ବିରୋଧୀଙ୍କୁ ଘେରିବାକୁ ପିଏମ୍‌ଏଓ୍ବାଇ ଅସ୍ତ୍ର

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବୁଧବାର କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଧାନସଭାରେ ହୋହଲ୍ଲା ସହ ପ୍ରତିବାଦ କରିଛନ୍ତି। ହେଲେ ବିଜେଡି ଏହାର ମୁକାବିଲା ଲାଗି ପିଏମ୍‌ଏଓ୍ବାଇକୁ ମୁଖ୍ୟ ଅସ୍ତ୍ର କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ରାଜ୍ୟ ପାଇଁ ଆବଶ୍ୟକ ଘର କେନ୍ଦ୍ର ସରକାର ଯୋଗାଇ ନ ଦେବା ନେଇ ବିଧାନସଭାରୁ ଶାସକ ଦଳ ବିଧାୟକମାନେ ବାହାରି ପ୍ରତିବାଦ ପଦଯାତ୍ରା ଆରମ୍ଭ କରିଛନ୍ତି। ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଧାୟକମାନେ କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ଧରି ରାସ୍ତାରେ ଆନ୍ଦୋଳନ କରିଛନ୍ତି। ଭାଜପାର ଓଡ଼ିଶା ଏମ୍‌ପିଙ୍କ ଅଭିଯୋଗକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ବନ୍ଦ କରିଦିଆଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ ସତ୍ତ୍ୱେ କେନ୍ଦ୍ର ଘର ଦେଉନାହିଁ। ଏହାକୁ ଦୃଢ଼ ବିରୋଧ କରି ବିଜେଡି ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଓଡ଼ିଶାରୁ ଭାଜପାର ୮ ଜଣ ଏମ୍‌ପି ବିଜୟୀ ହୋଇ ପାର୍ଲାମେଣ୍ଟ ଯାଇଛନ୍ତି। ଓଡ଼ିଶାର ସ୍ବାର୍ଥ ରକ୍ଷା ତାଙ୍କର ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ। ହେଲେ ସେମାନେ ରାଜ୍ୟର ସ୍ବାର୍ଥ ରକ୍ଷା ତ ଦୂରର କଥା ବରଂ ଓଡ଼ିଶାର ଗରିବ ଏବଂ ସାଧାରଣ ଲୋକଙ୍କ ପାଇଁ ଯେଉଁ ସାଢେ ୬ ଲକ୍ଷ ଘର ମିଳିବା କଥା ତାହା ବନ୍ଦ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ସେମାନେ ଏହି ଦାବି ପୂରଣ କରୁନାହାନ୍ତି। ଆଗକୁ ଏହି ଆନ୍ଦୋଳନ ପୁରପଲ୍ଲୀ ପର୍ଯ୍ୟନ୍ତ ଯିବ। ଓଡ଼ିଶାର ଭାଜପା ଏମ୍‌ପିମାନଙ୍କୁ ଏନେଇ ବାରମ୍ବାର ସବୁ ଜାଗାରେ ପ୍ରଶ୍ନ କରିବୁ ବୋଲି ପ୍ରଣବ କହିଛନ୍ତି।
ଅନ୍ୟପଟେ ବିଜେଡି ଅଭିଯୋଗ କରିଛି, ରାଜ୍ୟର ୧୬ ଜିଲାର ୬ ଲକ୍ଷ ୭ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ଲାଗି ଚିହ୍ନଟ କରିଥିଲା। ହେଲେ କେନ୍ଦ୍ର ସରକାର ଜିଓ ଟ୍ୟାଗିଂ ଲାଗି ଆଓ୍ବାସ ପ୍ଲସ୍‌ ପୋର୍ଟାଲ ଓ୍ବିଣ୍ଡୋ ବନ୍ଦ କରିଦେବାରୁ ହିତାଧିକାରୀମାନେ ଏହି ଯୋଜନାରେ ସାମିଲ ହୋଇପାରିଲେ ନାହିଁ। ଅନ୍ୟ ରାଜ୍ୟଗୁଡିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଘର ଦିଆଯାଉଥିବା ବେଳେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ କାହିଁକି? ଫନୀରେ ଭାଙ୍ଗିଯାଇଥିବା ଘରର ପୁନରୁଦ୍ଧାର ଆଉ ୮ ଲକ୍ଷ ଘର ଯୋଗାଇଦେବାକୁ କୁହାଯାଇଥିଲା। ଏ ପର୍ଯ୍ୟନ୍ତ କେନ୍ଦ୍ରର ଗୋଟିଏ ଘର ପାଇଁ ଅନୁମତି ମିଳି ନାହିଁି। ରାଜ୍ୟ ତାଲିକାକୁ କେନ୍ଦ୍ର ଚାପି ରଖିଛି। ୧୨ ମାର୍ଚ୍ଚ ୨୦୧୯ରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ ପାଇଁ ସମସ୍ତ ରାଜ୍ୟକୁ କହିଥିଲେ। କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ନୂଆ ପର୍ମାନେଣ୍ଟ ଓ୍ବେଟିଂ ଲିଷ୍ଟ ସଂଯୋଗ କରିବା ପାଇଁ ଅନୁମତି ଦେଇନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସେହିପରି ଗୁରୁବାର ଛାତ୍ର, ଯୁବ ଏବଂ ମହିଳା ଜନତା ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଦର ହ୍ରାସ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଯୋଜନା ପ୍ରସ୍ତୁତ କରିଛି।
ଭାଜପା କିନ୍ତୁ ବିଜେଡିକୁ ପାଲଟା ଦୋଷାରୋପ କରିଛି। ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, କେନ୍ଦ୍ରୀୟ କମିଟି ଆସି ୯ ଜିଲାରେ କରିଥିବା ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯୋଗ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ଭାବେ ତାଲିକାରୁ ବାଦ୍‌ ଦିଆଯାଇଛି। ଏହାସହ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ବିଜେଡି ନୂଆ ନାଟକ କରୁଛି ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri