ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଆତ୍ମହତ୍ୟାର ଧମକ ଦେଲେ ଏହି ଅଭିନେତ୍ରୀ

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି। ଟେଲିଭିଜନ ଶୋ’ ‘ଖତରୋ କେ ଖିଲାଡ଼ି’ରେ ନଜର ଆସିଥିବା ଭୋଜପୁରୀ ଅଭିନେତ୍ରୀ ରାଣୀ ଚାଟାର୍ଜୀଙ୍କ ପୋଷ୍ଟକୁ ନେଇ ଏଭଳି ଆଲୋଚନା ହେୁଛି। ରାନୀ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ସେ ଏବେ ଡିପ୍ରେସନ୍‌ରେ ଅଛନ୍ତି। ଏହି କାରଣରୁ ନିଜକୁ କ୍ଷତି ପହଞ୍ଚାଇପାରନ୍ତି ବୋଲି କହିବା ସହ ପୋଷ୍ଟ ଶେଷରେ ହାସ୍‌ଟ୍ୟାଗ୍‌ ସୁଇସାଇଡ୍‌ ଲେଖିଛନ୍ତି। ଏପରିକି ପୋଷ୍ଟରେ ସେ ମୁମ୍ବାଇ ପୋଲିସକୁ ଟ୍ୟାଗ୍‌ କରିଛନ୍ତି।

ରାଣୀଙ୍କୁ ଦୀର୍ଘ ବର୍ଷ ଧରି ଧନଞ୍ଜୟ ସିଂହ ନାମକ ବ୍ୟକ୍ତି ହଇରାଣ କରି ଆସୁଛନ୍ତି। ଫଳରେ ସେ ବିବ୍ରତ ହୋଇଯାଇଛନ୍ତି। ସେ ମୋଟା, ବୁଢ଼ୀ ବୋଲି ଧନଞ୍ଜୟ କହୁଛନ୍ତି। ଏପରିକି ଯଦି ସେ କିଛି କାମ କଲେ ତାହା ବେକାର ବୋଲି ସେ କୁହନ୍ତି ବୋଲି ରାଣୀ ପୋଷ୍ଟରେ ଲେଖିଛନ୍ତି। ପ୍ରିୟଜନ ଏହାକୁ ଧ୍ୟାନ ନଦେବା ଲାଗି କହୁଥିଲେ। ହେଲେ ଆଉ ସହି ହେଉନାହିଁ। ସେ ଚାହାନ୍ତି ରାଣୀ ମରିଯାଆନ୍ତୁ। ଏଣୁ ଜୀବନ ବିଷାଦଗ୍ରସ୍ତ ହୋଇଗଲାଣି ବୋଲି ରାଣୀ କହିବା ସହ ଯଦି ତାଙ୍କର କିଛି ହୁଏ ତେବେ ଧନଞ୍ଜୟ ଦାୟୀ ରହିବେ ବୋଲି ରାଣୀ ଲେଖିଛନ୍ତି। ସେ ସାଇବର୍‌ ସେଲ୍‌ରେ ଏ ନେଇ ଅଭିଯୋଗ ମଧ୍ୟ କରିଥିବା କହିଛନ୍ତି। ଏହି ପୋଷ୍ଟ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ଏଭଳି ନ କରିବାକୁ ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri