ଜନଶୁଣାଣିକୁ ଲୋକଙ୍କ ବିରୋଧ

ପାରାଦୀପ,୬ା୧(ସ୍ବ.ପ୍ର.): ପାରାଦୀପ ମଧୁବନ ପୌର କଲ୍ୟାଣମଣ୍ଡପଠାରେ ବୁଧବାର ଏସାର୍‌ ମିନ୍‌ମେଟ୍‌ ଲିମିଟେଡ କମ୍ପାନୀର ବାର୍ଷିକ ୧୪ ମିଲିୟନ ମେଟ୍ରିକ ଟନ୍‌ ଉତ୍ପାଦନ କ୍ଷମତାବିଶିଷ୍ଟ ପେଲେଟ ପ୍ଲାଣ୍ଟ ପାଇଁ ଜନଶୁଣାଣି କରାଯାଇଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଦିଲୀପ କୁମାର ଦାସ। ଏଥିରେ ପାରାଦୀପ ପୌରାଞ୍ଚଳ ଓ ପାଶର୍‌ବବର୍ତ୍ତୀ ପଞ୍ଚାୟତ ଲୋକେ ମତ ରଖିଥିଲେ। ସେଥିରୁ ପ୍ରାୟ ୯୦ ପ୍ରତିଶତ ଲୋକ କାରଖାନା ସ୍ଥାପନ ବିରୋଧରେ ମତ ଦେଇଥିଲେ। ବିଶେଷକରି ପ୍ରସ୍ତାବିତ କମ୍ପାନୀ ସଂଲଗ୍ନ ବସ୍ତି ବାଉରିଆପାଳନ୍ଦା ଓ ବାଲିଝରା ଲୋକେ ତୀବ୍ର ବିରୋଧ କରିଥିଲେ। ବାଉରିଆପାଳନ୍ଦା ବସ୍ତିର ଜ୍ୟୋତିଷ ଦାସ କହିଥିଲେ, ଉକ୍ତ ବସ୍ତିର ଚତୁଃପାଶର୍‌ବରେ ୪ଟି ଟର୍ମିନାଲ ଓ ଦୁଇଟି କାରଖାନା ଅଛି। ଉକ୍ତ କାରଖାନା ଯୋଗୁ ତାଙ୍କ ବସ୍ତିର ଲୋକ ନିଆଁ, ଧୂଆଁ, ଧୂଳି, ପ୍ରଦୂଷଣ ପ୍ରଭାବ ଭୋଗୁଛନ୍ତି। ସବୁଠାରୁ ଭୟଙ୍କର ସ୍ଥିତି ହେଲା ଅସରାଏ ବର୍ଷା ହେଲେ ପାଣି ନିଷ୍କାସନ ହେବାକୁ ୧୫ ଦିନ ଲାଗୁଛି। ଏପରିସ୍ଥିତିରେ ପୁଣି କାରଖାନା କରିବା ଆହୁରି ଯନ୍ତ୍ରଣା ଦେବ। ଏମିତି ଧୀରେ ଧୀରେ ଲୋକଙ୍କୁ ମାରିବା ଅପେକ୍ଷା ଥରେ ସମସ୍ତଙ୍କୁ ମାରିଦିଅ ବୋଲି ପ୍ରଶାସନକୁ ନିବେଦନ କରିଥିଲେ। ସେହିପରି ବାଲିଝରା ବସ୍ତି କମିଟି ସମ୍ପାଦକ ସୁଶାନ୍ତ ସେନାପତି କହିଥିଲେ, ଚତୁଃପାଶର୍‌ବରେ ନଦୀପଥକୁ ଅବରୋଧ କରି କାରଖାନା କରିବା ଦ୍ୱାରା ଲୋକମାନେ ମାସାଧିକ ସମୟ ବର୍ଷା ପାଣିରେ ବୁଡି ରହୁଛନ୍ତି। ଏମିତି ସମସ୍ତେ ନିଯୁକ୍ତି, ପ୍ରଦୂଷଣ, ମେଡିକାଲ ଆଦି ଉପରେ ମତ ଦେଇଥିଲେ। ପ୍ରାୟ ୫୦ରୁ ଅଧିକ ଲୋକ ମତ ଦେଇଥିଲେ। ଜନଶୁଣାଣି ମଝିରେ ପାରାଦୀପ ନାଗରିକ ମଞ୍ଚ ସଙ୍ଗଠନ ସଭାପତି ଅୟସକାନ୍ତ ରାୟ ଓ ଅନ୍ୟମାନେ ପ୍ରକଳ୍ପ ବିରୋଧରେ ନାରାବାଜି କରିଥିଲେ। ପୋଲିସ ହସ୍ତକ୍ଷେପ ପରେ ଉତ୍ତେଜନା ହ୍ରାସ ପାଇଥିଲା।
ସୂଚନାଯୋଗ୍ୟ, ଏସାର୍‌ କମ୍ପାନୀକୁ ଏଏମ୍‌ଏନ୍‌ଏସ୍‌(ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌) ୨୦୧୯ରେ ଅଧିଗ୍ରହଣ କରିଛି। ଏସାର୍‌ କମ୍ପାନୀ ପୁଣି ଏକ ନୂଆ କାରଖାନା କରିବା ପାଇଁ ପାରାଦୀପ ବନ୍ଦର ନିକଟରୁ ୪୦.୪୯ ହେକ୍ଟର ଜମି ୬୦ ବର୍ଷିଆ ଲିଜ୍‌ରେ ନେଇଛି। ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି (ଏସ୍‌ଆଇପିସି) ନିୟମରେ ଏହି ଜମି ଯୋଗାଇ ଦିଆଯାଇଛି। ଏଥିରେ କେହି ବିସ୍ଥାପିତ ହେବେ ନାହିଁ ବୋଲି ଅତିରିକ୍ତ ଜିଲାପାଳ ଧୀର ସୂଚନା ଦେଇଥିଲେ। ଏଥିରେ ଏସାର୍‌ କମ୍ପାନୀ ୩୫୮୩ କୋଟି ଟଙ୍କା ନିବେଶ କରିବ ବୋଲି ଦର୍ଶାଯାଇଛି। ପ୍ରକଳ୍ପ ନିର୍ମାଣ ସମୟରେ ୭୫୦ ଏବଂ କାରଖାନା କାର୍ଯ୍ୟକ୍ଷମ ହେଲେ ୬୦୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କମ୍ପାନୀର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri