Posted inଜାତୀୟ

ଆଇଏନଏସ ବିକ୍ରାନ୍ତରେ ଲାଗିଛି ୪ଟି ଏଫିଲ ଟାୱାର ସହ ସମାନ ହେଲାଭଳି ଲୁହା-ଷ୍ଟିଲ, ଏକାଥରେ ରହିପାରିବ ୩୦ଟି ବିମାନ

ନୂଆଦିଲ୍ଲୀ,୨ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସ୍ୱଦେଶୀ ବିମାନ ବାହକ ଯୁଦ୍ଧଜାହାଜ ଆଇଏନଏସ ବିକ୍ରାନ୍ତକୁ ନୌସେନାକୁ ସମର୍ପଣ କରିବେ । ଶୁକ୍ରବାର ସକାଳ ୯ଟା ୩୦ମିନିଟରେ କୋଚିରେ କୋଚିନ ଶିପୟାଡ ଲିମିଟେଡ ଏହି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବ । ଆଇଏନଏସ ବିକ୍ରାନ୍ତର ବିଶେଷତ୍ୱ ହେଉଛି ଏହା ହେଉଛି ଏକ ସ୍ୱଦେଶୀ ଯୁଦ୍ଧ ଜାହାଜ । ଏହାର ନିର୍ମାଣ କାର୍ଯ୍ୟ ୨୦୦୯ରେ ଆରମ୍ଭ କରାଯାଇଥିଲା । ଦୀର୍ଘ ୧୩ ବର୍ଷ ପରେ ଏବେ ଏହା ନୌସେନାରେ ସାମିଲ ହେବାକୁ ଯାଉଛି । ଏହାସହ ପ୍ରଧାନମନ୍ତ୍ରୀ ନୌସେନାର ନୂଆ ଚିହ୍ନର ବି ଲୋକାର୍ପଣ କରିବେ । ନୌସେନାର ନୂଆ ଚିହ୍ନ ଔପନିବେଶିକ ଅତୀତଠାରୁ ଦୂରରେ ରହିବ ଓ ଭାରତୀୟ ମୈରିଟାଇମ ହେରିଟେଜର ପରିପୂର୍ଣ୍ଣ ହେବ ।
ସୂଚନାଯୋଗ୍ୟ, ଆଇଏନଏସ ବିକ୍ରାନ୍ତର ଓଜନ ୪୫୦୦୦ଟନ । ଅର୍ଥାତ୍ ଫ୍ରାନ୍ସରେ ଥିବା ଏଫିଲ ଟାୱାରର ଓଜନଠାରୁ ୪ ଗୁଣା ଅଧିକ ଲୁହା ଓ ଷ୍ଟିଲ ଏଥିରେ ଲାଗିଛି । ଏହାର ଲମ୍ବ ୨୬୨ ମିଟର ଓ ଚଉଡା ୬୨ ମିଟର । ଅର୍ଥାତ୍ ଏହା ଦୁଇଟି ଫୁଟବଲ ପଡିଆ ସହ ସମାନ ହେବ । ପ୍ରଥମ ସ୍ୱେଦେଶୀ ଯୁଦ୍ଧ ଜାହାଜରେ ୭୬ ପ୍ରତିଶତ ସ୍ୱେଦେଶୀ ଉପକରଣ ଲାଗିଛି । ଏଥିରେ ୪୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କଲାଭଳି ବ୍ରହ୍ମୋସ ମିଶାଇଲ ବି ରହିବ । ଏଥିରେ ୨୪୦୦ କିଲୋମିଟର କେବଲ ଲାଗିଛି ଅର୍ଥାତ କୋଚିରୁ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବି ପାରିବ ଏହି କେବଲ ।
ଆଇଏସି ବିକ୍ରାନ୍ତ(ଇଣ୍ଡିଜେନିଅସ ଏୟାରକ୍ରାପ୍ଟ କ୍ୟାରିୟର)ରେ ୩୦ଟି ବିମାନ ଏକାଥରେ ରହିପାରିବେ । ଏହା ବ୍ୟତୀତ ଏଥିରେ ମିଗ ୨୯କେ ଫାଇଟର ଜେଟ ବି ଉଡିବା ସହ ଏଣ୍ଟି-ଏୟାର, ଆଣ୍ଟି-ସରଫେସ ଓ ଲ୍ୟାଣ୍ଡ ଆଟାକରେ ସାମିଲ ହୋଇପାରିବ । ଏଥିରୁ କାମେଭ ୩୧ ହେଲିକପ୍ଟର ବି ଟେକଅପ ନେଇପାରିବ । ବିକ୍ରାନ୍ତ ନୌସେନାରେ ସାମିଲ ହେବା ପରେ ଏବେ ଭାରତ ସେହିସବୁ ଦେଶ ସହ ସମକକ୍ଷ ହୋଇପାରିବ ଯେଉଁମାନେ ସ୍ୱେଦେଶୀ ବିମାନ ବାହକ ଜାହାଜକୁ ନିର୍ମାଣ ଓ ଡିଜାଇନ କରିବାର କ୍ଷମତା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?