କାଚ ଗୁଲିରେ ଗଣେଶ

ବାରିପଦା ଅଫିସ,୨୯ା୮: ବାରିପଦା ସହରର ତୁଳସୀଚଉରାର ଫ୍ରେଣ୍ଡସ ୟୁନିଅନ କ୍ଲବଠାରେ ପୂଜା ପାଇବେ ୧୩ ଫୁଟ ଉଚ୍ଚର ଗଜାନନ। ୫୫ହଜାର କାଚ ଗୁଲିିରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। କ୍ଲବର ସଦସ୍ୟମାନେ ଚଳିତ ବର୍ଷ ଧୂମଧାମରେ ପୂଜା ପାଳନ କରିବା ପାଇଁ ଲାଗି ପଡ଼ିଛନ୍ତି। କୋଭିଡ୍‌ କଟକଣା ହଟିବା ପରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା କରିବାକୁ ସମଗ୍ର ଅଞ୍ଚଳ ଉତ୍ସବ ମୁଖରିତ ହୋଇପଡ଼ିଛି।
୧୫ବର୍ଷ ପୂର୍ବେ ୨୦ଜଣ ସଦସ୍ୟଙ୍କୁ ନେଇ ଫ୍ରେଣ୍ଡସ ୟୁନିଅନ କ୍ଲବ ଗଠନ ସହ ଗଣେଶଙ୍କ ପୂଜା ଆରମ୍ଭ ହୋଇଥିଲା ା ମାତ୍ର ୭ଶହ ଟଙ୍କାରେ ପ୍ରଥମ ବର୍ଷ ପୂଜା ସମ୍ପାଦିତ ହୋଇଥିଲା। ଚଳିତ ବର୍ଷ ୫ଶହ ସଦସ୍ୟଙ୍କୁ ନେଇ ପୂଜାରେ ୧୧ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୧୫ଦିନ ପୂର୍ବରୁ ମୂର୍ତ୍ତି ତିଆରି ଚାଲିଥିବା ବେଳେ କାଚଗୁଲିରେ ଗଣେଶଙ୍କ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ୟୁନିଅନର ସଭାପତି ସୌମ୍ୟ ରଞ୍ଜନ ମିଶ୍ର ଓ ସମ୍ପାଦକ ଦେବାଶିଷ ଦାଶଙ୍କ ନେତୃତ୍ୱରେ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବାକୁ ବସିଛି। ୨ଲକ୍ଷ ୫ହଜାର ଟଙ୍କାରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଝଲମଲ ଆଲୋକମାଳାରେ ଅଞ୍ଚଳକୁ ସୁସଜ୍ଜିତ କରାଯାଇଛି। ଜାତୀୟସ୍ତରୀୟ ଡ୍ୟାନ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି। ଏହି ମଞ୍ଚରେ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଆମ ରାଜ୍ୟର ବହୁ କଳାକାର ସାମିଲ ହୋଇ ନିଜର କଳା ପ୍ରଦର୍ଶନ କରିବେ। ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ଜିତୁ ଦାଶଙ୍କ ପ୍ରବଚନ ମୁଖ୍ୟ ଆକର୍ଷଣ ରହିଥିବା ବେଳେ ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଭୁପାଦଙ୍କ ସଙ୍ଗୀତରେ ଭକ୍ତ ଓ ଦର୍ଶକ ଝୁମିବେ ବୋଲି କର୍ମକର୍ତ୍ତାମାନେ ଜଣାଇଛନ୍ତି। ସେହିପରି ୧୦ଦିନ ଧରି ଚାଲିବାକୁ ଥିବା ମେଳାରେ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ସହିତ ଘରୋଇ ଉପକରଣ, ଦୋଳି ଓ ମିକି ମାଉସର ବ୍ୟବସ୍ଥା କରାଯାଇଛି। ଏଥିରେ କ୍ଲବର କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ, ସଦସ୍ୟ ବୀରେନ୍ଦ୍ର ନାଥ, ବିଦ୍ୟାଧର ନାୟକ, ମନୋଜ ବାରିକ, ରମାକାନ୍ତ ଥାଟୋଇ, ପବିତ୍ର ଗିରି, ନିହାର ରଞ୍ଜନ ନାୟକ, ଚାନ୍ଦ ମୁଲ୍ଲା, ସେକ ଆୟୂବ, ଶୁଭ୍ରାଂଶୁ ଶେଖର ସାହୁ, ଶିବ ଶଙ୍କର ବେହେରା, ମନୋଜ ମହାପାତ୍ର, ରାହୁଲ ସିଂ, ରବି ସିଂ, ଭଗବାନ ବେହେରା, ସଞ୍ଜୟ ସିଂଙ୍କ ସମେତ କର୍ମକର୍ତ୍ତାମାନେ ସକ୍ରିୟ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri