ବିରୋଧୀଙ୍କୁ ଘେରିବାକୁ ପିଏମ୍‌ଏଓ୍ବାଇ ଅସ୍ତ୍ର

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବୁଧବାର କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଧାନସଭାରେ ହୋହଲ୍ଲା ସହ ପ୍ରତିବାଦ କରିଛନ୍ତି। ହେଲେ ବିଜେଡି ଏହାର ମୁକାବିଲା ଲାଗି ପିଏମ୍‌ଏଓ୍ବାଇକୁ ମୁଖ୍ୟ ଅସ୍ତ୍ର କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ରାଜ୍ୟ ପାଇଁ ଆବଶ୍ୟକ ଘର କେନ୍ଦ୍ର ସରକାର ଯୋଗାଇ ନ ଦେବା ନେଇ ବିଧାନସଭାରୁ ଶାସକ ଦଳ ବିଧାୟକମାନେ ବାହାରି ପ୍ରତିବାଦ ପଦଯାତ୍ରା ଆରମ୍ଭ କରିଛନ୍ତି। ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଧାୟକମାନେ କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ଧରି ରାସ୍ତାରେ ଆନ୍ଦୋଳନ କରିଛନ୍ତି। ଭାଜପାର ଓଡ଼ିଶା ଏମ୍‌ପିଙ୍କ ଅଭିଯୋଗକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ବନ୍ଦ କରିଦିଆଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ ସତ୍ତ୍ୱେ କେନ୍ଦ୍ର ଘର ଦେଉନାହିଁ। ଏହାକୁ ଦୃଢ଼ ବିରୋଧ କରି ବିଜେଡି ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଓଡ଼ିଶାରୁ ଭାଜପାର ୮ ଜଣ ଏମ୍‌ପି ବିଜୟୀ ହୋଇ ପାର୍ଲାମେଣ୍ଟ ଯାଇଛନ୍ତି। ଓଡ଼ିଶାର ସ୍ବାର୍ଥ ରକ୍ଷା ତାଙ୍କର ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ। ହେଲେ ସେମାନେ ରାଜ୍ୟର ସ୍ବାର୍ଥ ରକ୍ଷା ତ ଦୂରର କଥା ବରଂ ଓଡ଼ିଶାର ଗରିବ ଏବଂ ସାଧାରଣ ଲୋକଙ୍କ ପାଇଁ ଯେଉଁ ସାଢେ ୬ ଲକ୍ଷ ଘର ମିଳିବା କଥା ତାହା ବନ୍ଦ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ସେମାନେ ଏହି ଦାବି ପୂରଣ କରୁନାହାନ୍ତି। ଆଗକୁ ଏହି ଆନ୍ଦୋଳନ ପୁରପଲ୍ଲୀ ପର୍ଯ୍ୟନ୍ତ ଯିବ। ଓଡ଼ିଶାର ଭାଜପା ଏମ୍‌ପିମାନଙ୍କୁ ଏନେଇ ବାରମ୍ବାର ସବୁ ଜାଗାରେ ପ୍ରଶ୍ନ କରିବୁ ବୋଲି ପ୍ରଣବ କହିଛନ୍ତି।
ଅନ୍ୟପଟେ ବିଜେଡି ଅଭିଯୋଗ କରିଛି, ରାଜ୍ୟର ୧୬ ଜିଲାର ୬ ଲକ୍ଷ ୭ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ଲାଗି ଚିହ୍ନଟ କରିଥିଲା। ହେଲେ କେନ୍ଦ୍ର ସରକାର ଜିଓ ଟ୍ୟାଗିଂ ଲାଗି ଆଓ୍ବାସ ପ୍ଲସ୍‌ ପୋର୍ଟାଲ ଓ୍ବିଣ୍ଡୋ ବନ୍ଦ କରିଦେବାରୁ ହିତାଧିକାରୀମାନେ ଏହି ଯୋଜନାରେ ସାମିଲ ହୋଇପାରିଲେ ନାହିଁ। ଅନ୍ୟ ରାଜ୍ୟଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଘର ଦିଆଯାଉଥିବା ବେଳେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ କାହିଁକି? ଫନୀରେ ଭାଙ୍ଗିଯାଇଥିବା ଘରର ପୁନରୁଦ୍ଧାର ଆଉ ୮ ଲକ୍ଷ ଘର ଯୋଗାଇଦେବାକୁ କୁହାଯାଇଥିଲା। ଏ ପର୍ଯ୍ୟନ୍ତ କେନ୍ଦ୍ରର ଗୋଟିଏ ଘର ପାଇଁ ଅନୁମତି ମିଳି ନାହିଁି। ରାଜ୍ୟ ତାଲିକାକୁ କେନ୍ଦ୍ର ଚାପି ରଖିଛି। ୧୨ ମାର୍ଚ୍ଚ ୨୦୧୯ରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ ପାଇଁ ସମସ୍ତ ରାଜ୍ୟକୁ କହିଥିଲେ। କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ନୂଆ ପର୍ମାନେଣ୍ଟ ଓ୍ବେଟିଂ ଲିଷ୍ଟ ସଂଯୋଗ କରିବା ପାଇଁ ଅନୁମତି ଦେଇନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସେହିପରି ଗୁରୁବାର ଛାତ୍ର, ଯୁବ ଏବଂ ମହିଳା ଜନତା ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଦର ହ୍ରାସ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଯୋଜନା ପ୍ରସ୍ତୁତ କରିଛି।
ଭାଜପା କିନ୍ତୁ ବିଜେଡିକୁ ପାଲଟା ଦୋଷାରୋପ କରିଛି। ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, କେନ୍ଦ୍ରୀୟ କମିଟି ଆସି ୯ ଜିଲାରେ କରିଥିବା ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯୋଗ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ଭାବେ ତାଲିକାରୁ ବାଦ୍‌ ଦିଆଯାଇଛି। ଏହାସହ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ବିଜେଡି ନୂଆ ନାଟକ କରୁଛି ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri