Posted inଜାତୀୟ

୨୦୨୪ ନିର୍ବାଚନରେ କଂଗ୍ରେସ ପାଇଁ ପିକେ ଭରସା, ପ୍ରସ୍ତୁତ ହେବ ସ୍ବତନ୍ତ୍ର ରଣନୀତି…

ନୂଆଦିଲ୍ଲୀ,୮।୯: ନିର୍ବାଚନ ରଣନୀତିଜ୍ଞ ଭାବରେ ପରିଚିତି ହାସଲ କରିଥିବା ପ୍ରଶାନ୍ତ କିଶୋର(ପିକେ)ଙ୍କୁ କଂଗ୍ରେସରେ ସାମିଲ କରିବା ପାଇଁ ଦଳରେ ଆଲୋଚନା ଚାଲିଛି। ୨୦୨୪ ନିର୍ବାଚନରେ କଂଗ୍ରେସ ପାଇଁ ପିକେ ଭରସା ସାଜିବେ। ଯଦି ତାଙ୍କ ପ୍ରବେଶକୁ ସହମତି ମିଳେ, ତେବେ ତାଙ୍କୁ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସ୍ବତନ୍ତ୍ର ପ୍ୟାନେଲରେ ସାମିଲ କରାଯାଇପାରେ। ଏହି ପ୍ୟାନେଲ ନିର୍ବାଚନର ତଦାରଖ କରିବ।

ସୋନିଆ ଗାନ୍ଧୀ ହିଁ ପ୍ରଶାନ୍ତ କିଶୋରଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବା ଏବଂ ତାଙ୍କ ଭୂମିକା ସ୍ଥିର କରିବାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏପର୍ଯ୍ୟନ୍ତ ଏନେଇ କୌଣସି ନିଷ୍ପତ୍ତି ସେ ନେଇ ନାହାଁନ୍ତି। କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଜୁଲାଇ ମାସରୁ ଏ ପର୍ଯ୍ୟନ୍ତ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିବା ଲାଗି କୌଣସି ଆଲୋଚନା କରାଯାଇ ନାହିଁ।

ଏବେ କଂଗ୍ରେସ ହାଇକମାଣ୍ଡ ପଞ୍ଜାବ, ରାଜସ୍ଥାନ ଏବଂ ଛତିଶଗଡ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟଗୁଡ଼ିକରେ ଦଳର ସଦସ୍ୟଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷର ସମାଧାନ ପାଇଁ ବ୍ୟସ୍ତ ରହିଛି। କେତେକ ଗଣମାଧ୍ୟମ ଅନୁସାରେ ପ୍ରକାଶ କିଶୋରଙ୍କ କଂଗ୍ରେସରେ ସାମିଲ ସାଧାରଣ ହେବ ନାହିଁ । ତାଙ୍କୁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ଗଠନ ହେଉଥିବା ସ୍ବତନ୍ତ୍ର ପ୍ୟାନେଲରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ସୂଚନାନୁସାରେ, ପ୍ରଶାନ୍ତ କିଶୋରଙ୍କ ପରାମର୍ଶରେ ଏହି ପ୍ୟାନେଲ ମଧ୍ୟ ଗଠନ କରାଯାଉଛି। ନିର୍ବାଚନ ପ୍ରସଙ୍ଗ ଏବଂ ଦଳର ମୁଖ୍ୟ ରଣନୀତି ଉପରେ ପ୍ୟାନେଲ ଗଠନ କରିବାକୁ ପ୍ରଶାନ୍ତ କିଶୋର ଦଳର ନେତୃତ୍ୱଙ୍କୁ ପରାମର୍ଶ ଦେଇଛନ୍ତି।
୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଦଳରେ ସାମିଲ କରାଯିବାର ପ୍ରୟାସ କରାଯାଉଛି। ଏହା ବ୍ୟତୀତ ସେ ରାଜ୍ୟଗୁଡିକରେ ନିର୍ବାଚନର ଦାୟିତ୍ୱ ମଧ୍ୟ ତଦାରଖ କରିବେ। ମଧ୍ୟ ପରିଚାଳନା କରିପାରିବେ। ତେବେ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମଧ୍ୟରେ ହେବାକୁ ଯାଉଥିବା ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ ରାଜ୍ୟର ନିର୍ବାଚନ ଠାରୁ ଦୂରେଇ ରହିବେ ବୋଲି ଚର୍ଚ୍ଚା ହେଉଛି।

ପ୍ରଶାନ୍ତଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ଜି -୨୩ ଅସନ୍ତୁଷ୍ଟ ଗୋଷ୍ଠୀ ହାଇକମାଣ୍ଡଙ୍କ ସହ ସହମତ ନୁହଁନ୍ତି। ତାଙ୍କ ପ୍ରବେଶକୁ ଭୁଲ ବୋଲି ଗୋଷ୍ଠୀ ବିବେଚନା କରୁଛି। ତଥାପି,ବହୁ କର୍ମକର୍ତ୍ତା ପ୍ରଶାନ୍ତଙ୍କ ଆଗମନ ଦ୍ୱାରା ଦଳକୁ ନୂଆ ଶକ୍ତି ମିଳିବ ଏବଂ ସେ ଏକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବାରେ ସକ୍ଷମ ହେବେ ବୋଲି ସକାରାତ୍ମକ ମତ ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ନଇଁ ପଡ଼ିଛନ୍ତି ବିଜୟ ସରକାର

ଚେନ୍ନାଇ,୨୭।୯: ତାମିଲନାଡୁରେ, ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତିଙ୍କ ନେତୃତ୍ୱାଧୀନ TVK ସରକାର ଶେଷରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇ ଏକ ବଡ଼ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ…

ମଦ ଦୋକାନକୁ ପଶି ଢକ ଢକ କରି ମଦ ପିଇଲା ମାଙ୍କଡ଼, ତାପରେ ନିଶାରେ…

ରାଞ୍ଚି,୨୭।୯: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଓରମାଞ୍ଜି ବ୍ଲକ୍‌ ଛକସ୍ଥିତ ଏକ ମଦ ଦୋକାନରେ ହଠାତ୍‌ ଏକ ମାଙ୍କଡ ପଶି…

ବୈଠକ ପୂର୍ବରୁ CJP ନେତାଙ୍କୁ ଉଠାଇନେଲା ପୋଲିସ; ସରକାରଙ୍କ ଉପରେ ବର୍ଷିଲେ ଅଭିଜିତ୍ ଦୀପକେ, କହିଲେ…

ଗୁଆହାଟୀ,୨୭।୯: କକ୍ରୋଚ୍ ଜନତା ପାର୍ଟି (CJP)ର କୋ-ଫାଉଣ୍ଡର ଆଶୁତୋଷ ରାଙ୍କା ଏବଂ ତାଙ୍କ ଟିମ୍‌କୁ ଆସାମ ପୋଲିସ ଅଟକ ରଖିଥିବା ନେଇ ଆଶୁତୋଷ ନିଜେ ସୂଚନା ଦେଇଛନ୍ତି…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?