Posted inଖେଳ

ଆଇପିଏଲ୍‌ କମେଣ୍ଟ୍ରି ପ୍ୟାନେଲ ଛାଡ଼ିଲେ ପିଟରସନ

ଦୁବାଇ, ୧୭ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କମେଣ୍ଟ୍ରି ପ୍ୟାନେଲର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଇଂଲଣ୍ଡ ଅଧିନାୟକ ଶୁକ୍ରବାର ଘରବାହୁଡ଼ା କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ସହ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି। କମେଣ୍ଟେଟର ହେବା ପୂର୍ବରୁ ପିଟରସନ ଆଗରୁ ୪ଟି ପୃଥକ୍‌ ପୃଥକ୍‌ ଟିମ୍‌ରୁ ଖେଳିଛନ୍ତି। ବର୍ତ୍ତମାନ ସେ ଲଣ୍ଡନରେ ପହଞ୍ଚତ୍ସାରିଛନ୍ତି। ଚଳିତବର୍ଷ ଏକ ଅଦ୍ଭୁତ ବର୍ଷ। କୋଭିଡ୍‌ ଯୋଗୁ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କୁ ପୂରା ସମୟ ଘରେ ଅତିବାହିତ କରିବାକୁ ହେଉଛି। ତେଣୁ ସେ ତାଙ୍କୁ ସମୟ ଦେବାକୁ ଚାହୁଁଛନ୍ତି। ପିଟରସନଙ୍କ ସ୍ତ୍ରୀ ଜେସିକା ଟେଲର ଜଣେ କଣ୍ଠଶିଳ୍ପୀ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ଦୁବାଇରୁ ଲଣ୍ଡନ ଯାତ୍ରାର ଏକ ସଂକ୍ଷିପ୍ତ ଭିଡିଓ କ୍ଲିପ ସେ ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି। ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍‌ ମ୍ୟାଚ ଖେଳାଯାଇଥିଲା। କମେଣ୍ଟେଟର ଭାବେ ଚଳିତ ସିଜନରେ ଏହାଥିଲା ତାଙ୍କର ଅନ୍ତିମ ମ୍ୟାଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ରେକର୍ଡ ହାସଲ କଲେ ରିଷଭ

ଦୁବାଇ,୧୧।୧୦: ଆଇପିଏଲର ରୋମାଞ୍ଚକର ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଉଇକେଟ୍‌ରେ ପରାସ୍ତ କରି ପ୍ଲେ ଅଫ୍‌ରେ ପହଞ୍ଚିିଛି। ଏହି ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ଇଂଲଣ୍ଡକୁ ବୃହତ୍‌ ବିଜୟ ଦେଲେ ନାଇଟ୍‌

କାନ୍‌ବେରା, ୨୬।୨ (ପି.ଟି.)- ଅଧିନାୟିକା ହେଥର୍‌ ନାଇଟ୍‌ଙ୍କ ପ୍ରଥମ ଟି୨୦ ଶତକ ବଳରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଆଇସିସି ମହିଳା ଟି୨୦ କ୍ରିକେଟ୍‌ର ଏକ ମ୍ୟାଚ୍‌ରେ...

ଫର୍ମୁଲା ଓ୍ବାନ୍‌ ଆୟୋଜନରୁ ଓହରିବନି ମେକ୍ସିକୋ ସିଟି

ମେକ୍ସିକୋ ସିଟି, ୯ା୮ (ଏଏଫ୍‌ପି)- ମେକ୍ସିକୋ ସିଟି ୨୦୨୨ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ କାର୍‌ ରେସ୍‌ ଗ୍ରାଁ ପ୍ରି ଆୟୋଜନ ଜାରି ରଖିବ। ଶୁକ୍ରବାର ଇଣ୍ଟରନ୍ୟାଶନାଲ...

ଭାରତୀୟ ଦଳକୁ ବଡ଼ ଝଟ୍‌କା: ଆହତ ହୋଇ ସିରିଜ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ସିଡନୀ,୫।୧: ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟରୁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ ବାଦ ଦିଆଯାଇଛି। ଓପନିଂ ବ୍ୟାଟିଂ, ମିଡିଲ ଅର୍ଡର ବ୍ୟାଟିଂ ତଥା...

ପାରା ଟେବୁଲ ଟେନିସ କ୍ୱାଟର ଫାଇନାଲରେ ଭାବିନା

ଟୋକିଓ,୨୭।୮: ଭାରତର ପାରା ଟେବୁଲ ଟେନିସରେ ଭାବିନା ଦମଦାର ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ଟେବୁଲ ଟେନିସ ଖେଳାଳି ଭାବିନା ପଟେଲ ବ୍ରାଜିଲର ଜୋଏସ୍‌ ଡି...

ଏହି ଖେଳାଳିଙ୍କୁ ବଡ ଭାଇ ଆଖ୍ୟା ଦେଲେ ହନୁମା ବିହାରୀ

ବ୍ରିସବେନ୍‌,୧୩।୧: ସିଡନୀ ଟେଷ୍ଟର ଶେଷ ଦିନରେ ଆର.ଅଶ୍ୱିନଙ୍କ ସହ ଦୃଢ ଇନିଂସ ଖେଳି ଭାରତକୁ ପରାଜୟରୁ ରକ୍ଷା କରିଥିଲେ ହନୁମା ବିହାରୀ। ସିଡନୀ ଟେଷ୍ଟର ପଞ୍ଚମ...

ରୋହିତ ଶର୍ମାଙ୍କ ହସ ଦେଖି ଏମିତି କହିଲେ ଚହଲ

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ଏବଂ ଲେଗ୍‌ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ଭଲ ସାଙ୍ଗ ବୋଲି ଧରାଯାଏ। ସୋସିଆଲ ମିଡିଆରେ ଉଭୟ ବେଶ୍‌ ମଜା...

ଉତ୍କଳ କରାଟେ ସ୍କୁଲରେ ଅଭ୍ୟାସ ଜାରି ରଖିଛନ୍ତି ଅନୁପମା

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- କୋଭିଡ୍‌-୧୯ ପ୍ରଭାବରେ କ୍ରୀଡ଼ା ଜଗତ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥିବାରୁ ସର୍ବଦା କୋଳାହଳ ମୁଖରିତ ଖେଳାଳି ତିଆରି କାରଖାନା ଉତ୍କଳ କରାଟେ...

Advertisement
Archives

Model This Week