Posted inଜାତୀୟ

୨୦୨୪ ନିର୍ବାଚନରେ କଂଗ୍ରେସ ପାଇଁ ପିକେ ଭରସା, ପ୍ରସ୍ତୁତ ହେବ ସ୍ବତନ୍ତ୍ର ରଣନୀତି…

ନୂଆଦିଲ୍ଲୀ,୮।୯: ନିର୍ବାଚନ ରଣନୀତିଜ୍ଞ ଭାବରେ ପରିଚିତି ହାସଲ କରିଥିବା ପ୍ରଶାନ୍ତ କିଶୋର(ପିକେ)ଙ୍କୁ କଂଗ୍ରେସରେ ସାମିଲ କରିବା ପାଇଁ ଦଳରେ ଆଲୋଚନା ଚାଲିଛି। ୨୦୨୪ ନିର୍ବାଚନରେ କଂଗ୍ରେସ ପାଇଁ ପିକେ ଭରସା ସାଜିବେ। ଯଦି ତାଙ୍କ ପ୍ରବେଶକୁ ସହମତି ମିଳେ, ତେବେ ତାଙ୍କୁ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସ୍ବତନ୍ତ୍ର ପ୍ୟାନେଲରେ ସାମିଲ କରାଯାଇପାରେ। ଏହି ପ୍ୟାନେଲ ନିର୍ବାଚନର ତଦାରଖ କରିବ।

ସୋନିଆ ଗାନ୍ଧୀ ହିଁ ପ୍ରଶାନ୍ତ କିଶୋରଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବା ଏବଂ ତାଙ୍କ ଭୂମିକା ସ୍ଥିର କରିବାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏପର୍ଯ୍ୟନ୍ତ ଏନେଇ କୌଣସି ନିଷ୍ପତ୍ତି ସେ ନେଇ ନାହାଁନ୍ତି। କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଜୁଲାଇ ମାସରୁ ଏ ପର୍ଯ୍ୟନ୍ତ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିବା ଲାଗି କୌଣସି ଆଲୋଚନା କରାଯାଇ ନାହିଁ।

ଏବେ କଂଗ୍ରେସ ହାଇକମାଣ୍ଡ ପଞ୍ଜାବ, ରାଜସ୍ଥାନ ଏବଂ ଛତିଶଗଡ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟଗୁଡ଼ିକରେ ଦଳର ସଦସ୍ୟଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷର ସମାଧାନ ପାଇଁ ବ୍ୟସ୍ତ ରହିଛି। କେତେକ ଗଣମାଧ୍ୟମ ଅନୁସାରେ ପ୍ରକାଶ କିଶୋରଙ୍କ କଂଗ୍ରେସରେ ସାମିଲ ସାଧାରଣ ହେବ ନାହିଁ । ତାଙ୍କୁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ଗଠନ ହେଉଥିବା ସ୍ବତନ୍ତ୍ର ପ୍ୟାନେଲରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ସୂଚନାନୁସାରେ, ପ୍ରଶାନ୍ତ କିଶୋରଙ୍କ ପରାମର୍ଶରେ ଏହି ପ୍ୟାନେଲ ମଧ୍ୟ ଗଠନ କରାଯାଉଛି। ନିର୍ବାଚନ ପ୍ରସଙ୍ଗ ଏବଂ ଦଳର ମୁଖ୍ୟ ରଣନୀତି ଉପରେ ପ୍ୟାନେଲ ଗଠନ କରିବାକୁ ପ୍ରଶାନ୍ତ କିଶୋର ଦଳର ନେତୃତ୍ୱଙ୍କୁ ପରାମର୍ଶ ଦେଇଛନ୍ତି।
୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଦଳରେ ସାମିଲ କରାଯିବାର ପ୍ରୟାସ କରାଯାଉଛି। ଏହା ବ୍ୟତୀତ ସେ ରାଜ୍ୟଗୁଡିକରେ ନିର୍ବାଚନର ଦାୟିତ୍ୱ ମଧ୍ୟ ତଦାରଖ କରିବେ। ମଧ୍ୟ ପରିଚାଳନା କରିପାରିବେ। ତେବେ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମଧ୍ୟରେ ହେବାକୁ ଯାଉଥିବା ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ ରାଜ୍ୟର ନିର୍ବାଚନ ଠାରୁ ଦୂରେଇ ରହିବେ ବୋଲି ଚର୍ଚ୍ଚା ହେଉଛି।

ପ୍ରଶାନ୍ତଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ଜି -୨୩ ଅସନ୍ତୁଷ୍ଟ ଗୋଷ୍ଠୀ ହାଇକମାଣ୍ଡଙ୍କ ସହ ସହମତ ନୁହଁନ୍ତି। ତାଙ୍କ ପ୍ରବେଶକୁ ଭୁଲ ବୋଲି ଗୋଷ୍ଠୀ ବିବେଚନା କରୁଛି। ତଥାପି,ବହୁ କର୍ମକର୍ତ୍ତା ପ୍ରଶାନ୍ତଙ୍କ ଆଗମନ ଦ୍ୱାରା ଦଳକୁ ନୂଆ ଶକ୍ତି ମିଳିବ ଏବଂ ସେ ଏକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବାରେ ସକ୍ଷମ ହେବେ ବୋଲି ସକାରାତ୍ମକ ମତ ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ଭାଜପା ନେତାଙ୍କୁ ହତ୍ୟା

ହାପୁଡ,୯।୯: ଉତ୍ତର ପ୍ରଦେଶର କାନୁନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନବାଚୀ। କାରଣ ଏଠାରେ ଦିନ ଦ୍ୱିପ୍ରହରରେ ଜଣେ ଭାଜପା ନେତାଙ୍କୁ ଗୁଳି କରି...

ଭାବପ୍ରବଣ ପୋଷ୍ଟ କଲେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ

ନୂଆଦିଲ୍ଲୀ,୧୨।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତ ସୋମବାର ତାଙ୍କ ବ୍ରେନ୍‌...

ଭୋକରେ ରହିବେ ନାହିଁ ଦେଶର କୌଣସି ଗରିବ ଭଉଣୀ-ଭାଇ: ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ...

ରାଜନୈତିକ ଦଳର ଷ୍ଟାର ପ୍ରଚାରକଙ୍କୁ ସଂଯମତା ରକ୍ଷା କରିବାକୁ ନିର୍ବାଚନ ଆୟୋଗଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୫ : ବିଧାନସଭା ନିର୍ବାଚନ ପାଇଁ କର୍ନାଟକରେ ପ୍ରଚାର ଚାଲିଛି। ରାଜ୍ୟରେ ଅନେକ ରାଲି କରାଯାଉଛି। ବିଭିନ୍ନ ଦଳର ନେତାମାନେ ମଧ୍ୟ ଭିନ୍ନ ଭିନ୍ନ ବିବୃତ୍ତି...

ସେନାମୁଖ୍ୟଙ୍କ ଚେତାବନୀ, ଭାରତର ଧୈର୍ଯ୍ୟର ପରୀକ୍ଷା ନ ନେଉ ଚାଇନା…

ନୂଆଦିଲ୍ଲୀ, ୧୫।୧ : ଏଲ୍‌ଏସିରେ ଭାରତ ଚାଇନା ସୀମାରେ ଲଗାତାର ଉତ୍ତେଜନା ଲାଗି ରହିଛି। ଚାଇନା ଜାଣିଶୁଣି ଶାନ୍ତି ପ୍ରୟାସରେ ବାଧା ସୃଷ୍ଟି କରୁଛି। ତେବେ...

ଅନୈତିକ ସମ୍ପର୍କ ସନ୍ଦେହରେ ସିଲେଇ କରିଦେଲେ ସ୍ତ୍ରୀ’ର ଗୁପ୍ତାଙ୍ଗ

ଲକ୍ଷ୍ନୌ,୨୨।୩ : ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସ୍ତ୍ରୀ’ର ଗୁପ୍ତାଙ୍ଗକୁ ଆଲୁମୁନିୟମ ତାରରେ ସିଲେଇ କରି ଦେଇଛନ୍ତି ସ୍ବାମୀ। ଏହି ଘଟଣାରେ...

ତିନି ଅଧ୍ୟାଦେଶ, ଫଳ ଶୂନ

ନୂଆଦିଲ୍ଲୀ,୧୨ା୬:ମୋଦି ସରକାରଙ୍କ ୩ ତରବରିଆ ଅଧ୍ୟାଦେଶ କୃଷିକୁ ସହାୟକ ହୋଇପାରେ, ଚାଷୀଙ୍କୁ ନୁହେଁ। କୃଷି ମାର୍କେଟିଂ ଆଇନଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏର କରୋନା ଭାଇରସ୍‌ କିମ୍ବା...

ସରକାରୀ ଟିକାକେନ୍ଦ୍ରରେ ପଞ୍ଜୀକରଣ କରିପାରିବେ ସାବାଳକ

ନୂଆଦିଲ୍ଲୀ, ୨୫।୫: ଟିକାକରଣ ଲାଗି ୧୮ରୁ ୪୪ ବର୍ଷୀୟଙ୍କ ପାଇଁ କୋଓ୍ବିନ ପ୍ଲାଟ୍‌ଫର୍ମରେ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିଲା। ଏହି ବୟସ ବର୍ଗର ଯେଉଁ ହିତାଧିକାରୀମାନେ...

Advertisement
Archives

Model This Week