ପେଟ୍ରୋଲ ୨୨, ଡିଜେଲ ୨୬ ପଇସା ହ୍ରାସ

ଭୁବନେଶ୍ୱର,୩୧।୩: ଗୋଟିଏ ସପ୍ତାହ ମଧ୍ୟରେ ଲଗାତର ତୃତୀୟ ଥର ଲାଗି ତେଲ ଦର ହ୍ରାସ ହୋଇଛି। ମଙ୍ଗଳବାର ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ଦର ୨୬ ପଇସା କମିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୯୧.୨୮ ଟଙ୍କା ଏବଂ ଡିଜେଲ ୮୮.୧୩ ଟଙ୍କାକୁ ଖସିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ହେବା ଫଳରେ ଘରୋଇ ବଜାରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି। ସେହିଭଳି ନୂଆଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୨୨ ଏବଂ ୨୩ ପଇସା କମିଛି। ଫଳରେ ଏହି ସହରରେ ଇନ୍ଧନ ଦର ୯୦.୫୬ ଟଙ୍କା ଏବଂ ୮୦.୮୭ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟଗୁଡ଼ିକ ସ୍ତରରେ ଲାଗୁ ହେଉଥିବା ଭାଟ୍‌ରେ ଭିନ୍ନତା ଯୋଗୁ ତେଲ ଦର ଭିନ୍ନ ରହୁଛି। ମୁମ୍ବାଇରେ ପେଟ୍ରୋଲ ୯୬.୯୮ ଟଙ୍କା ଏବଂ ଡିଜେଲ ୮୭.୯୬ ଟଙ୍କାରେ ବିକ୍ରି ହେଉଛି। କୋଭିଡ୍‌ ମାମଲା ବଢ଼ିବା ଯୋଗୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ମାର୍ଚ୍ଚ ୨୪ରେ ପ୍ରଥମେ ହ୍ରାସ ହୋଇଥିଲା। ସେହିଭଳି ମାର୍ଚ୍ଚ ୨୫ରେ ପୁଣି ଥରେ ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ମୋଟ ୩ ଥର ଦର ହ୍ରାସ ହେବା ଯୋଗୁ ପେଟ୍ରୋଲ ୬୧ ଏବଂ ଡିଜେଲ ୬୦ ପଇସା ଖସିଛି। ଦର ହ୍ରାସ ହୋଇଥିଲେ ମଧ୍ୟ ଗତବର୍ଷ ମାର୍ଚ୍ଚରେ ସରକାର ଟିକସ ବଢ଼ାଇବା ପରଠାରୁ ପେଟ୍ରୋଲ ୨୧.୫୮ ଟଙ୍କା ଏବଂ ଡିଜେଲ ୧୯.୮୧ ଟଙ୍କା ଊର୍ଦ୍ଧ୍ୱରେ ରହିଛି। ଅନ୍ତର୍ଜାତୀୟ ବଜାରରେ ଦର ଖସିବା ଯୋଗୁ କମ୍ପାନୀ ଦରରେ କିଛିଟା ହ୍ରାସ କରୁଛନ୍ତି। ମାତ୍ର ଟିକସ ହ୍ରାସ ଦ୍ୱାରା ଖାଉଟିଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଦିଗରେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଏ ନେଇ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IIFL ଲୁଟ୍‌ ଘଟଣା: ଭାଇ, ସାଙ୍ଗଙ୍କୁ ଲଗାଇ ଡକାୟତି କରିଥିଲେ କର୍ମଚାରୀ

କଟକ ଅଫିସ, ୨୪।୧୧: କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା। IIFLର ଲାଲା ଅମ୍ରିତ ରାୟ...

ପରୀକୁ ନେଇ ଥମୁନି ତାତି

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପରୀ ମୃତ୍ୟୁ ଘଟଣାରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି। ଭାଜପାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ...

ବୁଣାକାରଙ୍କ ସହ ରହିଛି ‘ବୟନିକା’

ଭୁବନେଶ୍ୱର, ୯। ୮ (ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ବୁଣାକାରଙ୍କ ପାଇଁ କାର୍ଯ୍ୟ କରୁଛି ରାଜ୍ୟ ସରକାରଙ୍କ...

ଜନ୍ମବେଦି ଯିବେ ଦାରୁଦିଅଁ

ପୁରୀ ଅଫିସ,୪ା୭: ସିଂହଦ୍ୱାରରେ ତିନିରଥ। ଭକ୍ତମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ଅପେକ୍ଷା କେବଳ କେତେବେଳେ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ...

କରୋନା ସତର୍କତା:ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ବୃଦ୍ଧି

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ସମୟ ବୃଦ୍ଧି କରିଛନ୍ତି। ଏ ନେଇ...

ଜୟନ୍ତୀ ସମାରୋହରେ ସ୍ବଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି, ଏକକାଳୀନ ଅଢ଼େଇ ଲକ୍ଷ ଛାତ୍ରୀଛାତ୍ର ଗାଇଲେ ଗଙ୍ଗାଧରଙ୍କ ସଙ୍ଗୀତ

ବରଗଡ଼ ଅଫିସ, ୨୧।୮- ବରଗଡ଼ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଜିଲାସ୍ତରୀୟ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଛି। ଏହି...

ବିକ୍ରିହେଲା ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦ୍ୱାରା ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ଜାତୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଓ ବିକ୍ରୟ...

ଚା’ ଖଟିରୁ ଉଠୁ ସ୍ୱର

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ପ୍ରଭାବ ସବୁଠି ପଡ଼ିଛି। ଏହା ସମସ୍ତେ ଅନୁଭବ କରୁଛେ। ସବୁବେଳେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆଲୋଚନା କରୁଛେ। ଏହାର ସମସ୍ୟା ଉପରେ...

Advertisement
Archives

Model This Week