୪୦ ଦିନ ପରେ ବି ପୋଲିସ ବିଫଳ

ନୟାଗଡ଼ ଅଫିସ,୨।୯: ନୟାଗଡ଼ ପୋଲିସ ଜିଲାରେ ଚୋରି, ଡକାୟତି ଘଟଣା ଚିନ୍ତାର କାରଣ ହୋଇଛି। ପୋଲିସ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରି ବାହାବା ନେଉଛି। ହେଲେ ବହୁ ଅପରାଧୀଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ସେଥିପାଇଁ ଲୋକଙ୍କ ଧନଜୀବନ ନିରାପଦ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ତାଲା ପଡିଥିବା ଘରୁ ଚୋରି ହେଉଛି। ଦିନଦ୍ୱିପ୍ରହରରେ ଗୁଳି ଫୁଟାଇ, ବୋମା ମାଡ଼ କରି ଡକାୟତି ଚାଲିଛି। ତଥାପି ଅପରାଧୀଙ୍କ ଟେର ପାଉନି ପୋଲିସ। ଶରଣକୁଳ, ରଣପୁର ଓ ନୟାଗଡ଼ ଟାଉନଥାନାର ଡକାୟତି, ଚୋରି ଘଟଣାକୁ ଲକ୍ଷ୍ୟ କଲେ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗୋଡିପଡ଼ା ଡକାୟତି ହେଉ ଅଥବା ନୟାଗଡ଼ରେ ଗୋଟିଏ ରାତିରେ ୩ ଚୋରି ଘଟଣା ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଚୋରି, ଡକାୟତି ଘଟଣାରେ ବନ୍ଦ ଥିବା ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଦାୟୀ କରାଯାଇଛି। ନୟାଗଡ଼ ସହରର ଲୋକସଂଖ୍ୟା ସହିତ ବିଭିନ୍ନ ଲେନ୍‌, ଗଳି ବଢ଼ିବାରେ ଲାଗିଛି। ନୂଆ ଏରିଆରେ ପୋଲିସ ଆଦୌ ପାଟ୍ରୋଲିଂ କରୁନାହିଁ। ଶରଣକୁଳ ଓ ରଣପୁର ଥାନା ଅଞ୍ଚଳରେ ଥିବା ଅନେକ ଗାଁକୁ ପୋଲିସର ଭ୍ୟାନ ଆଦୌ ଗଡୁ ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୯ ଅପରାହ୍ନରେ ଗୋଡିପଡ଼ା ଫାଣ୍ଡି ଅଧୀନ ଗୋଡିପଡ଼ା ବଜାରର ରଣପୁର ରୋଡରେ ଥିବା ମହାଲକ୍ଷ୍ମୀ ଜୁଏଲେରି ଓ ଏହାର ୱାର୍କସପ୍‌ ଭଙ୍ଗାରୁଜା କରି ଡକାୟତି ହୋଇଥିଲା। ସେଦିନ ଗୋଡିପଡା ନିକଟସ୍ଥ ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡିର ଡମସାହି ବାଗ୍‌ଦେବୀ ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପରୁ ଅନୁରୂପ ଭାବେ ୧ ଲକ୍ଷ ୩୦ ହଜାର ଲୁଟ୍‌ ହୋଇଥିଲା। ଉଭୟ ଡକାୟତି ଘଟଣାକୁ ୪୦ ଦିନ ବିତିଛି। ଆଜି ପର୍ଯ୍ୟନ୍ତ ୩ ଡକାୟତଙ୍କୁ ଠାବ କରିବାରେ ଶରଣକୁଳ ଓ ରଣପୁର ଥାନା ପୋଲିସ ବିଫଳ ହୋଇଛି। ମହାଲକ୍ଷ୍ମୀ ଜୁଏଲେରିରୁ ୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଡକାୟତି ହୋଇଥିଲା। ଡକାୟତି ବେଳେ ଜୁଏଲେରିର ସିସିଟିଭି କାମ କରୁ ନ ଥିଲା। ସେହିପରି ପେଟ୍ରୋଲ ପମ୍ପର ସିସିଟିଭି ବନ୍ଦ ଥିଲା। ଡକାୟତିମାନେ ବ୍ରହ୍ମପୁର ଲୋକଙ୍କ ପରି କଥାବାର୍ତ୍ତା କରୁଥିବାରୁ ସେମାନେ ଗଞ୍ଜାମ ଜିଲାର ବାସିନ୍ଦା ବୋଲି ପୋଲିସ ଅନୁମାନ କରୁଛି। ଏହା ପରେ ବି ସମ୍ପୃକ୍ତ ଡକାୟତିମାନଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି। ସେହିପରି ନୟାଗଡ଼ ଟାଉନ ଥାନା ଖଣ୍ଡପଡ଼ା ରୋଡ ମିଶ୍ର ଗଳିର ବାସିନ୍ଦା ରତିକାନ୍ତ ପରିଡା ଓ ବାଳକୃଷ୍ଣ ପାଣିଗ୍ରାହୀଙ୍କ ଘରୁ ଅଗଷ୍ଟ ୨୩ରେ ଚୋରି ହୋଇଥିଲା। ସେହିପରି ଲୋକନାଥ ନଗରର ଗୋକୁଳ ଚନ୍ଦ୍ର ଦ୍ୱିବେଦୀଙ୍କ ଘରୁ ଅନୁରୂପ ଚୋରି ହୋଇଥିଲା। ରତିକାନ୍ତଙ୍କ ପରିବାର କଟକ ଯାଇଥିବାବେଳେ ବାଳକୃଷ୍ଣଙ୍କ ପରିବାର ଖଲ୍ଲିକୋଟ ଯାଇଥିଲେ। ସେହିପରି ଗୋକୁଳ ଚନ୍ଦ୍ର ଦ୍ୱିବେଦୀଙ୍କ ପରିବାର ବାଙ୍ଗାଲୋରସ୍ଥିତ ଝିଅ ଘରେ କିଛି ମାସ ହେଲା ରହୁଥିଲେ। କବାଟରେ ତାଲା ଝୁଲୁଥିବା ଦେଖି ଉପରୋକ୍ତ ୩ ଘରକୁ ଅଭିଯୁକ୍ତମାନେ ଟାର୍ଗେଟ କରି ଚୋରି କରିଥିଲେ। ସିସିଟିଭ ଫୁଟେଜକୁ ଲକ୍ଷ୍ୟକଲେ ଗତ ୨୩ ତାରିଖ ରାତିର ୧.୪୫ରୁ ୩.୪୫ ପର୍ଯ୍ୟନ୍ତ ଚୋରି ହୋଇଥିଲା। ଜଣେ ଯୁବକ ସିସିଟିଭି ଫୁଟେଜରେ ଆସୁଥିଲେ। ସେ ଚୋରି କରୁଥିବା ସନ୍ଦେହ ପ୍ରକାଶ ପାଇଛି। ତେବେ ସଂପୃକ୍ତ ଯୁବକଙ୍କ ସହ ଅନ୍ୟ କେହି ଅଛନ୍ତି କି ନାଁ ତଦନ୍ତ ସାପେକ୍ଷ। ଏହି ଘଟଣାରେ ସିସିଟିଭିର କିଛି ଫୁଟେଜ ପୋଲିସ ନେଇଥିଲେ ମଧ୍ୟ ଚୋରି ଘଟଣାର ଟେର ପାଉନି ବୋଲି ଅଭିଯୋଗ ହୋଇଛି।
ଏନେଇ ଶରଣକୁଳ ଥାନା ଅଧିକାରୀ ଜୟଦୀପ ମହାନ୍ତି ଓ ରଣପୁର ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି କୁହନ୍ତିି, ପୋଲିସ ଉଭୟ ଡକାୟତି ଘଟଣାରେ ତଦନ୍ତ ଚଳାଉଛି। ଖୁବ୍‌ଶୀଘ୍ର ଅପରାଧୀଙ୍କୁ ଧରିବାରେ ପୋଲିସ ସଫଳ ହେବ ବୋଲି ସେ କହିଛନ୍ତି। ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା କୁହନ୍ତି, ଚୋରି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି। ଖୁବ୍‌ଶୀଘ୍ର ଅପରାଧୀମାନେ ଗିରଫ ହେବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri