉଛି ପୋଲିସର କର୍ତ୍ତବ୍ୟ। ତେବେ କେତେକ ପୋଲିସ ଜନସାଧାରଣଙ୍କ ପ୍ରତି ଯେଉଁ ପ୍ରକାର ବ୍ୟବହାର କରୁଛନ୍ତି, ମନେହେଉଛି ସେମାନଙ୍କ ଦେହରେ ବ୍ରିଟିଶ୍‌ ରକ୍ତ ପ୍ରବାହିତ ହେଉଛି ା ତୁରନ୍ତ ଏହି ଘଟଣାର ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।
-ରାଘବ ପରିଡା,ପୂର୍ବତନ ମନ୍ତ୍ରୀ, ଆସିକା
ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ଜଣେ ଖବରଦାତାଙ୍କୁ ପୋଲିସର ଆକ୍ରମଣ ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। ନିଶ୍ଚିତ ଭାବେ ଏହା ଏକ ନିନ୍ଦନୀୟ ଘଟଣା। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ଅଛି। ଆଗକୁ ଏଭଳି ଘଟଣା ଯେପରି ଆଉ ନ ଘଟିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
-ସୁଶାନ୍ତ ରାଉତ, ବିଧାୟକ, ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀ
ସରକାର ଚୁପ୍‌ କାହିଁକି
ନିକଟରେ ଛତିଶଗଡରେ ପୋଲିସ ଅଧିକାରୀ ଏବଂ ଜିଲାପାଳ ମିଳିତ ଭାବେ ଲୋକଙ୍କୁ ଆକ୍ରମଣ କରିଥିଲେ। ସେଠାକାର ସରକାର ଜିଲାପାଳ ଏବଂ ପୋଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା। ହେଲେ ଜଣେ କୋଭିଡ ଯୋଦ୍ଧାଙ୍କୁ ପୋଲିସ ଆକ୍ରମଣ କରିବା ପରେ ଓଡ଼ିଶା ସରକାର ଚୁପ୍‌ କାହିଁକି। ଏହା ଦୁର୍ଭାଗ୍ୟଜନକ। ତେଣୁ ତୁରନ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।
-ପ୍ରଦୀପ ମାଝି, ପିସିସି କାର୍ଯ୍ୟକାରୀ ସଭାପତି
ତଦନ୍ତ ଲାଗି କମିଶନ ବସୁ
ପୋଲିସ ଯଦି ଖବରଦାତାଙ୍କୁ ଏଭଳି ଆକ୍ରମଣ କରେ ତେବେ ଗାଁ, ଗହଳିଠାରୁ ଆରମ୍ଭ କରି ଆହୁରି ତଳସ୍ତରର କଥା ଲୋକଲୋଚନକୁ ଆସିପାରିବ ନାହିଁ। ଏପରି ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ସରକାର ଏହାକୁ କେମିତି ପ୍ରୋତ୍ସାହନ ଦେଉଛନ୍ତି ବୁଝାପଡୁନାହିଁ। ତତ୍କାଳ ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଅଫିସରଙ୍କୁ ଦାୟିତ୍ୱରୁ ହଟାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହାସହ ତଦନ୍ତ ଲାଗି କମିଶନ ବସାନ୍ତୁ।
-ସନ୍ତୋଷ ସିଂହ ସାଲୁଜା, କଂଗ୍ରେସ ବିଧାୟକ
ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ
ପୋଲିସ ଲଗାତର ଭାବେ ଗଣମାଧ୍ୟମ ଉପରେ ଆକ୍ରମଣ କରୁଛି। ଯାହାକି ଗଣତନ୍ତ୍ର ପ୍ରତି ଆଦାୈ ଶୁଭଙ୍କର ନୁହେଁ। ପୋଲିସ ତା’ର ସୀମା ଉଲ୍ଲଂଘନ କରୁଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ଆଦାୈ ଗ୍ରହଣୀୟ ନୁହେଁ।
-ମହେନ୍ଦ୍ର ପରିଡ଼ା, ସିପିଆଇ(ଏମ୍‌ଏଲ୍‌) ରାଜ୍ୟ କମିଟି ସଦସ୍ୟ
ଗଣତନ୍ତ୍ର ଉପରେ ଆକ୍ରମଣ
ପୋଲିସ ଯେଉଁଭଳି ଭାବେ ବାଡ଼ାବାଡ଼ି କରୁଛି ତାହା ନୀତିନିୟମ ଭିତରେ ନାହିଁ। କାୈଣସି ଲୋକ ଯଦି ବେନିୟମ କାମ କଲା ବୋଲି ପୋଲିସ ଭାବୁଛି ଆଇନ ଅନୁଯାୟୀ ପଦକ୍ଷେପ ନେବା କଥା। ସାମ୍ବାଦିକମାନେ ଖବର ସଂଗ୍ରହ କରିବାକୁ ଯାଉଛନ୍ତି। ସେମାନଙ୍କ ଉପରେ ଯଦି ଆକ୍ରମଣ କରାଯାଏ ତେବେ ତାହା ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କୁହାଯିବ। ଡାକ୍ତରଖାନାରେ ବେଡ୍‌ ନାହଁି, ଡାକ୍ତର ନାହାନ୍ତି, ଆବଶ୍ୟକ ଯନ୍ତ୍ରପାତି ନାହିଁ। ସେଗୁଡ଼ିକ ନ କରିବା ପରିବର୍ତ୍ତେ ଲୋକଙ୍କ ଦୃଷ୍ଟିକୁ ଏଡ଼ାଇବାକୁ ପୋଲିସ ଏଭଳି କାର୍ଯ୍ୟ କରୁଛି।
-ଦୁଷ୍ମନ୍ତ ଦାସ, ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ମଣ୍ଡଳୀ କମିଟି ସଦସ୍ୟ
ବାକ୍‌ ସ୍ବାଧୀନତା ଉପରେ ଆକ୍ରମଣ
ବାକ୍‌ ସ୍ବାଧୀନତା ଉପରେ ଆକ୍ରମଣ। ପୋଲିସ ତା’ ସୀମାରେଖା ଭିତରେ ରହିବା ଉଚିତ। ସାମ୍ବାଦିକ ଓ ଉଠାଦୋକାନୀଙ୍କୁ ଆକ୍ରମଣ କରିବାକୁ ପୋଲିସକୁ କିଏ ଅଧିକାର ଦେଲା। ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ଦରକାର। କ୍ଷତିଗ୍ରସ୍ତ ସାମ୍ବାଦିକ ଓ ବ୍ୟବସାୟୀଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ଆମେ ଦାବି କରୁଛୁ।
-ରବି ବେହେରା, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି
ତଦନ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ
ମାମଲା ରୁଜୁ ହୋଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଖବରଦାତାଙ୍କୁ ଆକ୍ରମଣ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଯାହା ତଦନ୍ତ ରିପୋର୍ଟ ମିଳିବ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ସମୀର ଦାଶ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ
କରୋନା ନିୟନ୍ତ୍ରଣ ଆଳର ଦ୍ୱାହି ଦେଇ ସାଧାରଣ ଲୋକ ଏବଂ ଖବରଦାତାଙ୍କୁ ଆକ୍ରମଣ ଉପରେ ଉପଯୁକ୍ତ ତଦନ୍ତ ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଓଡ଼ିଶା ପୋଲିସ ବିଭିନ୍ନ ସମୟରେ ସାଧାରଣ ଲୋକ, ଖବରଦାତା, ବୁଦ୍ଧିଜିବୀଙ୍କୁ ଆକ୍ରମଣ କରି ପରବର୍ତ୍ତୀ ସମୟରେ ସମାଧାନ ରାସ୍ତା ଆପଣାଉଛି। ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। ବର୍ତ୍ତମାନ ପୋଲିସ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗକୁ ଗଣତନ୍ତ୍ର ଆହୁରି ବିପଦ ଭିତରକୁ ଚାଲିଯିବ।
-ନିଶିକାନ୍ତ ମହାପାତ୍ର, ରାଜ୍ୟ ସଭାପତି ଆମ୍‌ ଆଦ୍‌ମୀ ପାର୍ଟି
ପୋଲିସର ଏଭଳି ବର୍ବରତା ନିନ୍ଦନୀୟ
ଖବରଦାତା ନିଜ ପରିଚୟ ଦେଇ ସାରିବା ପରେ ତାଙ୍କୁ ଆକ୍ରମଣ କରାଯିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ପ୍ରଶାସନ ମନେ ରଖିବା ଦରକାର ଯେ, ସୁସ୍ଥ ସମାଜ ଗଠନରେ ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଣୁ ଖବର ସଂଗ୍ରହ ବେଳେ ଖବରଦାତାଙ୍କୁ ପୁରୀ ପୋଲିସର ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ। ମୁଁ ପୋଲିସର ଏଭଳି ବର୍ବରତାକୁ କଡ଼ା ଭାଷାରେ ନିନ୍ଦା କରୁଛି।
-ଶାରଦା ସାମଲ, ସମ୍ପାଦକ, ପୁରୀ ବାର୍‌ ଆସୋସିଏଶନ୍‌
ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ
ଅଧିକାଂଶ ସମୟରେ ପୋଲିସ ନିୟମ ଭୁଲି ଲୋକଙ୍କ ଉପରେ ଜୁଲମ୍‌ କରିଥାଏ। ଏସବୁକୁ ଖବରଦାତାମାନେ ଲୋକଲୋଚନକୁ ଆଣିବା ପରେ ପୋଲିସ୍‌ ସେମାନଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥାଏ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ପୁରୀରେ। ଧରିତ୍ରୀ ଖବରଦାତାଙ୍କୁ ପୋଲିସ ଯେଉଁଭଳି ଆକ୍ରମଣ କରିଛି ତାହାକୁ ଝାରସୁଗୁଡା ଜିଲା କୃଷକ ସଙ୍ଗଠନ ଘୋର ନିନ୍ଦା କରିବା ସହ ସମ୍ପୃକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।
– ବିରଞ୍ଚତ୍ ସାହୁ, ଝାରସୁଗୁଡା ଜିଲା କୃଷକ ସଙ୍ଗଠନ ଆବାହକ
ସାମ୍ବାଦିକଙ୍କୁ ଆକ୍ରମଣ ନିନ୍ଦନୀୟ
କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ପୋଲିସର ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ରାଜ୍ୟ ସରକାର ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଥିବାବେଳେ ସରକାରୀ ଆଇନ ରକ୍ଷକମାନଙ୍କର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ଏଭଳି କର୍ମଚାରୀମାନେ ସମସ୍ତ ପୋଲିସ ବାହିନୀକୁ ନିନ୍ଦିତ କରୁଛନ୍ତି। ଏ ପ୍ରକାର ଆଚରଣ ପ୍ରଦର୍ଶନ କରୁଥିବା ପୋଲିସଙ୍କ ବିରୋଧରେ ଉପରିସ୍ଥ ଅଧିକାରୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।
-ସୁକାନ୍ତ କୁମାର ମହାପାତ୍ର, ସଭାପତି, ସୁନ୍ଦରଗଡ଼ ଜିଲା ଓକିଲ ସଂଘ
ପୋଲିସ ଆଚରଣ ବଦଳାଉ
ପୁରୀ ଖବରଦାତାଙ୍କୁ ପୋଲିସର ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ହାଜତ ମୃତ୍ୟୁ ଘଟଣା ପରଠାରୁ ପୋଲିସ ଶିକ୍ଷାଲାଭ କରି ନମନୀୟ ହେବା କଥା, ମାତ୍ର ବର୍ତ୍ତମାନ ପୋଲିସର ଆଚରଣ ବ୍ରିଟିଶ ଅମଳର ପୋଲିସ ଆଚରଣ ପରି ରହୁଛି। ଯଦି ପୋଲିସ ନିଜ ଆଚରଣ ଏବଂ ବ୍ୟବହାରରେ ପରିବର୍ତ୍ତନ ନ କରେ ତେବେ ଆଗାମୀ ଦିନରେ ପୁରୀବାସୀ ଉଚିତ ଜବାବ ଦେବେ।
-ଜଗନ୍ନାଥ ଦେଓ, ଶ୍ରମିକ ନେତା, ପୁରୀ
ଗଣମାଧ୍ୟମର କଣ୍ଠରୋଧ
ପୋଲିସର ଆଇନ ବିରୋଧୀ କାର୍ଯ୍ୟ ଲୋକଲୋଚନକୁ ଆସିବା ଭୟରେ ଜାଣଶୁଣି ଖବରଦାତାଙ୍କ ଉପରେ ଆକ୍ରମଣ କରିଛି। ପୋଲିସ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରିଛି। ଖବରଦାତାଙ୍କୁ ମାଡ଼ ମାରିଥିବା ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ପୂର୍ବରୁ ଖବରଦାତାଙ୍କ ଉପରେ ହୋଇଥିବା ପୋଲିସ ଆକ୍ରମଣ ଘଟଣାରେ ପ୍ରଶାସନ କୌଣସି ପଦକ୍ଷେପ ନେଇନି, ଯାହା ଦୁଃଖର ବିଷୟ।
-ଶିବପ୍ରସାଦ ଦାସ, ଯୁବ ଖବରଦାତା, ପୁରୀ
ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯାଉ
ପୋଲିସ କର୍ମଚାରୀମାନେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଖବରଦାତାଙ୍କୁ ଆକ୍ରମଣ କରିବା ନିନ୍ଦନୀୟ। ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍‌। ଫଳରେ ପୋଲିସ ଆକ୍ରମଣ କରିବାକୁ ସାହସ କରୁଛି। ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ସଭାପତି, ଭୁବନେଶ୍ୱର ସାମ୍ବାଦିକ ସଂଘ
ପୋଲିସ ଅଶାନ୍ତିର ବାହକ ପାଲଟିଛି
ପୋଲିସ ପ୍ରଶାସନର ଅନ୍ୟ ନାମ ଶାନ୍ତି ସେନା ହୋଇଥିବାବେଳେ ଏବେ ଅଶlନ୍ତିର ବାହକ ପାଲଟିଛି। ବର୍ବର ଓ ଅମାନବିକଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଛି, ଯାହା ପୁରୀ ଘଟଣାର ସ୍ପଷ୍ଟ ହେଉଛି। ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।
-ଅକ୍ଷୟ କୁମାର ସ୍ବାଇଁ, ସଭାପତି, ସାହିତ୍ୟ ସଂସଦ,ଏରସମା
ବର୍ବରତା ସୀମା ଲଂଘିଛି
ସାମ୍ବାଦିକ ବନ୍ଧୁମାନେ କରୋନା ସମୟରେ ନିଜ ଜୀବନକୁ ବିପଦରେ ପକାଇ କାର୍ଯ୍ୟ କରୁଛନ୍ତି। ଏହି ସମୟରେ ପୋଲିସ ସାମ୍ବାଦିକଙ୍କ ସ୍ବରକୁ ଚାପିଦେବାକୁ ଉଦ୍ୟମ କରିବା ଏକ ଆପରାଧିକ କାର୍ଯ୍ୟ। ପୁରୀ ସାମ୍ବାଦିକଙ୍କ ଉପରେ ପୋଲିସର ବର୍ବରତା ସୀମା ଲଂଘିଛି।
– ଚିନ୍ତାମଣି ପାଢୀ, ଜାତୀୟ ପରିଷଦ ସଦସ୍ୟ, ଏସ୍‌ୟୁଜେ
ସାଂଘାତିକ
ଯଦି ଜଣେ ସାମ୍ବାଦିକଙ୍କ କୌଣସି ଭୁଲ୍‌ ନ ଥାଇ ପୋଲିସ ଅସଦାଚରଣ କରିଥାଏ ତେବେ ତାହା ସାଂଘାତିକ। ଏପ୍ରକାର ଆଚରଣ ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ। କରୋନାର ଦ୍ୱିତୀୟ ଲହରରେ ପୋଲିସକୁ ନିର୍ଦ୍ଦେଶ ରହିଛି କାହାରି ସହିତ ଦୁର୍ବ୍ୟବହାର କରନାହିଁ।
-ମନୋରଞ୍ଜନ ମହାନ୍ତି, ପୂର୍ବତନ ବିଚାରପତି


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri