ଜନଶୁଣାଣିକୁ ଲୋକଙ୍କ ବିରୋଧ

ପାରାଦୀପ,୬ା୧(ସ୍ବ.ପ୍ର.): ପାରାଦୀପ ମଧୁବନ ପୌର କଲ୍ୟାଣମଣ୍ଡପଠାରେ ବୁଧବାର ଏସାର୍‌ ମିନ୍‌ମେଟ୍‌ ଲିମିଟେଡ କମ୍ପାନୀର ବାର୍ଷିକ ୧୪ ମିଲିୟନ ମେଟ୍ରିକ ଟନ୍‌ ଉତ୍ପାଦନ କ୍ଷମତାବିଶିଷ୍ଟ ପେଲେଟ ପ୍ଲାଣ୍ଟ ପାଇଁ ଜନଶୁଣାଣି କରାଯାଇଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଦିଲୀପ କୁମାର ଦାସ। ଏଥିରେ ପାରାଦୀପ ପୌରାଞ୍ଚଳ ଓ ପାଶର୍‌ବବର୍ତ୍ତୀ ପଞ୍ଚାୟତ ଲୋକେ ମତ ରଖିଥିଲେ। ସେଥିରୁ ପ୍ରାୟ ୯୦ ପ୍ରତିଶତ ଲୋକ କାରଖାନା ସ୍ଥାପନ ବିରୋଧରେ ମତ ଦେଇଥିଲେ। ବିଶେଷକରି ପ୍ରସ୍ତାବିତ କମ୍ପାନୀ ସଂଲଗ୍ନ ବସ୍ତି ବାଉରିଆପାଳନ୍ଦା ଓ ବାଲିଝରା ଲୋକେ ତୀବ୍ର ବିରୋଧ କରିଥିଲେ। ବାଉରିଆପାଳନ୍ଦା ବସ୍ତିର ଜ୍ୟୋତିଷ ଦାସ କହିଥିଲେ, ଉକ୍ତ ବସ୍ତିର ଚତୁଃପାଶର୍‌ବରେ ୪ଟି ଟର୍ମିନାଲ ଓ ଦୁଇଟି କାରଖାନା ଅଛି। ଉକ୍ତ କାରଖାନା ଯୋଗୁ ତାଙ୍କ ବସ୍ତିର ଲୋକ ନିଆଁ, ଧୂଆଁ, ଧୂଳି, ପ୍ରଦୂଷଣ ପ୍ରଭାବ ଭୋଗୁଛନ୍ତି। ସବୁଠାରୁ ଭୟଙ୍କର ସ୍ଥିତି ହେଲା ଅସରାଏ ବର୍ଷା ହେଲେ ପାଣି ନିଷ୍କାସନ ହେବାକୁ ୧୫ ଦିନ ଲାଗୁଛି। ଏପରିସ୍ଥିତିରେ ପୁଣି କାରଖାନା କରିବା ଆହୁରି ଯନ୍ତ୍ରଣା ଦେବ। ଏମିତି ଧୀରେ ଧୀରେ ଲୋକଙ୍କୁ ମାରିବା ଅପେକ୍ଷା ଥରେ ସମସ୍ତଙ୍କୁ ମାରିଦିଅ ବୋଲି ପ୍ରଶାସନକୁ ନିବେଦନ କରିଥିଲେ। ସେହିପରି ବାଲିଝରା ବସ୍ତି କମିଟି ସମ୍ପାଦକ ସୁଶାନ୍ତ ସେନାପତି କହିଥିଲେ, ଚତୁଃପାଶର୍‌ବରେ ନଦୀପଥକୁ ଅବରୋଧ କରି କାରଖାନା କରିବା ଦ୍ୱାରା ଲୋକମାନେ ମାସାଧିକ ସମୟ ବର୍ଷା ପାଣିରେ ବୁଡି ରହୁଛନ୍ତି। ଏମିତି ସମସ୍ତେ ନିଯୁକ୍ତି, ପ୍ରଦୂଷଣ, ମେଡିକାଲ ଆଦି ଉପରେ ମତ ଦେଇଥିଲେ। ପ୍ରାୟ ୫୦ରୁ ଅଧିକ ଲୋକ ମତ ଦେଇଥିଲେ। ଜନଶୁଣାଣି ମଝିରେ ପାରାଦୀପ ନାଗରିକ ମଞ୍ଚ ସଙ୍ଗଠନ ସଭାପତି ଅୟସକାନ୍ତ ରାୟ ଓ ଅନ୍ୟମାନେ ପ୍ରକଳ୍ପ ବିରୋଧରେ ନାରାବାଜି କରିଥିଲେ। ପୋଲିସ ହସ୍ତକ୍ଷେପ ପରେ ଉତ୍ତେଜନା ହ୍ରାସ ପାଇଥିଲା।
ସୂଚନାଯୋଗ୍ୟ, ଏସାର୍‌ କମ୍ପାନୀକୁ ଏଏମ୍‌ଏନ୍‌ଏସ୍‌(ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌) ୨୦୧୯ରେ ଅଧିଗ୍ରହଣ କରିଛି। ଏସାର୍‌ କମ୍ପାନୀ ପୁଣି ଏକ ନୂଆ କାରଖାନା କରିବା ପାଇଁ ପାରାଦୀପ ବନ୍ଦର ନିକଟରୁ ୪୦.୪୯ ହେକ୍ଟର ଜମି ୬୦ ବର୍ଷିଆ ଲିଜ୍‌ରେ ନେଇଛି। ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି (ଏସ୍‌ଆଇପିସି) ନିୟମରେ ଏହି ଜମି ଯୋଗାଇ ଦିଆଯାଇଛି। ଏଥିରେ କେହି ବିସ୍ଥାପିତ ହେବେ ନାହିଁ ବୋଲି ଅତିରିକ୍ତ ଜିଲାପାଳ ଧୀର ସୂଚନା ଦେଇଥିଲେ। ଏଥିରେ ଏସାର୍‌ କମ୍ପାନୀ ୩୫୮୩ କୋଟି ଟଙ୍କା ନିବେଶ କରିବ ବୋଲି ଦର୍ଶାଯାଇଛି। ପ୍ରକଳ୍ପ ନିର୍ମାଣ ସମୟରେ ୭୫୦ ଏବଂ କାରଖାନା କାର୍ଯ୍ୟକ୍ଷମ ହେଲେ ୬୦୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କମ୍ପାନୀର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri