ରହସ୍ୟମୟ ଘଟଣା

ଉତ୍ତରାଖଣ୍ଡର ଏକ ଶାନ୍ତ ପାହାଡ଼ିଆ ଅଞ୍ଚଳରେ ଥିବା ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ଘରୁ ୫୦ କୋଟି ଟଙ୍କା ଚୋରିହେବା ଘଟଣା ଉପରେ ଗଣମାଧ୍ୟମ ଗୁଜବ ପ୍ରଚାର କରିଚାଲିଛି। ଏଠାରେ ଚୋରି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ, ବରଂ ପ୍ରଥମ ପ୍ରଶ୍ନ ହେଉଛି ଏତେ ପରିମାଣର ଟଙ୍କା କିପରି ସେଠାରେ ପହଞ୍ଚିଲା? ଏକଦା ବାବୁ ଜଣକ ଏକ ପଡ଼ୋଶୀ ରାଜ୍ୟ ସରକାରରେ ଜଣେ କ୍ଷମତାଶାଳୀ ବ୍ୟକ୍ତିତ୍ୱ ଏବଂ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଭାବେ ଜଣାଶୁଣା ଥିଲେ। ଏହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାପୁଥିବା ଗୁଜବ ସନ୍ଦେହର କେନ୍ଦ୍ରବିନ୍ଦୁ ପାଲଟିଛି। କୌତୂହଳର ବିଷୟ ହେଉଛି ଚୋରି ଟଙ୍କାର ପରିମାଣ ଅଧିକ ହୋଇଥିବା ସତ୍ତ୍ୱେ କୌଣସି ଔପଚାରିକ ଏଫ୍‌ଆଇଆର୍‌ ଦାଏର କରାଯାଇ ନାହିଁ। ଏହି ଆଇଏଏସ୍‌ ଅଧିକାରୀଙ୍କ ସହ ସମ୍ପର୍କ ଥିବା କୌଣସି ଅଧିକାରୀ କିଛି କହିବାକୁ ପ୍ରସ୍ତୁତ ନ ଥିବା ହିଁ ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି। ଜଣେ କ୍ଷମତାଶାଳୀ ପୂର୍ବତନ ଅମଲାତନ୍ତ୍ରୀଙ୍କ ସହ ଏହି ଘଟଣାର ସମ୍ପର୍କ ଥିବା ଅଭିଯୋଗ କରି କାହାର ନାମ ନ ନେଇ ଲକ୍ଷ୍ନୌର ଏକ ଦୈନିକ ଖବରକାଗଜ ପ୍ରକାଶ କରିଛି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅଧିକାରୀଙ୍କ ପରିଚୟ ବିଷୟରେ ଜାଣିବାକୁ ଚାହଁୁଛନ୍ତି। ଏହି ସମୟରେ କର୍ତ୍ତୃପକ୍ଷ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ଅନେକେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ପାଇଁ ଘଟଣାକୁ ନେଇ ସବୁଆଡ଼େ ନୀରବତା ଜନସାଧାରଣଙ୍କ ଜିଜ୍ଞାସା ବଢ଼ାଉଥିବା ପରି ମନେହେଉଛି। ସରକାରୀ ବିବୃତିର ଅଭାବ, ସମ୍ଭାବ୍ୟ ଅଧିକାରୀଙ୍କ ବିଷୟରେ ଗୁଞ୍ଜରଣ ଏବଂ ବିପୁଳ ପରିମାଣର ଅର୍ଥର କାହା ସହ ସମ୍ପର୍କ ରହିଛି ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି।
ପଦକ୍ଷେପକୁ ନେଇ ପ୍ରଶ୍ନ
ନିକଟରେ ବିଭିନ୍ନ ବିଭାଗର କାର୍ଯ୍ୟକୁ ମୂଲ୍ୟାୟନ କରିବା ସହ ସେସବୁରେ ଉନ୍ନତି ଆଣିବା ସକାଶେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଡିଏମ୍‌)ଙ୍କ ‘ୱାର୍କିଂ ଗ୍ରୁପ୍‌’ ଗଠନ ପାଇଁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି। ବିଶେଷକରି ବରିଷ୍ଠ ବାବୁମାନେ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବିଭାଗୀୟ କାର୍ଯ୍ୟର ସମୀକ୍ଷାକରି ୫ ଅକ୍ଟୋବର ସୁଦ୍ଧା ସୁପାରିସ କରିବା ଲାଗି ଏହି ଗ୍ରୁପ୍‌ଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଅଧିକାରୀଙ୍କ ସହ ବୈଠକ କରିବାକୁ ମଧ୍ୟ ସେମାନଙ୍କୁ କ୍ଷମତା ଦିଆଯାଇଛି । ଜୁନିୟର ଡିଏମ୍‌ମାନେ ତଦାରଖ କରିବା ଏବଂ ଅଧିକ ଅଭିଜ୍ଞ ବରିଷ୍ଠ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ପରାମର୍ଶ ଦେବା ଉପରେ ଅନେକେ ପ୍ରଶ୍ନ ଉଠାଉଛନ୍ତି। ସାମ୍ପ୍ରତିକ ବ୍ୟାଚ୍‌ର କନିଷ୍ଠ ଆଇଏଏସ୍‌ ଅଧିକାରୀମାନେ ଅନେକ ଦଶନ୍ଧିର ଅଭିଜ୍ଞତା ଥିବା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ବିଭାଗର ଉନ୍ନତି ପାଇଁ ସୁପାରିସ କରିବା ଏକ ଅଜବ ସ୍ଥିତି ବୋଲି କେତେକେ ବିଚାର କରନ୍ତି। ଦିଲ୍ଲୀରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କଠାରୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଦାୟିତ୍ୱ ନେବା ପରେ ଏଭଳି ପଦକ୍ଷେପ ନିଅଯାଇଛି। ଆତିଶୀ ଏବେ ସହରର ବ୍ୟାପକ ଶାସନ ପରିଚାଳନାଗତ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଆନ୍ତଃ ବିଭାଗୀୟ ସହଯୋଗ ବଢ଼ାଇବା ସହ ଦୀର୍ଘଦିନର ପ୍ରଶାସନିକ ପ୍ରକ୍ରିୟାରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ଏହି ପଦକ୍ଷେପ ସମ୍ଭବତଃ ତାଙ୍କ ବ୍ୟାପକ ରଣନୀତିର ଏକ ଅଂଶ । ପରିବହନ, ସ୍ବାସ୍ଥ୍ୟ ଏବଂ ଶିକ୍ଷା ଭଳି ପ୍ରମୁଖ ବିଭାଗଗୁଡ଼ିକରେ ଉତ୍ତମ ସମନ୍ବୟ ରକ୍ଷାକରିବା ଲକ୍ଷ୍ୟରେ ଆତିଶୀ, ଏଏପି ମନ୍ତ୍ରୀ ଏବଂ ବରିଷ୍ଠ ବାବୁଙ୍କୁ ଏକାଠି କରିବା ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି ଏବଂ ଏହା ସହ ଏବକାର ବ୍ୟବସ୍ଥାର ମେଳ ଖାଉଛି। ଆନ୍ତଃ ବିଭାଗୀୟ ସମନ୍ବୟକୁ ଏହା ବଢ଼ାଇବ ନା ଅଧିକ ବିବାଦ ସୃଷ୍ଟି କରିବ ତାହା ଦେଖିବାକୁ ବାକି ରହିଲା।
ମିଶ୍ରଣ ବିଚାର
କେନ୍ଦ୍ର ସରକାର ପୁଣି ଥରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ ମ୍ୟାନେଜ୍‌ମେଣ୍ଟ (ଡିଆଇପିଏଏମ୍‌) ଓ ଡିପାର୍ଟମେଣ୍ଟ ଅଫ୍‌ ପବ୍ଲିକ ଏଣ୍ଟରପ୍ରାଇଜେସ୍‌(ଡିପିଇ)ର ମିଶ୍ରଣ ଉପରେ ବିଚାର କରୁଛନ୍ତି ।
ଏହି ଦୁଇ ବିଭାଗ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି। ତେବେ ଯୋଜନା ମୁତାବକ ଯଦି ସବୁ କିଛି ଠିକ୍‌ଠାକ୍‌ ଚାଲେ, ତେବେ ଉଭୟ ବିଭାଗ ଖୁବ୍‌ ଶୀଘ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ କାମ କରିପାରନ୍ତି। ମିଶ୍ରଣ ପଛରେ ଧାରଣା ହେଉଛି ଅଭିବୃଦ୍ଧି ଏବଂ ନିଯୁକ୍ତି ବୃଦ୍ଧି ଲକ୍ଷ୍ୟରେ ପ୍ରମୁଖ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିବା ଏନ୍‌ଡିଏ ସରକାରଙ୍କ ଉଚ୍ଚାଭିଳାଷୀ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକରେ ଅଧିକ ସମନ୍ବୟ ସୃଷ୍ଟି କରିବା । ଏହି ପ୍ରସ୍ତାବ ନୂଆ ନୁହେଁ। ମୋଦିଙ୍କ ଦ୍ୱିତୀୟ ପାଳିରେ ପ୍ରଥମେ ଏହା ସାମ୍ନାକୁ ଆସିଥିଲା, କିନ୍ତୁ ବିଭିନ୍ନ କାରଣରୁ ବାସ୍ତବ ରୂପ ନେଇ ନ ଥିଲା । ମେ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଦ୍ୱାରା ଗଢ଼ାଯାଇଥିବା ‘୧୦୦ ଦିନିଆ କାର୍ଯ୍ୟକ୍ରମ’ ତାଲିକାରେ ଏହି ପ୍ରକଳ୍ପ ପୁନର୍ବାର ଦୋହରା ଯାଇଥିଲା। ଡିଆଇପିଏଏମ୍‌ ସିପିଏସ୍‌ୟୁଗୁଡ଼ିକରେ ନିବେଶ ଓ ବିନିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ଡିପିଇ ଏହି ଉଦ୍ୟୋଗଗୁଡ଼ିକର ପରିଚାଳନା ତଥା କାର୍ଯ୍ୟଦକ୍ଷତା ଉପରେ ଧ୍ୟାନ ଦେଇଥାଏ । ଯେତେବେଳେ ଏକ ସିପିଏସ୍‌ୟୁକୁ ବନ୍ଦ କିମ୍ବା ବିନିବେଶର ଯୋଜନା ଥାଏ, ସେତେବେଳେ ଡିଆଇପିଏଏମ୍‌ ପ୍ରକ୍ରିୟା ଆରମ୍ଭ କରିଥାଏ ଏବଂ ଡିପିଇ ଅନ୍ତିମ ବନ୍ଦକୁ ନିୟନ୍ତ୍ରଣ କରିଥାଏ। ଦୁଇ ବିଭାଗର ମିଶ୍ରଣ ଏହି ପ୍ରକ୍ରିୟାକୁ ଶୃଙ୍ଖଳିତ ଏବଂ ଅଧିକ କ୍ରିୟାଶୀଳ କରିପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?