Posted inଜାତୀୟ

ରୁଷିଆ ସହ ବଢିବ ସୁସମ୍ପର୍କ: ଫୋନ କରି ପୁଟିନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୭: ସମ୍ବିଧାନ ସଂଶୋଧନକୁ ନେଇ ରୁଷିଆରେ ହୋଇଥିବା ଭୋଟିଂରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ବହୁମତ ମିଳିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିବା ପରେ ଏହା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ପୁଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଜୟକୁ ୭୫ ବର୍ଷ ପୂରଣ ଅବସରରେ ଆୟୋଜିତ ସମାରୋହର ସଫଳତା ଓ ରୁଷ ସମ୍ବିଧାନ ସଂଶୋଧନକୁ ନେଇ ହୋଇଥିବା ଭୋଟିଂର ସଫଳତାକୁ ନେଇ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ମହାମାରୀକୁ ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ। ତେବେ ଦୁଇ ଦେଶ ମଧ୍ୟରେ ଆଗକୁ ସମ୍ପର୍କ ମଜଭୁତ ରହିବ ବୋଲି ମଧ୍ୟ ଦୁଇ ନେତା ସହମତି ପ୍ରକାଶ କରିଛନ୍ତି। ମୋଦିଙ୍କ ଫୋନ୍‌ କଲ୍‌ ପାଇବା ପରେ ପୁଟିନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ଶାସନ କାଳରେ ଲୋକଙ୍କ ଜୀବନ ଖରାପରୁ ଅତି ଖରାପ ହୋଇଯାଇଛି’

ଭୋପାଳ,୪।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। କଂଗ୍ରେସ ରାଜ୍ୟ ସଭାପତି...

ଚର୍ମ କର୍କଟ ଉପରେ ଗବେଷଣା: ପ୍ରଫେସରଙ୍କୁ ୮୨ ଲକ୍ଷ ଫେଲୋଶିପ୍‌

ରାୟପୁର,୨୪।୪: ଛତିଶଗଡ଼ ରାୟପୁର ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅମ୍ବର ବ୍ୟାସ୍‌ଙ୍କୁ ଚର୍ମ କର୍କଟ ଉପରେ ଗବେଷଣା ପାଇଁ ୮୧ ଲକ୍ଷ...

ଷ୍ଟାଲିନଙ୍କ ସପକ୍ଷରେ ବାହାରିଲେ ଖାର୍ଗେଙ୍କ ପୁଅ: କହିଲେ, ଯେଉଁ ଧର୍ମରେ ସମାନତା ନାହିଁ ତାହା ଏକ ରୋଗ ଭଳି

ବେଙ୍ଗାଲୁରୁ,୪।୯: ତାମିଲନାଡୁ ଡିଏମକେ ସରକାରର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଉପରେ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି। ସେ ସନାତନ...

ଅକ୍ଟୋବର ୨୦ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ଭଉଣୀ ଭାଇ ରିଆ-ଶୌଓ୍ବିକ୍‌

ମୁମ୍ବାଇ, ୬।୧୦: ବବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀ ଏବଂ ଶୌଓ୍ବିକ୍‌ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ଜାରି ରହିଛି। ସେମାନଙ୍କର...

ଦେଶକୁ ମିଳିବ ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ରାଜ୍ୟର ଦୁଇଟି ସହରକୁ ଯୋଡ଼ିବ ହାଇ ସ୍ପିଡ୍‌ ଟ୍ରେନ୍‌

ଭୋପାଳ,୨୮।୨: ଦେଶକୁ ଖୁବ୍‌ଶୀଘ୍ର ୧୧ତମ ବନ୍ଦେ ଭାରତ ଟ୍ରେନ୍‌ ମିଳିବାକୁ ଯାଉଛି। ଏଥିପାଇଁ ମଧ୍ୟପ୍ରଦେଶବାସୀଙ୍କ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କେବଳ ଟ୍ରେନ୍‌ ରେକରର...

ବିଧାନସଭା ନିର୍ବାଚନ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାରାଷ୍ଟ୍ର, ହରିୟାଣାରେ ମତଦାନ ଆରମ୍ଭ

ମୁମ୍ବାଇ/ଚଣ୍ଡିଗଡ଼,୨୧ା୧୦: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ମତଦାନ ସନ୍ଧ୍ୟା...

ମଣିପୁର ଘଟଣାର ଭିଡିଓ ଶୁଟ୍‌ କରିଥିବା ବ୍ୟକ୍ତି ଗିରଫ

ଇମ୍ଫାଲ,୨୮।୭: ମଣିପୁରରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ରଥମେ ତାଙ୍କୁ ଚିହ୍ନଟ କରାଯିବା ପରେ...

ଓଡ଼ିଶାର ୬,୯୯୯ ଗାଁରେ ନାହିଁ ଇଣ୍ଟରନେଟ ସୁବିଧା

ନୂଆଦିଲ୍ଲୀ,୨୯।୩: ପ୍ରଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ସୋମବାର ବିଜେଡି ଏମ୍‌ପି ଅମର ପଟ୍ଟନାୟକ ପାର୍ଲାମେଣ୍ଟରେ ଏହାର ପ୍ରଶଂସା କରିଛନ୍ତି। ତେବେ ଓଡ଼ିଶାର ୨୫...

Advertisement
Archives

Model This Week