ସମାଜର ଆଧାରସ୍ତମ୍ଭ

ଜନ୍‌ ଡିୟୁଙ୍କ ଉଦ୍ଧୃତି ‘ଶିକ୍ଷା ଜୀବନ ପାଇଁ ପ୍ରସ୍ତୁତି ନୁହେଁ; ଶିକ୍ଷା ହେଉଛି ଜୀବନ’। ଏହା ଶିକ୍ଷାର ପ୍ରକୃତ ମୂଲ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଏକ ଗଭୀର ଦୃଷ୍ଟିକୋଣ ଧାରଣକରେ। ଶିକ୍ଷା ଜୀବନ ସହ ନିରନ୍ତର ଜଡ଼ିତ ରହିଥାଏ। ଆମ ଜ୍ଞାନ, ଚରିତ୍ର ଓ କ୍ଷମତାକୁ ବିକଶିତ କରେ ଏବଂ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରଗତି ଓ ବୃଦ୍ଧିରେ ସହାୟକ ହୋଇଥାଏ। ଜ୍ଞାନ ଓ କୌଶଳ ସହ ବ୍ୟକ୍ତିବିଶେଷଙ୍କୁ ସଶକ୍ତକରି ଦୂରଦୃଷ୍ଟି ପ୍ରଦାନ କରି ସେମାନଙ୍କର ବ୍ୟକ୍ତିଗତ ବିକାଶ ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି କରିଥାଏ। ଏହା ସାମାଜିକୀକରଣକୁ ସୁଗମ କରିଥାଏ, ବ୍ୟକ୍ତିବିଶେଷଙ୍କୁ ସମ୍ପ୍ରଦାୟରେ ଏକୀକୃତ କରେ। ସାମୂହିକ ମୂଲ୍ୟବୋଧ ଏବଂ ଆଦର୍ଶକୁ ପ୍ରୋତ୍ସାହିତ କରେ। ନୂଆ ପିଢ଼ିକୁ ସଫଳ ଏବଂ ସମାଜ ପ୍ରତି ବିନମ୍ର ନାଗରିକ ଭାବରେ ଗଢ଼ି ତୋଳିବାରେ ସହାୟକ ହୋଇଥାଏ। ସାମାଜିକ ଅସମାନତାକୁ ଦୂରକରିବା ସହ ସମସ୍ତଙ୍କ ପାଇଁ ସମାନ ସୁଯୋଗ ପ୍ରଦାନ କରିଥାଏ ଏବଂ ଏକ ନ୍ୟାୟପୂର୍ଣ୍ଣ ସମାଜର ଭିତ୍ତି ସ୍ଥାପନକରେ। ନୂତନତ୍ୱକୁ ବଢ଼ାଇବା ସହ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣକରେ। ସାମଗ୍ରିକ ଭାବରେ, ଶିକ୍ଷା ବ୍ୟକ୍ତିଗତ ତଥା ସାମାଜିକ ଅଗ୍ରଗତିର ମୂଳାଧାର ଓ ଗୁଣାତ୍ମକ ଶିକ୍ଷାର ମୂଳଦୁଆ ହେଉଛି ଏକ ଉତ୍ତମ ଶିକ୍ଷା ବ୍ୟବସ୍ଥା। ଏହି ଶିକ୍ଷା ବ୍ୟବସ୍ଥାର ମୂଳ ଅବୟବ ହେଉଛନ୍ତି ଶିକ୍ଷକ, ଯେଉଁମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସମାଜର ଆଧାରସ୍ତମ୍ଭ ଭାବରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଦେଶର ଭବିଷ୍ୟତ ହେଉଛନ୍ତି ଶିକ୍ଷାର୍ଥୀ ଓ ଏହାର ଶିଳ୍ପୀ ହେଲେ ଶିକ୍ଷକମାନେ। ଶିକ୍ଷକଙ୍କ ଅବଦାନ ସମସ୍ତ ସ୍ତରରେ ଦୃଶ୍ୟମାନ। ସାଂସ୍କୃତିକ, ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନରେ ଶିକ୍ଷକଙ୍କ ଭୂମିକା ଅବିସ୍ମରଣୀୟ।
ଇତିହାସକୁ ପର୍ଯ୍ୟାଲୋଚନା କଲେ ଦେଖାଯାଏ ଯେ ଶିକ୍ଷକମାନଙ୍କର ଭୂମିକା ସେତେବେଳେ କେବଳ ଶିକ୍ଷା ପ୍ରଦାନରେ ସୀମିତ ନ ଥିଲା। ସମାଜରେ ଶିକ୍ଷକମାନେ ଅନେକ ପରିବର୍ତ୍ତନର ସଞ୍ଚାଳକ ଥିଲେ। ଭାରତର ପ୍ରାଚୀନ ଶିକ୍ଷା ପ୍ରଣାଳୀରେ ଗୁରୁକୁଳ ପରିବେଶ ଥିଲା ଯେଉଁଠି।
ସେଠାରେ ଶିକ୍ଷକମାନେ ପାଠ ସହ ଜୀବନ ପ୍ରଣାଳୀକୁ ନୂତନ ଦୃଷ୍ଟିକୋଣରେ ଗଢୁଥିଲେ। ଏଥିପାଇଁ ଗୁରୁଙ୍କ ପାଇଁ ଆମ ଦେଶରେ ଅତ୍ୟଧିକ ମହତ୍ତ୍ୱ ରହିଛି। ଶିକ୍ଷାଦାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୃତ୍ତି ଭାବରେ ବିବେଚନା କରାଯାଏ, କାରଣ ଏହା ଅନ୍ୟ ସମସ୍ତ ବୃତ୍ତି ପାଇଁ ମୂଳଦୁଆ ପକାଇଥାଏ। ଜଣେ ଶିକ୍ଷାର୍ଥୀଙ୍କ ଜୀବନରେ ଉପଦେଶକ, ମାର୍ଗଦର୍ଶକ ଏବଂ ଆଦର୍ଶ ଭାବେ ଶିକ୍ଷକ ଭବିଷ୍ୟତ ପିଢ଼ିର ମନ ଏବଂ ମୂଲ୍ୟବୋଧକୁ ଆକୃଷ୍ଟ କରନ୍ତି। ପୁସ୍ତକ ଭିତରେ ସୀମିତ ଜ୍ଞାନ ସହ ସମାଲୋଚନାକାରୀ ଚିନ୍ତାଧାରା, ନୈତିକତା ଏବଂ ସାମାଜିକ ଦାୟିତ୍ୱବୋଧତା ମଧ୍ୟ ପ୍ରଦାନ କରନ୍ତି। ଜଣେ ଶିକ୍ଷକଙ୍କ ପ୍ରଭାବ ଶ୍ରେଣୀଗୃହ ବାହାରେ ବିସ୍ତାର ହୋଇ ଛାତ୍ରୀଛାତ୍ରମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିଥାଏ ଏବଂ ଏକ ସୁସ୍ଥ ସମାଜ ବିକାଶରେ ସହାୟକ ହୋଇଥାଏ। ବ୍ୟକ୍ତିଗତ ସାମର୍ଥ୍ୟ ଓ ବ୍ୟକ୍ତିଗତ ରୁଚିକୁ ପାଥେୟ କରି ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କର ଶକ୍ତି ଏବଂ ଆବେଗ ଆବିଷ୍କାର କରିବାରେ ସାହାଯ୍ୟ କରନ୍ତି, ଜୀବନରେ ସଫଳ ହେବା ପାଇଁ ସଶକ୍ତ କରନ୍ତି।
ଶିକ୍ଷକଙ୍କ ଜୀବନଶୈଳୀ ସହଜ ନୁହେଁ।
ଅପେକ୍ଷା ଓ ଉପେକ୍ଷା ସେମାନଙ୍କୁ ଚାପରେ ଭରିଥାଏ। ଅନେକ କାର୍ଯ୍ୟଭାର ମଧ୍ୟରେ ମୂଲ୍ୟବୋଧ ସର୍ବଦା ଉଚ୍ଚ ରଖିବାକୁ ପଡ଼େ। ମଣିଷ ତିଆରି କାରଖାନାର କାରିଗର ହେବା ସହଜ ନୁହେଁ I
ଶିକ୍ଷକମାନଙ୍କର କାର୍ଯ୍ୟ କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ନ ଥାଏ। କ୍ଲାସ୍‌ ପାଇଁ ପୂର୍ବ ପ୍ରସ୍ତୁତି କରିବା , ପାଠ୍ୟକ୍ରମ ଯୋଜନା କରିବା, ପରୀକ୍ଷା ପାଇଁ ପ୍ରଶ୍ନପତ୍ର କରିବା, ପରୀକ୍ଷା ପରିଚାଳନା କରିବା, ପରୀକ୍ଷା ଖାତା ମୂଲ୍ୟାଙ୍କନ କରିବା, ଆଡ୍‌ମିଶନ କରିବା, ଏକ ଶୃଙ୍ଖଳିତ ଶ୍ରେଣୀଗୃହ ପରିବେଶ ବଜାୟ ରଖିବା ଏବଂ ଛାତ୍ରୀଛାତ୍ରମାନଙ୍କ ଆଚରଣ ପରିଚାଳନା ଇତ୍ୟାଦି ହେଉଛି ନିତିଦିନର କାର୍ଯ୍ୟ। ଏହାଛଡ଼ା ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ବେଳେ ବ୍ୟକ୍ତିଗତ ସହାୟତା ପ୍ରଦାନ କରିବା ତଥା ଅଗ୍ରଗତି ବିଷୟରେ ପିତାମାତାଙ୍କ ସହ ନିୟମିତ ଯୋଗାଯୋଗ କରିବା, ପ୍ରଶାସନିକ କର୍ତ୍ତବ୍ୟ ପରିଚାଳନା କରିବା, ପରିବର୍ତ୍ତିତ ଶିକ୍ଷାଧାରା ସହ ନିଜକୁ ପ୍ରସ୍ତୁତ କରିବା ଏବଂ ବୃତ୍ତିଗତ ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା କରିବା ଆଦି ଶିକ୍ଷକମାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରେ I ଅତିରିକ୍ତ ଭାବରେ, ଶିକ୍ଷାନୁଷ୍ଠାନର କେତେକ ଅତିରିକ୍ତ କାର୍ଯ୍ୟକୁ ମଧ୍ୟ ସେମାନେ ତଦାରଖ କରନ୍ତି। ଶିକ୍ଷାନୁଷ୍ଠାନରେ ସୃଷ୍ଟି ହେଉଥିବା ଜରୁରିକାଳୀନ କିମ୍ବା ଅପ୍ରତ୍ୟାଶିତ ପରିସ୍ଥିତିକୁ ମଧ୍ୟ ପରିଚାଳନା କରନ୍ତି। ଏହା ସହ ଆର୍ଥିକ ସ୍ତରରେ ସେମାନେ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହୁଅନ୍ତି। ଏସବୁ ସତ୍ତ୍ୱେ ଜଣେ ଶିକ୍ଷକଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେଉଛି ଉତ୍ତମ ନାଗରିକ ତଥା ଏକ ସୁସ୍ଥ ସମାଜ ଗଠନର ଉତ୍ତରଦାୟିତ୍ୱ। ଏକ ସକାରାତ୍ମକ ଓ ସୁସ୍ଥ ଶିକ୍ଷଣ ପରିବେଶ ସୃଷ୍ଟି କରିବା ପାଇଁ ଜଣେ ଶିକ୍ଷକଙ୍କ ଉତ୍ତମ ଓ ଦୃଢ଼ ମାନସିକତା ନିତାନ୍ତ ଆବଶ୍ୟକ। ଏହା କେବଳ ଶିକ୍ଷାଦାନକୁ ପ୍ରଭାବିତ କରେନାହିଁ ବରଂ ଛାତ୍ରୀଛାତ୍ରଙ୍କର ବ୍ୟକ୍ତିଗତ ଅଭିବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।
ଶିକ୍ଷାଦାନ ବୃତ୍ତିର ଜଟିଳତା ଓ କର୍ତ୍ତବ୍ୟର ଏହି ବିବିଧ ପରିସର ମଧ୍ୟରେ ଛାତ୍ରୀଛାତ୍ରଙ୍କର ସାମଗ୍ରିକ ବିକାଶ ପାଇଁ ଶିକ୍ଷକଙ୍କଠାରୁ ଅସାଧାରଣ ଧୈର୍ଯ୍ୟ, ସାଙ୍ଗଠନିକ ଦକ୍ଷତା ଏବଂ ଏକ ଗଭୀର ପ୍ରତିବଦ୍ଧତା ଆଶା କରାଯାଏ। ମହାଭାରତରେ ଦ୍ରୋଣଙ୍କ କାହାଣୀ ଆଧୁନିକ ଶିକ୍ଷକମାନଙ୍କ ପାଇଁ ମୂଲ୍ୟବାନ୍‌ ଶିକ୍ଷା ପ୍ରଦାନକରେ I
ନିରପେକ୍ଷତା ଓ ନୈତିକତା ଶିକ୍ଷକମାନଙ୍କର ଅସ୍ତିତ୍ୱ ବହନକରେ। ସାମରିକ ଦକ୍ଷତା ପ୍ରଦାନରେ ଦ୍ରୋଣ ଜଣେ ଶିକ୍ଷକ ଭାବରେ ଉତ୍କୃଷ୍ଟ ଥିବାବେଳେ ଏକଲବ୍ୟଙ୍କ ପ୍ରତି ପକ୍ଷପାତିତା ଓ କର୍ଣ୍ଣଙ୍କ ପ୍ରତି ଅନ୍ୟାୟ ବ୍ୟବହାର ଆମକୁ ମନେପକାଇଦିଏ ଯେ ଶିକ୍ଷକମାନେ ସମସ୍ତ ଛାତ୍ରୀଛାତ୍ରଙ୍କୁ ସମାନ ଭାବ ପ୍ରଦର୍ଶନ କରିବା ଉଚିତ, ପ୍ରତ୍ୟେକ ବ୍ୟକ୍ତିଙ୍କ ସାମର୍ଥ୍ୟକୁ ପକ୍ଷପାତ ନ କରି ଚିହ୍ନିବା ଏବଂ ପୋଷଣ କରିବା ଉଚିତ। ସମାଜରେ ନୈତିକତାର ବାହକ ହେଉଛନ୍ତି ଶିକ୍ଷକ ଓ ଯେକୌଣସି ପରିସ୍ଥିତିରେ ସେମାନେ ନୈତିକ ମାନଦଣ୍ଡକୁ ବଜାୟ ରଖିବା ଦରକାର।
କଠୋର ସାମାଜିକ ଆଦର୍ଶରେ ଦ୍ରୋଣଙ୍କ ଅନୁକରଣ ଆଜିର ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ସମସ୍ତଙ୍କ ପାଇଁ ଶିକ୍ଷା ଉପଲବ୍ଧ ଏବଂ ଯଥାର୍ଥ। ଦ୍ରୋଣଙ୍କ ଭୁଲ୍‌ରୁ ଶିକ୍ଷା କରି ଆଜିର ଶିକ୍ଷକମାନେ ଅଧିକ ନ୍ୟାୟପୂର୍ଣ୍ଣ ଓ ପ୍ରଭାବଶାଳୀ ଶିକ୍ଷାଗତ ପରିବେଶ ଓ ସମାଜ ସୃଷ୍ଟିକରିବାକୁ ଚେଷ୍ଟା କରିପାରିବେ।
ସମ୍ମାନ ହେଉଛି ଶିକ୍ଷକଙ୍କର ସବୁଠାରୁ ମୂଲ୍ୟବାନ୍‌ ଅଳଙ୍କାର। ଏହା କେବଳ ସେମାନଙ୍କର ଅର୍ଜିତ ଜ୍ଞାନ, ଅଭିଜ୍ଞତା ଓ ପ୍ରତିବଦ୍ଧତାର ସ୍ବୀକୃତି ନୁହେଁ ବରଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଗଭୀର ବିଶ୍ୱାସର ପ୍ରତିଫଳନ ଯାହାକି ସେମାନଙ୍କ ହୃଦୟରେ ଏକ ଚିରସ୍ଥାୟୀ ପ୍ରଭାବ ଛାଡ଼ିଥାଏ। ଭୂତପୂର୍ବ ରାଷ୍ଟ୍ରପତି ଡ. ଏ. ପି. ଜେ. ଅବଦୁଲ କଲାମଙ୍କ ଭାଷାରେ ଶିକ୍ଷକମାନେ ଯେକୌଣସି ଦେଶର ମେରୁଦଣ୍ଡ, ଯେଉଁ ସ୍ତମ୍ଭ ଉପରେ ସମସ୍ତ ଆକାଂକ୍ଷା ବାସ୍ତବତାରେ ପରିଣତ ହୁଏ। ତେଣୁ ଆଜିର ପରିବର୍ତ୍ତିତ ଶିକ୍ଷା ବ୍ୟବସ୍ଥାର ଅନ୍ୟତମ ବିନ୍ଧାଣି ହେଲେ ଶିକ୍ଷକ। ଏକ ନୂତନ ବ୍ୟବସ୍ଥା ଓ ନୂତନ ଚିନ୍ତାଧାରା ସହ ଆଗାମୀ ପିଢ଼ିକୁ ଅଧିକ ସକ୍ଷମ ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ ଆମେ ସଜକରିପାରିବI ଏଥିରେ ସନ୍ଦେହ ନାହିଁ।
ସହକାରୀ ପ୍ରଫେସର
ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ
ମୋ: ୯୯୩୭୨୮୫୬୭୨


Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?