ଲାଞ୍ଚ ନେଇ ପୋଲିସ ଏଏସ୍‌ଆଇ ଗିରଫ

ବୌଦ୍ଧ, ୨୬ା୧୧(ସ୍ବ.ପ୍ର.): ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ଏଏସ୍‌ଆଇ। ବୌଦ୍ଧ ଜିଲା ବୌଦ୍ଧ ଥାନା ଅଧୀନ ଜହ୍ନାପଙ୍କ ଫାଣ୍ଡି ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଶୁକ୍ରବାର ଜଣେ ବ୍ୟବସାୟୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ, ବୌଦ୍ଧ ସହର ନୂଆଁସାହି ଛକଠାରେ ସ୍ବପ୍ନେଶ୍ୱର ଖୁଣ୍ଟିଆଙ୍କ ବୈଜନ୍ତୀ ଏଗ୍ରୋମେଶିନାରି ନାମକ ଏକ ଦୋକାନ ରହିଛି। ଏହି ଦୋକାନରେ ବୌଦ୍ଧ ଥାନା ଅନ୍ତର୍ଗତ ରାୟପୁର ଗ୍ରାମର ମନୋଜ ପ୍ରଧାନ ସେଲ୍‌ସ ଓ କଲେକ୍ସନ ଦାୟିତ୍ୱ ବୁଝୁଥିଲେ। ଗତ ତିନି ମାସ ତଳେ ମନୋଜ କଲେକ୍ସନରୁ ତିନି ଲକ୍ଷ ଟଙ୍କା ନେଇଯାଇଥିଲେ। ଏନେଇ ଦୋକାନ ମାଲିକ ବୌଦ୍ଧ ଥାନାରେ ଗତ ଅଗଷ୍ଟରେ ମନୋଜ ନାମରେ ଏକ ଏତଲା ଦେଇଥିଲେ। ହେଲେ ବୌଦ୍ଧ ଥାନା ଏତଲାକୁ ଗ୍ରହଣ କରି ନ ଥିଲା। ଏହା ଆମର କାମ ନୁହେଁ, ଏହା କୋର୍ଟର କାମ ବୋଲି କହି ଫେରାଇ ଦେଇଥିଲା। ଶେଷରେ ବାଧ୍ୟହୋଇ ଖୁଣ୍ଟିଆ ଅଗଷ୍ଟ ୨୯ରେ ବୌଦ୍ଧ ଏସ୍‌ଡିଜେଏମ୍‌ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ନିର୍ଦ୍ଦେଶରେ ବୌଦ୍ଧ ଥାନାରେ ଅକ୍ଟୋବର ୧୬ରେ ଏକ ମାମଲା ରୁଜୁକଲା ପୋଲିସ। ଏହି ମାମଲାର ତଦନ୍ତ ଦାୟିତ୍ୱ ଜହ୍ନାପଙ୍କ ଫାଣ୍ଡି ଏଏସ୍‌ଆଇ ମଦନ ମୋହନ ପ୍ରଧାନଙ୍କୁ ଦିଆଯାଇଥିଲା। ଫାଣ୍ଡି ଅଧିକାରୀ ପ୍ରଧାନ ଦୋକାନ ମାଲିକଙ୍କୁ ଡାକି ୧୫ ହଜାର ଟଙ୍କା ଦେବାକୁ କହିଥିଲେ; ନ ଦେଲେ ମାମଲାକୁ ରଫାଦଫା କରିଦେବାକୁ କହୁଥିଲେ। ଗତ ୨୪ ତାରିଖରେ ଏଏସ୍‌ଆଇ ପ୍ରଧାନ ଖୁଣ୍ଟିଆଙ୍କୁ ଜହ୍ନାପଙ୍କ ଫାଣ୍ଡିକୁ ଡାକିଥିଲେ। ଶୁକ୍ରବାର ୧୫ ହଜାର ଟଙ୍କା ଦେବାକୁ ଦୋକାନ ମାଲିକ କହିଥିଲେ। ଖୁଣ୍ଟିଆ ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କୁ ଯୋଗାଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ, ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ୧୫ରେ ଜହ୍ନାପଙ୍କ ଫାଣ୍ଡିରେ ଦୋକାନ ମାଲିକଙ୍କ ଠାରୁ ଏଏସ୍‌ଆଇ ପ୍ରଧାନ ୧୫ ହଜାର ଟଙ୍କା ନେଇ ତାଙ୍କ ଟେବୁଲ ଡ୍ର’ରେ ରଖୁଥିବା ସମୟରେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ପକ୍ଷରୁ ଏକ ମାମଲା (ନଂ.୨୭ା୨୨) ରୁଜୁ କରାଯାଇ ଏଏସ୍‌ଆଇ ପ୍ରଧାନଙ୍କୁ ଗିରଫ କରି ବୌଦ୍ଧ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ଶନିବାର ତାଙ୍କୁ ଫୁଲବାଣୀ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ। ଏଏସ୍‌ଆଇ ପ୍ରଧାନଙ୍କ ଘର କନ୍ଧମାଳ ଜିଲା ଉଦୟଗିରିର ବାଲୁପଟା ଗ୍ରାମ ହୋଇଥିବାବେଳେ ବର୍ତ୍ତମାନ ସେ ବୌଦ୍ଧ ସହର ଟିକଟସ୍ଥ ମାଲସିଙ୍ଗାଠାରେ ରହୁଛନ୍ତି। ତାଙ୍କ ଘରେ ମଧ୍ୟ ଛାନ୍‌ଭିନ୍‌ ଚାଲୁ ରହିଥିବା ଭିଜିଲାନ୍ସ ଡିଏସ୍‌ପି ଅରୁଣ କୁମାର ନାୟକ ପ୍ରକାଶ କରିଛନ୍ତି। ଚଢ଼ାଉରେ ଡିଏସ୍‌ପି ନାୟକଙ୍କ ସମେତ ବୌଦ୍ଧ ଭିଜିଲାନ୍ସ ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗାରିଆ, ବ୍ରହ୍ମପୁର ଭିଜିଲାନ୍ସ ଇନ୍ସପେକ୍ଟର ପ୍ରଫୁଲ୍ଲ ପ୍ରଧାନ, ପ୍ରତାପ ଶତପଥୀ, ଦିଲୀପ ଦାଶ, ଲୋକନାଥ ସାହୁ, ସନ୍ତୋଷ ସାହୁ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?