ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କୁ ଘେରିଲେ ଲୋକେ

ପାଣିକୋଇଲି,୪।୧୧(ଡି.ଏନ.ଏ.): ୧୬ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ସମ୍ପ୍ରସାରଣରେ ବିଭାଗୀୟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହୋଇଛି। ଏହିକ୍ରମରେ ବୁଧବାର ଏନ୍‌ଏଚ୍‌ର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଥିବା ଡାଇଭର୍ସନକୁ କମ୍ପାନୀ ପକ୍ଷରୁ କଂକ୍ରିଟ ୱାଲ ଦେଇ ବନ୍ଦ କରୁଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ବିରୋଧ କରିବା ସହ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଘେରିଥିଲେ। ସେଠାରେ ଗଳିପୋଲ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଡାଇଭର୍ସନ ବନ୍ଦ ନ କରିବା ଲାଗି ଦାବି କରିଥିଲେ।
ସୂଚନାଯୋଗ୍ୟ, ଗୋଟିଏ ପାର୍ଶ୍ୱରେ କାଙ୍କଲାପାଟଣା ଗ୍ରାମ ଥିବାବେଳେ ଅପରପାର୍ଶ୍ୱରେ ଦାମୋଦରପୁର ଗ୍ରାମ ରହିଛି। ଗ୍ରାମ ବାସିନ୍ଦାଙ୍କ ଚାଷ ଜମି ଉଭୟ ପାର୍ଶ୍ୱରେ ଥିବାବେଳେ ପ୍ରତିଦିନ ଛାତ୍ରୀଛାତ୍ର ରାସ୍ତା ପାର ହୋଇ ସ୍କୁଲ କଲେଜକୁ ଯାଇଥାନ୍ତି। ରାଜପଥ ସମ୍ପ୍ରସାରଣ ନିମନ୍ତେ ସର୍ଭେ ଚାଲିଥିବା ବେଳେ ଉଭୟ ଗ୍ରାମର ଲୋକେ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ଓ ଯାଜପୁର ଜିଲାପାଳଙ୍କୁ ଭେଟି ଏକ ଗଳିପୋଲ ନିର୍ମାଣ କରିବା ଲାଗି ଦାବି କରିଥିଲେ। ମାତ୍ର ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ନ ଦେଇ ରାସ୍ତା କାମ ସମ୍ପୂର୍ଣ୍ଣ କରିଥିଲେ। ଫଳରେ ଲୋକେ ଉଭୟ ରାସ୍ତାର ମଝିରେ ଥିବା ଏକ ଡାଇଭର୍ସନ ମାଧ୍ୟମରେ ଯିବା ଆସିବା କରୁଛନ୍ତି। ସେହି ଡାଇଭର୍ସନକୁ ଏବେ ବନ୍ଦ କରିବା ଲାଗି ଉଦ୍ୟମ କରାଯାଇଛି। ଉଭୟ ଗ୍ରାମର ଲୋକଙ୍କ ସମେତ ଜିଲା ପରିଷଦ ସଭ୍ୟ ଧରଣୀଧର ଘଡ଼ାଇ, ସୂର୍ଯ୍ୟମଣି ପଣ୍ଡା, କୃଷ୍ଣଚନ୍ଦ୍ର ବିଶ୍ୱାଳ, ଭାଗ୍ୟଧର ରାୟ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁଜିତ ବେହେରା, ସରୋଜ ସାହୁ, ବଟକୃଷ୍ଣ ଦାଶ, ରନତ୍ାକର ସେନାପତି, ମଧୁସୁଦନ ସ୍ବାଇଁ, ପ୍ରଦୀପ ବିଶ୍ୱାଳ, ଅଶୋକ ଲେଙ୍କା ପ୍ରମୁଖ ପହଞ୍ଚତ୍ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲେ। ଗଳିପୋଲ ନିର୍ମାଣ ନ ହେଲା ପର୍ଯ୍ୟନ୍ତ ଉକ୍ତ ଡାଇଭର୍ସନ ବନ୍ଦ କରାଯିବ ନାହିଁ ହୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri