ଘର ତିଆରି କରିବା ପାଇଁ ସରକାର ଦେବେ ଦେଢ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଯୋଜନାରେ କେମିତି ଉଠାଇବେ ଫାଇଦା

ନୂଆଦିଲ୍‌ଲୀ,୧୧।୯: ଯେଉଁମାନେ ସହରରେ ରହୁଛନ୍ତି, ବର୍ଷ ବର୍ଷ ଧରି ଭଡ଼ା ଘରେ ରହି ନିଜର ଏକ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି। କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦’ (PMAY) ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଯୋଜନାରେ ସରକାର ସହରାଞ୍ଚଳର ଗରିବ ତଥା ମଧ୍ୟବିତ୍ତ ପରିବାରକୁ ନିଜ ଘର ତିଆରି କରିବା, ନୂଆ ଘର କିଣିବା କିମ୍ୱା ଭଡ଼ାରେ ନେବା ପାଇଁ ଅଧିକ ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସରକାର ୧୦ ଲକ୍ଷ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଛନ୍ତି।

ପିଏମ ଆବାସ ଯୋଜନା ୨.୦ ଅଧୀନରେ ୧୦ ଲକ୍ଷ କୋଟି ଟଙ୍କାର ଏକ ବଡ଼ ପୁଞ୍ଜିନିବେଶ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ୧ କୋଟି ସହରୀ ପରିବାରକୁ ପକ୍କା ଘରର ସୁବିଧା ଯୋଗାଇଦେବା।

ଏହି ଯୋଜନାକୁ ୪ଟି ବର୍ଗରେ ଲାଗୁ କରାଯାଉଛି, ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜ ଆବଶ୍ୟକତା ଅନୁଯାୟୀ ଲାଭ ପାଇପାରିବେ। ଏଥିରେ ନିଜ ଜମିରେ ଘର ତିଆରି ପାଇଁ ଆର୍ଥିକ ସହାୟତା, ଏଜେନ୍ସି ସହ ମିଶି ସୁଲଭ ମୂଲ୍ୟରେ ଘର, ଶସ୍ତା ଭଡ଼ା ଘର ଏବଂ ରିହାତି (ସବସିଡି) ହାରରେ ଋଣ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି:

ଘର ତିଆରି ପାଇଁ ୧.୫ ଲକ୍ଷ ଟଙ୍କା: ଯେଉଁମାନଙ୍କ ପାଖରେ ନିଜସୱ ଜମି ଅଛି କିନ୍ତୁ ଘର ତିଆରି କରିବା ପାଇଁ ଅର୍ଥ ନାହିଁ, ସେମାନଙ୍କୁ ସରକାର ସେହି ଜମିରେ ପକ୍କା ଘର ର୍ନିମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ୧.୫ ଲକ୍ଷ ଟଙ୍କାର ସହାୟତା ମିଳିବ।

ଯେଉଁମାନଙ୍କର ନିଜସୱ ଜମି ନାହିଁ, ସେମାନଙ୍କ ପାଇଁ ସରକାର ଘରୋଇ କିମ୍ୱା ସରକାରୀ ଏଜେନ୍ସିଗୁଡ଼ିକ ସହ ମିଶି ସୁଲଭ ମୂଲ୍ୟରେ ଘର ପ୍ରସ୍ତୁତ କରିବେ। ଏଥିରେ ପ୍ରତି EWS (ଆର୍ଥିକ ଦୁର୍ୱଳ ବର୍ଗ) ହିତାଧିକାରୀଙ୍କୁ ୧.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ।

ସୁଲଭ ଦରରେ ଭଡ଼ା ଘର: ଏହି ଯୋଜନା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ସହରକୁ କାମ କରିବା ପାଇଁ ଆସିଛନ୍ତି ଏବଂ ସେମାନଙ୍କ ପାଖରେ ଘରଭଡ଼ା ଦେବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ନଥାଏ। ସେମାନଙ୍କ ପାଇଁ ସରକାର ଅତି ଶସ୍ତା ଭଡ଼ା ଘର ର୍ନିମାଣ କରାଇବେ।

ଋଣ ଉପରେ ସବସିଡି: ସରକାର ଋଣ ଉପରେ ସୁଧ ସବସିଡିର ସୁବିଧା ମଧ୍ୟ ପ୍ରଦାନ କରିବେ। ଏହା ଅଧୀନରେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ବାର୍ଷିକ ୪ ପ୍ରତିଶତ ସୁଧ ରିହାତି (ସବସିଡି) ମିଳିବ। ଉଦାହରଣ ସୱରୂପ, ଯଦି ଆପଣ ୮ ଲକ୍ଷ ଟଙ୍କା ଋଣ ନିଅନ୍ତି ଏବଂ ସେଥିରେ ୯ ପ୍ରତିଶତ ସୁଧ ଲାଗୁହୁଏ, ତେବେ ୪ ପ୍ରତିଶତ ସୁଧ ସରକାର ସବସିଡି ଭାବେ ବହନ କରିବେ; ଅର୍ଥାତ୍ ଆପଣଙ୍କୁ ମାତ୍ର ୫ ପ୍ରତିଶତ ସୁଧ ଦରରେ ଋଣ ମିଳିଯିବ।

ଏହି ଯୋଜନା ସେହି ପରିବାରଗୁଡ଼ିକ ପାଇଁ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ସେମାନଙ୍କର ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ଏହା ବ୍ୟତୀତ ପରିବାରର କୌଣସି ସଦସ୍ୟଙ୍କ ନାମରେ ଦେଶର କୌଣସି ସ୍ଥାନରେ ପକ୍କା ଘର ନ ଥିବା ଆବଶ୍ୟକ। ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆପଣ ପୂର୍ୱରୁ ପକ୍କା ଘର ପାଇସାରିଛନ୍ତି, ତେବେ ଆପଣ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଆବେଦନକାରୀ କିମ୍ୱା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ପୂର୍ୱରୁ କୌଣସି ପକ୍କା ଘର ରହିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?