୪୦ ଦିନ ପରେ ବି ପୋଲିସ ବିଫଳ

ନୟାଗଡ଼ ଅଫିସ,୨।୯: ନୟାଗଡ଼ ପୋଲିସ ଜିଲାରେ ଚୋରି, ଡକାୟତି ଘଟଣା ଚିନ୍ତାର କାରଣ ହୋଇଛି। ପୋଲିସ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରି ବାହାବା ନେଉଛି। ହେଲେ ବହୁ ଅପରାଧୀଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ସେଥିପାଇଁ ଲୋକଙ୍କ ଧନଜୀବନ ନିରାପଦ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ତାଲା ପଡିଥିବା ଘରୁ ଚୋରି ହେଉଛି। ଦିନଦ୍ୱିପ୍ରହରରେ ଗୁଳି ଫୁଟାଇ, ବୋମା ମାଡ଼ କରି ଡକାୟତି ଚାଲିଛି। ତଥାପି ଅପରାଧୀଙ୍କ ଟେର ପାଉନି ପୋଲିସ। ଶରଣକୁଳ, ରଣପୁର ଓ ନୟାଗଡ଼ ଟାଉନଥାନାର ଡକାୟତି, ଚୋରି ଘଟଣାକୁ ଲକ୍ଷ୍ୟ କଲେ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗୋଡିପଡ଼ା ଡକାୟତି ହେଉ ଅଥବା ନୟାଗଡ଼ରେ ଗୋଟିଏ ରାତିରେ ୩ ଚୋରି ଘଟଣା ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଚୋରି, ଡକାୟତି ଘଟଣାରେ ବନ୍ଦ ଥିବା ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଦାୟୀ କରାଯାଇଛି। ନୟାଗଡ଼ ସହରର ଲୋକସଂଖ୍ୟା ସହିତ ବିଭିନ୍ନ ଲେନ୍‌, ଗଳି ବଢ଼ିବାରେ ଲାଗିଛି। ନୂଆ ଏରିଆରେ ପୋଲିସ ଆଦୌ ପାଟ୍ରୋଲିଂ କରୁନାହିଁ। ଶରଣକୁଳ ଓ ରଣପୁର ଥାନା ଅଞ୍ଚଳରେ ଥିବା ଅନେକ ଗାଁକୁ ପୋଲିସର ଭ୍ୟାନ ଆଦୌ ଗଡୁ ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୯ ଅପରାହ୍ନରେ ଗୋଡିପଡ଼ା ଫାଣ୍ଡି ଅଧୀନ ଗୋଡିପଡ଼ା ବଜାରର ରଣପୁର ରୋଡରେ ଥିବା ମହାଲକ୍ଷ୍ମୀ ଜୁଏଲେରି ଓ ଏହାର ୱାର୍କସପ୍‌ ଭଙ୍ଗାରୁଜା କରି ଡକାୟତି ହୋଇଥିଲା। ସେଦିନ ଗୋଡିପଡା ନିକଟସ୍ଥ ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡିର ଡମସାହି ବାଗ୍‌ଦେବୀ ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପରୁ ଅନୁରୂପ ଭାବେ ୧ ଲକ୍ଷ ୩୦ ହଜାର ଲୁଟ୍‌ ହୋଇଥିଲା। ଉଭୟ ଡକାୟତି ଘଟଣାକୁ ୪୦ ଦିନ ବିତିଛି। ଆଜି ପର୍ଯ୍ୟନ୍ତ ୩ ଡକାୟତଙ୍କୁ ଠାବ କରିବାରେ ଶରଣକୁଳ ଓ ରଣପୁର ଥାନା ପୋଲିସ ବିଫଳ ହୋଇଛି। ମହାଲକ୍ଷ୍ମୀ ଜୁଏଲେରିରୁ ୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଡକାୟତି ହୋଇଥିଲା। ଡକାୟତି ବେଳେ ଜୁଏଲେରିର ସିସିଟିଭି କାମ କରୁ ନ ଥିଲା। ସେହିପରି ପେଟ୍ରୋଲ ପମ୍ପର ସିସିଟିଭି ବନ୍ଦ ଥିଲା। ଡକାୟତିମାନେ ବ୍ରହ୍ମପୁର ଲୋକଙ୍କ ପରି କଥାବାର୍ତ୍ତା କରୁଥିବାରୁ ସେମାନେ ଗଞ୍ଜାମ ଜିଲାର ବାସିନ୍ଦା ବୋଲି ପୋଲିସ ଅନୁମାନ କରୁଛି। ଏହା ପରେ ବି ସମ୍ପୃକ୍ତ ଡକାୟତିମାନଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି। ସେହିପରି ନୟାଗଡ଼ ଟାଉନ ଥାନା ଖଣ୍ଡପଡ଼ା ରୋଡ ମିଶ୍ର ଗଳିର ବାସିନ୍ଦା ରତିକାନ୍ତ ପରିଡା ଓ ବାଳକୃଷ୍ଣ ପାଣିଗ୍ରାହୀଙ୍କ ଘରୁ ଅଗଷ୍ଟ ୨୩ରେ ଚୋରି ହୋଇଥିଲା। ସେହିପରି ଲୋକନାଥ ନଗରର ଗୋକୁଳ ଚନ୍ଦ୍ର ଦ୍ୱିବେଦୀଙ୍କ ଘରୁ ଅନୁରୂପ ଚୋରି ହୋଇଥିଲା। ରତିକାନ୍ତଙ୍କ ପରିବାର କଟକ ଯାଇଥିବାବେଳେ ବାଳକୃଷ୍ଣଙ୍କ ପରିବାର ଖଲ୍ଲିକୋଟ ଯାଇଥିଲେ। ସେହିପରି ଗୋକୁଳ ଚନ୍ଦ୍ର ଦ୍ୱିବେଦୀଙ୍କ ପରିବାର ବାଙ୍ଗାଲୋରସ୍ଥିତ ଝିଅ ଘରେ କିଛି ମାସ ହେଲା ରହୁଥିଲେ। କବାଟରେ ତାଲା ଝୁଲୁଥିବା ଦେଖି ଉପରୋକ୍ତ ୩ ଘରକୁ ଅଭିଯୁକ୍ତମାନେ ଟାର୍ଗେଟ କରି ଚୋରି କରିଥିଲେ। ସିସିଟିଭ ଫୁଟେଜକୁ ଲକ୍ଷ୍ୟକଲେ ଗତ ୨୩ ତାରିଖ ରାତିର ୧.୪୫ରୁ ୩.୪୫ ପର୍ଯ୍ୟନ୍ତ ଚୋରି ହୋଇଥିଲା। ଜଣେ ଯୁବକ ସିସିଟିଭି ଫୁଟେଜରେ ଆସୁଥିଲେ। ସେ ଚୋରି କରୁଥିବା ସନ୍ଦେହ ପ୍ରକାଶ ପାଇଛି। ତେବେ ସଂପୃକ୍ତ ଯୁବକଙ୍କ ସହ ଅନ୍ୟ କେହି ଅଛନ୍ତି କି ନାଁ ତଦନ୍ତ ସାପେକ୍ଷ। ଏହି ଘଟଣାରେ ସିସିଟିଭିର କିଛି ଫୁଟେଜ ପୋଲିସ ନେଇଥିଲେ ମଧ୍ୟ ଚୋରି ଘଟଣାର ଟେର ପାଉନି ବୋଲି ଅଭିଯୋଗ ହୋଇଛି।
ଏନେଇ ଶରଣକୁଳ ଥାନା ଅଧିକାରୀ ଜୟଦୀପ ମହାନ୍ତି ଓ ରଣପୁର ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି କୁହନ୍ତିି, ପୋଲିସ ଉଭୟ ଡକାୟତି ଘଟଣାରେ ତଦନ୍ତ ଚଳାଉଛି। ଖୁବ୍‌ଶୀଘ୍ର ଅପରାଧୀଙ୍କୁ ଧରିବାରେ ପୋଲିସ ସଫଳ ହେବ ବୋଲି ସେ କହିଛନ୍ତି। ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା କୁହନ୍ତି, ଚୋରି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି। ଖୁବ୍‌ଶୀଘ୍ର ଅପରାଧୀମାନେ ଗିରଫ ହେବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri