Posted inଜାତୀୟ

ଛାତ୍ରୀଛାତ୍ରମାନଙ୍କୁ ଗୋଟିଏ ଶ୍ରେଣୀ କକ୍ଷରେ ବସାଇବା ଭାରତୀୟ ସଂସ୍କୃତିର ଅବମାନନା, ନେତାଙ୍କ ମନ୍ତବ୍ୟ ନେଇ ଉତ୍ତେଜନା …

ଥିରୁଭାନନ୍ତପୁରମ୍‌, ୨୯।୮ : କେରଳର ହିନ୍ଦୁ ଏଜାଭା ସମ୍ପ୍ରଦାୟର ନେତା ଭେଲାପାଲି ନାଟସନ କହିଛନ୍ତି ଯେ ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରମାନଙ୍କୁ ଏକାଠି ବସାଇବା ଭାରତୀୟ ସଂସ୍କୃତିର ବିରୋଧୀ ତଥା ଅବମାନନା ଏବଂ ଏହା ଅରାଜକତା ସୃଷ୍ଟି କରେ। କୋଚିରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଭେଲାପାଲି କହିଛନ୍ତି ଯେ ଉଭୟ ଛାତ୍ରୀ ଏବଂ ଛାତ୍ରଙ୍କୁ ସମାନ ୟୁନିଫର୍ମରେ ଓ ବିଦ୍ୟାଳୟରେ ଏକାଠି ଶିକ୍ଷା ଦିଆଯିବା ପାଇଁ ଏଲଡିଏଫ୍‌ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୀତି ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ।

ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଅତି ଘନିଷ୍ଠ ବୋଲି ବିବେଚନା କରାଯାଉଥିବା ନାଟସନ କହିଛନ୍ତି ଯେ ଆମେ ଶ୍ରେଣୀରେ ଏକାଠି ବସିଥିବା ବାଳିକା ଏବଂ ବାଳକମାନଙ୍କ ସପକ୍ଷରେ ନାହୁଁ। ଆମର ନିଜସ୍ବ ସଂସ୍କୃତି ଅଛି। ଆମେ ଆମେରିକା କିମ୍ବା ଇଂଲଣ୍ଡରେ ବାସ କରୁନାହୁଁ। ନେଟସନ କହିଛନ୍ତି ଯେ ଆମ ସଂସ୍କୃତି ପୁଅ ଏବଂ ଝିଅମାନଙ୍କୁ ଆଲିଙ୍ଗନ କରିବା ଏବଂ ଏକାଠି ବସିବା ଗ୍ରହଣ କରେ ନାହିଁ। ଖ୍ରୀଷ୍ଟିଆନ ଏବଂ ମୁସଲମାନମାନଙ୍କର ଶିକ୍ଷାନୁଷ୍ଠାନରେ ଆପଣ ଏହା ଘଟୁଥିବା ଦେଖିପାରିବେ ନାହିଁ ।

ସେ କହିଛନ୍ତି ଯେ ଛାତ୍ରୀଛାତ୍ରମାନଙ୍କ ଏକାଠି ବସିବା ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ସେ କହିଛନ୍ତି ଯେ ଅଧିକାଂଶ ହିନ୍ଦୁ ମହାବିଦ୍ୟାଳୟରେ ଏଭଳି ବ୍ୟବସ୍ଥା ଦେଖାଯାଉଛି। ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ରୁ ଏହିପରି ଅନୁଷ୍ଠାନଗୁଡିକ ପାଇଁ ଭଲ ଗ୍ରେଡ କିମ୍ବା ପାଣ୍ଠି ନ ମିଳିବାର ଏହା ଅନ୍ୟତମ କାରଣ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୮ବର୍ଷରୁ କମ ବୟସର ଯୁବବର୍ଗ ଏକାଠି ବସି ପରସ୍ପରକୁ ଆଲିଙ୍ଗନ କରିବା ଉଚିତ ନୁହେଁ। ଥରେ ପିଲାମାନେ ବୟସ୍କ ଏବଂ ପରିପକ୍ୱ ହୋଇଗଲେ, ସେମାନେ ଯାହା ଚାହାଁନ୍ତି ତାହା କରିପାରିବେ ବୋଲି ନାଟସନ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଯେ ଏଲଡିଏଫ ସରକାର ନିଜକୁ ଧର୍ମନିରପେକ୍ଷ ସରକାର ବୋଲି କହିବା ସତ୍ତ୍ୱେ ଧାର୍ମିକ ଚାପର ସମ୍ମୁଖୀନ ହେଉଛନ୍ତି ଏବଂ ଏହାର କିଛି ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି।

ତେବେ ନାଟସନଙ୍କ ଏଭଳି ମନ୍ତବ୍ୟ ନେଇ ରାଜ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ତଜନା ପ୍ରକାଶ ପାଇଛି। କେତେକ ଏହାକୁ ତାଲିବାନୀ ନାତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?