Posted inଜାତୀୟ

ଛାତ୍ରୀଛାତ୍ରମାନଙ୍କୁ ଗୋଟିଏ ଶ୍ରେଣୀ କକ୍ଷରେ ବସାଇବା ଭାରତୀୟ ସଂସ୍କୃତିର ଅବମାନନା, ନେତାଙ୍କ ମନ୍ତବ୍ୟ ନେଇ ଉତ୍ତେଜନା …

ଥିରୁଭାନନ୍ତପୁରମ୍‌, ୨୯।୮ : କେରଳର ହିନ୍ଦୁ ଏଜାଭା ସମ୍ପ୍ରଦାୟର ନେତା ଭେଲାପାଲି ନାଟସନ କହିଛନ୍ତି ଯେ ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରମାନଙ୍କୁ ଏକାଠି ବସାଇବା ଭାରତୀୟ ସଂସ୍କୃତିର ବିରୋଧୀ ତଥା ଅବମାନନା ଏବଂ ଏହା ଅରାଜକତା ସୃଷ୍ଟି କରେ। କୋଚିରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଭେଲାପାଲି କହିଛନ୍ତି ଯେ ଉଭୟ ଛାତ୍ରୀ ଏବଂ ଛାତ୍ରଙ୍କୁ ସମାନ ୟୁନିଫର୍ମରେ ଓ ବିଦ୍ୟାଳୟରେ ଏକାଠି ଶିକ୍ଷା ଦିଆଯିବା ପାଇଁ ଏଲଡିଏଫ୍‌ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୀତି ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ।

ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଅତି ଘନିଷ୍ଠ ବୋଲି ବିବେଚନା କରାଯାଉଥିବା ନାଟସନ କହିଛନ୍ତି ଯେ ଆମେ ଶ୍ରେଣୀରେ ଏକାଠି ବସିଥିବା ବାଳିକା ଏବଂ ବାଳକମାନଙ୍କ ସପକ୍ଷରେ ନାହୁଁ। ଆମର ନିଜସ୍ବ ସଂସ୍କୃତି ଅଛି। ଆମେ ଆମେରିକା କିମ୍ବା ଇଂଲଣ୍ଡରେ ବାସ କରୁନାହୁଁ। ନେଟସନ କହିଛନ୍ତି ଯେ ଆମ ସଂସ୍କୃତି ପୁଅ ଏବଂ ଝିଅମାନଙ୍କୁ ଆଲିଙ୍ଗନ କରିବା ଏବଂ ଏକାଠି ବସିବା ଗ୍ରହଣ କରେ ନାହିଁ। ଖ୍ରୀଷ୍ଟିଆନ ଏବଂ ମୁସଲମାନମାନଙ୍କର ଶିକ୍ଷାନୁଷ୍ଠାନରେ ଆପଣ ଏହା ଘଟୁଥିବା ଦେଖିପାରିବେ ନାହିଁ ।

ସେ କହିଛନ୍ତି ଯେ ଛାତ୍ରୀଛାତ୍ରମାନଙ୍କ ଏକାଠି ବସିବା ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ସେ କହିଛନ୍ତି ଯେ ଅଧିକାଂଶ ହିନ୍ଦୁ ମହାବିଦ୍ୟାଳୟରେ ଏଭଳି ବ୍ୟବସ୍ଥା ଦେଖାଯାଉଛି। ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ରୁ ଏହିପରି ଅନୁଷ୍ଠାନଗୁଡିକ ପାଇଁ ଭଲ ଗ୍ରେଡ କିମ୍ବା ପାଣ୍ଠି ନ ମିଳିବାର ଏହା ଅନ୍ୟତମ କାରଣ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୮ବର୍ଷରୁ କମ ବୟସର ଯୁବବର୍ଗ ଏକାଠି ବସି ପରସ୍ପରକୁ ଆଲିଙ୍ଗନ କରିବା ଉଚିତ ନୁହେଁ। ଥରେ ପିଲାମାନେ ବୟସ୍କ ଏବଂ ପରିପକ୍ୱ ହୋଇଗଲେ, ସେମାନେ ଯାହା ଚାହାଁନ୍ତି ତାହା କରିପାରିବେ ବୋଲି ନାଟସନ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଯେ ଏଲଡିଏଫ ସରକାର ନିଜକୁ ଧର୍ମନିରପେକ୍ଷ ସରକାର ବୋଲି କହିବା ସତ୍ତ୍ୱେ ଧାର୍ମିକ ଚାପର ସମ୍ମୁଖୀନ ହେଉଛନ୍ତି ଏବଂ ଏହାର କିଛି ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି।

ତେବେ ନାଟସନଙ୍କ ଏଭଳି ମନ୍ତବ୍ୟ ନେଇ ରାଜ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ତଜନା ପ୍ରକାଶ ପାଇଛି। କେତେକ ଏହାକୁ ତାଲିବାନୀ ନାତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri