Posted inଜାତୀୟ

ଆଇଏନଏସ ବିକ୍ରାନ୍ତରେ ଲାଗିଛି ୪ଟି ଏଫିଲ ଟାୱାର ସହ ସମାନ ହେଲାଭଳି ଲୁହା-ଷ୍ଟିଲ, ଏକାଥରେ ରହିପାରିବ ୩୦ଟି ବିମାନ

ନୂଆଦିଲ୍ଲୀ,୨ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସ୍ୱଦେଶୀ ବିମାନ ବାହକ ଯୁଦ୍ଧଜାହାଜ ଆଇଏନଏସ ବିକ୍ରାନ୍ତକୁ ନୌସେନାକୁ ସମର୍ପଣ କରିବେ । ଶୁକ୍ରବାର ସକାଳ ୯ଟା ୩୦ମିନିଟରେ କୋଚିରେ କୋଚିନ ଶିପୟାଡ ଲିମିଟେଡ ଏହି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବ । ଆଇଏନଏସ ବିକ୍ରାନ୍ତର ବିଶେଷତ୍ୱ ହେଉଛି ଏହା ହେଉଛି ଏକ ସ୍ୱଦେଶୀ ଯୁଦ୍ଧ ଜାହାଜ । ଏହାର ନିର୍ମାଣ କାର୍ଯ୍ୟ ୨୦୦୯ରେ ଆରମ୍ଭ କରାଯାଇଥିଲା । ଦୀର୍ଘ ୧୩ ବର୍ଷ ପରେ ଏବେ ଏହା ନୌସେନାରେ ସାମିଲ ହେବାକୁ ଯାଉଛି । ଏହାସହ ପ୍ରଧାନମନ୍ତ୍ରୀ ନୌସେନାର ନୂଆ ଚିହ୍ନର ବି ଲୋକାର୍ପଣ କରିବେ । ନୌସେନାର ନୂଆ ଚିହ୍ନ ଔପନିବେଶିକ ଅତୀତଠାରୁ ଦୂରରେ ରହିବ ଓ ଭାରତୀୟ ମୈରିଟାଇମ ହେରିଟେଜର ପରିପୂର୍ଣ୍ଣ ହେବ ।
ସୂଚନାଯୋଗ୍ୟ, ଆଇଏନଏସ ବିକ୍ରାନ୍ତର ଓଜନ ୪୫୦୦୦ଟନ । ଅର୍ଥାତ୍ ଫ୍ରାନ୍ସରେ ଥିବା ଏଫିଲ ଟାୱାରର ଓଜନଠାରୁ ୪ ଗୁଣା ଅଧିକ ଲୁହା ଓ ଷ୍ଟିଲ ଏଥିରେ ଲାଗିଛି । ଏହାର ଲମ୍ବ ୨୬୨ ମିଟର ଓ ଚଉଡା ୬୨ ମିଟର । ଅର୍ଥାତ୍ ଏହା ଦୁଇଟି ଫୁଟବଲ ପଡିଆ ସହ ସମାନ ହେବ । ପ୍ରଥମ ସ୍ୱେଦେଶୀ ଯୁଦ୍ଧ ଜାହାଜରେ ୭୬ ପ୍ରତିଶତ ସ୍ୱେଦେଶୀ ଉପକରଣ ଲାଗିଛି । ଏଥିରେ ୪୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କଲାଭଳି ବ୍ରହ୍ମୋସ ମିଶାଇଲ ବି ରହିବ । ଏଥିରେ ୨୪୦୦ କିଲୋମିଟର କେବଲ ଲାଗିଛି ଅର୍ଥାତ କୋଚିରୁ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବି ପାରିବ ଏହି କେବଲ ।
ଆଇଏସି ବିକ୍ରାନ୍ତ(ଇଣ୍ଡିଜେନିଅସ ଏୟାରକ୍ରାପ୍ଟ କ୍ୟାରିୟର)ରେ ୩୦ଟି ବିମାନ ଏକାଥରେ ରହିପାରିବେ । ଏହା ବ୍ୟତୀତ ଏଥିରେ ମିଗ ୨୯କେ ଫାଇଟର ଜେଟ ବି ଉଡିବା ସହ ଏଣ୍ଟି-ଏୟାର, ଆଣ୍ଟି-ସରଫେସ ଓ ଲ୍ୟାଣ୍ଡ ଆଟାକରେ ସାମିଲ ହୋଇପାରିବ । ଏଥିରୁ କାମେଭ ୩୧ ହେଲିକପ୍ଟର ବି ଟେକଅପ ନେଇପାରିବ । ବିକ୍ରାନ୍ତ ନୌସେନାରେ ସାମିଲ ହେବା ପରେ ଏବେ ଭାରତ ସେହିସବୁ ଦେଶ ସହ ସମକକ୍ଷ ହୋଇପାରିବ ଯେଉଁମାନେ ସ୍ୱେଦେଶୀ ବିମାନ ବାହକ ଜାହାଜକୁ ନିର୍ମାଣ ଓ ଡିଜାଇନ କରିବାର କ୍ଷମତା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri