ପେଟ୍ରୋଲ ୨୬, ଡିଜେଲ ୧୪ ପଇସା ବଢ଼ିଲା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଗୋଟିଏ ଦିନର ବିରତି ପରେ ବୁଧବାର ପୁଣି ଥରେ ତେଲ ଦର ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୬ ପଇସା ବଢ଼ି ୯୭.୪୨ ଟଙ୍କା ଏବଂ ଡିଜେଲ ୧୪ ପଇସା ଊର୍ଦ୍ଧ୍ୱରେ ରହି ୯୫.୨୫ଟଙ୍କାରେ ବିକ୍ରି ହେଉଛି। ବର୍ତ୍ତମାନ ସାରା ଦେଶରେ ପେଟ୍ରୋଲ ଦର ଐତିହାସିକ ରେକର୍ଡ ସ୍ତରରେ ରହିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସାରା ଦେଶରେ ପେଟ୍ରୋଲ ୨୨ରୁ ୨୫ ପଇସା ଏବଂ ଡିଜେଲ ୧୨ରୁ ୧୪ ପଇସା ବଢ଼ିଛି। ଚଳିତ ମାସରେ ମୋଟ ୯ ଥର ତେଲ ଦର ବୃଦ୍ଧି ପାଇଛି। ନୂଆ ମୂଲ୍ୟ ବୃଦ୍ଧି ଯୋଗୁ ଭାରତର କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ଏବଂ ଡିଜେଲ ୧୦୧ ଟଙ୍କା ସ୍ତର ଛୁଇଁଛି।
ନୂଆଦିଲ୍ଲୀରେ ପେଟ୍ରୋଲ ୨୫ ପଇସା ମହଙ୍ଗା ହେବାରୁ ଦର ୯୬.୬୬ ଟଙ୍କା ରହିଛି। ସେହିଭଳି ଡିଜେଲ ୧୩ ପଇସା ବଢ଼ି ୮୭.୪୧ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲ ୨୪ ଓ ୧୪ ପଇସା ଊର୍ଦ୍ଧ୍ୱରେ ରହି ଦର ଯଥାକ୍ରମେ ୧୦୨.୮୨ ଟଙ୍କା, ୯୪.୮୪ ଟଙ୍କା ରହିଛି। କୋଲକାତାରେ ଏହି ଦର ୯୬.୫୮ ଟଙ୍କା ଏବଂ ୯୦.୨୫ ଟଙ୍କା ଛୁଇଁଛି। ଏହାବାଦ ଚେନ୍ନାଇରେ ୯୭.୯୧ ଟଙ୍କା, ୯୨.୦୪ ଟଙ୍କାରେ ବିକ୍ରି ହେଉଛି। ଚଳିତ ମାସ ଅଦ୍ୟାବଧି ପେଟ୍ରୋଲ ଲିଟର ପିଛା ୨.୪୨ ଟଙ୍କାରୁ ଊର୍ଦ୍ଧ୍ୱ ଏବଂ ଡିଜେଲ ୨.୨୬ ଟଙ୍କାରୁ ଊର୍ଦ୍ଧ୍ୱ ବଢ଼ିଛି।
ଦେଶର ୧୧ ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଛି। ତେଲ ଦର ବଢ଼ିବା ଯୋଗୁ ଦେଶ ମଧ୍ୟରେ ଦରଦାମ ମଧ୍ୟ ବଢ଼ିଛି। ତେଲ ଦର ବୃଦ୍ଧି ଏକ ଚିନ୍ତାର କାରଣ ପାଲଟିଥିବା ବେଳେ ଏ ନେଇ ଏକ ସମାଧାନ ପନ୍ଥା ବାହାର କରିବା ଲାଗି ଗୁରୁବାର ପେଟ୍ରୋଲିୟମ ଷ୍ଟାଣ୍ଡିଂ କମିଟି ବୈଠକ ବସୁଛି। ଲକ୍‌ଡାଉନ ଯୋଗୁ ତେଲ ଚାହିଦା ହ୍ରାସ ହୋଇଛି। ଏହା ସତ୍ତ୍ୱେ କେନ୍ଦ୍ର ସରକାର ତେଲରୁ ବୃହତ୍‌ ପରିମାଣର ରାଜସ୍ବ ଆଦାୟ କରିଛନ୍ତି। କେନ୍ଦ୍ର ସରକାର ଗତ ବର୍ଷ ମେ ମାସରେ ତେଲ ଉପରେ ୧୦ଟଙ୍କାର ଉତ୍ପାଦ ଟିକସ ବଢ଼ାଇଥିଲେ। ଫଳରେ ପେଟ୍ରୋଲ ଉପରେ ଉତ୍ପାଦ ଟିକସ ବର୍ତ୍ତମାନ ୩୨.୯୮ ଟଙ୍କା ଏବଂ ଡିଜେଲ ଉପରେ ୩୧.୮୩ ଟଙ୍କାକୁ ବୃଦ୍ଧି ହୋଇଛି। ୨୦୨୦-୨୧ର ୯ ମାସରେ କେନ୍ଦ୍ର ସରକାର ୨.୩୫ ଲକ୍ଷ କୋଟି ଟଙ୍କାର ଉତ୍ପାଦ ଟିକସ ଆଦାୟ କରିଛନ୍ତି। ୨୦୧୯-୨୦ ତୁଳନାରେ ଏହା ୬% ଅଧିକ। ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୨.୯୧ ଡଲାର ଏବଂ ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍‌ ଦର ୭୦.୯୪ ଡଲାର ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri