ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କୁ ଘେରିଲେ ଲୋକେ

ପାଣିକୋଇଲି,୪।୧୧(ଡି.ଏନ.ଏ.): ୧୬ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ସମ୍ପ୍ରସାରଣରେ ବିଭାଗୀୟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହୋଇଛି। ଏହିକ୍ରମରେ ବୁଧବାର ଏନ୍‌ଏଚ୍‌ର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଥିବା ଡାଇଭର୍ସନକୁ କମ୍ପାନୀ ପକ୍ଷରୁ କଂକ୍ରିଟ ୱାଲ ଦେଇ ବନ୍ଦ କରୁଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ବିରୋଧ କରିବା ସହ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଘେରିଥିଲେ। ସେଠାରେ ଗଳିପୋଲ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଡାଇଭର୍ସନ ବନ୍ଦ ନ କରିବା ଲାଗି ଦାବି କରିଥିଲେ।
ସୂଚନାଯୋଗ୍ୟ, ଗୋଟିଏ ପାର୍ଶ୍ୱରେ କାଙ୍କଲାପାଟଣା ଗ୍ରାମ ଥିବାବେଳେ ଅପରପାର୍ଶ୍ୱରେ ଦାମୋଦରପୁର ଗ୍ରାମ ରହିଛି। ଗ୍ରାମ ବାସିନ୍ଦାଙ୍କ ଚାଷ ଜମି ଉଭୟ ପାର୍ଶ୍ୱରେ ଥିବାବେଳେ ପ୍ରତିଦିନ ଛାତ୍ରୀଛାତ୍ର ରାସ୍ତା ପାର ହୋଇ ସ୍କୁଲ କଲେଜକୁ ଯାଇଥାନ୍ତି। ରାଜପଥ ସମ୍ପ୍ରସାରଣ ନିମନ୍ତେ ସର୍ଭେ ଚାଲିଥିବା ବେଳେ ଉଭୟ ଗ୍ରାମର ଲୋକେ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ଓ ଯାଜପୁର ଜିଲାପାଳଙ୍କୁ ଭେଟି ଏକ ଗଳିପୋଲ ନିର୍ମାଣ କରିବା ଲାଗି ଦାବି କରିଥିଲେ। ମାତ୍ର ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ନ ଦେଇ ରାସ୍ତା କାମ ସମ୍ପୂର୍ଣ୍ଣ କରିଥିଲେ। ଫଳରେ ଲୋକେ ଉଭୟ ରାସ୍ତାର ମଝିରେ ଥିବା ଏକ ଡାଇଭର୍ସନ ମାଧ୍ୟମରେ ଯିବା ଆସିବା କରୁଛନ୍ତି। ସେହି ଡାଇଭର୍ସନକୁ ଏବେ ବନ୍ଦ କରିବା ଲାଗି ଉଦ୍ୟମ କରାଯାଇଛି। ଉଭୟ ଗ୍ରାମର ଲୋକଙ୍କ ସମେତ ଜିଲା ପରିଷଦ ସଭ୍ୟ ଧରଣୀଧର ଘଡ଼ାଇ, ସୂର୍ଯ୍ୟମଣି ପଣ୍ଡା, କୃଷ୍ଣଚନ୍ଦ୍ର ବିଶ୍ୱାଳ, ଭାଗ୍ୟଧର ରାୟ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁଜିତ ବେହେରା, ସରୋଜ ସାହୁ, ବଟକୃଷ୍ଣ ଦାଶ, ରନତ୍ାକର ସେନାପତି, ମଧୁସୁଦନ ସ୍ବାଇଁ, ପ୍ରଦୀପ ବିଶ୍ୱାଳ, ଅଶୋକ ଲେଙ୍କା ପ୍ରମୁଖ ପହଞ୍ଚତ୍ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲେ। ଗଳିପୋଲ ନିର୍ମାଣ ନ ହେଲା ପର୍ଯ୍ୟନ୍ତ ଉକ୍ତ ଡାଇଭର୍ସନ ବନ୍ଦ କରାଯିବ ନାହିଁ ହୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କ ସାହା ଜଳଧର

ବନ୍ତ, ୨୨।୮ (ଡି.ଏନ.ଏ.)- ଅନେକ ଦୁଃଖ ଯନ୍ତ୍ରଣା ଅଙ୍ଗେ ନିଭାଇ ଥିବାରୁ ସେ ଅନ୍ୟର କଷ୍ଟ ସହି ପାରନ୍ତି ନାହିଁ । କେହି ରୋଗ ଯନ୍ତ୍ରଣାରେ...

ରାଜନଗରରେ ଆଉ ଜଣେ ପଜିଟିଭ ଚିହ୍ନଟ: କେନ୍ଦ୍ରାପଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୯ରେ

ରାଜନଗର, ୧୧।୫(ଡି.ଏନ୍‌.ଏ.): ରାଜ୍ୟରେ ସୋମବାର ସକାଳେ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବୋଲି ଜଣାପଡ଼ିଛି। ଆକ୍ରାନ୍ତ...

ଘର ଆଗରେ ବୋମାମାଡ଼,କାର ନଷ୍ଟ

ନିଶ୍ଚିନ୍ତକୋଇଲି,୧୭।୧୧: (ସ୍ବ.ପ୍ର): କଟକ ଜିଲା ସାଲେପୁର ଥାନା ଅଧିନସ୍ଥ ରାମକୃଷ୍ଣପୁର ପଞ୍ଚାୟତ ପଟପରୀ ଗ୍ରାମରେ ବୋମାମାଡ ହୋଇଛି। ବୁଧବାର ଭୋରୁ ଅଶୋକ ସାମଲଙ୍କ ଘରେ ବୋମାମାଡ...

ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲାରେ ବୁଧବାର କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡଙ୍କୁ ଗିରଫ କରିଛି।...

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ବଲାଙ୍ଗୀର ଅଫିସ, ୧୭।୪- ଆଧୁନିକ ଓଡିଶାର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସର ଶୁକ୍ରବାର ବଲାଙ୍ଗୀର ଯୁବ ବିଜେଡି...

ସରିଲା ବାଲିଯାତ୍ରା: ପୁଣି ଆସନ୍ତା ବର୍ଷକୁ ଅପେକ୍ଷା

କଟକ ଅଫିସ, ୨୧।୧୧: ୯ ଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଛି। ଏଥିରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ନାମାଙ୍କନପତ୍ର ଦାଖଲ କଲେ ୯ ସରପଞ୍ଚ ପ୍ରାର୍ଥୀ

କୁଜଙ୍ଗ,୮ା୬(ସ୍ବ.ପ୍ର.): ଜୁଲାଇ ୩ ତାରିଖରେ ହେବାକୁ ଥିବା ଢିଙ୍କିଆ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି। ୨୩ ଓ୍ବାର୍ଡ ବିଶିଷ୍ଟ ଏହି ପଞ୍ଚାୟତରେ ୨୨ଟି...

ରୋଡ୍‌ ଟ୍ୟାକ୍ସ ଫାଙ୍କିଥିବା ବସ୍‌କୁ ୧୩ ଲକ୍ଷ ଜରିମାନା

ବାଲେଶ୍ୱର ଅଫିସ୍‌, ୭ା୩(ଡି.ଏନ୍‌.ଏ.): ବାଲେଶ୍ୱର ପୋଲିସ ଲାଇନ ଛକରେ ଶନିବାର ପୂର୍ବାହ୍ନରେ ଏକ ଘରୋଇ ବସ୍‌କୁ ସିଜ୍‌ କରାଯିବା ସହିତ ଲକ୍ଷାଧିକ ଟଙ୍କାର ଜରିମାନା କରାଯାଇଛି।...

Advertisement
Archives

Model This Week