Posted inଖେଳ

ପ୍ରଶଂସକଙ୍କୁ ଚ୍ୟାଲେଞ୍ଜ ଦେଲେ ଭଜି

ମୁମ୍ବାଇ,୧୦।୧୨: ଅନ୍ତିମ ଥର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପକ୍ଷରୁ ଆଇପିଏଲ୍‌ରେ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ ୨୨ ବର୍ଷ ତଳର ଏକ ଫଟୋ ଶେୟାର କରିଛନ୍ତି। ଫଟୋଟି ହେଲା ଭଜିଙ୍କର ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବେଳର। ଫଟୋରେ ତାଙ୍କ ସହ ଥିବା ଦୁଇ ଖେଳାଳିଙ୍କୁ ଚିହ୍ନିବାକୁ ଫ୍ୟାନଙ୍କୁ ଭଜି ଚ୍ୟାଲେଞ୍ଜ ଦେଇଛନ୍ତି। କ୍ୟାପଶନରେ ‘ଚିହ୍ନିଲେ ମାନିଯିବି.. ୧୯୯୮/୯୯ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବେଳର’ ଉଲ୍ଲେଖ କରିଛନ୍ତି ୪୧ ବର୍ଷୀୟ ଭେଟେରାନ ସ୍ପିନର।

ଫଟୋରେ ହରଭଜନଙ୍କ ସହ ପୂର୍ବତନ ପାକିସ୍ତାନ ବ୍ୟାଟର ହାସନ ରାଜା ଓ ବିନା ଶାର୍ଟରେ ଇମ୍ରାନ ତାହିର ଅଛନ୍ତି। ୧୯୯୮/୯୯ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ସମୟରେ ଏହି ଫଟୋ ଉଠା ଯାଇଥିଲା।

ତାହିର ଦକ୍ଷିଣ ଆଫ୍ରିକା ଜାତୀୟ ଦଳ ପାଇଁ ପ୍ରତିନିଧିତ୍ୱ କରିବା ପୂର୍ବରୁ ଜୁନିୟର ସ୍ତରରେ ପାକିସ୍ତାନ ପାଇଁ ଖେଳିଥିଲେ ତାହିର। ସେ ଦକ୍ଷିଣ ଆଫ୍ରିକା ଲାଗି ଅନ୍ତର୍ଜାତୀୟ ସ୍ତରରେ ୨୦ ଟେଷ୍ଟ, ୧୦୭ ଦିନିକିଆ ଓ ୩୮ ଟି୨୦ ଖେଳିଥିଲେ। ସେହିଭଳି ୧୯୯୬ରୁ ୨୦୦୫ ମଧ୍ୟରେ ପାକିସ୍ତାନ ପାଇଁ ୭ ଟେଷ୍ଟ ଏବଂ ୧୬ ଦିନିକିଆ ଖେଳିଥିଲେ ରାଜା। ହେଲେ ଅନ୍ୟ ଦୁଇ ଖେଳାଳିଙ୍କ ଭଳି ଜାତୀୟ ଦଳରେ କଦାପି ରାଜାଙ୍କ ସ୍ଥାନ ପକ୍କା ହୋଇ ପାରି ନ ଥିଲା। ଅନ୍ୟପକ୍ଷରେ ୨୦୧୬ରେ ଭାରତ ପାଇଁ ଅନ୍ତିମ ଥର ଖେଳିଥିଲେ ଭଜି। ଅନ୍ତର୍ଜାତୀୟ ସ୍ତରରେ ସେ ୧୦୩ ଟେଷ୍ଟ, ୨୩୬ ଦିନିକିଆ ଓ ୨୮ ଟି୨୦ ମ୍ୟାଚ୍‌ ଖେଳିଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଭାରତ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri